हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

बुधवार, 18 अगस्त 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୧୨ ~ କଲମ

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~୧୨ ~

କଲମ


ହାଇକୁ


୧) 

କଲମ ଗାର

ସବୁକିଛି କହିବ 

ହେଲି ନୀରବ ।


୨)

ମୁଁ ନିତି ହଜେ

ବ୍ୟଥା କରେ ଲାଘବ

କଲମ ଚାଲେ ।


~ ପ୍ରଦୀପ କୁମାର ଦାଶ


୩)

କଲମ ମୁନ

ଶାଣିତ ଖଡଗରୁ

ଅଧିକ ତୀକ୍ଷ୍ଣ ।


୪)

କବି ଲେଖନୀ

ବାସ୍ତବ ରୂପ ଦିଏ

ସମାଜ ଚିତ୍ର ।


୫)

ତୁଳୀ କଲମ

ପ୍ରକାଶେ ଶବ୍ଦ ବ୍ରହ୍ମ

ମରମ ଛବି ।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୬)

ଝର କଲମ

ଝରିଯାଏ କବିତା

କି ଅନୁପମ ।


୭)

କଲମ ଧାର

ଅସି ଠାରୁ ତୀକ୍ଷ୍ଣ ଏ

କରେ ସଂହାର ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୮)

ଲେଖନୀ ଲେଖା

ମନ ମନ୍ଦିର ସଖା

ରଙ୍ଗ ରେ ମଖା ।


୯)

କଲମ ମୁନ

ନିଃସଙ୍ଗ ର ଜୀବନ

ଧନ୍ୟ ଏ ମନ ।


୧୦)

ସୁନ୍ଦର ଚିତ୍ର

ଭାବନା ପ୍ରସାରଣ

କଲମ ମିତ୍ର ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୧୧)

ସୁନା କଲମ

ମୁନ ଭାଙ୍ଗି ବରିଲା

ମନ୍ଦ କରମ ।


୧୨)

କଲମ-କାଳି

ପତରେ ହୃଦ ବାଢେ

ସେନେହ ବୋଳି ।


୧୩)

ଲାଜୁଆ ମନ

କଲମ ଧରି ଲେଖେ

ଚିଟାଉ ଧନ ।


୧୪)

ଭାଗ୍ୟ ଲିଖନ

ଲେଖନୀ ବିଧାତା ର

ଅକାଟ୍ୟ ଗାର ।


~ କବିତା କାନୁନଗୋ


୧୫)

କଲମ  ଝଡା

ଦି ପଦ କଥାରେ ତା

ମନ ଉଜୁଡା ।


୧୬)

ଭାବନା  କାଳି

କଲମେ ଭରି ଦେଲି

ମରମ ଖୋଲି ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା


୧୭)

କଲମ ପ୍ରୀତି

କବିକୁ କରିଦିଏ 

ଶବ୍ଦ ସ୍ଥପତି ।


୧୮)

କଲମ  ମୁନ

ନିଦାଘେ  ଆଣିଦିଏ

ଫୁଲ ଫଗୁଣ ।


୧୯)

କଲମ  ଦାଢ

କ୍ଷଣିକେ ସରଜଇ 

ଅଦିନ ଝଡ ।


~ ବିଳାସିନୀ ଦାଶ, ଖୋର୍ଦ୍ଧା


୨୦)

କବି କଲମ

କାଗଜ ପ଼ଷ୍ଠା  ପରେ

ଦିଏ ମଲମ । 


୨୧)

କଲମ ଧାର

ସଚେତନ କରଇ

ସମାଜେ ନର । 


୨୨)

ମନ ଚିନ୍ତନ

ଗଳପ ଲେଖି ଦିଏ

କଲମ ମୁନ । 


୨୩)

 ଝର କଲମ  

ଝରେ କବିତା ରସ

ମନ ହରଷ । 


୨୪)

ଧଳା କାଗଜ

କଲମ ଗାର କରେ

ଦୋଷୀ ନିର୍ଦ୍ଦୋଷ । 


୨୫)

କଲମ ମୁନ

କେତେଯେ ତୀକ୍ଷ୍ଣ ଧାର

ଦୁରୁଁ ଜୁହାର । 


୨୬)

ତାଳ ପତର

ଦୁଆତ ଲେଖନୀ ରେ

ଲେଖା ଜାତକ । 


୨୭)

ଲେଖନୀ ମୁନେ

ଭାଗବତ ପୁରାଣ

ତାଳ ପତରେ । 


୨୮)

ଝର କଲମ

ଦୁଆତ କାଳି ଦିନ

ଗଲାଣି ସରି ।

 

~ ଝୁମୁରୀ ସାହୁ, ଜଟଣୀ 


୨୯)

ହ୍ରୁଦୟ ଭାବ

ଭାବନା ସାଗରରେ

ଲେଖନୀ ନାବ । 


୩୦)

ଶିକ୍ଷା ଆକାଶ

କଲମ ତୋ ବିହୁନେ

ସରବନାଶ  । 

 

~ ସସ୍ମିତା ବାରିକ୍, ବୋଲଗଡ଼


୩୧)

ବହି କଲମ

ବିଦ୍ୟାର୍ଥୀ ଙ୍କ ଜୀବନ

ଅମୂଲ୍ୟ ଧନ ।


୩୨)

କବି ମାନସ

କଲମରେ ଫୁଟା ଏ

ମନର ପ୍ରାସ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୩୩)

କଲମ ମୁନରେ

କେତେ ଯେ ଲେଖାହୁଏ

ମନର ଭାଷା ।


୩୪)

କାଳି ନ ଥିଲେ 

କଲମ ମୂଲ୍ୟହୀନ

ଜାଣି ରଖିଥା ।


~ ପ୍ରଭାସିନୀ ସାହୁ ଖୋର୍ଦ୍ଧା


୩୫)

କବି ମାନସ

ଲେଖନୀ ରୂପ ଦିଏ

କଳା ବିନ୍ୟାସ  ।


୩୬)

କଲମ ବିନା

ବିଦ୍ୟାର୍ଥୀ ର ଜୀବନ

ଆସାର ସିନା ।


~ ମଧୁଛନ୍ଦା ଦାଶ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH