हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 31 अगस्त 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୨୫ ~ ପ୍ରେମ

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୨୫

ପ୍ରେମ

ହାଇକୁ

୧)

ନନ୍ଦ ନନ୍ଦନ

ବାତ୍ସଲ୍ୟ ପ୍ରେମେ ଵନ୍ଧା

ଧନ୍ୟ ଯଶୋଦା ।


୨)

କଳା କହ୍ନେଇ

ପ୍ରେମ ପୀରତି ଡୋରେ

ରାଧିକା ମାଇଁ ।


୩)

ମନମୋହନ

କୃଷ୍ଣ ଭଜନେ ମୀରା 

ଶାଶ୍ଵତ ପ୍ରେମ ।


୪)

ମାତୃହରା ସେ

ଅବୋଧ ତା' ପାଇଁକି

ମାତୃତ୍ଵ ପ୍ରେମ ।


୫)

ସ୍ୱର୍ଗୀୟ ପ୍ରେମ

ପ୍ରତାରଣା ରେ ଭାଙ୍ଗେ

ସାତ ସପନ ।


୬)

ରାମରାଇଜ

ପରିବାରରେ ଥିଲେ

ସୁହୃଦ ପ୍ରେମ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୭)

ପ୍ରେମ ଶାଶ୍ୱତ 

ନ ଥା ଏ ଆବିଳତା 

ଭରେ ପବିତ୍ର ।


୮)

ପ୍ରେମ ର ସଂଜ୍ଞା 

ସୁଦୃଢ ଓ ଅମାପ

କଳନା ନାହିଁ ।


୯)

ବିଦ୍ୟମାନ ସେ 

ମା ପୁଅ  ସ୍ୱାମୀ ସ୍ତ୍ରୀ ରେ 

ଝିଅ ବୋହୁ ରେ ।


୧୦)

ବିଭୁ ଙ୍କ ପ୍ରେମ 

ସବୁ ଜିତା ଏ ନ ଦିଏ 

ମନ ରେ କ୍ଳେଶ ।


~ ସୂର୍ଯ୍ୟକାନ୍ତି ଦାଶ


୧୧)

ଯୁଗ ଯୁଗାନ୍ତ

ରାଧା କୃଷ୍ଣଙ୍କ ପ୍ରେମ

ଚିର ଅମର ।


୧୨)

ବାତ୍ସଲ୍ୟ ପ୍ରେମ 

ନଥାଏ ଆବିଳତା

ଚିର ସୁନ୍ଦର । 


~ ବାସନ୍ତୀ ମହାପାତ୍ର, ପୋଖରୀପୁଟ


୧୩)

ପ୍ରେମର ନଈ

ବାଧା ବନ୍ଧନେ ନାହିଁ

ମିଶିବା ପାଇଁ ।


୧୪)

ପ୍ରେମର ଭାଷା

କହିବାଯେବେ ବସ

ହୋଇବେ ସର୍ବେ ।


୧୫)

ଅମର ପ୍ରେମ

ଦୈହିକ କାମନାକୁ

ନ ଥାଏ ମନ ।


୧୬)

ଦାମ୍ପତ୍ୟ ପ୍ରେମ 

ରାଗ ଋଷା ମାନ ରେ

ଗଢା ଜୀବନ ।


୧୭)

ସନ୍ତାନ ପାଇଁ

ପିତା ମାତା ପ୍ରେମର

ତୁଳନା ନାହିଁ ।


୧୮)

ଜଗତ ବନ୍ଧା

ସଂସାର ଜଞ୍ଜାଳରେ

ପ୍ରେମରେ ଛନ୍ଦା ।


୧୯)

ପ୍ରେମର ଗୀତ

ଶୁଣାଇ ସମସ୍ତଙ୍କୁ

ରଖିବା ବାନ୍ଧି ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୨୦)

ଶ୍ରାବଣ ମାସେ

ଭାଇ ଭଉଣୀ ପ୍ରେମ

ରକ୍ଷା ବନ୍ଧନ ।


୨୧)

ଗୋପୀଙ୍କ ମନ

କହ୍ନେଇ ପ୍ରେମ ପାଇଁ

ଯେହ୍ନେ ପାଗଳ ।


୨୨)

କହ୍ନେଇ ପ୍ରେମେ

ମୀରା ଗାଉଛି ଗୀତ

ସଞ୍ଜ ସକାଳେ ।


~ ପ୍ରଭାସିନୀ ସାହୁ ଖୋର୍ଦ୍ଧା


୨୩)

ବଂଶୀର ସ୍ୱନ

ସକଳ ଗୋପାଙ୍ଗନା

ପ୍ରେମେ ଉଚ୍ଛନ୍ନ । 


୨୪)

ଅମର ପ୍ରେମ

ସ୍ନେହମମତା ଭରା

ନିସ୍ୱାର୍ଥ କର୍ମ  । 


~ ସସ୍ମିତା ବାରିକ୍, ବୋଲଗଡ଼


୨୫)

ପ୍ରେମ ଶାଶ୍ୱତ

ନିଷ୍କପଟ ହୃଦୟ

ପ୍ରେମେ ଆପ୍ଳୁତ ।


୨୬)

ପ୍ରେମହିଁ ତ୍ୟାଗ

ତନ୍ମୟତା ଉଦ୍ଦାମ

କ୍ଷମା ବିୟୋଗ ।


୨୭)

ପ୍ରେମ ପ୍ରାଙ୍ଗଣ

ଅପରାଧ ଧାରେନା

ସ୍ୱୟଂ ସମ୍ପୂର୍ଣ୍ଣ ।

                  

~ ଚପଳା ପଣ୍ଡା, ଖୋର୍ଦ୍ଧା


୨୮)

ଆଲୋ ଵାଉଳୀ

ପୁତ୍ର ପ୍ରେମେ ଅନ୍ଧୁଣୀ

ମରୁ  ଝାଉଁଳି ।


୨୯)

ସପନ ପେଡ଼ି,

ଭରା ପୀରତି,କେବେ

ସତ ହୁଏ କି ?


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା


୩୦)

ପ୍ରେମ ର ଧନ

ହୃଦୟେ ନ ଥିଲେ

ଜଡ ସମାନ ।


୩୧)

ଶାଶ୍ବତ ପ୍ରେମ

ବିଭୁ ପାଦ ତଳେ

କରଇ ଲୀନ ।


~ ସୁମତୀ ଦେଈ, ଅସରଳା


୩୨)

ପ୍ରେମ ରତନ

ଯା'ର ପ୍ରାପତି ପାଇଁ

ଧନୀକ ଦୀନ ।


୩୩)

ପ୍ରେମ ତରଙ୍ଗ

ମାନେନା କୁଳ, ଲାଜ

ଖୋଜଇ ସଙ୍ଗ ।


~ କବିତା କାନୁନଗୋ, ପୋଖରୀପୁଟ


୩୪)

ନିଃସର୍ତ୍ତ ପ୍ରେମ 

ତ୍ୟାଗ ର ବେଦୀ ପରେ

ପ୍ରଦୀପ ସମ ।


୩୫)

ପ୍ରେମ ଅମୃତ 

ପାନ କରି ବିହ୍ୱଳ

ସାରା ଜଗତ ।


୩୬)

ପ୍ରେମ  ଅଜର

ରହିଛି  ଥିବ ସିଏ

ଅନନ୍ତ କାଳ।


୩୭)

ପ୍ରେମ  ଉଚ୍ଛ୍ବାସ 

ପ୍ରେମୀକୁ କରିଦିଏ 

ଅକୁତୋଭୟ ।


~ ବିଳାସିନୀ ଦାଶ, 

ମଧୁସୂଦନ ନଗର     

    

୩୮)

ଲପ୍ରେମୀ ଯୁଗଳ

ଆଖି ରେ ଅନ୍ଧ ପଟି

ସେ ମତୁଆଲା ।


୩୯)

ସ୍ବଦେଶ ପ୍ରେମ

ଜୀବନ ବଳିଦାନ

ଅମର ଆତ୍ମା ।


୪୦)

ପ୍ରେମ ରେ ବନ୍ଧା

ପୁଲକିତ ସମ୍ପର୍କ

ଡୋରି ଅଛିଣ୍ଡା ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୪୦)

ପ୍ରେମ ଶାସ୍ବତ

ସତ୍ଯ ଓ ଚିରନ୍ତନ  

ପ୍ରୀତି ବନ୍ଧନ ।


୪୧)

ମାଆର ପ୍ରେମ

ପୂଜା, ଫୁଲ, ଚନ୍ଦନ

ସ୍ବର୍ଗୀୟ  ପ୍ରେମ ।

 

 ~ ଶୋଭାଗିନୀ ନନ୍ଦ,

 ଜୟପୁର (କୋରାପୁଟ)


୪୨)

ପ୍ରେମ ର ଫଲ୍ ଗୁ

ନୀରବେ ଯାଏ ସ୍ରଵି 

ପ୍ରଣୟୀ ହୃଦୁ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା

୪୩)

ସବୁରି ଶ୍ରଦ୍ଧା

ପ୍ରେମ ଡୋରିରେ ବନ୍ଧା

ଅମୃତ ସୁଧା । 


୪୪)

ପ୍ରେମୀ ଯୁଗଳ

ଷୋହଳ ବୟସରୁ

ହେଲେ ପାଗଳ ।


୪୫)

ପତ୍ରରେ ପତ୍ର

ଲେଖି ଦେଲି ଗୁରୁଜୀ

ପ୍ରେମର ସୂତ୍ର ।


୪୬)

ମଧୁର ଆଶା

ଜାତି ଜାତିକା ଫୁଲେ

ପ୍ରେମ ବରଷା । 


୪୭)

ମୁନିଆ ଦାନ୍ତେ

ପୁଷି ନିଅଇ ଛୁଆ

ପ୍ରେମ  ଗୁପତେ ।


୪୮)

ପ୍ରେମ ବରଷା

ପ୍ରଭୁ ଦୟାରେ ପୂର୍ଣ୍ଣ

ଜୀବନ ଆଶା ।


୪୯)

ଆଖି କଜ୍ଜଳ

ମାରିଲ ପ୍ରେମ ତୀର

ଭାଇକୁ ଜ୍ବର ।


୫୦)

ବାଡୁଅ ପ୍ରେମ

ହୁଏ ପାପ ଗରଭ

ନିଜ କୁକର୍ମ ।


୫୧)

ଈଶ୍ବର ଭକ୍ତି

ପ୍ରେମ ବାରିରେ ଭକ୍ତ

ଲଭନ୍ତି ଶାନ୍ତି ।


୫୨)

ସାରା ବିଶ୍ବରେ

ଏମିତି ଜଣେ କାହିଁ 

ନାହିଁ ପ୍ରେମରେ  !


  ~ ଝୁମୁରୀ ସାହୁ


୫୩)

କୋମଳ ପୁଷ୍ପ

ଭ୍ରମର ଆଲିଙ୍ଗନ

ସୁନ୍ଦର ଦୃଶ୍ୟ ।


~ ରୀତାଞ୍ଜଳି ସାହୁ, ମନମୁଣ୍ଡା, ବୌଦ୍ଧ


୫୪)

ପ୍ରେମ ଶାଶ୍ଵତ 

ପ୍ରୀତି ରେ ବଶୀଭୂତ

ସାରା ଜଗତ ।


୫୫)

ମାତାର ମନ

ବାତ୍ସଲ୍ୟ ପ୍ରେମ ଡୋରେ

ବନ୍ଧା ଜୀବନ ।


୫୬)

ପ୍ରେମର ବିନା

ଆସମ୍ଭଵ ଅଟଇ

ସୃଷ୍ଟି ସର୍ଜନା ।


~ ମଧୁଛନ୍ଦା ଦାଶ, ଭୁବନେଶ୍ୱର


୫୭)

କଳା କହ୍ନେଇ

ପ୍ରେମ ର ଫଲ୍ଗୁ ଝରେ

ରାଧିକା ପାଇଁ ।


୫୮)

କଳା କାଞ୍ଚନ

ଯଶୋଦା ଜୀବଧନ

ଝୁରେ ଦେବକୀ ।


~ ବାସନ୍ତୀ ଦେଈ ଖୋର୍ଦ୍ଧା

☆☆☆☆☆☆☆☆☆☆

ହାଇକୁ ସାଧନା ଓଡ଼ିଶା, ସାରସ୍ୱତ ଚୋକା କାବ୍ୟ ଯାତ୍ରା, ଓଡ଼ିଆ ଏବଂ କୋଶଳୀର ଚୋକା, ଅଗଷ୍ଟ ୨୦୨୧

ହାଇକୁ ସାଧନା ଓଡ଼ିଶା

ସାରସ୍ୱତ ଚୋକା କାବ୍ୟ ଯାତ୍ରା

ଅଗଷ୍ଟ - ୨୦୨୧

ଓଡ଼ିଆ ଏବଂ କୋଶଳୀର ଚୋକା

୧)

ଝୁମୁରୁ ଝୁମ

ନନୀର ପାଏଝଲ

ଶୁଭୁଛେ କାନେ

ଧାଇଁଯଉଛେ ମନ

ଥୟ ନି ଧରେ

ରସର କେଲି ସୁରେ

ଦେଖ ବାଜୁଛେ

ସାଂଗେ ଅଛେ ବରଷା

ମିତ ବସିଛେ

କିନ୍ଦରି ନାଚୁଛନ

କେଡ଼େ ସୁନ୍ଦର

ଯୁଡି ଦେଖ ତାକର

ସାରା ରାତି ଝକେର ।

---0---


~ ପ୍ରତିମା ମେହେର


୨)

ମାଟି ଅଗଣା

ପିଲାଦିନ ଖେଳନା

ସ୍ମୃତିରେ ଭାସେ

କୁଆଡ଼େ ହଜିଗଲା

ଉଦାସ ମନ

ରହି ରହି ଯେ,ଝୁରେ

ନୀରବ ବ୍ୟଥା

ଅତୀତ ବହୁଦୂରେ

ଛୁଇଁ ହୁଏନା

ଝୁରିହୁଏ ହୃଦୟ

ସେ ସାତପର

ଏକାକିନୀ ନିର୍ଜନେ

ଲୁହ ଝରାଏ

ଝଲସିଉଠେ ଆଜି

ବୟସ'ର ସେ

ଅପରାହ୍ନରେ ତୁମେ

ଲୁଚିଗଲ କି ?

ଦେଖାଦିଅ ଥରେହେ !

ମୋ ଅଗଣାରେ

ସାଉଁଟିନେବି ପୁଣି

ହାତମୁଠାରେ ଆଣି ।

---0---


~ ପ୍ରତିମା ମେହେର


୩)

ତୁମେ ଆସୁଛ

ବୋଲି ତ ମହକୁଛି

ପ୍ରୀତି ଅଗଣା

ଫଗୁଣର ମହକେ

ଘର ସାମନା

ଦୁଃଖର ପାହାଡ଼ରେ

ଫୁଟିଛି ଫୁଲ

ଆଶାର କଳା ମେଘ

ଜଗିଛି, ତୁମ

ସ୍ୱାଗତରେ ବର୍ଷିବ

ସଅଳ ଆସ

ଅନେକ ଦିନୁ ବନ୍ଦ

ହୃଦୟ ଦ୍ୱାର 

ଖୋଲି ଦେଇଛି ପୁଣି

ତୁମ ଖୁସିରେ ।

ପାଦରେଣୁ ସ୍ପର୍ଶରେ

ଫୁଟିବ ଫୁଲ

ଦୁର୍ଦ୍ଦିନର ଛାଇ ବି

ଦୂରେଇ ଯିବ

ସତରେ ଆସୁଛ ତ

କି ଇଏ ଗୋଟେ ଭ୍ରମ ?


~ ରାଜେଶ କୁମାର ମୁଣ୍ଡ


୪)

ଧର୍ମ ଅଧର୍ମ

ଯୁଦ୍ଧ ଯେବେ ଆରମ୍ଭ

ନିରପେକ୍ଷତା

ଅଧର୍ମ ସହଚର

ଧର୍ମର ରକ୍ଷା

ନୀତିବାନ ଦାୟିତ୍ୱ

ଗଦା ଯୁଦ୍ଧରେ

ଭୀମ ଓ଼ ଦୁର୍ୟୋଧନ

ନିୟମଭଙ୍ଗ

କ୍ରୋଧିତ ବଳରାମ

ଭୀମର ହତ୍ୟା

ଅତି ଯେ ଆବଶ୍ୟକ

କୃଷ୍ଣ କହନ୍ତି

ଶାନ୍ତ ହୁଅ ଅଗ୍ରଜ

କୁରୁ, ପାଣ୍ଡଵ

ଯୁଦ୍ଧରେ ଅଧିକାର

ନାହିଁ ତୁମର

ଯେହେତୁ ନିରପେକ୍ଷ

ମନେ ପକାଅ

ଯୁଦ୍ଧର ଆରମ୍ଭରୁ

କଥା ଦେଇଛ

ନାଁ କୌରବର ପକ୍ଷ

କ୍ଷାନ୍ତ ରହିବା

ନାଁ ପାଣ୍ଡବର ପକ୍ଷ

ବଳରାମ ଯେ

ନୀରବ ଅନ୍ୟାୟରେ

ବଚନବଦ୍ଧ

ଲାକ୍ଷାଗୃହ ଦହନ

ହତ୍ୟା ଉଦ୍ୟମ

ଭୀମ ଭୋଜନେ ବିଷ

ଦ୍ୟୁତ କ୍ରୀଡାରେ

ଛଳ, କପଟଭରା

ବସ୍ତ୍ରହରଣ

ଦ୍ରୌପଦୀ ମାନରକ୍ଷା

ଚକ୍ରବ୍ୟୁହରେ

ଅଭିମନ୍ୟୁ ମରଣ

ନିରବଦ୍ରଷ୍ଟା

ଅନ୍ୟାୟ ଯୁଦ୍ଧ ହୁଏ

କେତେ ଘଟଣା

ଅନ୍ୟାୟର ବିଜୟ

ଜାଣି ନୀରବ

ମୌନ ସ୍ୱୀକୃତିଦେବା

ଘୋର ଅନ୍ୟାୟ

କ୍ଷାନ୍ତ ଯେ ବଳରାମ

ଚଳନ୍ତି ତୀର୍ଥଧାମ ।

---0---


~ ରମାକାନ୍ତ ସତପଥି


୫)

ବନ୍ଧୁ ହୃଦୟ 

ଉଦାର ଭାବମୟ 

ନିସ୍ବାର୍ଥ ପର 

ଛଳନାରୁ ଉର୍ଦ୍ଧ୍ବରେ

ବନ୍ଧା ଅନ୍ତରେ 

ସ୍ବାଭିମାନ ପଣର

ସଂପର୍କ ଖିଅ

ବିଶ୍ବାସ  ପ୍ରତିଶ୍ରୁତି 

ତୁଟେନି କେବେ

ଦୂରରୁ ଦେଖିଦେଲେ 

ମନଖୋଲା ହସରେ ।

---0---


~ ସମିତା ସ୍ବାଇଁ 


୬)

ରାତିରେ କିଏ

ଦେଇଗଲା ଫୁଲଟେ

ଜାଣି ହେଲାନି

ଆସିଥିଲା କି ସତେ

ଅନାମିକା, ନା

ଆଉ କିଏ, ଅଜଣା ?

ଏମିତି କେବେ

ଜୁଟି ନ ଥିଲା ଭାଗ୍ୟେ

ସିଏ ନୁହେଁ ତ ?

ଯାହାର ଆଗମନେ

ସୂର୍ଯ୍ୟ ଓ ଚନ୍ଦ୍ର

ସାଙ୍ଗରେ ଉଇଁଥିଲେ

ମୋ ଅଗଣାରେ,

ଜୀବନ ଏକାଥରେ

ବଦଳି ଥିଲା

ଅଜବ ଏକ ନିଶା

ଯୋଉଠୁ ମୁକ୍ତି

ପାଇବା ଚାହିଁଲେ ବି

ମିଳୁ ନ ଥିଲା ।

ସିଏ ଯିଏ ବି ହେଉ

କିନ୍ତୁ ଏଥର

ଘର ଭର୍ତ୍ତି ମହକ

ଛାତିଏ ମୋହ

ପୁଲକିତ ହୃଦୟ

ଅଜଣା ଖୁସି

କାହାକୁ କହିହେବ

ଅଦୃଷ୍ଟ ଅନୁଭବ ?

---0---


~ ରାଜେଶ କୁମାର ମୁଣ୍ଡ


୭)

ଜୀବନ ମାନେ

ନିଜସ୍ୱ ଶବ ବୋହି

କିଛି ସମୟ 

କାଟିବା, ଆତ୍ମା ଫାତ୍ମା

କିଛି ଅଛି କି

ଯାହା ନ ଦେଖିବ ହେ

ବେନି ନୟନେ

ପରତେ ନ ଯିବ ତ

କାହା ବଚନେ,

ଯେତେ ଦିନ ସକ୍ଷମ

ଜୀଅନ୍ତା ଶବ

ବୋହିବା, ପୁଣି କେବେ

ମିଶିଯିବା ମାଟିରେ ।

---0---


~ ରାଜେଶ କୁମାର ମୁଣ୍ଡ


୮)

ଶ୍ରାବଣ ମାସ

ରିମଝିମ ବରଷା

ବିଜୁଳି ରାଣୀ

କାହିଁକି ଯେ କେଜାଣି

କ୍ରୋଧରେ ଭରି

କଡ଼ କଡ଼ କରଇ

ମେଘ ରଜା ବି

ଘନ ଘନ ଗର୍ଜନ୍ତି

ବାଜେ ଯେସନେ

ଘଡ଼ ଘଡ଼ ମାଦଲ

ବେଙ୍ଗ ବେଙ୍ଗୁଳି

ପକାଉଛନ୍ତି ରଡ଼ି

ଧାରା ଶ୍ରାବଣ

ଆହା କି ମନୋହର

ପବିତ୍ର ପର୍ବ

ପବିତ୍ର ଓ ପାବନ 

ଓଁ ଶିବ ଉଚ୍ଚାରଣ ।

---0---


~ ଶ୍ରୀରାମ ସାହୁ


୯)

ଆର୍ତ୍ତ ଚିତ୍କାର

ବେଦନା, ଅନ୍ତନାହିଁ

ପେଟର ଜ୍ୱାଳା

ହାଣ୍ଡିଶାଳ ଶୂନ୍ୟତା

ବିଶ୍ୱାସଘାତ

ସ୍ୱଜନର ଆଘାତ

ବିରହ ବ୍ୟଥା

ମିଳନ ବ୍ୟାକୁଳତା

ଶୂନ୍ୟତା ଖାଲି

ରକ୍ତାକ୍ତ ଅବୟବ

ମନ, ଶରୀର ଛିନ୍ନ ।

---0---


~ ମନୀଷା ମିଶ୍ର


୧୦)

ଫୁଲଟି ଫୁଟେ

କଣ୍ଟକିତ ଡାଳରେ

ମହକ ବାସ୍ନା

କରଇ ବିଛୁରିତ

ଚତୁର୍ଦିଗ ସେ

ପ୍ରେମର ବାର୍ତ୍ତା ନେଇ

ଅଟେ ପ୍ରତୀକ

ସହନଶୀଳତାର

ନିର୍ମଳ ହୃଦୟର ।

---0---


~ ଜିଗୀଷା ମିଶ୍ର


୧୧)

ଭାଇ ଭାଗରେ

ଏଠି ସେଠି ସବୁଠି 

ମୁଠାଏ ମାଟି

ବଣ୍ଟା କୁଣ୍ଟା ହୁଅଇ

ମଝି ଦୁଆରେ 

ପାଚେରୀ ଉଠିଥାଏ 

ମମତା ଭାସେ 

ଲୁହର ସାଗରରେ 

"ମୁଁ" ଆଉ' ମୋର

ଅହଂକାର ପଣରେ

ରକ୍ତ ସଂପର୍କ 

ଭୁଲିଯାଏ ମଣିଷ 

ବାଟକୁ ଭାଙ୍ଗି

ବଦଳି ଯାଇଥାନ୍ତି 

ରାଗ ଇର୍ଷାରେ

ଅଢେଇ ଦିନ ପାଇଁ 

ବଢେଇ କରି

ମହାଭାରତ ହୁଏ 

ଝିମିଟି ଖେଳ

ଆବିଳତା ଭିତରେ 

ମାନବିକତା 

ହଜିଯାଏ ମନରୁ 

ସମାଧି ନିଏ 

ସାଇତା ସ୍ମୃତି ସବୁ 

ସତେ ଯେମିତି 

ଗ୍ରହଣ ଲାଗିଯାଏ 

ମାଆର ବିଶ୍ବାସରେ ।

---0---


~ ସମିତା ସ୍ବାଇଁ


୧୨)

ବୟସ ଦୋଷ

ଉଦ୍ଦାମତା ଫଳିତ

ନିର୍ଭିକ ପ୍ରାଣ

ଦୁର୍ଗମ ବନ ଲଂଘେ 

ଭୀଷଣ ଗିରି

ସମୁଦ୍ରବକ୍ଷ ତୁଛ

ଜୀବନ ପଥେ

ନାହିଁ ମୃତ୍ୟୁର ଭୟ

ନାଁ ଅସମ୍ଭବ

ଯୁବା ରକ୍ତର ଉଷ୍ଣତା

ମାନେ ନାହିଁ ବନ୍ଧନ ।

---0---


~ ରମାକାନ୍ତ ସତପଥି


୧୩)

ନିଃସଙ୍ଗତାରେ

ମାଳଟେ ଗୁନ୍ଥିଥିଲି

ସ୍ମୃତିକୁ ନେଇ

ଭାବିଥିଲି ଏଥର

ଅତି ସହଜେ

ଏମାନଙ୍କ ସହିତ

ବିତେଇ ଦେବି

ମୋ ବଳକା ଆୟୁଷ

ମାଳଟି କିନ୍ତୁ

ଏମିତି ଛିଣ୍ଡିଲା ଯେ

ଧରା ଦେଲେନି

ଅହଙ୍କାରୀ ମୁହୂର୍ତ୍ତ 

ଭବିଷ୍ୟ ପରାହତ ।

---0---


~ ରାଜେଶ କୁମାର ମୁଣ୍ଡ


୧୪)

ମିଳନ ସୁର

ଯମୁନା ନଦୀ ତୀରେ

ବଂଶୀର ସ୍ଵନ

ମୁଗ୍ଧ କାନନ, ଧରା

ନଦୀର ଧାରା

ସ୍ତବ୍ଧ ବିହଗ ନଭେ

କୁହୁକ ତାନ

ଭାବବିହ୍ଵଳ ଗୋପା

କରେ ରୋଦନ

ରାଧାମନ ଉଚ୍ଛନ୍ନ 

ଧାଏଁ ବେସୁରା ମନ ।

---0---


~ ରମାକାନ୍ତ ସତପଥି


୧୫)

ଶୀତର ରାତ୍ରୀ

କବାଟରେ ଠକ୍ ଠକ୍ ଠକ୍

ଝର୍କା ଖୋଲିଲି

ଖଟଟାର ଉପରୁ

ସେପଟୁ ଆବାଜ

ମାଁ ମୁଁ ବହାଦୁର ଅଛି 

କେମିତି ଅଛ ?

ଡରିବା କିଛି ନାହିଁ

ହୁଇଲ୍ ଚେୟାର୍ ର

ଜୀବନ ଦୁର୍ବିସହ

ବଂଚିବା ନେଇ

ଜିଇଁବାକୁ ହେବ

ବ୍ୟସ୍ତ ଦୁନିଆଁ

ସମୟର ଅଭାବ

ଅଜଣା ଭୟ

ଭାରାକ୍ରାନ୍ତ ଶରୀର

ସଞ୍ଜ ସକାଳ

ଗତାନୁଗତିକର

ଜିତିବାର ସେ

ଆବଦମିତ ସ୍ପୃହା

ଯନ୍ତ୍ରଣାମୟ

ଜୀବନଟାକୁ ନେଇ

ଆଗେଇ ଚାଲିଛି ତ ।

---0---


~ ମନୀଷା ମିଶ୍ର


୧୬)

ସେଦିନ ରାତି

ଅଚାନକ ଆସିଲ

ସମାଧି ପାଖେ

ବସି ଲୁହ ଢାଳିଲ

ବୋଧେ ଭାବିଲ

ଏମିତି ଲୁହ ଢାଳି

ଫୁଲଟେ ଦେଇ

ପାପ ସବୁ ଧୋଇବ ?

ଯାହା କରିଛ

ଜନ୍ମ ଜନ୍ମାନ୍ତରରେ

ଛାଡ଼ିବନି ତ

ପ୍ରାୟଶ୍ଚିତ ନାହିଁ ସେ

କଲା କୁକର୍ମ ପାଇଁ ।

---0---


~ ରାଜେଶ କୁମାର ମୁଣ୍ଡ


୧୭)

ଯୋଗ ସାଧନା

ଜୀବନର ଚଲାପଥେ

କର୍ତ୍ତବ୍ୟନିଷ୍ଠl

ସାଧନା ପରିପକ୍ୱ

ଅଭିଜ୍ଞତାରେ

ବାହ୍ୟ ଜଗତେ ମଗ୍ନ

ଏକଲାପଣ

ଅନିୟନ୍ତ୍ରିତ ବ୍ୟକ୍ତି

ଅନ୍ତଃକରଣ

ଭାବନା ଓ଼ କର୍ମର

ସତ କର୍ମରେ

ନିମଗ୍ନ ଯା'ର ମନ

ଗଭୀର ଚିନ୍ତା

ଅନାବଶ୍ୟକ ତା'ର

କର୍ମର ଫଳ

ନାହିଁ କିଛି ଆଶା ଯେ

ସ୍ୱାର୍ଥନ୍ଧ ନର

ଲାଳସାର ବନ୍ଧନ

ଅହମିକାର

କାମନାରେ ଆବଦ୍ଧ

ଅଦୂରଦୃଷ୍ଟି

ଅନୁଭବ ବିହୀନ

ବୁଝି ପାରେନା

ଜୀବସତ୍ତା ଏକତା

କର୍ମ ଯୋଗୀ ସେ

ନିଶ୍ଚଳ, ନିର୍ବିକାର

ବିଶ୍ଵନିୟନ୍ତା ରୂପ ।

---0---


~ ରମାକାନ୍ତ ସତପଥି


୧୮)

ଶ୍ରୀ ଅରବିନ୍ଦ

ନିଃସ୍ଵାର୍ଥ ଭାବମୟ

ବିଶ୍ୱ କଲ୍ୟାଣ

ଖୁଲନା 'ଦାତା କର୍ଣ୍ଣ'

ଜନ୍ମିତ ପୁତ୍ର

ମାତା ଯେ ସ୍ଵର୍ଣ୍ଣଲତା

ତୃତୀୟ ଗର୍ଭ

ଲୋରେଟୋ କନଭେଣ୍ଟ

ଶିକ୍ଷା ଆରମ୍ଭ

ସ୍ନେହ ଓ ମାତୃଭାଷା

ବହୁତ ଦୂର

ଡୁଏଟ ପାଦ୍ରୀଙ୍କ କୃପା

ଲାଟିନ ଭାଷା

ଇଂରାଜୀ ଓ ଲାଟିନ

ଭାଷା କବିତା

ଲେଖା ପ୍ରାରମ୍ଭ ହୁଏ

ସେଣ୍ଟ ପଲ ସ୍କୁଲରୁ

ଗ୍ରୀକ ଭାଷାର ଶିକ୍ଷା

ଫରାସୀ ଭାଷା

ନୂତନ ଭାଷା ପ୍ରୀତି

ଆଗ୍ରହ ଜାଗେ

ଇଟାଲିଆନ, ଜର୍ମାନ

ସ୍ପେନିସ ଭାଷା

ଦାରିଦ୍ର କଷlଘାତ

ପରିବର୍ତ୍ତନ

ସୁଖ ଅପେକ୍ଷା ଦୁଃଖ

ଦିଏ ଅନେକ ଶିକ୍ଷା ।

---0---


~ ରମାକାନ୍ତ ସତପଥି


୧୯)

ସାନ୍ଧ୍ୟ ପବନ

ଉଡ଼େଇ ନେଲା ସବୁ

ଅଭୁଲା ସ୍ମୃତି

ଛାଡ଼ି ଯାଇଛି ଖାଲି

ପଶ୍ଚାତାପର 

ବହଳେ ଶୁଷ୍କ ବାଲି

କୋହଳ ରାତି

ଚିନ୍ତା କରିବା ପାଇଁ

ବାଧ୍ୟ କରୁଛି

ନିଜ ଭିତରେ କିଛି

ଆଣିବା ପାଇଁ

ନୂଆ ଜୀବନ ଶୈଳୀ

ତା' ଉପରେ ବି

ଆଶୀର୍ବାଦ ପରିକା

ସକାଳ ମେଘ

ଢାଳି ଦେଇଯାଇଛି

ଉଷୁମ ଲୁହ 

ଆଉ ସେଇ ଲୁହର 

ଉଷ୍ମତାରେ ତ

ଗଜୁରି ଯାଇଅଛି

ଭବିଷ୍ୟତର 

ଗୁଳ୍ମଟିଏ, ଆଉ ସେ

ଗୁଳ୍ମ ହିଁ ଦିନେ

ବୃକ୍ଷଟିଏ ହେଇକି 

ଆଶ୍ରୟ ଦେବ 

ନୂଆ ସୃଜନ ପାଇଁ

ଚାହୁଁଥିବା ବ୍ୟକ୍ତିକୁ ।

---0---


~ ରାଜେଶ କୁମାର ମୁଣ୍ଡ


୨୦)

ମମତାମୟୀ

ସ୍ନେହ ର ମନ୍ଦାକିନୀ

ମାଆ ଟି ମୋର

ଅମୃତ ଗନ୍ତାଘର

ପିଲା ଟି ପାଇଁ

ବାତ୍ସଲ୍ୟ ମମତା ର

ଝରଣା ଟିଏ

ନିଆରା ପ୍ରତିମୂର୍ତ୍ତି

ଦିଏ ପୀୟୂଷ

କୋଳେ ଦେଖାଏ ଶଶୀ

ମୁଖେ ଚୁମ୍ବନ

ସ୍ବପ୍ନ ଲହଡ଼ି ଭାଙ୍ଗେ

ଶିଶୁ ଆଦର୍ଶ

ଗଢଇ କୋଣାରକ

ସପ୍ତ ଆଶ୍ଚର୍ଯ୍ୟ

ହୋଇବ ପିଲା ମୋର

ଜଗତଜିତା

ଦେଶ ଜାତିର ନାମ

ରଖିବ ଟେକ ପଣ ।

---0---


~ ବାସନ୍ତୀ ଦେଈ


୨୧)

ସୁପ୍ତ ଚେତନା

ଜାଗ୍ରତ ହୁଏ ତା 'ର

ପିତାଙ୍କ ଚିଠି

ଇଂରେଜ ସରକାର

ଅକଥନୀୟ

ଅତ୍ୟାଚାର କାହାଣୀ

ତୀବ୍ର ମନ୍ତବ୍ୟ

ପ୍ରକାଶିତ କାଗଜ

ଦେଶ ମାତୃକା

ଦାସତ୍ତ୍ୱର ଶୃଙ୍ଖଳ

ମୁକ୍ତିର ମାର୍ଗ

ଜୀବନ ଉତ୍ସର୍ଗୀତ

କଳ୍ପନାଶକ୍ତି

କିଶୋର ଅରବିନ୍ଦ

ଅସାଧାରଣ

ଦେଶର ଇତିହାସ

ସାହିତ୍ୟ ପାଠ

ପରିବର୍ତନ ସୁର

ଜୋୟlନ ଦି ଆର୍କ କଥା

ମ୍ୟାଟସିନି କଥା

ଆମେରିକା ସଂଗ୍ରାମ

ମନରେ ଉଙ୍କେ

ବିପ୍ଳବ ଦlବାନଳ

ସୃଷ୍ଟି କରିଛି

ଏକ ସବଳ ଭିତ୍ତିଭୂମି

ଉତ୍ସର୍ଗୀତ ଜୀବନ ।

---0---


~ ରମାକାନ୍ତ ସତପଥି


୨୨)

ସବୁଜ ଦୁଃଖ

ହଳଦିଆ ଆକ୍ରୋଶ

ପାଣି ପବନ

ଆତ୍ମୀୟଙ୍କର ମୁହଁ

ଚଉଦିଗରେ

ସବୁ ଦିଶୁଛି କଳା

ଉପାୟ ଶୁନ୍ୟ

ବସିଛି ଏକୁଟିଆ

ମନେ ପକାଇ

ବିଗତ ଦିନ କଥା

ନିଃସ୍ୱାର୍ଥପର

ବନ୍ଧୁତା, ବିରଳ ତ

ହେଲାଣି ଏବେ 

ଇତଃସ୍ତତ, ସର୍ବତ୍ର 

ଅନ୍ୟାୟ ବ୍ୟାପ୍ତ ।

କାହା ମନର କଥା

କିଏ ବୁଝିବ ?

ମାୟାବୀ କଳି ଭୟେ

ଈଶ୍ୱର ବନ୍ଦୀ

ଦେଖାଯାଉ କୁଆଡ଼େ

ଯାଉଛି କେଉଁ ପାଣି !!

---0---


 ~ ରାଜେଶ କୁମାର ମୁଣ୍ଡ


୨୩)

ମଣିଷ ଖୋଜେ

ଧୈର୍ଯ୍ୟର ପରିଭାଷା

ଭଲ ପାଇବା

ପରିବାରରେ ଧୈର୍ଯ୍ୟ

ସମ୍ମlନାସ୍ପଦ

ଲୋକଙ୍କ ନିକଟରେ

ଆପଣାଠାରେ

ଆତ୍ମ ବିଶ୍ୱାସ ସେ ଯେ

ଆସ୍ଥା ନାମରେ

ପ୍ରଭୁଙ୍କ ଚରଣାଶ୍ରିତ

ସୁଖ, ଦୁଃଖର ସାଥୀ ।

---0---


୨୪)

ମହାଭାରତ

ଯୁଦ୍ଧ ହେବ ଆରମ୍ଭ

ଚୂଡାନ୍ତ ସ୍ଥାନ

ବୃକ୍ଷ ରାଜି ଛେଦନ

ଆଖିରେ ଲୁହ

ଭରତୀୟା ପକ୍ଷୀର

ନୀଡ଼ ବିହୀନ

ଶାବକ ବାସହରା

ବିଶାଳ ହସ୍ତୀ

ଧରାଶାୟୀ କରିଛି

ଆଶ୍ରୟ ସ୍ଥଳୀ

ଅସହାୟ ଶାବକ

ମମତା ଅଶ୍ରୁ

ମୃତ୍ୟୁର ପଦଧ୍ୱନି

ଅକ୍ଷମ ସେ ଯେ

ପରିସ୍ଥିତି ତାଡନା

ମନରେ ଭୟ

ଗଜ, ଅଶ୍ୱ ଦଳନ

ଜୀବନ ଶେଷ

ଗୁହାରି କରେ ପ୍ରଭୁ

ରକ୍ଷ ଶ୍ରୀ କୃଷ୍ଣ

ଯୁଦ୍ଧ ହୁଏ ଆରମ୍ଭ

ଗାଣ୍ଡୀବ ଧନୁ

ଲକ୍ଷ୍ୟ ଭେଦନ୍ତି ପ୍ରଭୁ

କୌରବ ହସ୍ତୀ

ଘଣ୍ଟି ଯାଇଛି ଛିଣ୍ଡି

ଅର୍ଜୁନ କହେ

ହେ ପ୍ରଭୁ! ଦିନନାଥ

ମୋତେ କହିଲେ

କରିଥାନ୍ତି ଗଜକୁ ନାଶ

ଲକ୍ଷ୍ୟ ଯେ ଭ୍ରଷ୍ଟ

ହସନ୍ତି ରଙ୍ଗାଧର

ଦେଖ ହେ ସଖା!

ଗାଣ୍ଡୀବ ଧରିନାହିଁ

ଯୁଦ୍ଧର ପାଇଁ

ଭରତୀୟା ଶାବକ

ରହନ୍ତି ଯାଇ

ଘଣ୍ଟ ଘୋଡାଇ ଅଛି

ଯୁଦ୍ଧ ଦାଉରୁ

ଆକୁଳ ନିବେଦନ

ଭରତୀୟl ର

ଯୁଦ୍ଧ ନୁହଇ ଲକ୍ଷ୍ୟ

ଜଗତର କଲ୍ୟାଣ ।

---0---


୨୫)

କ୍ୟାମ୍ବ୍ରିଜ ପାଠ

କାବ୍ୟ ରଚନା ମଗ୍ନ

ପ୍ରଥମ ଭାଗ

ଟ୍ରାଇପ୍ସ ପରୀକ୍ଷା ଶେଷ

ଦ୍ଵିତୀୟ ଭାଗ

ଅଭିରୁଚି ବିହୀନ

ଲକ୍ଷ୍ୟ ଯେ ଭିନ୍ନ

ପରାଧୀନତା ବେଡି

ମନ ଅସ୍ଥିର

ଭାରତୀୟ ମଜଲିସ

ଯୁବକ ସଂଘ

କରନ୍ତି ଯୋଗଦାନ

ବିପ୍ଳବବାଦ

ଓଜସ୍ୱୀ ଵକୃତା ରେ

କରନ୍ତି ମୁଗ୍ଧ

ଜ୍ୱାଳାର ବିସ୍ଫୋରଣ

ଅନ୍ତର୍ବେଦନl

ଅତ୍ୟାଚାର କାହାଣୀ

ପରିକଳ୍ପନା

ଇଂରେଜହୀନ ଦେଶ

ବିଦ୍ରୋହlଗ୍ନିର

ଅରବିନ୍ଦଙ୍କ ବାଣୀ

ଇଂରେଜ ଚକ୍ଷୁଶୂଳ ।

---0---


~ ରମାକାନ୍ତ ସତପଥି


୨୬)

ରାଜା ଶ୍ରୀ ଭୋଜ

ପ୍ରଶ୍ନ ଉଦ୍ରେକ ମନେ

ସୁଖ ଓ ଦୁଃଖ

କାରଣ ଟା କଣ ଯେ ?

ସନ୍ଦେହ ମନ

ଉତ୍ତରର ଆଶାରେ

ପଚାରନ୍ତି ସେ

କବି କାଳି ଦାସ ଙ୍କୁ

ପ୍ରତ୍ୟୁତ୍ତରରେ

ଵିଵେକୀ ପ୍ରାଜ୍ଞଜନ

ସଦା ସତର୍କ

ଦୋଷ ଦର୍ଶିତାହୀନ

ସୁଖ କାରଣ

ଅଜ୍ଞାନ ଅଵିଵେକୀ

ସ୍ଵ ଅପକର୍ମେ

ଅଧର୍ମ ଆଚରଣ

ଦୁଃଖକାରକ ଜାଣ ।

---0---


~ ମନୀଷା ମିଶ୍ର


୨୭)

ଶ୍ରୀ ଅରବିନ୍ଦ

ବିଲାତି ଆବହାୱା

ଅପରିଚିତ

ଅଜ୍ଞ ଦେଶ ଖବର

ବେଙ୍ଗଲୀ ନ୍ୟୁଜ

କିଞ୍ଚିତ ଦିଏ ଜ୍ଞାନ

ଶୃଙ୍ଖଳାବଦ୍ଧ

ଅତ୍ୟାଚାର କାହାଣୀ

ବ୍ୟଥିତ କରେ

ପରାଧୀନତା ବେଡି

ସଂକଳ୍ପ ବଦ୍ଧ

ଦେଶର ସ୍ୱାଧୀନତା

ଲଣ୍ଡନଗସ୍ତ

ଆଇ ସି ଏସ ଉତ୍ତୀର୍ଣ୍ଣ

ଅଶ୍ୱ ଚାଳନା

ପରୀକ୍ଷା ଯେ ଆଗତ

ଦାସତ୍ତ୍ୱ ପାଇଁ

ସ୍ୱାଭିମାନୀ ମଣିଷ

ବର୍ଜନ କରେ

ମାଜିଷ୍ଟ୍ରେଟ ର ପଦ

ପଦ ଲାଳସା

କ୍ରୟ କରି ପାରେନା

ଦେଶପ୍ରେମର ଜ୍ୱାଳା ।

---0---


୨୮)

ଗୁପ୍ତ ସମିତି

କମଳ ଓ କୃପାଣ

ପରାନ୍ନଭୋଜୀ

ଇଂରେଜ ଶାସନର

ଦମନ କର

ଲକ୍ଷ୍ୟ ଯାହାର ସ୍ଥିର

ସମିତି ଭଙ୍ଗ

ସଭ୍ୟ ଯେ ଲକ୍ଷ୍ୟଚ୍ୟୁତ

ଶ୍ରୀ ଅରବିନ୍ଦ

ଭୁଲି ନାହାନ୍ତି ଲକ୍ଷ୍ୟ

ସ୍ଥିର, ଅଟଳ

ମାତୃଭାଷା ମମତା

ବଙ୍ଗଳା ଶିକ୍ଷା

ଦେଶ ପ୍ରତ୍ୟାବର୍ତ୍ତନ

ଗାଇକୋୱାଡ

ବରୋଦା ମହାରାଜା

ଅତ୍ୟନ୍ତ ପ୍ରୀତ

ଇଷ୍ଟେଟ କାର୍ଯ୍ୟରେ ମଗ୍ନ

ଶ୍ରୀ ଅରବିନ୍ଦ

ଚିନ୍ତା, ଚେତନା ପଥେ

ବଞ୍ଚିବା ରାହା ଖୋଜେ ।

---0---


୨୯)

ପ୍ରତ୍ୟାବର୍ତ୍ତନ

ଏପୋଲୋ ବନ୍ଦରରେ

ଅନ୍ତର କାନ୍ଦେ

ଅପୂର୍ବ ଅନୁଭୂତି

ନିଶ୍ଚଳ, ସ୍ଥିର

ପ୍ରଶାନ୍ତ, ନିରୁଦବିଗ୍ନ

ପିତାଙ୍କ ମୃତ୍ୟୁ

ଶୋକାଭିଭୂତ ପ୍ରାଣ

ଫେରନ୍ତା ପଥ

ଅନାଏ ଏକ ପିତା

ମର୍ମାହତ ସେ

ଖୁଲଣା ଦୁର୍ଘଟଣା

ପୁତ୍ର ଶୋକରେ

ଅଜ୍ଞାନ, ଅଭିଭୂତ

ଶ୍ରୀ ଅରବିନ୍ଦ 

ଗନ୍ତବ୍ୟ ସ୍ଥଳ ଭିନ୍ନ

ଭିନ୍ନ ଯେ ଯାତ୍ରାପଥ 

---0---


୩୦)

କର୍ମ ଜୀବନ

ଆରମ୍ଭ ବରୋଦାରେ

ରାଜ ଦପ୍ତର

ଫରାସୀ ଅଧ୍ୟାପକ

ସ୍ୱରୂଚି ମତେ

ଇଂରାଜୀ ପ୍ରଫେସର

ଛାତ୍ର ମହଲ

ସୁଖ୍ୟାତି ମୁଖରିତ

ଜ୍ଞାନୀ, ସୁଦକ୍ଷ

ସହୃଦୟତା ପାଇଁ

ସମସ୍ତେ ମୁଗ୍ଧ

ରାଜାଙ୍କ ଅନ୍ତରଙ୍ଗ

ମହାବିଦ୍ୱାନ

ଶ୍ରୀ ଅରବିନ୍ଦ ମଗ୍ନ

ସ୍ବଦେଶ ଜ୍ଞାନେ

ହିନ୍ଦୀ ଭାଷାରେ ଜ୍ଞାନୀ

ସଂସ୍କୃତ ଭାଷା

ଗୁଜୁରାତି, ମରାଠୀ

ସ୍ମୃତିରେ ରହେ

ଦେଶପ୍ରେମ ଜାଗୃତ

କଂଗ୍ରେସ ଦଳ

ତୋଷlମଦୀ ପ୍ରକୃତି

ବିରୋଧl ଭାଷ

ପ୍ରକାଶିତ ପ୍ରବନ୍ଧ

ଇନ୍ଦୁ ପ୍ରକାଶ

ଆକ୍ରମଣ ଯେ କରେ

ଲେଖନୀ ମୁନ

ନରମ ଚିନ୍ତାଧାରା

ଦେଶ ଅହିତ

ନିଜେ ନିଜର ଶତୃ

କଂଗ୍ରେସ ପଥ

ଭୀରୁତା, ଦୁର୍ବଳତା

ତୋଷାମଦିଆ

ଶ୍ରୀ ରାଣlଡେ ଚକିତ

ସ୍ପଷ୍ଟବାଦିତl

ନିର୍ଭିକ ପ୍ରତିବାଦ

ଲେଖନଶୈଳୀ

ଚକିତ ଯେ ସମସ୍ତେ

ଶାସନ କଲେ

ପତ୍ରିକା ହୁଏ ବନ୍ଦ

କଂଗ୍ରସ ଗୋଡ଼ଟଣା ।

---0---


୩୧)

ବଙ୍ଗଳା ଭାଷା

ଶିକ୍ଷାରେ ମନଯୋଗ

ଶବ୍ଦ ପ୍ରୟୋଗ

ଉଚିତ ବ୍ୟବହାର

ଦୀନେନ୍ଦ୍ର ରାୟ

ବଙ୍ଗଳା ର ଲେଖକ

ଦିଅନ୍ତି ଶିକ୍ଷା

'ଅରବିନ୍ଦ ପ୍ରସଙ୍ଗ'

ଦୀନେନ୍ଦ୍ର ସୃଷ୍ଟି

ମାଟି ମାଆର ସ୍ନେହ

ପରିବର୍ତ୍ତିତ

ଅରବିନ୍ଦ ଜୀବନ

ମୋଟା ଯେ ଧୋତି

ମିରଜେଇ କୁରୁତା

ମଝିରେ ସୁନ୍ଥା

ଲମ୍ବା ପତଳା ବାଳ

ବସନ୍ତ ଦାଗ

ଆଖିରେ କୋମଳତା

ଶ୍ରୀ ଅରବିନ୍ଦ

ସତେ ସେ ସ୍ବପ୍ନlବିଷ୍ଟା

ସରଳ ଶିଶୁ

ନିଷ୍ପାପ, ସୁକୋମଳ

କଲେଜ ପାଠ

ପଢେଇବା ସମୟ

ଅମ୍ଲାନ ବ୍ୟକ୍ତି

ଦେହରେ କୋଟ, ପେଣ୍ଟ

ମୁଣ୍ଡେ ପଗଡି

ସାଧାରଣ ମାନବ

ମିତ ଆହାରୀ

ବିଲାତି ଗନ୍ଧହୀନ

ଜୀବନର ପ୍ରାରମ୍ଭ ।

---0---


~ ରମାକାନ୍ତ ସତପଥି


୩୨)

ମଉନ ଭାଷା

ପଶୁ ପକ୍ଷୀ ଶବଦ

କିଏ ବୁଝେେରେ

ଭରିଅଛି ହୃଦୟେ

ଯାତନା କେତେ

ଲୋତକ ଝରୁଅଛି

ଅବୁଝା ତାର

କେତେ ଦୁଃଖ ଦରଦ

କିଏ ଶୁଣେରେ

ଗୁମୁରେ ନୀରବରେ

ରହେ ଏକାକୀ

ମିଳେନା ଆହା ପଦ

କିଏ ଜାଣେରେ

କ୍ଷତ ବିକ୍ଷତ ମନ

ଶରୀର ତାର

କଷଣ ବହୁଘାତ

ରକ୍ତ ଝରେରେ

ସମୟ କ୍ରମେ ଲିଭେ

ସହିଯାଏରେ

ନିରୀହ ମନ ତା'ର

ଚାହିଁ ରହେରେ

ଦେବ ବା କିଏ ତାକୁ

ମୁଠାଏ ଖାଦ୍ୟ

ପେଟର ଭୋକ ଦାଉ 

ସହିପାରେନା ଆଉ ।

---0---


~ ପ୍ରତିମା ମେହେର


୩୩)

ଅନ୍ଧାର ରାତି

ଅଜଣା ଆତଙ୍କରେ 

ଥରଇ ଛାତି 

ମାଟିରେ ପଡେ ବର୍ଷା 

ଭିଜଇ ଦେହ 

ଫେରିବାକୁ ପଡିବ 

ଏକା ହେଲେବି'

ସରୁ ପଛେ ସମୟ

ସବୁ ଯନ୍ତ୍ରଣା 

ସହିବାକୁ ପଡିବ

ଧୈର୍ଯ୍ଯକୁ ଧରି

ଜୀବନ ତ' ଗୋଟାଏ 

ପଶାପାଲିର 

ନିର୍ଜୀବ ଗୋଟିଟିଏ 

ଗଡିବ ଖାଲି

ଯେମିତି ଗଡେଇବ 

ଏକ,ଦୁଇ ଓ ଚାରି 

ତାପରେ ଛଅ

ଏମିତି କେବେ ପୁଣି 

ସମୟ  ଶେଷ

ଖେଳ ବି ସରିଯାଏ 

ଭୀଷଣ ଜର

ଖଇଫୁଟା  ତାତିରେ

ଓଃ କି ଅବସ୍ଥା 

କେତେ ଅସହାୟ 

ଦୂରତା ରଖ

ଇର୍ଷା ଓ ଅସୂୟାରୁ 

ସଂପର୍କ ଠାରୁ

ପାଣିଚିଆ ସ୍ମୃତି ରୁ

ସୁଖଦୁଃଖରୁ 

ରାତିବି ପାହିଲାଣି  

ସରିଲା ସ୍ବପ୍ନ 

ବାହୁଡିବାର ବେଳ

ଭିନ୍ନ ଏକ ରାଜ୍ୟକୁ ।

---0---


~ ସମିତା ସ୍ୱାଇଁ 


୩୪)

କାବ୍ୟ, ନାଟକ

କାଳିଦାସ ରଚନା

ଭବଭୁତିଙ୍କ

ସଂସ୍କୃତ ମହାସୃଷ୍ଟି

ପଠନ ପରେ

ଗୀତା, ଉପନିଷଦ

ମହାଭାରତ

ରାମାୟଣ ପଠନ

ଅନୁବାଦିତ

ଦାନ୍ତେଙ୍କ କାବ୍ୟଧାରା

ଇଲିଆଡ଼ ଯେ

ହୋମରଙ୍କ ରଚନା

ପାଶ୍ଚାତ୍ୟ ସୃଷ୍ଟି

ବାଲ୍ମୀକି ବିରଚିତ

ରାମାୟଣ ଯେ

ମହାକାବ୍ୟ ସହିତ

ତୁଳନା ନାହିଁ

ଭାଷା, ସଂସ୍କୃତି ଜ୍ଞାନ

ପଠନ ପରେ

ଭାରତୀୟ ଦର୍ଶନ

ମନରେ ଜାଗେ

ଭାରତର ବୈଶିଷ୍ଟ୍ୟ

ତୁଳନାତ୍ମକ

ଦୃଷ୍ଟିକୋଣ ପ୍ରକାଶ

ପାଶ୍ଚାତ୍ୟ ରାଜ୍ୟ

ମିଥ୍ୟାନୁଭବେ ବ୍ୟସ୍ତ

ଛାୟାର ଭକ୍ତ

ପ୍ରାଚ୍ୟ ଅନୁସନ୍ଧିତ୍ସା

ସତ୍ୟ ଓ ଧର୍ମ

ପାଶ୍ଚାତ୍ୟ ବସ୍ତୁବାଦୀ

ପ୍ରାଚ୍ୟ ଯେ ନିତ୍ୟ

ଉପlସକ ଆତ୍ମାର

ଏହି ପ୍ରଭେଦ

ଧର୍ମ, ଦର୍ଶନମୁଖୀ

ସାହିତ୍ୟ ସୃଷ୍ଟି

ଚିତ୍ରବିଦ୍ୟା, ସ୍ଥାପତ୍ୟ

ପ୍ରତିଫଳିତ

ଶ୍ରୀ ଅରବିନ୍ଦ

ଭାଷାର ଉଚ୍ଚାରଣ

ଇଂରେଜ ଶୈଳୀ

ଅନ୍ତର ଭାରତୀୟ

ପ୍ରକୃତ ଜୀବନୀଶକ୍ତି ।

---0---


୩୫)

ଶ୍ରୀ ରାମକୃଷ୍ଣ

ବିବେକାନନ୍ଦ ବାଣୀ

ଅନୁସନ୍ଧାନ

ଆରମ୍ଭ ଦର୍ଶନର

ଶ୍ରୀ ଅରବିନ୍ଦ

ଲେଖନୀରେ ପ୍ରକାଶ

ଲୋକଧାରଣା

ରାମକୃଷ୍ଣ ପାଗଳ

ନିରକ୍ଷର ସେ

ସଭ୍ୟତା ସମ୍ବନ୍ଧରେ

ନାହିଁ ଧାରଣା

ଭିକ୍ଷାନ୍ନରେ ପାଳିତ

ବାସ୍ତବିକତା

ଜ୍ଞାନୀ, ଗୁଣୀ ଜନଙ୍କ

ଅନୁଗମନ

ଭାରତୀୟ ସଂସ୍କୃତି

ପୃଥିବୀରେ ସ୍ଥାନିତ ।

---0---


~ ରମାକାନ୍ତ ସତପଥି


୩୬)

ମୃଦୁ ସମୀର

ପ୍ରସ୍ଫୁଟିତ ସୁମନ

ସୁଗନ୍ଧ ଭରା

ସୁନିର୍ମଳ ଗଗନ

ପ୍ରାତଃ ଭ୍ରମଣେ

କୁମାର ସିଦ୍ଧାର୍ଥ ଯେ

ମନ୍ତ୍ରମୁଗ୍ଧ ସେ

ପୁଲକିତ ମାନସ

ସୁନ୍ଦର ଧରା !

ଶରବିଦ୍ଧ ମରାଳ

ବାଟିକା କୋଣେ

ଯନ୍ତ୍ରଣା ଜର୍ଜରିତ

ଭାବ ଆବେଗେ

କୋଳାଗ୍ରତ ମରାଳ

ସ୍ନେହର ସ୍ପର୍ଶ

ଶରର ଉତ୍ପାଟନ

ଅଶ୍ରୁ ପ୍ଲାବିତ

ଦେବଦତ୍ତ ବଚସା

ମରାଳ ମୋର

କରିଛି ଶରବିଦ୍ଧ

ସିଦ୍ଧାର୍ଥ ହସେ

ଜୀବନ କରେ ରକ୍ଷା

ସେ ଯେ ମାଲିକ

ସର୍ତ୍ତରଖି ମରାଳ

ଫେରସ୍ତ କଲେ

ଉପଚାର ଦାୟିତ୍ୱ

ନ୍ୟସ୍ତ କୁମାରେ

ସୁଧୋଧନ ଙ୍କ ପୁତ୍ର

ଶାକ୍ୟ ବଂଶୀୟ

ଦୟାର୍ଦ୍ର ହୃଦୟ ସେ

ସୂର୍ଯ୍ୟଙ୍କ ଅଂଶ

ହିମାଳୟ ପାଦରେ

ସ୍ୱାଧୀନ ରାଜ୍ୟ

କପିଳଵସ୍ତୁ ବାସୀ

ରାଜଧାନୀ ଯେ

ସ୍ନେହ, କ୍ଷମା ଓ ଦୟା

ଅବତାରର 

ଅହିଂସା ଜ୍ଞାନଲୋକେ 

ଜୟ କରନ୍ତି ବିଶ୍ୱ ।

---0---


~ ମନୀଷା ମିଶ୍ର


୩୭)

ସକାଳ ହସ

ବଦଳେ ସଂଧ୍ୟା ବେଳେ 

ମାତାଲ ମନ

ଆକଣ୍ଠ ପାନକରି 

ମଦିରା ନିଶା

ମୁଣ୍ଡକୁ ଚଢିଗଲେ 

କିଛି ଦିଶେନି 

ବିଶ୍ବାସ ବିଷମୟ 

ନିଶ୍ବାସ ଖର

ମୋହଗ୍ରସ୍ତ ଜୀବନ 

ସନ୍ତୁଳି ହୁଏ 

ଏଇ ନିଶା ପାଣିରେ

ପ୍ରବଳ ମୋହ

ଆଜନ୍ମ ନିଶାଚୁର 

ଛାଡି ପାରୁନି 

ଭଲ ପାଏ ବୋଲିତ'

କାଇଁ ଛାଡିବି 

ମାରାତ୍ମକ ନୁହେଁ ସେ

ମଣିଷ ପରି

ହେଲେ ଆପତ୍ତି ନାହିଁ 

ଅଭିଯୋଗ ବି'

ହାତ ଠାରି ଡାକୁଛି 

ଆସ ପାଖକୁ 

ନିଜର ଲାଗେ ଭାରି 

ନିମିଷକରେ 

ସବୁକୁ ଭୁଲିଯାଏ

ଖାଲି ଢୋକେରେ 

ମନ ଉଡଇ

ଡେଣାକୁ ଝାଡି ଝାଡି 

ଆକାଶ ସାରା 

ହେଲେ ପ୍ରେମ ପାଇଁ ତ'

ଏସବୁ କଥା 

ପ୍ରେମ ବଂଚିଛି ନାମକୁ 

ସଂପର୍କ ନାହିଁ 

ସଂଜ୍ଞା ବଦଳିଗଲା 

ସୁତ୍ର ମିଳୁନି 

ଜୀବନ ଗଣିତର

ଭାରି ଜଟିଳ 

ଧନ, ଜନ, ଯୌବନ 

ଛଳନାପୂର୍ଣ୍ଣ 

ସ୍ବାର୍ଥ ପର ମଣିଷ 

ଗୋଡ ଟାଣିବା

ପାଇଁ ବ୍ଯଗ୍ର ସମସ୍ତେ 

କିଏ ବି ହେଲେ

ନୁହନ୍ତି  ଆପଣାର

ଲୁହ ବତୁରେ 

ଆଖିରେ ଶୁଖିଯାଏ 

ମନ ବୁଝୁନି 

ଖୋଜୁଛି ମୂଲ୍ଯଦେଇ 

ଅଭିମାନରେ 

ଅତୀତର ପୃଷ୍ଠାକୁ

ନିଶାରେ ହଜି 

ବର୍ତ୍ତମାନ ସାଥିରେ 

ଟଳମଳ ପାଦରେ ।

---0---


~ ସମିତା ସ୍ୱାଇଁ 


୩୮)

ଶାସ୍ତ୍ର ପୁରାଣ

କାବ୍ୟ, ସାହିତ୍ୟ ସୃଷ୍ଟି

ଜ୍ୟୋତିଷ ଶାସ୍ତ୍ର

ଭାରତୀୟ ଦର୍ଶନ

ସବୁଠୁଁ ଶ୍ରେଷ୍ଠ

ଭଗବତ ବିଶ୍ୱାସ

ସଂସ୍କାରଯୁକ୍ତ

ସ୍ନେହ, ପ୍ରେମ, ଦୟାର

ଅବତାର ଯେ

ଭାରତୀୟ ଜୀବନ

ସୁଖ ଓ ଶାନ୍ତି

ମାନବତlରେ ବଞ୍ଚେ

ଅରୋଙ୍କ ବାଣୀ ।

---0---


~ ରମାକାନ୍ତ ସତପଥି


୩୯)


ମଣିଷ ଜନ୍ମ

ପୂର୍ଣ୍ଣାଙ୍ଗ ଶିକ୍ଷାଦାନ

ଅନୁଶୀଳନ

ଅନ୍ତରଦୃଷ୍ଟି ନିକ୍ଷେପ

ଆଧ୍ୟାତ୍ମଜ୍ଞାନ

ଉର୍ଧ୍ଵଗାମୀ ଚେତନା

ଦର୍ଶନିକତା

ବିଶ୍ୱାସ, ଭକ୍ତିର ଚର୍ଚ୍ଚା

ପାଶ୍ଚାତ୍ୟ ଜ୍ଞାନ

ପ୍ରାଚ୍ୟ ଦର୍ଶନଶାସ୍ତ୍ର

ସମ୍ମିଶ୍ରଣରେ

ପୂର୍ଣ୍ଣାଙ୍ଗ ତ ଜୀବନ

ବିଜ୍ଞାନ ଚର୍ଚ୍ଚା

ପରୀକ୍ଷା ଓ ନିରୀକ୍ଷା

ପ୍ରୟୋଗଧାରା

ସତ୍ୟର ନିର୍ଧାରଣ

ନିରପେକ୍ଷତା

ବିଚାରରେ ଶୁଦ୍ଧତା

ବସ୍ତୁର ମୂଲ୍ୟ

କରଇ ମୂଲ୍ୟାଙ୍କନ

ଆବଶ୍ୟକତା

ଦିଏ ପ୍ରକୃତ ଜ୍ଞାନ

ସମନ୍ମୟତା

ତତ୍ତ୍ୱ ଓ ଉପଲବ୍ଧି

ଅରବିନ୍ଦଙ୍କ ବାଣୀ ।

---0---


~ ରମାକାନ୍ତ ସତପଥି


୪୦)

ସତରେ ତୁମେ

ଯାଉଛ କି ଆମ ଗାଁ ?

ରାସ୍ତା କହୁଛି

ଭଲରେ ଶୁଣିଥାଅ

ବସ୍ ରୁ ଓହ୍ଲାଇ

ପାହାଡ଼ ଦେଇ ରାସ୍ତା

ଭଲରେ ଯିବ

ଜଙ୍ଗଲୀ ପଶୁ ଭର୍ତ୍ତି

କିଛି ନ ହେଲେ

ଭାଲୁ ଦର୍ଶନ ହେବ

ଡରିବନି ତ'

ଲହ ଲହ ଅଳସୀ

କ୍ଷେତ ଦେଖିବ,

ହାତରେ ତୀର ଧରି

କୁଟିଆ କନ୍ଧ 

ଜଗିଥିବ ତା କ୍ଷେତ

ନଈ ଦେଖିବ

ପାହାଡ଼ ସେପାରିରେ

କିଛି ନ ହେଲେ

ଚିତା ତ ଜଳୁଥିବ

ବାଲି ପଠାରେ

ଭୋକରେ ମରିଥିବ,

ଅତ୍ୟାଚାରରେ,

ନହେଲେ ଆତ୍ମହତ୍ୟା ।

ଶୁଖିଲା ନଈ

ପାଣିର ସରୁ ଧାର

ସତରେ ଅବା

ପାପୁଲିର ଗାରଟେ

ପୁଣି ଦେଖିବ

ଅଳସ ଭାଙ୍ଗୁଥିବ

ନିର୍ଜନ ଗାଁଆ

ଶୁନ୍ୟ ପୋଖରୀ ତୁଠ

ପକ୍କା ସଡକ

ପରିତ୍ୟକ୍ତ ବୟସ୍କ

କେଇଟା ଥିବେ

ରୋଗଗ୍ରସ୍ତ ଅବସ୍ଥା

ଜରା ଜର୍ଜର

କୋରଡ଼ଗତ ଆଖି,

ଗାଁ ଦାଣ୍ଡରେ

କିଛି ବୁଲା କୁକୁର ।

ଜାଣିବ, ସେଇ

ପ୍ରକୃତରେ ଆମ ଗାଁ 

ଆମ ଜନ୍ମମାଟି ମା ।


 ~ ରାଜେଶ କୁମାର ମୁଣ୍ଡ


୪୧)

ଧବଳ ହସ୍ତୀ

ମହାମାୟା ସ୍ୱପ୍ନରେ

ଦେଖନ୍ତି ପଦ୍ମ

ଶୁଣ୍ଢରେ କରେଦାନ

ଅଦ୍ଭୁତ ସ୍ବପ୍ନ

ରୁଷି, ସନ୍ୟାସୀ ମତେ

ପୁତ୍ର ସନ୍ତାନ

ସୁନ୍ଦର, ଜ୍ଞାନବlନ

ଲଭିବ ଜନ୍ମ

ରାଜା ହୁଅନ୍ତି ଖୁସି

ଉତ୍ତରାଧିକାରୀ

ଉପଯୁକ୍ତ ଦାୟାଦ

ସିଂହାସନରେ

ରାଣୀ ଯାଆନ୍ତି ଚାଲି

ମାତୃ ସଦନ

ଦେବଦାହl ରାସ୍ତାରେ

ଲୁମ୍ବିନୀ ବନ

ଅଶ୍ୱସ୍ତି ବୋଧ ହୁଏ

ସୁନା ପାଲିଙ୍କି

ଅଟକାଇ ବିଶ୍ରାମ

ନିଅନ୍ତି ବନେ

ସିଦ୍ଧାର୍ଥ ଜନ୍ମଲଭେ

ସବୁଜିମା କୋଳରେ ।

---0---


~ ମନୀଷା ମିଶ୍ର


୪୨)

ବିପ୍ଳବବାଦୀ

ବିଚାରରେ ଉତବୁଦ୍ଧ

ଦେଶସେବକ

ଏକନିଷ୍ଠ ସାଧକ

ଦଳ ଗଠନ

ବୈପ୍ଲବିକ ପ୍ରଚାର

ମହାରାଷ୍ଟ୍ରରେ

ତିଳକଙ୍କ ପ୍ରଚାର

ଶ୍ରୀ ଅରବିନ୍ଦ

ବରୋଦାରେ କରନ୍ତି

ଛାତ୍ରଙ୍କ ମେଳ

ଏକାନ୍ତ ଅନୁଗତ

ତରୁଣସଂଘ

ଭିକ୍ଷାରେ ସ୍ୱାଧୀନତା

ମିଳିବ ନାହିଁ

ବରଂ ମର୍ଯ୍ୟାଦାହlନୀ

ଲଢେଇକର

ଦୈହିକଓ ନୈତିକ

ଆଧ୍ୟାତ୍ମିକ ଶକ୍ତିରେ 

ନିର୍ଭିକତାରେ

ଚାଫେକାର ବିପ୍ଲବୀ

ଫାସୀ ଦଣ୍ଡିତ

ମହାରାଷ୍ଟ୍ରରେ ଭାଙ୍ଗେ

ତାଙ୍କ ବିପ୍ଳବ

ତରୁଣ ସଂଘ, ପୁନା

ଚାଫେକାରଙ୍କ ଦଳ

ସମ୍ମିଶ୍ରଣରେ

ଗଠିତ ନୁଆଁ ଦଳ

ନେତୃତ୍ୱ ଅରୋ ହାତେ ।

---0---


~ ରମାକାନ୍ତ ସତପଥି


୪୩)

ପରିକଳ୍ପନା

ନେତୃତ୍ୱର ବିକାଶ

ଯୁବକ ଗୋଷ୍ଠୀ

ଦୈହିକ, ମାନସିକ

ଶକ୍ତିସମ୍ପର୍ଣ୍ଣ

ବିଦେଶୀ ରାଜଶକ୍ତି

ପରାସ୍ତ ହେବ

ସାଧନା ଆବଶ୍ୟକ

ଶକ୍ତି ସଂଗ୍ରହ

ମଁl ଭବାନୀ ମନ୍ଦିର

କର୍ମ ମନ୍ଦିର 

ଆନନ୍ଦ ମଠ ଶୈଳୀ

ଦୁର୍ଗମ ସ୍ଥାନ

ଭବାନୀ ମନ୍ଦିରରେ

ପ୍ରତିଷ୍ଠା କାର୍ଯ୍ୟ

ସାଧନା, ଶକ୍ତି୍ଚର୍ଯ୍ୟl

ମୁକ୍ତ ଭାରତ

ଲକ୍ଷ୍ୟର ହୁଏ ଧାର୍ଯ୍ୟ

ନର୍ମଦାତୀରେ

ଗଙ୍ଗାମଠ ସ୍ଥାପନା

ଶିକ୍ଷାର କେନ୍ଦ୍ର

ଭାରତୀ ବିଦ୍ୟାଳୟ

ନାମିତ କେନ୍ଦ୍ର

ଆଧ୍ୟାତ୍ମିକତା ଗୁରୁ

କେଶବାନନ୍ଦ

ରାମ ଭଟ୍ଟ ଯେ ଗୁରୁ

ବିଦ୍ୟା ଶିକ୍ଷାର

ଯୁଦ୍ଧ ଓ ଲାଠି ଶିକ୍ଷା

ସମସ୍ତ ଖର୍ଚ୍ଚ

ଅରବିନ୍ଦଙ୍କ ଦାନ

ଦେଶପାଣ୍ଡେ ସହିତ ।

---0---


~ ରମାକାନ୍ତ ସତପଥି


୪୪)

ଯୋଗ ସାଧନା

ବ୍ରହ୍ମତେଜହ ଅଭ୍ୟାସ

ଲକ୍ଷ୍ୟ ଯେ ତାର

ପ୍ରତିହତ କ୍ଷlତ୍ରତେଜହ

ଶ୍ରୀ ଅରବିନ୍ଦ

ବାହାରିଲେ ସନ୍ଧlନେ

ଅଭିଜ୍ଞ ଯୋଗୀ

ପ୍ରାଣାୟାମ ସାଧନା

ଚିତ୍ତ ନିରୋଧ

ସାଧନାରେ ସଂଯୁକ୍ତ

ଯୋଗ ସାଧନ

ଜ୍ଞାନାର୍ଜନରେ ମଗ୍ନ

ଦଳ ଗଠନ

ସମୟର ଚକ୍ରରେ

ବ୍ୟସ୍ତ ଯେ ଅରବିନ୍ଦ l

---0---


~ ରମାକାନ୍ତ ସତପଥି


୪୫)

ସିଦ୍ଧାର୍ଥ ଜନ୍ମ

ସୁଧୋଧନ ରାଜନ

ଋଷି ବରଣ

ଜନ୍ମିତ ଶିଶୁ, ଦୀପ୍ତ

ସୁଢୌଲ ଦେହ

ମହାନତାର ଚିହ୍ନ

ଋଷି ଆସୀତ

ଖୁସିରେ ବିଭୋର ସେ

ଆନନ୍ଦାଶ୍ରୁ ଯେ

ଝରଇ ଚିବୁକରେ

ଚିନ୍ତିତ ରାଜା

ପଚାରନ୍ତି କାରଣ

ଋଷି ଉତ୍ତର

ଦୀର୍ଘଦିନ ପ୍ରତୀକ୍ଷା

ହୋଇଛି ଅନ୍ତ

ଜଗତ ତ୍ରାଣକର୍ତ୍ତା

ନିଅନ୍ତି ଜନ୍ମ

ମୋହର ଦୁର୍ଭାଗ୍ୟ ଯେ

ଜlଜ୍ଜ୍ୱଲ୍ୟମାନ

ଭବିଷ୍ୟତ କର୍ମର

ଦର୍ଶନପାଇଁ

ମୂଁ ନଥିବି ଜୀବିତ

ଋଷିଙ୍କ ବାଣୀ

ଏକଛତ୍ର ଶାସକ

ଏ ଧରା ବକ୍ଷ

ଦେଖିବ ସତ୍ୟ, ନ୍ୟାୟ

ସଂସାରତ୍ୟାଗୀ

ମାନବ ସଭ୍ୟତାର

ସୁଖlଭିଳାଷୀ

ରାଜା ଓ ରାଣୀ ମନେ

ହୁଅନ୍ତି ଖୁସି

ସିଦ୍ଧାର୍ଥ ଜନ୍ମପରେ

ସୁଖ, ସମୃଦ୍ଧି

ରାଜାଙ୍କ ହୁଏ ବୃଦ୍ଧି

ମହାରାଣୀ ଯେ

ହସ୍ତାନ୍ତର କରନ୍ତି

ପାଳନ ପାଇଁ

ଗୌତମୀ ଭଉଣୀ ସେ

ନିଅନ୍ତି ଭାର

ମହାମାୟା ଜୀବନ

ହୋଇଛି ଅନ୍ତ

ଜ୍ଞାନଦୀପ୍ତ ଗୌତମ

ରାଜାଙ୍କ ଇଚ୍ଛା

ପୁତ୍ର ନିମଗ୍ନ ରହୁ

ସଂସାର ମୋହେ

ଯୁବକ ଗୌତମ ଯେ

କରନ୍ତି ଲାଭ

ନ୍ୟାୟ ଧର୍ମର ଜ୍ଞାନ

ନୀଳ ନୟନ

ବୀଣା ଜିଣା ବଚନ

ଦେଖଣାହାରୀ

ଅପୂର୍ବ ଆକର୍ଷଣ

ଉନ୍ନତ ବକ୍ଷ

ମାନବତାର ଜନ୍ମ

ସତ୍ୟ, ନ୍ୟାୟ ସନ୍ଧାନ ।

---0---


~ ମନୀଷା ମିଶ୍ର


୪୬)

ରୁହନା' ପକ୍ଷୀ

ଉଡ଼ିବା ଚାହୁଁ ଯଦି 

ନୀଳ ଆକାଶେ

ଉଡ଼ିଯା'ରେ ସଅଳେ

ଆଉ ଫେର ନା

ସଭିଏଁ ବ୍ୟାଧ ଏଠି

ଜଗି ଅଛନ୍ତି

କେମିତି ଝାମ୍ପିନେବେ

ଡେଣାକୁ ତୋର

ଚାହିଁକି ବସିଛନ୍ତି

ଜାଲ ବିଛେଇ

ରକ୍ତ ହାଡ଼ ମାଂସକୁ

ଅସୁରଙ୍କ ପରି

ଚୋବେଇ ନେବାକୁ

ସତେ ଅବା ତୋ

ଜନମ ତାଙ୍କ ପାଇଁ

ସର୍ବସ୍ୱ ଅଧିକାର ।

--0--


~ ରାଜେଶ କୁମାର ମୁଣ୍ଡ


୪୭)

ଭ୍ରମର ଗୁଞ୍ଜେ

ମିଳନର ଆଶାୟୀ

ସୁମନ ପାଶେ

ମୃଦୁମନ୍ଦ ଆଘାତେ

ଝାଉଁଳି ଉଠେ

ମିଳନର ବଇଁଶୀ

ପ୍ରେମର ସୁର

ଗୁଣୁ ଗୁଣୁ ଗୁଞ୍ଜନ

ମତୁଆଲା ପବନ ।

--0--


~ ରମାକାନ୍ତ ସତପଥି


୪୮)

ପ୍ରେମର ବନ୍ୟା

ଉଦବେଳିତ ଭ୍ରମର

ଚୁମ୍ବନ ଆଶା

ଜର୍ଜରିତ ଯେ ପୁଷ୍ପ

ପ୍ରଣୟ ଭିକ୍ଷା

ଉନ୍ମାଦନାରେ ମତ୍ତ

ଦହନ ଜ୍ୱାଳା

ସମର୍ପଣ ଭାବନା

ଅନନ୍ତ ତୃଷ୍ଣା

ପିପାସାର ସମାପ୍ତି

ମନୋହର ମିଳନ ।

--0--


୪୯)

ବର୍ଷା ହଜିଛି

ଶ୍ରାବଣ ଯେ ଖୋଜୁଛି

ଖରାର ବର୍ଷା

ଶସ୍ୟର ଶ୍ୟାମଳୀମା

ନିଶ୍ଚିହ୍ନ ଆଜି

ଧରା ବକ୍ଷ ବିଦୀର୍ଣ୍ଣ

କୃଷକ କାନ୍ଦେ

ଲୁହ, ଲହୁ ଯେ ଏକ

ନିରାଶା ଛାଇ

ମରୁଡି ପ୍ରତିଧ୍ୱନି

ଚିନ୍ତାମଗ୍ନ ସେ

ନିରୁପାୟ, ନିଶ୍ଚଳ

ବୁଦ୍ଧି ହଜିଛି

ପରିବାର ପୋଷଣ

ଚତୁର୍ଦିଗ ଅନ୍ଧାର ।

---0---


~ ମନୀଷା ମିଶ୍ର


୫୦)


ଗୃହସ୍ଥି  ଧର୍ମ

ଅୟାମlରମ୍ବ ହୁଏ

ଶ୍ରୀ ଅରବିନ୍ଦ

ମୃଣାଳିନୀ ଦେବୀଙ୍କ

ପରିଣୟରୁ

ସୁନ୍ଦରୀ, ବିଦୁଷୀ ସେ

ସମ୍ମତି ସହ

ହିନ୍ଦୁ ରୀତି ନୀତି ଯେ

ରକ୍ଷଣଶୀଳ

ବିରୋଧlଭାଷ ସ୍ୱର

ବିଲାତ ଗସ୍ତ

ପରମ୍ପରା ବିରୋଧୀ

ପ୍ରଶ୍ନ ଉଠିଲା

ଅରାଜି ଅରବିନ୍ଦ

ବିଲାତ ଯିବାଯେ

ଅପରାଧ ତ ନୁହେଁ

କୌଣସି ମତେ

ବିବାହର ସମ୍ପନ୍ନ

ସରଳ ନାରୀ

ବ୍ରହ୍ମ ସମାଜ ଶିକ୍ଷା

ଅନ୍ତର ପ୍ରୀତି

ଅରବିନ୍ଦ ନିମଗ୍ନ

ଦେଶ କାର୍ଯ୍ୟରେ

ସ୍ୱାମୀ ସ୍ତ୍ରୀ ପରସ୍ପର

ଦୂର ନିବାସୀ

ପତ୍ରlଚlର  ସମ୍ପର୍କ

ସହଯୋଗିନୀ

ହୋଇ ପାରନ୍ତି ନାହିଁ

ସମୟ କଟେ

ପିତା ମାତାଙ୍କ ପାଖେ

ଦେଓଘରରେ

ବିଚାରରେ ପାର୍ଥକ୍ୟ

ଚିଠି ସାରାଂଶ

ବ୍ରାହ୍ମ ଧର୍ମ ନୂତନ

ହିନ୍ଦୁ ମୌଳିକ

ତାଙ୍କ ସହ ବିବାହ

କର୍ମର ଦୋଷ

ତାଙ୍କର ପାଗଳାମୀ

ପ୍ରଭୁଙ୍କ ଦାନ

ସବୁକିଛି ତାଙ୍କରି

ଆବଶ୍ୟକତା

ତାଠୁଁ ଅଧିକ ନୁହେଁ

ଫେରସ୍ତ କର

ବଳକା ଯେ ତାଙ୍କରି

ପ୍ରଭୁ ଦର୍ଶନ

ଦ୍ଵିତୀୟ ପାଗଳାମୀ

ତୃତୀୟ ହେଲା

ଦେଶ ମାତୃକା ଜଡ

ନିର୍ବାକ ନୁହେଁ

ମଁl ର କୋହ, ବେଦନା

ପୁତ୍ରର କର୍ତ୍ତବ୍ୟ ରକ୍ଷା ।

---0---


~ ରମାକାନ୍ତ ସତପଥି


୫୧)


"ଅନୁଶୀଳନ "

ନାମକ ସମିତିର

ଗଠନ ହୁଏ

ବଙ୍ଗ ଦେଶ ମାଟିରେ

ପ୍ରମାଥ ମିତ୍ର

ସରଳା ଦେବୀ ଯହିଁ

ଉଦ୍ୟମ ରତ

ଜାତି, ଧର୍ମ, ବର୍ଣ୍ଣର

ବିଭେଦ ନାହିଁ

ଶାଖା ସମିତି ସୃଷ୍ଟି

ଶ୍ରୀ ଅରବିନ୍ଦ

ସ୍ୱୟଂ ଦିଅନ୍ତି ଦୀକ୍ଷା

ହାତରେ ଗୀତା

ଅନ୍ୟ ହାତେ କୃପାଣ

ଜୀବନ ପଣ

ଦେଶ ମାତାର ମୁକ୍ତି

ଗୁପ୍ତ ସମିତି

ଗରିଲା ଯୁଦ୍ଧ ଶିକ୍ଷା

ବୋମା ନିର୍ମାଣ

ବିପ୍ଳବର ବିଗୁଲ

ନାଁ ଅର୍ଥ ଚିନ୍ତା

ଅରବିନ୍ଦଙ୍କ ଦାନ

ଧନୀ ବ୍ୟକ୍ତିଙ୍କ ଦାନ ।

---0---


~ ରମାକାନ୍ତ ସତପଥି


୫୨)

ସ୍ୱରାଜ ଲକ୍ଷ୍ୟ

ଲେଖନୀରୁ ନିସୃତ

ଭାବଧାରା ଯେ

ଅର୍ଥନୈତିକ ଦଶା

ରାଜନୈତିକ

ଜ୍ୱଳନ୍ତ ଛବି ରୂପ

ପ୍ରକାଶନରେ

ଲେଖକଙ୍କ ଲେଖନୀ

ବଣ୍ଟନ କାର୍ଯ୍ୟ

ସଖାରlମ ଗଣେଶ

'ଦେଶର କଥା '

ଛପା ପୁସ୍ତକ ସବୁ

ମାଧ୍ୟମ ସେ ଯେ

ନବ ଜାଗରଣ ସୁଅ

ଇଂରେଜ ରାଜ

ଚିନ୍ତିତ ବିପ୍ଳବରେ

ମୂଳରେ ଅରବିନ୍ଦ ।

---0---


~ ରମାକାନ୍ତ ସତପଥି


୫୩)

ଲର୍ଡ଼ କର୍ଜନ

ବଙ୍ଗର ବଡ଼ ଲାଟ

ଉପାୟ ଫନ୍ଦେ

ବିଭାଜନ ବଙ୍ଗର

ଧର୍ମ ଭିତ୍ତିରେ

ମୁସଲମାନ ପୂର୍ବ

ହିନ୍ଦୁର ପଶ୍ଚିମରେ

ଆଇନ ଆସେ

ଶାସନ ଡୋରି ଭିନ୍ନ

ବିଭାଜନର

ଅନୁମୋଦନକ୍ରମେ

ବିଲାତ ଦେଶୁ

ଶାସନ ଭିନ୍ନ ହୁଏ

ଶ୍ରୀ ଅରବିନ୍ଦ

ସୁଯୋଗ ଅପେକ୍ଷାରେ

ବିଶିଷ୍ଟ ବ୍ୟକ୍ତି

ସମ୍ମୁଖ ବିରୋଧରେ

ଆଗତ ହୁଏ

"ସ୍ବଦେଶୀ ପ୍ରସ୍ତାବ" ର

ବିଲାତି ଦ୍ରବ୍ୟ

ବର୍ଜନ ସୁର ଆସେ

ସ୍ବଦେଶୀ ଶିଳ୍ପ

ଆଇନ ଅଦାଲତ

ସ୍କୁଲ, କଲେଜ

ପ୍ରସ୍ତାବର ପାରିତ

ତୀବ୍ର ଯେ ଆନ୍ଦୋଳନ ।

---0---


~ ରମାକାନ୍ତ ସତପଥି


୫୪)

ବୈରାଗ୍ୟ ଭାବ

ଜାଗ୍ରତ ଯେ ମନରେ

ବୀତସ୍ପୃହ ସେ

ରାଜ୍ୟ ଶାସନ ଭାରେ

ପିତାଙ୍କ ଇଚ୍ଛା

ସିଦ୍ଧାର୍ଥ ସୁଶାସକ

ମାୟା ବନ୍ଧନ

ଭିତରେ ଶିକ୍ଷା ଲଭୁ

ସମସ୍ତ ସୁଖ

ଦିଅନ୍ତି ସେ ରାଜନ

ରେଶମ ବସ୍ତ୍ର

ଚତୁର୍ପାଶ୍ୱେ ସୁନ୍ଦରୀ

ନର୍ତ୍ତକୀଗଣ

ସଂଗୀତର ଝଙ୍କାର

ମୁଣ୍ଡରେ ପାଟ

ରାଜକୀୟ ଠାଣୀର

ଯୋଗାଡ ହୁଏ

ଶସ୍ତ୍ର ରେ ପାରଙ୍ଗମ

ବେସାମାରିକ

ଭଦ୍ର,ଶିଷ୍ଟ, ବିନୟ

ଜ୍ଞାନରେ ଜ୍ଞାନୀ

ବୌଦ୍ଧିକ ବିକାଶର

ସମସ୍ତ ପାଠ

ଅଳ୍ପ ଦିନରେ ଶିକ୍ଷା

ହୁଏ ଆୟତ୍ତ

ସୁଧୋଧନ ଚାହାଁନ୍ତି

ଦୂରରେ ରହୁ

ବାସ୍ତବିକତା ଠାରୁ

କାନ୍ଥ ବାହାରେ

ଜୀବନ ସତ୍ୟ ଦୃଶ୍ୟ

ରାଜପ୍ରାସାଦ

ଧନ, ପ୍ରାଚୁର୍ଯ୍ୟ ଭରା

କାଳାତିପାତ 

ସିଦ୍ଧାର୍ଥ ମନେ ପ୍ରଶ୍ନ

ମାତାଙ୍କ ମୃତ୍ୟୁ

ମୃତ୍ୟୁର ଅର୍ଥ କଣ

ଚିନ୍ତାରେ ମଗ୍ନ

ଧନ, ଷୋଡଶୀ ନାରୀ

ଜିଣି ପାରେନା

ଜନ୍ମ ମୃତ୍ୟୁ ରହସ୍ୟ

ଭାବନା ଜାଗେ

ରହସ୍ୟ ସନ୍ଧାନର

ଅଗ୍ରସର ଗୌତମ ।

---0---


~ ମନୀଷା ମିଶ୍ର


୫୫)

ଚିର ସବୁଜ

ମୋ ମନ ବୃନ୍ଦାବନ

ହୃଦ କନ୍ଦରେ

ମୂରଲୀ ମନୋହର

ନିତ୍ୟ ଆନନ୍ଦ

ବୃନ୍ଦାବନ ବିହାରୀ

କୁଞ୍ଜବନରେ

ଗୋପାଙ୍ଗନା ମେଳରେ

ନିତ୍ୟ ରାସରେ

ଗୋପିକେ କୃଷ୍ଣ ଏକ

ଅଦ୍ଭୁତ ଦୃଶ୍ୟ

ଷୋଳସହସ୍ର ଗୋପୀ

ମନୋରଞ୍ଜନ

ଭକ୍ତ ଭାବରେ ବନ୍ଧା

ମାୟାଧର ସେ

ନର କାହୁଁ ଜାଣିବ

ସେ ଲୀଳା ମୟ

ରଚଇ ଇଚ୍ଛାମତେ

ଯମୁନା କୂଳ

ଗୋପିଙ୍କୁ ହରବର

ନଟନାଗର

ରାଧିକା ମାଇଁ ଭାବ

କୁତ୍ସାରଟନା

ଗୋପ ଦାଣ୍ଡରେ

ଗୋପ ବାଳକ ସଙ୍ଗ

ନନ୍ଦ ନନ୍ଦନ

ଯଶୋଦା ଜୀବଧନ

ନନ୍ଦ ଦୁଲାଳ

ଜନନୀ ପିଅର ଙ୍କ

ବାଳକୃଷ୍ଣ ସେ

ଅପାର ମହିମା ତା

ନୁହେଁ ଗୋଚର

ଭାବକୁ ନିକଟ ସେ

ଅଭାବେ ଦୂର

କାୟମନୋବାକ୍ୟରେ

ଦୃଢ଼ ଭକ୍ତି ରେ

ସମ୍ପୂର୍ଣ ସମର୍ପଣ

ପ୍ରଭୁ ପାଦରେ ଲୀନ ।

---0---


~ ବାସନ୍ତୀ ଦେଈ


୫୬)

ଅସହଯୋଗ

ଆନ୍ଦୋଳନର ସୂତ୍ର

ବଙ୍ଗ ଦେଶରେ

ସମlନ୍ତର ଶାସନ

ଇଂରେଜ ସହ

ଗରିଲା ଆକ୍ରମଣ

ବିକଳ୍ପ ପନ୍ଥା

ଅମଲାତନ୍ତ୍ର ରାଜ

ପରିବର୍ତ୍ତନ

ପ୍ରଜାତନ୍ତ୍ର ଶାସନ

ଆମରି ଲକ୍ଷ୍ୟ

ଅରବିନ୍ଦ ବିଚାର

ପ୍ରଚାରେ ମଗ୍ନ

ବିଦେଶୀ ଶାସନର

ମୁଳୋତ୍ପାଟନ

ଫିରିଙ୍ଗି ଗୋରା ପ୍ରତି

ଘୃଣା ଭାବନା

ଭରପୁର ମନରେ

ବିଦ୍ବେଷ ପରେ

ପ୍ରେମ, ଭାତୃତ୍ୱ ଜୟ

ଐକ୍ୟ କାମନା

ସମ୍ପର୍କ ଭାଇ ଭାଇ

ବୃଦ୍ଧି କରିବା

ନିଶ୍ଚିତ ହଟିବ ଯେ

ଇଂରେଜର ଶାସନ ।

---0---


~ ରମାକାନ୍ତ ସତପଥି


୫୭)

ଅତି ସୁନ୍ଦର

ଦେଖା ଯାଉଥିଲ ତ

ଏବେ କେଜାଣି

ଅନେକ ଦିନ ହେଲା

ଦେଖା ହେଇନି ।

ତଥାପି ଭାବନି ଯେ

ଭୁଲି ଯାଇଛି,

ଏବେ ବି ଲିପିବଦ୍ଧ

ମୋ ହୃଦୟରେ

ତୁମର ମନଲୋଭା

ସେଇ ଚାହାଣି,

କ୍ଷତାକ୍ତ କରୁଥିଲା

ମୋର ସର୍ବାଙ୍ଗ 

ବୋଧେ ତୁମେ ଭୁଲିଛ

ମୋ ଅଗଣାକୁ

ଯୋଉଠି ଦିନେ ତୁମେ

ବିତେଇ ଥିଲ

ମୂଲ୍ୟବାନ ସମୟ,

କହୁଥିଲ ତ

ବାରମ୍ବାର ପ୍ରତିଜ୍ଞା

ବି କରିଥିଲ

ଛାଡ଼ିକି ଯିବନି ମୋ

ଶୁନ୍ୟ ଅଗଣା,

ରିକ୍ତ ହେବନି କେବେ

ସିକ୍ତ ହୃଦୟ 

ତୃଷ୍ଣାର ସରୋବରେ

ଏକଲା ଛାଡ଼ି

ପୁଣି ଗଲ କେମିତି

ନିଷ୍ଠୁରତାର

ତିନି ଗାରକୁ ଲଙ୍ଘି

ଅଫେରନ୍ତା ବାଟରେ ।

---0---


~ ରାଜେଶ କୁମାର ମୁଣ୍ଡ


୫୮)

ସୁନ୍ଦରୀ ବଧୂ

ଅନୁସନ୍ଧାନ ଚାଲେ

ସୁଧୋଧନଙ୍କ

ଯଶୋଧାରା ପସନ୍ଦ

କରନ୍ତି ରାଜା

କୁଳବଧୂ ରୂପରେ

ବ୍ୟତିକ୍ରମ ଯେ

ସୁପ୍ରଭୁଦ୍ଧ ରାଜନ

କନ୍ୟାର ପିତା

ମହାମାୟାଙ୍କ ଭ୍ରାତା

ଇଚ୍ଛା ପ୍ରକାଶ

ସୁଯୋଗ୍ୟ ଜାମାତାର

ଗୌତମ ଶାନ୍ତ

ଅନ୍ତର୍ମୁଖୀ ଓ ଶାନ୍ତି

ପ୍ରକୃତିପନ୍ନ

ବ୍ୟକ୍ତିତ୍ୱ ପରାକାଷ୍ଠା

ଦେବାକୁ ହେବ

ଶ୍ରେଷ୍ଠତା ପରିଚୟ

ସୁଯୋଗ୍ୟ ପୁତ୍ର

ପିତା ସମ୍ମାନ ରକ୍ଷା

ମୂଳ ଉଦ୍ଦେଶ୍ୟ

ଯୁଦ୍ଧରେ ପାରଙ୍ଗମ

ରାଜାର ଧର୍ମ

ପରୀକ୍ଷା ଆୟୋଜନ

କରନ୍ତି ରାଜା

ଯଶୋଧାରlର ହାତ

ପାଇବା ପାଇଁ

ଜିଣିବାକୁ ପଡିବ

ପ୍ରତିଯୋଗିତା

ଦ୍ବନ୍ଦରେ ଦେବଦତ୍ତ

ସେ ଯେ ଆଶାୟୀ

ସୁନ୍ଦରୀ ଯଶୋଧାରା

ମନର ରାଣୀ

ସିଦ୍ଧାର୍ଥ ଉପନୀତ

କାନ୍ତକ ଅଶ୍ୱ

ପରୀକ୍ଷା ଫଳା ଫଳ

ସିଦ୍ଧାର୍ଥ ଆଗେ

ଦିବସ ଅନ୍ତବେଳେ

ବରଣ ମାଳା

ଉତ୍ସୁକ ପ୍ରଜାଜନ

କିଏ ସେ ଯୋଦ୍ଧା

ଯଶୋଧାରା ଚୟନ

କାନ୍ତକ ଅଶ୍ଵlରୂଢ଼

ଗୌତମୀ ପୁତ୍ର

ଶାନ୍ତ, ନିର୍ବିକାର

କାନ୍ତକ ପାଶେ

ଯଶୋଧାରା ବିଚାର

ନାରୀ ସମ୍ମାନ

ଅଶ୍ୱ ଅବରୋହଣ

ସେ ସୁର ବୀର

ଗଳାରେ ପୁଷ୍ପ ହାର

ଦିଅନ୍ତି ଜେମା

ଚାରି ଆଖି ମିଳନେ

ଚୀର ବନ୍ଧନ

ସୃଷ୍ଟିର ନିୟମରେ

ବନ୍ଧା ଜୀବନ

ରାଜା ପ୍ରସନ୍ନ ଚିତ୍ତ

ସୁନ୍ଦରୀ ନାରୀ

ଯୁଗ ଯୁଗ ବନ୍ଧନ

ରାଜl ନିଶ୍ଚିନ୍ତ

ସାଂସାରିକ ମାୟାରେ

ବନ୍ଧନ ହେବ

ରାଜକାର୍ଯ୍ୟ ଆବଦ୍ଧ

ପରିବର୍ତ୍ତନରେ

ବୈରାଗ୍ୟର ଭାବନା

ଉତଫୁଲ୍ଲିତ ରାଜନ ।

---0---


 ~ ମନୀଷା ମିଶ୍ର


୫୯)

ବଙ୍ଗ ବିଛେଦ

ସ୍ବଦେଶୀ ଆନ୍ଦୋଳନ

ବନ୍ଦେ ମାତରଂ

ଧ୍ୱନିରେ ପ୍ରକମ୍ପିତ

ସାରା ଭାରତ

ଜନତା ମହାନିଦ୍ରା

ହୁଅଇ ଭଙ୍ଗ

ବଙ୍ଗ ଦେଶରେ ହୁଏ

ସଭା, ସମିତି

ବିଲାତିର ବର୍ଜନ

ଅଗ୍ନି ସଂଯୋଗ

ବିଲାତି ବସ୍ତ୍ରସ୍ତୁପେ 

ଜନ ଚେତନା

ବୃଦ୍ଧି ପାଏ ସ୍ବଦେଶୀ

ପ୍ରାଣ ସଂଚାର

ସ୍ୱାଧୀନତାର ସ୍ପୃହା

ମନ ଉଚ୍ଚାଟ

ରବୀନ୍ଦ୍ରଙ୍କ ସଂଗୀତ

"ବାଂଲାର ମାଟି, ଜଳ "


~ ରମାକାନ୍ତ ସତପଥି


୬୦)

ଭୁଲି ହୁଏନା

ସିଦ୍ଧାର୍ଥଙ୍କ ବିବାହ

ଚଳ ଚଞ୍ଚଳ

ଉତ୍ସବ ମୁଖରିତ

କପିଳବlସ୍ତୁ

ଶାକ୍ୟ ରାଜ ଶାସନ

ରାଜା ମନରେ

ପ୍ରତିଧ୍ୱନିତ ହୁଏ

ମୁନି ବଚନ

ବିଚଳିତ ରାଜନ

ପୁତ୍ର ଜୀବନେ

ସମସ୍ତ ବୈଷୟିକ

ସୁଖ ପ୍ରଦାନ

ଶୀତ ଋତୁ ରହଣି

ଉଷ୍ଣ ପ୍ରାସାଦ

ଅପରୂପ ସମ୍ଭାର

ମୃଦୁ ସମୀର

ମଧୁପ ଗୁଂଜରଣ

କୋଇଲି ତାନ

ଋତୁର ଅନୁକୂଳ

ପ୍ରାସାଦ ରୂପ

ଅଶୋକ ବନାବିଷ୍ଟା

ରାଜା ଚେଷ୍ଟିତ

ମୋହମାୟା ବନ୍ଧନ

ଛନ୍ଦlୟିତ ଜୀବନ ।

---0---


~ ମନୀଷା ମିଶ୍ର


୬୧)

ବିପ୍ଳବ ବହ୍ନି

ଜାଗରଣର ଚିନ୍ତା

ମନରେ ସଦା

ଭଗବତ ଚିନ୍ତନ

ପ୍ରଦତ୍ତ ମନ୍ତ୍ର

ଜାତି କରେ ଗ୍ରହଣ

ସ୍ୱରାଜ ଲକ୍ଷ୍ୟ

ସ୍ବଦେଶୀ ଗ୍ରହଣରେ

ନୈପଥ୍ୟେ ରହି

ପରିଚାଳନା ଭାର

ସର୍ବ କନିଷ୍ଠ

ବିପ୍ଲବୀ ଦୂରଦର୍ଶୀ

ଅଧିବେଶନ

କାଶୀରେ କଂଗ୍ରେସର

ନରମପନ୍ଥୀ

ପ୍ରଭାବିତ କରନ୍ତି

ବିପ୍ଳବ ଧାରା

ବଙ୍ଗର ପ୍ରତିବାଦ

ବିଲାତି ତ୍ୟାଗ

ଦୁଇଟି ପ୍ରସ୍ତାବରେ

କେବଳ ମତ

ବରୋଦାରେ ରହିବା

ଯେ ଅସମ୍ଭବ

ସରକାର ଜାଗିଛି

ଧର ପଗଡ଼

ଉତ୍ପୀଡ଼ନ ହୁଅଇ

ବିପ୍ଲବୀଙ୍କର

ଅରବିନ୍ଦ ଯାଆନ୍ତି

ମାଟିର ଆହ୍ୱାନରେ ।

---0---


~ ରମାକାନ୍ତ ସତପଥି


୬୨)

ଆଜି ଲାଗୁଛି

ଦିନ ଥକି ପଡ଼ିଛି

କ୍ଳାନ୍ତ ସୁରୁଜ

ହାଇ ମାରି ଗଲେଣି

ଅବଶ ହୋଇ

ଅନ୍ଧାର କୋରଡ଼କୁ

ମୁଗ୍ଧ ଓଠରେ

ମୁଲ ମୁଲ ହସୁଛି

କଳା ପାଟିରେ

ଗ୍ରାସୀନେବ ମହୀକୁ,

କାୟା ବିସ୍ତାର

କରିନେବ କ୍ରମଶଃ 

ଏମିତି ଲଗ୍ନେ

ତୁମର ଆବିର୍ଭାବ

ଚକିତ କରେ

ସମୟ ନାହିଁ ଆଉ

ଯାହା ମୋତେ ତୁମଠୁ

ଅଲଗା କଲା,

ସେଇ ଜାଗା ବି ନାହିଁ

ଯେଉଁଠାରେ ମୁଁ

ପ୍ରଥମେ ଦେଖିଥିଲି

ସେଇ ସ୍ଥାନରେ

ଯେତେ ଅପାରଗତା

ମୋର ଅଛନ୍ତି

ତୁମର ପ୍ରାଣହୀନ

ଶରୀର ପାଖେ

ମୋ ଦୁର୍ବଳତା, ପାପ

ଅନ୍ୟାୟ, ଦୁଃଖ

ଘେରି ଅଛନ୍ତି ସେଠି

ତୁମର କାଳକାଳ

ଅଭିଶାପ ହୋଇ 

ମୋ ଚଉପାଶେ

ପାଣି, ପବନ ସବୁ

କଳା ଦିଶନ୍ତି,

ହସୁଛନ୍ତି ମୋ ଆଡ଼େ

ଆକ୍ଷେପ କରି

ଲାଗୁଛି ଯେମିତି ମୁଁ

ନିଜେ ହିଁ ମୋ ବିଚ୍ଛେଦ ।

---0---


~ ରାଜେଶ କୁମାର ମୁଣ୍ଡ


୬୩)

ଆଫଗାନିସ୍ତାନ

ଆତଙ୍କ ରାଜ

ତାଲିବାନୀ ଶାସନ

ମଣିଷ ପଣ

ଜୀବନ ମୂଲ୍ୟ ହୀନ

ବୋମା ବର୍ଷଣ

ତୁହାକୁ ତୁହା ଗୁଳି

ଅକାଳେ ଝରେ

କେତେ କେତେ ଜୀବନ

ଭଙ୍ଗା, ଦଦରା

ଘରେ ନାହିଁ ତ ଛାତ

ଆକୁଳ ନେତ୍ରେ

ଆଶା ଦି ମୁଠା ଅନ୍ନ

ବଞ୍ଚିବା ଚେଷ୍ଟା

ମଣିଷତ୍ୱ ହଜିଛି

କିଶୋରୀ ନାରୀ

ଭୟଭୀତ ନୟନ

ପଣ୍ୟ ଦ୍ରବ୍ୟ ସେ

ଯୌବନ ରଙ୍ଗହୀନ

ବାରlଙ୍ଗନାର

ଖେଳନାର ସାମଗ୍ରୀ

ବୁର୍ଖା ଭିତରେ

ଜୁଳୁ ଜୁଳୁ ତା ' ଆଖି

ସ୍ବପ୍ନ ହଜିଛି

ଶୂନ ଶାନ ରାଜରାସ୍ତା

କୁଢ଼ କୁଢ଼ ଯେ ଶବ ।

---0---


~ ରମାକାନ୍ତ ସତପଥି


୬୪)

ଅହଂକାର ଯେ

ଅହଂ ର ପରିଣାମ

ବିବେକ ଭ୍ରଷ୍ଟ

ଭୀଷଣ ପରିଣତି

ଅନାଦି କାଳୁ

ଇତିହାସ ରଚିତ

ଦେବ ଦାନଵ

ସମୁଦ୍ରର ମନ୍ଥନ

ବିଷ ଉଦ୍ରେକ

ଦୁରଦୃଷ୍ଟି ସମ୍ପର୍ଣ୍ଣ

ବୁଦ୍ଧିମତ୍ତlର

ଦେବଗଣ ବିଚାର

ଲାଞ୍ଜ ଧରିବେ

ବିଷ ଉଦ୍ଗିରଣଯେ

ମନ୍ଥନ ଘlତେ

ସମ୍ମୁଖରେ ବିପଦ

ବୁଦ୍ଧି ପ୍ରୟୋଗ

ବିଭ୍ରାନ୍ତ ଯେ ଦାନଵ

ସମ୍ମୁଖ ପାର୍ଶ୍ୱରେ

ବିଷ ଜ୍ୱାଳା ଅତିଷ୍ଠ

ବୁଦ୍ଧି ଉଦୟ

ସୁଯୋଗ ହାତ ଛଡା

ନ ଥାଏ ଯେ ଉପାୟ ।

---0---


~ ମନୀଷା ମିଶ୍ର


୬୫)

ଯୋଗଦାନ ଯେ

ବରୀଶlଳ ସମ୍ମିଳନୀ

ନେତା ରୂପରେ

ପ୍ରତିବାଦର ଧ୍ୱନୀ

ବଙ୍ଗ ଭଙ୍ଗର

ସୁରେନ୍ଦ୍ରନାଥ ସହ

ବିପିନଚନ୍ଦ୍ର

ଅଗ୍ରଣୀ ନେତା ରୂପେ

ସଦଳ ବଳେ

ସଭାସ୍ଥଳ ଗମନ

ନିଷେଧ ସତ୍ୱେ

ଲାଠି ଚାଳନା ହୁଏ

ବନ୍ଦେ ମାତରଂ

ଧ୍ୱନୀ ଗଗନେ ଭେଦେ

ସଭାର ଭଙ୍ଗ

ବିପିନଚନ୍ଦ୍ର ସହ

ପୂର୍ବ ବଙ୍ଗରେ

ଜାତୀୟତାଵାଦର

ପ୍ରଚାର ଚାଲେ

ଉଦ୍ଦୀପନା ଜାଗ୍ରତ

ତାଙ୍କରି ଲକ୍ଷ୍ୟ

ଆହ୍ୱାନ କରନ୍ତି ସେ

ଉନ୍ମତ୍ତ ସର୍ବେ

ଉତ୍ସlହୀ ଯୁବଗୋଷ୍ଠୀ

ସକ୍ରିୟ ଯୋଗଦାନ ।

---0---


~ ରମାକାନ୍ତ ସତପଥି


୬୬)

ମାୟା ବନ୍ଧନ

ସିଦ୍ଧାର୍ଥ ଯଶୋଧାରା

ଗlର୍ହସ୍ଥ୍ୟ ଧର୍ମ

ସୁଖ, ଶାନ୍ତିରେ ଭରା

ଦୁଇ ଜୀବନ

ସିଦ୍ଧାର୍ଥ ଯେ ବିବ୍ରତ

ସମୟ ଚକ

ମନରେ ଭାବନା ସ୍ରୋତ

ପାର୍ଥିବ ଦେହ

ମନଟା ବ୍ୟତିବ୍ୟସ୍ତ

କାମନାହୀନ

ରାହୁଲ ଜନ୍ମ ନିଏ

ସତ୍ୟ ସନ୍ଧlନେ

ମୋହ ହୀନ ଗୌତମ

ମୋହ ବନ୍ଧନ

ତ୍ୟାଗ ପୂତ ଜୀବନ

ଅୟୋମlରମ୍ଭ

ପୁତ୍ର ମୋହ ଆସକ୍ତି

ଆସିବା ପୂର୍ବୁ

ତ୍ୟାଗ କରିବା ହେବ

ରାଜ ପ୍ରାସାଦ

ଶାକ୍ୟ ରାଜବଂଶରେ

ଦାୟାଦ ଜନ୍ମ

ଉତ୍ତରାଧିକାରୀ ସେ

ବଂଶ ବୃଦ୍ଧିର

କର୍ତ୍ତବ୍ୟର ସମାପ୍ତି

ଲକ୍ଷ୍ୟ ପଥରେ

ଅଗ୍ରସର ସିଦ୍ଧାର୍ଥ

ଜ୍ଞାନାଲୋକ ସନ୍ଧାନେ ।

---0---


~ ମନୀଷା ମିଶ୍ର


୬୭)

ଅଗଷ୍ଟ ମାସ

ପନ୍ଦର ତାରିଖ ସେ

ସ୍ୱାଧୀନତାର

ବୈଜୟନ୍ତୀ କେତନ

ଉଡ୍ଡୀୟ ମାନ

ବଳିଦାନର ଗାଥା

ବୀର ପୁଙ୍ଗବ

ଶାସନର ପତନ

ସ୍ୱାଧୀନ ରାଷ୍ଟ୍ର

ନବ ଭାରତ ବର୍ଷ

ହିମାଚଳ ମୁକୁଟ

ଜାହ୍ନବୀ ଶୋଭେ

କଟି ମେଖଳା ସମ

ସାଗର କରେ

ଚରଣର ବନ୍ଦନା ଯେ

ଜନତା ଗାଏ

ଜନ ଗଣ ମନ ଯେ

ଆନନ୍ଦରେ ବିଭୋର ।

---0---


~ ମନୀଷା ମିଶ୍ର


୬୮)

ବେଡିରେ ବନ୍ଧା

ଦେଶର ସ୍ୱାଧୀନତା

ନିରୀହ ଜନ

ସଜଳ ନୟନ ତା

ନୀରବ ସ୍ୱର

ଚରମ ପନ୍ଥୀଙ୍କର

ଆହ୍ୱାନ ଧ୍ୱନୀ

ଉନ୍ମାଦନା ଜାଗ୍ରତ

ସୁଭାଷ ଚନ୍ଦ୍ର

ଶ୍ରେୟ ତାଙ୍କରି ନାହିଁ

ଆମ ବିଚାର

ଦେଶଦ୍ରୋହ କଳଙ୍କ

ନରମ ପନ୍ଥୀ

ଚାଟୁକାରର ଦଳ

ଅହିଂସା ପଥ

ଆପଣାର ଡିଣ୍ଡିମ

ପତାକା ଉଡେ

ପ୍ରଥମ ସ୍ୱାଧୀନତା

ଇମ୍ଫାଳ ରାଜ୍ୟେ

ଇଂକିଲାବ ର ନାରା

ଭୁଲି ଯାଇଛି

ଦେଶ, ମାଟି, ପବନ

ବଳିଦାନର

ହଜି ଯାଇଛି ବୀର

ସ୍ୱାର୍ଥର ଅନ୍ଧକାରେ ।

---0---


~ ରମାକାନ୍ତ ସତପଥି


୬୯)

କାଳକ୍ରମରେ 

ସଭ୍ଯହେଲା ମଣିଷ 

ସ୍ବାଧୀନତାର 

ସ୍ବାଦକୁ ବି ଚାଖିଲା 

ଆବଶ୍ୟକତା 

ଅନୁସାରେ ଶିକ୍ଷା ଦୀକ୍ଷା 

ଗ୍ରହଣ କରି

ଉନ୍ନତି ର ପଥରେ

ସାମିଲ ହେଲା

ବଦଳିଲା ଚଳଣି 

ଅସହିଷ୍ଣୁତା

ଭେଦଭାବ ସମସ୍ଯା 

କ୍ଷମତା ଶାଳୀ

ଗୋଷ୍ଠୀ ତିଆରି କଲେ

ଦୁର୍ବଳ ଦୁଃଖ

ଜୀବନ ସଂଗ୍ରାମ ର

କରୁଣ ଦୃଶ୍ୟ 

ଢୋକଟେ ପିଇ ଦେଇ

ଦଣ୍ଡେ ବଞ୍ଚନ୍ତି 

ଭାଗ୍ଯର ବିଡମ୍ବନା 

ଗରିବ ହେବା

ଦୁର୍ଭାଗ୍ୟର କଥା ଯେ

ସ୍ବାସ୍ଥ୍ୟସେବା ର

ବ୍ଯବସ୍ଥା ଲକ୍ଷ୍ଯହୀନ 

ଯାହା ଫଳରେ 

କେବଳ ଦିବାସ୍ବପ୍ନ 

ଦେଖିବା ସାର

ଲୁଣ୍ଠନ ବଳାତ୍କାର 

ବଢି ଚାଲିଛି 

ଜୀବନଯାତ୍ରା ଏବେବି 

ଅସୁରକ୍ଷିତ 

ଦୁର୍ନୀତି ମୁକ୍ତ ନୁହେଁ 

ଆମ ସମାଜ 

ସ୍ବାଧୀନତା ଏବେବି 

ଦୂରରେ ଅଛି 

ଅର୍ଥହୀନ ଯୋଜନା 

ନାମକୁ ମାତ୍ର 

ଅଧାରେ ରହିଯାଏ 

ସବୁ ସୁବିଧା 

ସମାଜର ଉନ୍ନତି 

ଖାଲି କଥାରେ 

ସାହାଯ୍ୟ ସହଯୋଗ 

ପ୍ରତିଶ୍ରୁତିରେ

ପରିମଳ ବ୍ଯବସ୍ଥା 

ସବୁ ସ୍ବପ୍ନରେ

ବର୍ତ୍ତମାନ ସମୟ  

ବସ୍ତୁବାଦରେ 

କଳୁଷିତ ସମାଜ

ମଦମାଂସରେ 

ସ୍ବାଧୀନତା ଅର୍ଥରେ 

ସ୍ବଛାଚାରିତା

ଆପଣେଇ ମଣିଷ 

 ଭୁଲ୍ ମାର୍ଗରେ

ଜୀବନ ଜୀଇଁବାର

କଳା କୌଶଳ

ଲଗାମ ଛଡାଭଳି

ହିଂସା ଦ୍ବେଷରେ 

ଅଧର୍ମ ଅନ୍ଯାୟର

ରୂପ ରେଖରେ

ଏବେ ବାସ୍ତବ ସ୍ଥିତି

ମାୟାମୋହରୁ 

ମୁଠାଏ ପାଉଁଶର

ଅସ୍ତିତ୍ବ ନେଇ 

ମଣିଷ ପଣିଆର

ଭାବ ଭାବନା 

ଜଗତ କଲ୍ଯାଣରେ 

ଯେମିତି କର୍ମ 

ସେମିତି ଫଳ ମିଳେ 

କର୍ମ ହିଁ ଧର୍ମ 

ଜୀବନ ମାନଦଣ୍ଡ 

ଏକତା ମନ୍ତ୍ର

ଭେଦ ଭାବକୁ ଭୁଲି 

ସହୃଦୟରେ 

ବିଶ୍ଳେଷଣ କରିବା 

ସବୁଜ ଶାନ୍ତି 

ପ୍ରୀତିର ପତାକାରେ

ପ୍ରତିଟି ହୃଦୟ କୁ ।


--ସମିତା ସ୍ବାଇଁ 


୭୦)

ଜାତୀୟବାଦ

ପ୍ରଚାର ଓ ପ୍ରସାର

ଶ୍ରୀ ଅରବିନ୍ଦ

"ଯୁଗାନ୍ତର " ପତ୍ରିକା

ଉଦ୍ଭବ ଘଟେ

ଭାବ,ନିର୍ଦ୍ଧେଶ ମତେ

ସ୍ୱନାମଧନ୍ୟ

ଲେଖକ ସମାବେଶ

ବିଦ୍ରୁପପୂର୍ଣ

ସ୍ପଷ୍ଟ ମନ୍ତବ୍ୟ ଲେଖା

ଗରିଲା ଯୁଦ୍ଧ

ପ୍ରବନ୍ଧ ଶୈଳୀ ରୂପେ

ପ୍ରଚାର ହୁଏ

ପରିଚାଳନା ଭାର

ଅବିନାଶଙ୍କ

ଯୁଗାନ୍ତର ଆହ୍ୱାନ

ପତ୍ରିକା ବିକ୍ରି

ଜୋର ସୋରରେ ଚାଲେ

ଅର୍ଥେlପାର୍ଜନ

ବାରିନ୍ଦ୍ର ନେତା ସେ ଯେ

ଗୁପ୍ତଦାନରେ

ଯୁବଗୋଷ୍ଠୀ ପୁଲକ

ବିପ୍ଲବୀ ଦଳ

ଦେଶ ମାତୃକା ପାଇଁ

ଦିଅନ୍ତି ବଳିଦାନ ।

---0---


~ ରମାକାନ୍ତ ସତପଥି


୭୧)

ପ୍ରସ୍ତାବ ଆସେ

ଜାତୀୟ କଲେଜର

ସ୍ୱତନ୍ତ୍ର ଶିକ୍ଷା

ଯୁବକ ପିଢ଼ି ପାଇଁ

ରାଜା ସୁବୋଧ

ସହମତି ର ସ୍ୱର

ଅଧ୍ୟକ୍ଷ ପଦେ

ଅରବିନ୍ଦ ଆସୀନ

ଯାଦବପୁର

ବିଶ୍ୱ ବିଦ୍ୟାଳୟ ଯେ

ଆଜି ନାମିତ

ମୁଖରିତ ବିଦ୍ୟାର୍ଥୀ

ଦେଶ ପ୍ରେମିକ

ଅରବିନ୍ଦ ଦର୍ଶନ

ତାଙ୍କରି ଲକ୍ଷ୍ୟ

ନିର୍ବାକ ଛାତ୍ର ସମାଜ

ନିରୀହ ବ୍ୟକ୍ତି

ସରଳ ପରିପାଟୀ

ସାମାନ୍ୟ ଧୋତି

ଟୁଇଲ କନlର ସାର୍ଟ

କାନଭାସ ଜୋତା

ଅତ୍ୟନ୍ତ ମିଷ୍ଟଭାଷୀ

ସଲଜ୍ଜ ହସ

ଇଏ ସେହି ପଣ୍ଡିତ

ସୁଦକ୍ଷ ବକ୍ତା?

ସ୍ୱାର୍ଥ ତ୍ୟାଗରେ

ବିନୟ ଭାବ

ମାତୃ ମନ୍ତ ଉଦ୍ଗାତା

ଆକର୍ଷଣର

ଛାତ୍ରଙ୍କ ସଂଖ୍ୟା ବୃଦ୍ଧି

ଆଦର୍ଶ ଶିକ୍ଷା

ଭାରତୀୟ ଜ୍ଞାନର

ପଦ୍ଧତି ଭିନ୍ନ

ଅରବିନ୍ଦ ବକ୍ତବ୍ୟ

ଶୁଣିବା ପାଇଁ

ସୁଦୂର ଅଂଚଳରୁ

ସୁଅ ଯେ ଛୁଟେ

ଭାଷାରେ ଶାଳୀନତା

ମୁଗ୍ଧ କରେ ବର୍ଣ୍ଣନା ।

---0---


~ ରମାକାନ୍ତ ସତପଥି


୭୨)

ଜୀବନ ଶୈଳୀ

ସୁଖ ଓ ସମୃଦ୍ଧିର

ବିରକ୍ତି ଭାବ

ପରିବର୍ତ୍ତନ ଇଚ୍ଛା

ଗୌତମ ମନେ

ଭାବନ୍ତି ଯିବା ପାଇଁ

ପୁଷ୍ପ ବାଟିକା

ଉତ୍କଣ୍ଠା ମନେ ଜାଗେ

ଦର୍ଶନ ହେବ

ଜଗତର ଭାବଧାରା

ରାଜା ଆଦେଶ

ଗୌତମ ଯିବାବେଳେ

ନ ରହିବେ ବୃଦ୍ଧ

ରୁଗ୍ଣ ମାନବ ପଥେ

ଶବ ସତ୍କାର

କୋକେଇ ଯାତ୍ରା ମନା

ସୁନ୍ଦର, ତୃପ୍ତି

ମନମୁଗ୍ଧ ସୁରମ୍ୟ

ଘଟଣାବଳୀ

ଦୃଶ୍ୟପଟେ ବିମ୍ବିତ

ସେ ରାଜlଦେଶ

ପାତ୍ର, ମନ୍ତ୍ରୀ ସଭିଏଁ

ସତର୍କ ଦୃଷ୍ଟି

ଫୁଲରେ ସୁଶୋଭିତ

ଘର ଅଗଣା

ଉତ୍ସବ ମୁଖରିତ

ଜଗତ ସାରା

ଉତ୍କଣ୍ଠା ଭରlଭାବ

ପରିଭ୍ରମଣ ବେଳା ।

---0---


~ ମନୀଷା ମିଶ୍ର


୭୩)

ହଇଓ ଶୁଣ

ଅଜାଙ୍କ ପାଟି ଶୁଭେ

ଆଈ ଙ୍କ ପ୍ରତି

ଅସ୍ତ ବ୍ୟସ୍ତ ଯେ ଆଈ

କଣ ହେଲା କି?

କାଲିକି କିଛି କର

ଅନୁରୋଧର

ଗନ୍ଧ ଆସେ ଭାଷାରେ

କଣ ପାଇଁ କି?

ପୁଣି ପ୍ରଶ୍ନ ଆଈର

ସ୍ୱାଧୀନତାର

ପଞ୍ଚସ୍ତରୀଟି ବର୍ଷ

ପୂର୍ଣ୍ଣ ଯେ ହେବ

ହୀରକର ଜୟନ୍ତୀ

ଅଜା ବୁଝାନ୍ତି

ଭାଗ ନ ନେଇ ମଧ୍ୟ

ଅଙ୍ଗେ ନିଭାନ୍ତି

ଦେଖିଛନ୍ତି ଚକ୍ଷୁରେ

ପ୍ରତ୍ୟକ୍ଷ ଦୃଶ୍ୟ

ସ୍ୱାଧୀନତା ସଂଗ୍ରାମ

ଉନ୍ମାଦନା ଯେ

ସ୍ୱାଧୀନତା ଦିବସେ

ହୁଏ ଜାଗ୍ରତ

କ୍ଷୋଭ ଭରା ମନ୍ତବ୍ୟ

ଖୁସି ଦିନରେ

ସ୍ପୃହା ହୀନ ଭାବନା

ଯନ୍ତ୍ରଣା ଦାୟୀ

ବାକଶୂନ୍ୟ ଯେ ଆଈ

ଆମେ ପାଳିବା

ଭୁଲି ଯାଆ ନ୍ତୁ ସର୍ବେ

ପରାଧୀନତା ପୀଡା ।

---0---


~ ମନୀଷା ମିଶ୍ର


୭୪)

ଶବ୍ଦର ଅର୍ଥ

ମିଳଇ ଶବ୍ଦକୋଷେ

ଜୀବନ ଅର୍ଥ

ମିଳେନା ଭାଷାକୋଷେ

ବଞ୍ଚିକି ଦେଖ

ଅଙ୍ଗେ ନିଭାଇ ଯାହା

ଅନୁଭବରେ

ସମ୍ବନ୍ଧର ସେତୁରେ

ଉତ୍ଥାନ ଭରା

ପତନର ଯନ୍ତ୍ରଣା

ସୁଧାରି ନେବା

ସମୟର ଚକ୍ରରେ

ମିଳେଇଯିବା

ଦୁଃଖ, ସୁଖ, ଯନ୍ତ୍ରଣା

ଖୁସି ଝଲକ

ମିଳନର ଭାବନା

ବିଛେଦ କେବେ

ପ୍ରତିଷ୍ଠା ଓ ସମ୍ମାନ

ଧନ ସଂଚୟ

କୁଖ୍ୟାତି, ବଦ ଖର୍ଚ୍ଚ

ଶୈଶବlବସ୍ଥା

କିଶୋର ପୁଣି ଯୁବା

ପ୍ରଉଢାବସ୍ଥା

ବାର୍ଦ୍ଧକ୍ୟ ଉପନୀତ

ନିଶ୍ଚୟ ଆସେ

ଘଟଣା ବହୁଳ

ଦୁର୍ଘଟଣାରେ

ଜୀବନଟା ଯେ ଶେଷ

ଜୀବନ ଦର୍ଶନରେ ।

---0---


~ ରମାକାନ୍ତ ସତପଥି


୭୫)

"ବନ୍ଦେ ମାତରଂ"

ପତ୍ରିକାର ଆରମ୍ଭ

ନିଉ ଇଣ୍ଡିଆ

ପତ୍ରିକା ପ୍ରକାଶନ

ବିପିନ ଚନ୍ଦ୍ର

କରନ୍ତି ସମ୍ପାଦନ

ଇଂରାଜୀ ଭାଷା

ଦୈନିକ ପତ୍ରିକାର

ଭାରତ ହାତେ

ହୁଏ ପରିବର୍ତ୍ତନ

ପତ୍ରିକା ନାମ

"ବନ୍ଦେ ମାତରଂ "ସ୍ୱର

ଜାତୀୟବାଦ

ସ୍ପଷ୍ଟ ପ୍ରତିଫଳିତ

ବଂକିମଙ୍କର

ବନ୍ଦେ ମାତରଂ ମନ୍ତ୍ର

ଦେଶ ବିଦେଶେ

ଖ୍ୟାତି ଯେ ପରିବ୍ୟାପ୍ତ

ଶ୍ରୀ ଅରବିନ୍ଦ

ଶିକ୍ଷାଦାତା ରୂପରେ

ଜଗତରେ ବିଖ୍ୟlତ ।

---0---


~ ରମାକାନ୍ତ ସତପଥି


୭୬)

ରାଜ ପ୍ରାସାଦ

ପୂର୍ବ ଦ୍ୱାରେ ଗମନ

ସାରଥୀ ଛନ୍ନା

ରଥେ ଚାରୋଟି ଅଶ୍ୱ

ଯୋଚା ହୁଅନ୍ତି

ସିଦ୍ଧାର୍ଥ ସୂର୍ଯ୍ୟ ସମ

ପ୍ରତୀୟମାନ

ଉତ୍ସୁକତାରେ ପୂର୍ଣ୍ଣ

ଦର୍ଶନ ଅlଶେ

ପ୍ରଜାଜନ ପଥରେ

ଦଣ୍ଡାୟମାନ

ଗୁଣୁ ଗୁଣୁ ଗୁଞ୍ଜନ

ଚତୁର୍ଦିଗରେ

ଆନନ୍ଦ ଉଲ୍ଲlସରେ

ଅନlନ୍ତି ସର୍ବେ

ବିଧିର ଯେ ବିଧାନ

ଅନ୍ୟଥା ନୁହେଁ

ଶତ ଚେଷ୍ଟିତ ରାଜା

ନିଷ୍ଫଳ ପ୍ରାୟ

ସିଦ୍ଧାର୍ଥ ଦୃଷ୍ଟିପଡ଼େ

ଲୋଳିତ ଚର୍ମ

ଦଣ୍ଡାଧାରୀ ମାନବ

ଗମନ କରେ

ବୃଦ୍ଧ ଦର୍ଶନ ଅlଶେ

ରଥ ନିକଟ

ସ୍ଥିର ଦୃଷ୍ଟି ନିବଦ୍ଧ

ରାଜକୁମାର

କିଂ କର୍ତ୍ତବ୍ୟ ବିମୁଢ଼

ଛନ୍ନା ସାରଥୀ

ସିଦ୍ଧାର୍ଥ ପଚାରନ୍ତି

କିଏ ସେ ବ୍ୟକ୍ତି

କାହିଁକି ଦଣ୍ଡଧାରୀ

ଅନ୍ୟଠୁଁ ଭିନ୍ନ

ଛନ୍ନା ଜବାବ ଦିଏ

ସେ ଜଣେ ବୃଦ୍ଧ

ବୟସ ଚାପେ କ୍ଲିଷ୍ଟ

 ଅଜନ୍ମ ଦଶା

ଭୋଗ କରେକି ସେହି

ସିଦ୍ଧାର୍ଥ ପ୍ରଶ୍ନ

ରୁଗ୍ଣ ଶରୀରଧାରୀ

ଦୃଶ୍ୟ ପଟରେ

ଉଦ୍ଭାସିତ ଯେ ହୁଏ

ଶବlଧାର ଟେ

ଅତିକ୍ରମ କରଇ

ଅଦ୍ଭୁତ ଦୃଶ୍ୟ

ଆନ୍ଦୋଳିତ ମାନସ

ସନ୍ଦେହ ଦୂର

ଛନ୍ନା ବର୍ଣନା କରେ

ବାଲ୍ୟ ଅବସ୍ଥା

ମାଆ କ୍ଷୀରର ପାନ

ଯୌବନାବସ୍ଥା

ଜନ୍ମ ମୃତ୍ୟୁ ରହସ୍ୟ

ବୃତ୍ତାନ୍ତ କହେ

ନିର୍ବାକ ଯେ ସିଦ୍ଧାର୍ଥ

ବିଚଳିତ ସେ

କଳ୍ପନା ରାଜ୍ୟେ ମଗ୍ନ

ଅସ୍ଥିର ମନ

ସୁଧୋଧନ ଅବସ୍ଥା

ପୁତ୍ର ରାହୁଲ

ଯଶୋଧାରା ସୁନ୍ଦରୀ

ଦିନେ ନା ଦିନେ

ବାର୍ଦ୍ଧକ୍ୟେ ଉପନୀତ

ହୃଦୟ ଭାରି

ଫେରିବାକୁ କହିଲେ

ରାଜପ୍ରାସାଦ

ଭ୍ରମଣ ଇଚ୍ଛାନାହିଁ

ଛନ୍ନା ସୂଚନା

ରାଜା ଚିନ୍ତିତ ମନେ

ନିଷ୍ଫଳ ତାଙ୍କ ଚେଷ୍ଟା ।

---0---


~ ମନୀଷା ମିଶ୍ର


୭୭)

ମାନବ ଧର୍ମ

ଏ ଇଠି ମୂଲ୍ୟହୀନ

କେତନ ଉଡେ

ମାନବିକ ଅଧିକାର

ଦ୍ୱାହି ଦେବାରେ

ଆଫଗାନିସ୍ତାନ

ସରକାର ପତନ

ହାତେ ବନ୍ଧୁକ

ତାଲିବାନୀ ଶାସନ

ହିଂସା ରାଜୁତି

ନାରୀର ମୁଖ ବନ୍ଦ

ଗଣନା ଚାଲେ

କିଶୋରୀ ଅନୂଢ଼ାର

ରଙ୍ଗଶାଳାରେ

ତାଲିବାନୀ ମଉଜ

ଧାଁ ଦୌଡ଼ ଚାଲେ

ପଳାତକ ଶାସକ

ଅନ୍ଧକାରରେ

ସ୍ୱାର୍ଥ ପୂରଣ ଯେ

ମାର୍କିନ ଯାଏ

ପୋକ, ମାଛି ଜୀବନ

ହା ଅନ୍ନ! ଡାକ

କୁଆଡେ ଗଲା ତୁମ

ମୁରବୀପଣ

ଋଷ, ଇଂଲଣ୍ଡ, ଚୀନ

ମାର୍କିନ, ଫ୍ରାନ୍ସ

ପଶୁଠୁଁ ହୀନ ତମ

ସ୍ୱାର୍ଥନ୍ଧ ଜାତି

ଗଣତନ୍ତ୍ରର ଗତି

କୁଆଡେ ଯାଏ

ଜାତିସଂଘର ନୀତି

କାହିଁକି ସାଜ

ମୁରବୀ ଦୁନିଆର

ବିଭତ୍ସ ଦୃଶ୍ୟ

ବୁକୁଫଟା ଚିତ୍କାର

କୋକୁଆ ଭୟ

ଚାରି ଆଡେ ଅଶାନ୍ତି

ରକ୍ତର ବନ୍ୟା

ଶାନ୍ତିର ଦ୍ୱାହି ଦେଇ

ପଳାୟନରେ

କି ମଣିଷ ପଣିଆ

ଧନ୍ୟ ମାନବ ଧର୍ମ !

---0---


~ ରମାକାନ୍ତ ସତପଥି


୭୮)

ଅନେକ କଥା

କହିବା ଇଚ୍ଛା ଅଛି

ଶୁଣିବ କିଏ

କେହି ନାହାନ୍ତି ତ

ନା ଜହ୍ନ ଅଛି

ନା କଇଁ, ନା ଆକାଶ,

କେବଳ ମାଟି 

ମେଘ ଭର୍ତ୍ତି ସକାଳ

ଆଉ ଅନ୍ଧାର 

ହିଁ ମୋର ଚିର ସାଥି

ନିଃସଙ୍ଗତାର

ଅକଳନ ସୋପାନ

କେଇଟା ସ୍ୱପ୍ନ

ଦଗ୍ଧ, ଅପୂରଣୀୟ

ସଞ୍ଜ ବୁଡ଼ିଛି

ଶୁନ୍ୟତାର ସମୁଦ୍ରେ

ସକାଳ ହୁଏ

ବିସ୍ମିତର ପାହାଡ଼େ

ଲୁଚିକି ଥାଏ

ଈର୍ଷାର ଉପବନେ

ଦୋଷ କାହାର ?

ଈଶ୍ବରଙ୍କ କୃପାରୁ

ମୁଁ ହିଁ ସେମିତି

ଅନେକ ଆଶା

ପାଇବାକୁ ସାନ୍ନିଧ୍ୟ

ଆତ୍ମୀୟତାର

ସର୍ବଶ୍ରେଷ୍ଠ ଆସନ

ଅନେକ ଲୋଭ

ଛଡେଇ ଆଣିବାକୁ

ଆକାଶୀ ତାରା 

ଆଉ ନାହିଁ ସମୟ

ଅର୍ଦ୍ଧେକ ଦିନ

ମିଶିଲେଣି ମାଟିରେ

ଖାଲି ଦୀପଟି

ଦପ୍ ଦପୁଛି ଯାହା

ସଳିତା ଥିବା ଯାଏ ।

---0---


~ ରାଜେଶ କୁମାର ମୁଣ୍ଡ


୭୯)

ସିଦ୍ଧାର୍ଥ ବ୍ୟଗ୍ର

ସାଂସାରିକ ଆମୋଦ

ବିଷ ସଦୃଶ

ବାସ୍ତବତାର ଚିତ୍ର

ମନରେ ପ୍ରଶ୍ନ

ବାସ୍ତବ, ଅବାସ୍ତବ

ବିଭ୍ରାନ୍ତ ସ୍ଥିତି

ଭାରାକ୍ରାନ୍ତ ହୃଦୟ

ଅସମାହିତ

ପଶ୍ଚିମ ଦ୍ୱାର ଦୃଶ୍ୟ

ପୂର୍ବ ଓ ଦକ୍ଷିଣ ବି

ଆନ୍ଦୋଳିତ ଯେ

ଶବlଧାର ଦର୍ଶନ

ବୃଦ୍ଧ ଓ ରୋଗୀ

ଅହନିଶି ରୋମାଞ୍ଚ

ମନରେ ପ୍ରଶ୍ନ

ଜନ୍ମ ହୋଇଛି ଯାର

ମୃତ୍ୟୁ ନିଶ୍ଚିତ

ଏ ଜୀବନର ସତ୍ୟ

ମାୟା ଭ୍ରମରେ

ମଣିଷ ଆତଯାତ

ଧନ ଓ ମାନ

କ୍ଷଣସ୍ଥାୟୀ, ଭଙ୍ଗୁର

ମୃତ୍ୟୁର ସ୍ପର୍ଶ

ଚିରନ୍ତନ ସତ୍ୟ ଯେ

ମୌନ, ଚିନ୍ତିତ

ବିରସ ଯେ ସିଦ୍ଧାର୍ଥ

ପ୍ରଶ୍ନର କୁହେଳିରେ ।

---0---


~ ମନୀଷା ମିଶ୍ର


୮୦)

ଗୋରା ଶାସକ

ଅଭିଯୋଗ ଆଣନ୍ତି

ରାଜଦ୍ରୋହର

ବନ୍ଦେ ମାତରଂ ଲେଖା

ଯୁଗାନ୍ତରରେ

ଅନୁଦିତ ରୂପ ଯା 'ର

ପ୍ରକାଶକ ଯେ

ଅବିନାଶ ନାମରେ

ଛଦ୍ମ ଲେଖକ ରୂପେ

ଅନୁଵାଦର

ଲେଖା ଯେ ପ୍ରକାଶିତ

ଇଂରାଜୀ ଭାଷା

ମାର୍ଜିତ ଭାଷା ଶୈଳୀ

ନ୍ୟାୟ ସଙ୍ଗତ

ଆଇନର ସମ୍ମତ

ଜାଗ୍ରତ କରେ

ବିଦ୍ରୋହlତ୍ମକ ଭାବ

ଆନ୍ଦୋଳନର

ଇଂରେଜ ଶାସକ ଯେ

ଭ୍ରମିତ ହୁଏ

ଇଂରେଜ ସ୍ୱାଭିମାନ

ବିରୁଦ୍ଧାଚାରେ

ୱାରେଣ୍ଟ ଜାରି ହୁଏ

ବନ୍ଦୀ ପୂର୍ବରୁ

ଆତ୍ମସମର୍ପଣ ସେ

ଥାନାକୁ ଯାଇ

ଅପଯଶ ନ ହେଉ

ଅଧ୍ୟକ୍ଷ ପଦ

ସେ କରନ୍ତି ଯେ ତ୍ୟାଗ

ଉନ୍ନତ ଚିନ୍ତା

ଶିକ୍ଷା ଦାନର ସହ

ରାଜନୀତି ଯେ

ଦିଗ ପରିବର୍ତ୍ତନ

ଆବଶ୍ୟକତା

ଅଦାଲତ ବିଚାର

ଲେଖା ଗୁଡିକ

ରାଜଦ୍ରୋହ ନୁହେଁ ସେ

ପ୍ରକୃତ ଅର୍ଥେ

ଅରବିନ୍ଦ ଲେଖନୀ

ବନ୍ଦେ ମାତରଂ

ଯୁଗାନ୍ତକାରୀ ଲେଖ

ଛ ଦ୍ମ ନାମରେ

ପ୍ରକାଶିତ ପତ୍ରିକା

ଅନୁବାଦକ

ଅରୋ ବିପ୍ଲବୀ ରୂପେ 

ଜନ ମlନସେ ଆସେ ।

---0---


~ ରମାକାନ୍ତ ସତପଥି


୮୧)

ଖୁସିର ସ୍ୱର୍ଗ

କରନ୍ତି ଯେ ନିର୍ମାଣ

ମର୍ତ୍ତ୍ୟ ଭୁବନେ

ରାଜା ସେ ସୁଧୋଧନ

ମନୋରଞ୍ଜନ

ସିଦ୍ଧାର୍ଥଙ୍କ ନିମିତ୍ତ

ପକ୍ଷୀ କାକଳି

ଅପୂର୍ବ ଶୋଭାରାଜି

ସୁଗନ୍ଧ ପୁଷ୍ପ

ମଧୁପର ଗୁଞ୍ଜନ

ସୁମନୋହର

ସବୁ ନିଷ୍ଫଳ ମାତ୍ର

ନିରାସକ୍ତ ଯେ

ସିଦ୍ଧାର୍ଥ ସୁକୁମାର

ଆପ୍ରାଣ ଚେଷ୍ଟା

ସଦା ଉଦ୍ୟତ ରାଜା

ବିଜ୍ଞ, ଉଦାୟୀ

ପ୍ରେରନ୍ତି ଯେ ରାଜନ

ଯତ୍ନଶୀଳ ସେ

ସିଦ୍ଧାର୍ଥଙ୍କ ଉଦ୍ଦେଶ୍ୟେ

ସଦା ଉଦ୍ୟତ

ପରିବର୍ତ୍ତନ ଆଶା

ସିଦ୍ଧାର୍ଥ ମନ

ବୁଝାଇବାର ଚେଷ୍ଟା

କୋମଳ ସ୍ୱର

ଜରା, ବ୍ୟାଧି, ମୃତ୍ୟୁ ଯେ

ନିରାଟ ସତ୍ୟ

ମୁଦ୍ରାର ଏକ ପାର୍ଶ୍ଵ

ଅନ୍ୟ ପାର୍ଶ୍ଵରେ

ଯୌବନ, ସୁନ୍ଦରତା

ସଂସାର ଧର୍ମ

ବ୍ୟତିରେକେ ଅପୂର୍ଣ୍ଣ

ମାନବ ଜାତି

ଅନ୍ତିମ ପର୍ଯାୟରେ

ପରିବର୍ତ୍ତିତ

ସିଦ୍ଧାର୍ଥ ମନୋଭାବ

ସହାସ୍ୟ ମୁଖ

ଉଦାୟୀ ଯେ ସଫଳ

ରାଜକାର୍ଯ୍ୟରେ

ନିମଗ୍ନ ଯେ ସିଦ୍ଧାର୍ଥ

କର୍ତ୍ତବ୍ୟ ପରାକାଷ୍ଠା ।

---0---


~ ମନୀଷା ମିଶ୍ର


୮୨)

ଶ୍ରୀ ଅରବିନ୍ଦ

କଥାଗଡ଼lରେ ଛିଡା

ରାଜଦ୍ରୋହରେ

ଚହଳ ପଡୁଅଛି

ସାରା ଭାରତେ

ନିଜକୁ ତୁଚ୍ଛକରି

ପରାଧୀନତା

ବେଡିରୁ ଦେଶମୁକ୍ତି

ତାଙ୍କରି ଲକ୍ଷ୍ୟ

ଖ୍ୟାତି, ଅର୍ଥ ଓ ସ୍ୱାର୍ଥ

ଆବଶ୍ୟକତା

ନାହିଁ ଯେ ମନୋଭାବ

ଦେଶ ସ୍ୱାଧୀନ

ଏକମାତ୍ର ଚିନ୍ତନ

କଷ୍ଟ, ଲାଂଛନା

ବ୍ୟସ୍ତକରି ପାରେନା

ଚତୁର୍ଦିଗରେ

ଗୁଣଗାନ ତାଙ୍କରି

ରବିନ୍ଦ୍ରନାଥ

ଅଭିନନ୍ଦନ ବାର୍ତ୍ତା

ପଠାଇଛନ୍ତି

ବୟସରେ ହେଲେବି

କନିଷ୍ଠ ସିଏ

ବିଶ୍ଵଗୁରୁ ଲେଖନ୍ତି

ଶ୍ରୀ ଅରବିନ୍ଦ

ପ୍ରଣାମ ନିଅ ମୋର

ହେ ବନ୍ଧୁବର!

ଦେଶବନ୍ଧୁ ଆତ୍ମାର

ବାଣୀ ମୂରତି

ଭିକ୍ଷାରେ ତ ମିଳେନା

ଶାସନ ଭାର

ଇଣ୍ଡିଆନ ପେଟ୍ରିଓଟ

ପତ୍ରିକା ଲେଖେ

ଦେଶର ଜନତାଙ୍କ

ପ୍ରଣାମ ଘେନ

ତୁମେ ମନୁଷ୍ୟ ନୁହଁ

ମର୍ତ୍ୟରେ ଦେବ

ଉତ୍ସର୍ଗୀତ ଜୀବନ

ନିର୍ଭିକ ବୀର

ସମଗ୍ର ଜାତି ତଵ

କରୁଛି ସ୍ତୁତିଗାନ ।

---0---


~ ରମାକାନ୍ତ ସତପଥି


୮୩)

ଖୁସିର ଦିନ

ମାତ୍ର କେଇ ଦିନର

ଚିନ୍ତାରେ ମଗ୍ନ

ପୁନଶ୍ଚ ଯେ ସିଦ୍ଧାର୍ଥ

ସାରଥୀ ଛନ୍ନା

ପ୍ରସ୍ତୁତ ଆଜ୍ଞା ମାତ୍ରେ

ଚତୁର୍ଥ ଦ୍ୱାର

ବହିର୍ଗମନ ପଥ

ବନ୍ଧନ ହୀନ

ଅଗ୍ରସର ସିଦ୍ଧାର୍ଥ

ପ୍ରକୃତ ଦୃଶ୍ୟ

ସମାଜ, ଜଗତର

ରୋଗ ଓ ଦୁଃଖ

ଯନ୍ତ୍ରଣା, କ୍ଷୁଧା, କ୍ଳେଶ

କ୍ଲାନ୍ତ ଓ ଶ୍ରାନ୍ତ

ମାନବର ଦୃଶ୍ୟ ଯେ

ଉଦ୍ଭାସିତ ସେ

ପ୍ରତ୍ୟକ୍ଷ ଅନୁଭୁତି

ନିଜ ଚକ୍ଷୁରେ

ଦେଖନ୍ତି ଯେ ସିଦ୍ଧାର୍ଥ

ଭାବନା ରାଜ୍ୟେ

ନିମଗ୍ନ ସେ ହୁଅନ୍ତି

ଉପାୟ ଚିନ୍ତା

ମୁକୁଳିବା ନିମିତ୍ତ

ଏହା ମଧ୍ୟରୁ

ଉପାୟ ନିଶ୍ଚେ ଅଛି

କଣ ଯେ ତାହା

ଖୋଜିବାର ଯେ ଅଛି

ଦୃଢ ନିଶ୍ଚିତ

ଦୃଶ୍ୟପଟେ ଉଦ୍ଗତ

ଶାନ୍ତ ଓ ସୌମ୍ୟ

ଭିକ୍ଷା ଥାଳ ହସ୍ତରେ

ବ୍ୟକ୍ତି ବିଶେଷ

ସିଦ୍ଧାର୍ଥ ପଚାରନ୍ତି

କିଏ ଆପଣ

କଣ ପାଇଁ ଏ ବେଶ

ବ୍ୟକ୍ତି ଉତ୍ତର

ମୋହ, ମାୟାର ତ୍ୟାଗ

ଗୃହର ତ୍ୟାଗ

ମୁକ୍ତିପଥ ସନ୍ଧାନେ

ସିଦ୍ଧାର୍ଥ ଖୁସି

ଶୁଣି ତାଙ୍କ ଉତ୍ତର

ଆଶା ଆଲୋକ

ଉଦ୍ଭାସିତ ବଦନେ

ପ୍ରତ୍ୟାବର୍ତ୍ତନ

ପିତା ଆଗେ ରଖନ୍ତି

ଅଭିପ୍ରାୟ ସେ

ବୁଝାନ୍ତି ସିଦ୍ଧାର୍ଥଙ୍କୁ

ବ୍ୟଥିତ ରାଜା

ବୃଦ୍ଧାବସ୍ଥା ଆଗତ

ରାଜ୍ୟ ଭାରର

ଅର୍ପଣ ଇଛା ତାଙ୍କ

ସିଦ୍ଧାର୍ଥ ମୌନ

ଯନ୍ତ୍ରଣା ଦିଏ ମନେ

ସଂକଳ୍ପରେ ଅଟଳ ।

---0---


~ ମନୀଷା ମିଶ୍ର


୮୪)

ଅମଲାତନ୍ତ୍ର

ଆମ ଦେଶର ଶତୃ

ବ୍ୟକ୍ତି କୈନ୍ଦ୍ରିକ

ସ୍ୱାର୍ଥ ପୂରଣ ଅର୍ଥେ

ଦେଶଟା ତୁଚ୍ଛ

ନରମପନ୍ଥୀ

କଂଗ୍ରସ ଚାଟୁକାର

ସ୍ୱରାଜ ଭାବ

ଦୃଷ୍ଟିକୋଣ ଭିନ୍ନତା

କଲିକତାରେ

ଦାଦା ଭାଇଙ୍କ ବାକ୍ୟ

ବ୍ରିଟିଶ ଅଧୀନ

ସ୍ୱାୟତ୍ତ ଯେ ଶାସନ

ଅରୋଙ୍କ ବାଣୀ

ସମ୍ପୂର୍ଣ୍ଣ ସ୍ୱାଧୀନତା

ନେବାକୁ ହେବ

ଜଗତ ଗୁରୁବର

ଜଗତ ମୁକ୍ତି

ମୁକ୍ତ ନିଜକୁ କର

ପରିଭାଷାରେ

'ସ୍ୱରାଜ'ର ପାର୍ଥକ୍ୟ

ଦୁଇଟି ଗୋଷ୍ଠୀ

ସୁରାଟ କଂଗ୍ରେସରେ

ଜୋତା ଫିଙ୍ଗିବା

ଆଶାୟୀ ସଭାପତି

ଦୁଇ ଯେ ଦଳ

କଂଗ୍ରେସ ସଭା ଭଙ୍ଗ

ଅରବିନ୍ଦ ଯେ

ନିରୁଦବିଗ୍ନ, ପ୍ରଶାନ୍ତ

ମର୍ଯ୍ୟାଦା ନଷ୍ଟ

ନରମପନ୍ଥୀଙ୍କର

ବିପ୍ଳବର ଧାରା

ପରିବର୍ତ୍ତନ ହୁଏ

ବ୍ୟଗ୍ର ଆହ୍ୱାନ

ବିଭିନ୍ନ ପ୍ରଦେଶରୁ

ସ୍ୱରାଜ ପଥ

ଅରୋ ମନରେ ଆସେ

ଧନ୍ୟ ଚାଟୁକାରିତା !

---0---


~ ରମାକାନ୍ତ ସତପଥି


୮୫)

ଯୋଗ ସାଧନା

ବିଷ୍ଣୁ ଭାଷ୍କର ଲେଲେ

ଅଭିଜ୍ଞ ଯୋଗୀ

ଦିଅନ୍ତି ଯୋଗ ଶିକ୍ଷା

ବରୋଦା ଠାରେ

ନିଭୃତ କୋଠରୀରେ

ମନଟା ଫାଙ୍କା

ଚିନ୍ତା ପ୍ରବେଶହୀନ

ତିନି ଦିନରେ

ବ୍ରହ୍ମାନୁଭୁତି ପ୍ରାପ୍ତି

ନିଶ୍ଚଳ ଦେହ

ନିସ୍ତରଙ୍ଗ, ନିଥର

ନିର୍ମଳ ଭାବ

ଅନ୍ତହୀନ ଚେତନା

ଅସୀମ ନଭ

ନିର୍ବାଣ ଅନୁଭୂତି

ବାସ୍ତବିକତା

ପ୍ରକୃତି ଠୁଁ ଯେ ଭିନ୍ନ

ଲେଲେ ବିସ୍ମିତ

ଅରୋ ପରମ ଗୁରୁ

ଯୋଗ ଅଭ୍ୟାସ

ନାହିଁ ତାଙ୍କ କରଣ

ଆଶୀଷ ଦିଏ

ବ୍ରହ୍ମ ଦର୍ଶନ ପରେ

କାଟ ଯୋଗୀ ଜୀବନ ।

---0---


~ ରମାକାନ୍ତ ସତପଥି


୮୬)

ସମୟ ଚକ

ଘୁର୍ଣ୍ଣlୟମାନ ଗତି

ରାତ୍ରୀ ଆଗତ

ବିଷର୍ଣ୍ଣ ବଦନ ଯେ

ଶୟନ କକ୍ଷେ

ପ୍ରବେଶନ୍ତି ସିଦ୍ଧାର୍ଥ

ଅସ୍ଥିର ଚିତ୍ତ

ଯଶୋଧାରlଙ୍କ ପ୍ରଶ୍ନ

କଣ କlରଣ

ଉଦବେଗ, ଅସ୍ଥିରତା

ହତାଶ ସ୍ୱର

ସିଦ୍ଧାର୍ଥଙ୍କ ଉତ୍ତର

ସୁସ୍ଥ ଯୁବକ

ସମୟ କlଳଚକ୍ର

ରୁଗ୍ଣ ଓ ବୃଦ୍ଧ

ମୃତ୍ୟୁ ଅନ୍ତିମlବସ୍ଥା

ହୃଦୟ ମନ୍ଥେ

ଆନ୍ଦୋଳନ ମନରେ

ଯନ୍ତ୍ରଣାଦାୟୀ

ଅତିବାହିତ ଦିନ

ଉପାୟ ଚିନ୍ତା

କ୍ଷଣ ଭଙ୍ଗୁର ପୃଥ୍ବୀ

ଶାନ୍ତି ସନ୍ଧାନ

ଜୀବନ,ମୃତ୍ୟୁ କଣ ?

ଖୁସିର ମନ୍ତ୍ର

ନିରାଟ ସତ୍ୟ କଣ?

ପରିଶେଷରେ

ଦୃଢ଼ତା ମନେ ଆସେ

ଗୃହର ତ୍ୟାଗ

ସତ୍ୟର ସନ୍ଧାନରେ

ନିର୍ଜନ ରାତ୍ରୀ

ନିଦ୍ରିତ ଯେ ସମସ୍ତେ

ଆପଣlଜନ

ଛନ୍ନlକୁ ଉଠାନ୍ତି ସେ

ଆଦେଶ କ୍ରମେ

ରଥ ପ୍ରସ୍ତୁତ ହୁଏ

ପଥ ର ରୋଧ

ପ୍ରତୀକ ଦୁଷ୍ଟ ମାର

ପ୍ରଲୁବ୍ଧ କରେ

ମୋହର ଲମ୍ବା ଚିଠା

ଭ୍ରମିତ କରେ

ରାଜସିଂହାସନର

ଶାନ୍ତ ସିଦ୍ଧାର୍ଥ

ପ୍ରତ୍ୟାଖ୍ୟାନ କରନ୍ତି

ସକଳ ମୋହ

ଅନିଚ୍ଛା ରାଜପଦ

ଅନ୍ତିମ ସତ୍ୟ

ନିର୍ମଳ ଆନନ୍ଦର

ସନ୍ଧlନେ ଯାତ୍ରା

ନିଷ୍ଫଳ ମୋର ଚେଷ୍ଟା

ସିଦ୍ଧାର୍ଥ ଯାତ୍ରାରମ୍ଭ ।

---0---


~ ମନୀଷା ମିଶ୍ର


୮୭)

ଜଗିକି ଅଛି

ତୁମ ଉପସ୍ଥିତିକୁ

ଜାଣିଛି, ତୁମେ

ଠିକ ପହଂଚିଯିବ

ଫୁଲଟେ ଦେବ

ଅଭିନୟ ହେଲେ ବି

କାନ୍ଦିବ କ୍ଷଣେ

କାନ୍ଧରେ ବି ବୋହିବ

ଖଇ ଫିଙ୍ଗିବ

ସଭିଙ୍କ ସାମନାରେ

କାଠ ବି ଦେବ

କିନ୍ତୁ ମନ ଭିତର

ହସୁଥିବ ସ୍ୱାର୍ଥରେ ।

---0---


~ ରାଜେଶ କୁମାର ମୁଣ୍ଡ


୮୮)

ସାରଥୀ ଛନ୍ନା

ରଥlରୁଢ଼ ସିଦ୍ଧାର୍ଥ

ଅନନ୍ତ ଯାତ୍ରା

ପଥ ର ଅତିକ୍ରମ

ରାଜ୍ୟ ରୁ ରାଜ୍ୟ

କପିଳବସ୍ତୁ ସୀମା

ଶାକ୍ୟ, କୋଲିୟ

ଅନୌମା ନଦୀତଟ

ରଥ ଅଟକେ

ବସ୍ତ୍ର ପରିବର୍ତ୍ତନ

ସିଦ୍ଧାର୍ଥ ବେଶ

ସାଧାରଣ ପୋଷାକ

ପ୍ରତ୍ୟାବର୍ତ୍ତନ

ସିଦ୍ଧାର୍ଥଙ୍କ ନିର୍ଦ୍ଧେଶ

ରାଜ ପ୍ରlସାଦେ

ଛିନ୍ନl ବିରସ ଭାବ

ପ୍ରତିଶୃତି ଯେ

ସିଦ୍ଧାର୍ଥ ଛନ୍ନା ପ୍ରତି

ଆଶ୍ୱାସନାର

ସତ୍ୟ ସନ୍ଧାନ ପରେ

କପିଳବାସ୍ତୁ

ପ୍ରତ୍ୟାବର୍ତ୍ତନ ନିଶ୍ଚେ

ପାଦବ୍ରଜରେ

ସିଦ୍ଧାର୍ଥ ଯାତ୍ରାରମ୍ଭ

ସେହି ସ୍ଥାନରୁ

ସୁଦୃଢ ପଦକ୍ଷେପ

ଉଜ୍ଜ୍ୱଳ ନେତ୍ର

ଯୁବ ସୁଲଭ ମୁଖ

ଜନତା ସ୍ତବ୍ଧ

ବାରମ୍ବାର ଅନlନ୍ତି

ସନ୍ୟାସୀ ବସ୍ତ୍ର

ରାଜକୀୟ ଭଙ୍ଗିମା

ଲୁକ୍କାୟିତ ଯେ

ଭିକ୍ଷା ଥାଳ ହସ୍ତରେ

ଲଣ୍ଡିତ ମୁଣ୍ଡ

ସିଦ୍ଧାର୍ଥ ବେଶ ଭୁଷା

ରାଜଗ୍ରୀହରେ

ପ୍ରବେଶ ଯେ କରନ୍ତି

ଦ୍ୱାରରୁ ଦ୍ୱାର

ଭିକ୍ଷାର ଉଦ୍ଦେଶ୍ୟରେ

ଦଣ୍ଡାୟମାନ

ନୀରବ ନିର୍ବିକାର

ଲୋକଙ୍କ ମଧ୍ୟେ

ଆଲୋଚନା ଯେ ହୁଏ

ସିଦ୍ଧ ସନ୍ୟାସୀ

ଉଚ୍ଚ ବଂଶଜ ନିଶ୍ଚେ

ବନ ଗମନ

ନଦୀର ସଂନିକଟ

ସିଦ୍ଧାର୍ଥଙ୍କ ଭୋଜନ ।

---0---


~ ମନୀଷା ମିଶ୍ର


୮୯)

ଶ୍ରୀ ଅରବିନ୍ଦ

ମାଟି କରେ ଆହ୍ୱାନ

ବକୃତା ପାଇଁ

ନିମନ୍ତ୍ରିତ ହୁଅନ୍ତି

ମନଟା ଶୂନ୍ୟ

ଆକାଶ ପରି ଖାଲି

ପରିପ୍ରକାଶ

ହେଉନି କେତେ ବେଳେ

ଲେଲେଙ୍କ ବାଣୀ

ମନରୁ କହିବା ଯେ

ସମ୍ଭବ ନୁହେଁ

ସଭାରେ ହୁଅ ଛିଡା

ଗୁରୁଙ୍କ ଧ୍ୟାନ

ପ୍ରଣମ ସଭାଜନ

ସ୍ୱତଃ ପ୍ରକାଶ

ହୋଇବ ଯେ ତାହାର

ବମ୍ବେରେ ସଭା

ପ୍ରୟୋଗ କରନ୍ତି ଅରୋ

ଶ୍ରୋତା ବିମୁଗ୍ଧ

ଅଦ୍ଭୁତ ଯେ ବକୃତା

ଜାତୀୟ ବାଦ

ନୁହେଁ ରାଜନୈତିକ

ମନୁଷ୍ୟ ଧର୍ମ

ଅଧର୍ମର ଯେ ଚେଷ୍ଟା

ଚାପରେ ରହୁ

ଧର୍ମ ଆମରି ଅସ୍ତ୍ର

ନାହିଁ ବିନାଶ

ସ୍ୱାଧୀନତା ଆମରି

ଜୀବ ପ୍ରକାଶ

ଭଗବାନଙ୍କ ସୃଷ୍ଟି

ଜେଲ ଆବଦ୍ଧ

ହୋଇ ପାରେନା କେବେ

ବକୃତା, ଲେଖା

ବିପ୍ଳବାତ୍ମକ ବାଣୀ

ସ୍ୱତଃ ଝରେ ସେ

ନିର୍ଭୁଲ ପ୍ରକାଶିତ

ସଂଶୋଧନର

ନାହିଁ ଆବଶ୍ୟକତା

ଦ୍ଵିତୀୟ ଥର

ପଢିବା ଆବଶ୍ୟକ

ହୁଏ ନାହିଁ ସେ

ନିସୃତ ଲେଖନୀରୁ

ସିଧାସଳଖ

ଲେଖାର ଯେ ପ୍ରକାଶ

ଦିନକ କଥା

ଲାଲା ଯେ ନିର୍ବାସିତ

ମଧ୍ୟ ରାତ୍ରୀରେ

ତାଙ୍କୁ ସୂଚନା ମିଳେ

ନିଦରୁ ଉଠି

ପ୍ରବନ୍ଧର ଲେଖନ

ଭୋରରେ ଛପା

ବ୍ରିଟିଶ ଶାସନକର୍ତ୍ତା

ଭୀଷଣ ତାତି

କୌଶଳ ଜ୍ଞାନମୟ

ଜେଲର ଦଣ୍ଡ

ଦେବା ନୁହେଁ ସମ୍ଭବ

ନୀରବ ଗୋରା

ଦୁଇଟି ପତ୍ରିକା ହୁଏ ପରିପ୍ରକାଶ

ଯୋଗ ସାଧନା ବ୍ରତୀ

ହୁଏ ନିର୍ଜନ ବାସ ।

---0---


~ ରମାକାନ୍ତ ସତପଥି


୯୦)

ରକ୍ଷାବନ୍ଧନ

ସ୍ନେହ ଡୋରି ଲଗାଇ

ସମ୍ପର୍କ ସୁତା

ଭାଇ ହାତେ ଭଉଣୀ

ବାନ୍ଧି ଦେଇକି

ମାଗି ନିଏ ସୁରକ୍ଷା

ଜୀବନ ସାରା

ଯୁଗାନୁଯୁଗ ଧରି

ଚାଲି ରହୁ ଏ ପ୍ରଥା ।

---0---


~ ଶ୍ରୀରାମ ସାହୁ


୯୧)

ପ୍ରଶ୍ନ ଯେ ଉଠେ !

ଦେଶର ସ୍ୱାଧୀନତା

ବନ୍ଧୁକ, ବୋମା

ଆମଦାନୀ ଯୋଜନା

ଅନ୍ୟ ପକ୍ଷରେ

ଚେତନା ଉର୍ଧ୍ଵଗାମୀ

ଯୋଗ ସାଧନା

ବିପରୀତ ମାର୍ଗରେ

ସମ୍ଭବପର

ହୁଏ ଏହା କିପରି ?

ଶ୍ରୀ ଅରବିନ୍ଦ

କର୍ମରେ ଏକାଗ୍ରତା

ଜୀବନ ଲକ୍ଷ୍ୟ

ଦେଶ ମାତୃକା ସେବା

କର୍ମ ଓ ଯୋଗ

କର୍ମଯୋଗୀ ନାମରେ

ଅରବିନ୍ଦ ବିଦିତ ।

---0---


~ ରମାକାନ୍ତ ସତପଥି


୯୨)

ଗୀତାର ସାର

କର୍ମ ଯେ ସହାୟକ

କର୍ମ ସମୂହ

ଜଗତର କଲ୍ୟାଣ

ଭଗବତ ଇଚ୍ଛା

ମନୁଷ୍ୟ କରେ ପୂରଣ

କେବଳ ମାତ୍ର

ଯନ୍ତ୍ର ରୂପୀ ମଣିଷ

ପରିଚାଳକ

ସେ ଯେ ବିଶ୍ୱ ନିୟନ୍ତା

ଯନ୍ତ୍ର ଚାଳନା

ଆରୋହୀ ସ୍ୱୟଂ ପ୍ରଭୁ

ତାଙ୍କ ନିର୍ଦ୍ଧେଶ

ମନୁଷ୍ୟ ଆତଯାତ

ଶ୍ରୀ ଅରବିନ୍ଦ

ଏହି ଦର୍ଶନେ କର୍ମ

କରି ଚାଲନ୍ତି

ନାହିଁ ଫଳରେ ଆଶା

ସ୍ଥିର, ନିଶ୍ଚଳ

ଭାବନା ହୀନ ଗତି

ନରହଂକାରୀ

ଦେଶ ଚତୁର୍ଦିଗରେ

କ୍ରାନ୍ତି ତାଣ୍ଡବ

ଅର୍ଥ, ଶକ୍ତି ଯୋଗାଣ

କେତେବେଳେ ଯେ

ବୁଦ୍ଧି ପ୍ରତିଭା

ତ୍ୱରିତ ଆନ୍ଦୋଳନ

ନିଜ ଲକ୍ଷ୍ୟରେ ମଗ୍ନ ।

---0---


~ ରମାକାନ୍ତ ସତପଥି


୯୩)

ମଗଧ ରାଜ୍ୟ

ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ

ସାଧୁଙ୍କ ଜ୍ଞାନ

ଅସାଧାରଣ ବ୍ୟକ୍ତି

ରାଜାଙ୍କ ପାଶେ

ଜନତା ଗୁଂଜରଣ

ପହଂଚି ଯାଏ

କ୍ଷମତାଶାଳୀ ରାଜା

ବିମ୍ବିସାର ଯେ

ମନେ ଉତ୍କଣ୍ଠା ତାଙ୍କ

ଦର୍ଶନର ଇଚ୍ଛା

ସେହି ସିଦ୍ଧ ପୁରୁଷ

ମୁକୁଟ ଛାଡି

ସିଂହାସନରୁ ଉଠି

ଧାଁଆନ୍ତି ରାଜା

ସାଧାରଣ ମଣିଷ

ବେଶ ପୋଷାକ

ଆଶ୍ଚର୍ଯ୍ୟ ଚକିତ ଯେ

ସେ ମହୀପାଳ

ସୁନ୍ଦର ଅବୟବ

ଚିହ୍ନିଲା ମୁହଁ

ଶାକ୍ୟ ରାଜକୁମାର

ଅତିଥି ରୂପେ

ନିମନ୍ତ୍ରିତ ସିଦ୍ଧାର୍ଥ

ରାଜପ୍ରାସାଦ

ଆସନ୍ତୁ ହେ କୁମାର !

ମଗଧ ରାଜ୍ୟ

ଉପଦେଷ୍ଟା ଭାର ଯେ

ଗ୍ରହଣ କରି

କୃତ କୃତ୍ୟ କରନ୍ତୁ

ରାଜାଙ୍କ ଉକ୍ତି

ସିଦ୍ଧାର୍ଥ ଯୋଗୀ

ଧନ୍ୟବାଦ ଦିଅନ୍ତି

ଶାନ୍ତ, କୋମଳ

ସ୍ୱରରେ ହେ ରାଜନ !

ଛିନ୍ନ କରିଛି

ସମସ୍ତ ମାୟା ବନ୍ଧନ

ପରିବ୍ରାଜକ

ହାତରେ ଭିକ୍ଷାଥାଳ

ଅଗ୍ରସର ଯେ

ଶୁଦ୍ଧ ସତ୍ୟ ସନ୍ଧାନ

ଜୀବନ ଲକ୍ଷ୍ୟ

ବୁଝାନ୍ତି ଯେ କୁମାର

ଉଦାହରଣେ

ଶଶକ ବର୍ତ୍ତି ଅଛି

ସର୍ପ ମୁଖରୁ

କଣ ସେ ଫେରିଯିବ

ସାପ ମୁଖକୁ

ହେ ଦୟାବତାର

ନୁହେଁ ସମ୍ଭବ

ସଂସାରତ୍ୟାଗୀ ମୁହିଁ

ପଥ ଦେଖlନ୍ତୁ

ଯୋଗୀଜନ ଠିକଣା

ଯୋଡ ହସ୍ତରେ

ରାଜା ଯେ ବିମ୍ବିସାର

କ୍ଷମାର ପ୍ରାର୍ଥୀ

ସିଦ୍ଧାର୍ଥ ଯାତ୍ରାରମ୍ଭ

ଯୋଗୀଜନ ସନ୍ଧାନେ ।

---0---


~ ମନୀଷା ମିଶ୍ର


୯୪)

ଶ୍ରୀ ଅରବିନ୍ଦ

ପତ୍ରରେ ମନୋଭାବ

ଲେଖି ଜଣlନ୍ତି

ପତ୍ନୀ ଯେ ଦୂର ଦେଶେ

ମନର ଭାବ

ସହଧର୍ମିଣୀ ରୂପେ

ବୁଝିବା ପାଇଁ

ଯୋଗ ସାଧନେ ବ୍ରତୀ

କର୍ମ ପଦ୍ଧତି

ପରିଶ୍ରମର ଭlର

କ୍ଲାନ୍ତ ଶରୀର

ଖିଆ ପିଆର ନାହିଁ

ଠିକ ଠିକଣା

ଲକ୍ଷ୍ୟ ଯେ ସ୍ୱାଧୀନତା

ଗୋପନ ବାର୍ତ୍ତା

ପ୍ରେରଣ କରନ୍ତି ସେ

ମନ ବୁଝିବା ପାଇଁ ।

---0---


~ ରମାକାନ୍ତ ସତପଥି


୯୫)

ଯୋଗ ସାଧନା

ଶିକ୍ଷାର ଆବଶ୍ୟକ

ସିଦ୍ଧାର୍ଥ ମନେ

ବିମ୍ବିସାର ସାକ୍ଷାତ

ବନ୍ଧୁତ୍ୱପୂର୍ଣ୍ଣ

ଅଲlର ଓ ଉଦ୍ରେକ

ଗୁରୁ ଦ୍ବୟ ଯେ

ଯୋଗରେ ପାରଙ୍ଗମ

ଧ୍ୟାନର ଶିକ୍ଷା

ସତ୍ୟର ସନ୍ଧlନରେ

ଅନୁପଯୋଗୀ

ହୃଦବୋଧ ଯେ ହୁଏ

ପାଦବ୍ରଜରେ

ପୁନଶ୍ଚ ଯାତ୍ରାରମ୍ଭ

ପଥପ୍ରାନ୍ତରେ

ମନ୍ଦିରର ଦର୍ଶନ

ବିଚିତ୍ର ବୋଧ

ଦେବତାଙ୍କ ସନ୍ତୋଷ

ପଶୁବଳୀରେ

ବ୍ୟଥିତ ତାଙ୍କ ମନ

ରକ୍ତର ରଙ୍ଗ

ଦୁଃଖରେ ମ୍ରିୟମାଣ

ସିଦ୍ଧାର୍ଥ ନିଜେ

ପୂଜକ ଉଦ୍ଦେଶ୍ୟରେ

ପଶୁବଳୀ ଯେ

ଅନାବଶ୍ୟକ ଅଟେ

ଜୀବର ହତ୍ୟା

ପାପର ଭାଗିଦାରୀ

ମୁକ୍ତିର ମାର୍ଗ

ନୁହେଁ ସେ ନିରନ୍ତର

ପୂଜକ ଉକ୍ତି

ସିଦ୍ଧାର୍ଥ ଯୋଗୀରାଜ

ପରମ୍ପରା ଯେ

ଆବାହମାନ କାଳୁ

ପଶୁବଳୀର

ରୋକିବା ପରମ୍ପରା

ନୁହେଁ ସମ୍ଭବ

କାମନା ହୃଦୟରେ

ମୋହ ଗ୍ରସ୍ତ ଯେ

କୃତକର୍ମ ଫଳର

କି ଆଶା କର?

ପଶୁବଳୀର ପ୍ରଥା

ପ୍ରତ୍ୟାହାରର

ପୂଜକ ଯେ ଚକିତ

ସ୍ପଷ୍ଟବାଦୀତା

ନିର୍ଭିକ ଦୃଢ ସ୍ୱର

ଯୁବକ ସିଦ୍ଧାର୍ଥଙ୍କ ।

---0---


~ ମନୀଷା ମିଶ୍ର


୯୬)

ପରିବର୍ତ୍ତନ

ରଙ୍ଗମଞ୍ଚର ପଟ

ଶ୍ରୀ ଅରବିନ୍ଦ

ସମୟର ସୁଅରେ

ଅଧ୍ୟକ୍ଷ ରୂପେ

ପ୍ରଫେସର ଜୀବନ

ସ୍ବଦେଶୀ ନେତା

ସମ୍ପାଦକ କାର୍ଯ୍ୟରେ

ଅଦ୍ଭୁତ ମୋଡ଼

ଜୀବନ ଚଲାପଥେ

ମାଣିକତଳା

ମୁରାରୀ ପୁକୁର୍ ରୋଡ

ବଗିଚା ଘର

ବିସ୍ତିର୍ଣ୍ଣ ଯେ ପ୍ରାନ୍ତର

ପୈତୃକ ଘର

ସାତ ଏକର ଜମି

ପଣସ ଗଛ

ଆମ୍ବ, ବାଉଁଶ ଝାଡ଼

ପରିପୂର୍ଣ୍ଣତା

ଦୁଇଟି ପୋଖରୀରେ

ମାଛର ଚାଷ

ଏକତଳା ପ୍ରାସାଦ

ନେତୃସ୍ଥାନୀୟ

ଯୁବକ ମାନଙ୍କର

ଆଡ୍ଡା ସ୍ଥଳ ସେ

ପୋଲିସ କଟକଣା

ଯୁଗାନ୍ତରରେ

ହୁଏନା ତାଙ୍କ ଭେଟ

ବାରିନ୍ଦ୍ର ସହ

ଦଳବଳ ସହିତ

ଗହଳି ଚାଲେ

ନାହିଁ ପୋଲିସ ଭୟ

ଗୁପ୍ତ ସମିତି

ନିର୍ବିଘ୍ନେ ଅଗ୍ରସର

ଗୀତା ପଠନ

ଯୋଗ ଶିକ୍ଷା ସାଧନା

ବାହ୍ୟ ଦୃଷ୍ଟିରେ

ଦୃଶ୍ୟlନ୍ତର ପଟଳେ

ବନ୍ଧୁକ, ଗୋଳି

ବିପ୍ଳବ ସଜବାଜ

ସନ୍ତ୍ରlସବାଦ

ରାଜପୁରୁଷଙ୍କର

ଅତ୍ୟାଚାର ବିରୁଦ୍ଧେ ।

---0---


~ ରମାକାନ୍ତ ସତପଥି


୯୭)

ସମୟ କ୍ରମ

ପୁନଶ୍ଚ ଅଗ୍ରସର

ସେନାଗ୍ରାମ ଯେ

ଉରୁଭେଲୁ ଅଞ୍ଚଳ

ସନ୍ନିକଟରେ

ନଦୀ ଯେ ପ୍ରବାହିତ

ନୈରଞ୍ଜନ ସେ

ଚିର ଶସ୍ୟ ଶ୍ୟାମଳା

ଉର୍ବର ଭୂମି

ସିଦ୍ଧାର୍ଥଙ୍କ ସାକ୍ଷାତ

ପଞ୍ଚ ସନ୍ୟାସୀ

ନିକଟ ଜଙ୍ଗଲରେ

ଅବସ୍ଥାପିତ

କୃଛ୍ର ସାଧନା ବ୍ରତୀ

ଆତ୍ମ ଶୃଙ୍ଖଳ

ସିଦ୍ଧାର୍ଥ ଉପନୀତ

ଋଷିଙ୍କ ପାଶେ

ଆଶ୍ଚର୍ଯ୍ୟ ଚକିତ ସେ

ନିୟନ୍ତ୍ରଣ ଯେ

ମନ, ଶ୍ୱାସ ଉପରେ

ଅଚଳ ଚିତ୍ତ

ଖାଦ୍ୟ, ପାନୀୟ ତ୍ୟାଗ

ଘାସ ଆହାର

ସିଦ୍ଧାର୍ଥ ଚିନ୍ତି ମଗ୍ନ

କୃଛ୍ର ସାଧନା

ସତ୍ୟର ସଠିକ୍ ମାର୍ଗ

ଯୋଗ ଦିଅନ୍ତି

ସାଧନା ଆରମ୍ଭରେ

ଅତ୍ୟାଚାର ଯେ

ନିଜେ ନିଜ ଉପରେ

କଷ୍ଟ, ଯନ୍ତ୍ରଣା

ଅନୁଭବର କଥା

ଦୀର୍ଘ ଛ 'ବର୍ଷ

ସତ୍ୟ ଅନୁସନ୍ଧାନ

କୃଛ୍ର ସାଧନା ମଗ୍ନ ।

---0---


~ ମନୀଷା ମିଶ୍ର


୯୮)

ସ୍ୱାଧୀନ ଚେତା

ବିପ୍ଳବାତ୍ମକ କାର୍ଯ୍ୟ

ଆଦ୍ୟ ପୁରୋଧା

ସ୍ୱାଧୀନତା ମନ୍ତ୍ରରେ

ଅଭିମନ୍ତ୍ରିତ

ଗୁପ୍ତ ମନ୍ତ୍ରଣା ନିଏ

ବାସ୍ତବତାର ରୂପ

କାର୍ଯ୍ୟକାରିତା

ରାଜାଉତ୍ପୀଡ଼ନର

ପ୍ରତିରୋଧ ଯେ

ବାରିନ୍ଦ୍ର ଓ ଉପେନ୍ଦ୍ର

ଉଲ୍ଲାସକର

ପୁରୋଧା ବିପ୍ଳବର

ଶ୍ରୀ ଅରବିନ୍ଦ ଯେ

ଅବଶ୍ୟ ଅବଗତ

ଅଭିପ୍ରାୟର

ମୌନ ଅସହମତି

ଆୟୋଜନ ଯେ

ପ୍ରକାଶ୍ୟ ଲଢେଇର

ଯୋଜନାବଦ୍ଧ

ଆକ୍ରମଣର ଚିନ୍ତା

କିଙ୍ଗସ୍ଫୋର୍ଡ ନାମରେ

ଅନ୍ୟlୟୀ ଅତ୍ୟାଚାରୀ

ମାଜିଷ୍ଟ୍ରେଟ ଯେ

ବଙ୍ଗ ଠାରୁ ବଦଳି

ମୁଜାଫରପୁର

ଖୁଦିରାମ, ପ୍ରଫୁଲ୍ଲ

ଆକ୍ରମଣରେ

ନିହତ ଦୁଇ ଜଣ

ଇଂରେଜ ନାରୀ

ଆତ୍ମହତ୍ୟା ଯେ କଲେ

ପ୍ରଫୁଲ୍ଲ ଚାକୀ 

ଖୁଦିରାମକୁ ଫାଶୀ

ବ୍ୟାପକତର

ଧର ପଗଡ଼ ଚାଲେ

ମାଣିକତୋଳା

ପୁଲିସର ନଜରରେ

ଗିରଫର ଭୟ

ଶ୍ରୀ ଅରବିନ୍ଦ ପ୍ରତି

ନିର୍ବିକାର ତଥାପି ।

---0---


~ ରମାକାନ୍ତ ସତପଥି


୯୯)

ଦୀର୍ଘ ଛ 'ବର୍ଷ

କୁଛ୍ର ସାଧନା ଫଳ

ଶରୀର ରୁଗ୍ଣ

ଦୁର୍ବଳ ରୁ ଦୁର୍ବଳ

ପୁନଶ୍ଚ ମାର

ପ୍ରଲୋଭିତ କରଇ

ବିଚ୍ୟୁତ ପଥ

ସିଦ୍ଧାର୍ଥ ନିର୍ବିକାର

ତାଙ୍କରି ବାଣୀ

ମୃତ୍ୟୁ ଶ୍ରେୟସ୍କର ଯେ

ପରାଜୟରୁ

ମାର ନିରାଶା ଭାବ

ସାଧନା ବ୍ରତୀ

ଶିଥିଳ ହସ୍ତ ପଦ

କୃଶ ଶରୀର

ପରିଣାମ ସ୍ୱରୂପ

ସେ ଯେ ମୂର୍ଚ୍ଛତ

ବାଳିକା ଯେ ସୁଜାତା

ମୁଖିଆ କନ୍ୟା

ସୌଭାଗ୍ୟ ବଶତଃ ଯେ

ମିଳନ୍ତି ପାଶେ

ଖିରି ହସ୍ତରେ ଧରି

ଉପନୀତ ସେ

ସିଦ୍ଧାର୍ଥଙ୍କ ଅବସ୍ଥା

ସଂକଟlପର୍ଣ୍ଣ

ତ୍ୱରିତ ପଦକ୍ଷେପ

ଖିରି ପ୍ରଦାନ

ଭକ୍ଷଣ ଉପରlନ୍ତେ

କିଞ୍ଚିତ ସୁସ୍ଥ

ସିଦ୍ଧାର୍ଥ ହୃଦବୋଧ

ସତ୍ୟ ସନ୍ଧlନେ

ଅନୁଚିତ ମାର୍ଗ ଯେ

କୃଛ୍ର ସାଧନା ପଥ ।

---0---


~ ମନୀଷା ମିଶ୍ର


୧୦୦)

ମୌସମ ରଜା

କାହିଁକି କେ ଜାଣି ଯେ

ମୁହଁ ଓଳେଇ

ଋଷି ଜାଇଅଛନ୍ତି

କି ଦରକାର 

ଖୋଲି କହୁ ନାହାନ୍ତି

ହେ ଭଗବାନ!

ତାଙ୍କ ଗୁମର କଥା

ଭଲା କିଏ ବୁଝିବ ?


~ ଶ୍ରୀରାମ ସାହୁ


୧୦୧)

ନିର୍ଜନ ସ୍ଥାନ

ସନ୍ଧାନରେ ସିଦ୍ଧାର୍ଥ

ପିପ୍ପଳ ବୃକ୍ଷ

ସୁଶୀତଳ ତା 'ଛାଇ

ଘଞ୍ଚ ଯେ ପର୍ଣ୍ଣ

ଦର୍ଶନର ମାତ୍ରକେ

ସ୍ଥିର ଯେ କଲେ

ଧ୍ୟାନ ପାଇଁ ଅସ୍ଥାନ

ଅତି ଉତ୍ତମ

ମୁଞ୍ଜା ଘାସର ସପ

ଚାଷୀ ପ୍ରଦତ୍ତ

ସିଦ୍ଧାର୍ଥ ଧ୍ୟାନମଗ୍ନ

ମନରେ ଦମ୍ଭ

ଅଗାଧ ବିଶ୍ୱାସର

ଜ୍ଞାନର ପ୍ରାପ୍ତି

ମାର ରାକ୍ଷସ ପାଇଁ

ବେଦନା ବଢେ

ଧ୍ୟାନ ବିଚ୍ୟୁତି ଲକ୍ଷ୍ୟ

ସୁନ୍ଦରୀ ନାରୀ

ତିନି କନ୍ୟା ପ୍ରେରିତ

ମାୟାଜାଲରେ

କରେ ଆପ୍ରାଣ ଚେଷ୍ଟା

ସିଦ୍ଧାର୍ଥ ନିଜେ

ଅବିଚଳିତ, ସ୍ଥିର

ଭଣ୍ଡୁର ହୁଏ

ମାରର ମାୟାଜାଲ

ନିର୍ବିକାର ସେ

ତିନୋଟି ଶିଶୁ କନ୍ୟା

ଖେଳରେ ମଗ୍ନ

ବିଚାରି ଯେ ସିଦ୍ଧାର୍ଥ

ପୁଣି ଧ୍ୟାନସ୍ଥ

ମାର ଅବସ୍ଥା ହୁଏ

କାକର ସମ

ଉପଲ ଖଣ୍ଡ ଧରି

ମାଂସର ଭ୍ରମ

ବିଫଳ ମନୋରଥ

ମାର ରାକ୍ଷସ

ମଣିଷ ମସ୍ତିଷ୍କରେ

ନିଜର ଛାଇ

ଆବେଗ ଗତିଶୀଳ

ଅଜ୍ଞାନତାର

ଲୋଭ ଓ କୃଦ୍ଧ ରୂପ

ମନ ବିକୃତି

ସ୍ଵ ଦୁର୍ବଳତା ଜୟ

ଅପରିହାର୍ଯ୍ୟ

ନିର୍ମଳ ଭାବlପନ୍ନ

ଅନ୍ତଃକରଣ

ସିଦ୍ଧାର୍ଥ ଦୃଷ୍ଟିପଥେ

ଦୁଃଖ କାରଣ

ସ୍ପଷ୍ଟ ହୁଅଇ ଆସି

ସ୍ପତିକ ସମ

ସନ୍ଧ୍ୟା ଆଗତ ହୁଏ

ନୀଡ ଫେରନ୍ତା

ପକ୍ଷୀ କଳରବ

ଆକାଶେ ତାରା

ଦୃଷ୍ଟିର ପଥାରୁଢ଼

ଆଲୋକ ରଶ୍ମି

ଭରୁଭେଲା ଗୟାର

ଅଶ୍ୱତ୍ଥ ବୃକ୍ଷ

ଜ୍ଞାନର ଦିବ୍ୟଜ୍ୟୋତି

ପରିପ୍ରକାଶ

ଜ୍ଞାନ ପ୍ରାପ୍ତି ପରେ

ବୁଦ୍ଧ ନାମରେ

ନାମିତ ଯେ ସିଦ୍ଧାର୍ଥ

ମନର ଗତି

ଫେରି ଦେଖୁଛି ଯାଇ

ପୂର୍ବ ଜନ୍ମକୁ

ଜନ୍ମ ପରେ ଯେ ମୃତ୍ୟୁ

ଜୀବର ଗତି

କେତେ ଜନ୍ମର ଦୃଶ୍ୟ

ପ୍ରତିଫଳିତ

ଆନନ୍ଦ ଓ ଯନ୍ତ୍ରଣା

ମୃତ୍ୟୁର ରୂପ

ରହସ୍ୟ ଉନ୍ମୋଚିତ

ଜନ୍ମ ମୃତ୍ୟୁର ଖେଳ ।

---0---


~ ମନୀଷା ମିଶ୍ର


୧୦୨)

'ନବ ଶକ୍ତି' ର

ପ୍ରକାଶନରେ ମଗ୍ନ

ଶ୍ରୀ ଅରବିନ୍ଦ

ଗ୍ରେ ଷ୍ଟ୍ରିଟ୍ଦପ୍ତରରେ

ପରିଚାଳନା

ସ୍ତ୍ରୀ ମୃଣାଳିନୀ ଦେବୀ

ଭଗ୍ନୀ ସଙ୍ଗରେ

ଏକତ୍ରିତ ରହଣି

ସରଳତାର

ଜୀବନ ଯେ ଯାପନ

ସତରଞ୍ଜିରେ

କଟିଯାଏ ଜୀବନ

ଗ୍ରେପ୍ତlର ପାଇଁ

ପୋଲିସ ଆଗମନ

ବିଦ୍ରୁପ ହସ

ଶିକ୍ଷିତ ଗ୍ରାଜୁଏଟ

ତଳେ ଶୟନ

ଅଣ୍ଟାରେ ଦୌଡି ଭିଡି

ଟାଣି ନିଅନ୍ତି

ଗଣ୍ୟମାନ୍ୟ ବ୍ୟକ୍ତିଙ୍କ

ଦଖଲପାରେ

ଦୌଡିଟା ଖୋଲାହୁଏ

ଅବିନାଶଙ୍କୁ

ପୁଣି ଗ୍ରେପ୍ତlର ହୁଏ

ଖାନା ତଳlସି

ମିଳେନା କିଛି ହେଲେ

କାଗଜ ପୁଡା

ଦେଖି ପୋଲିସ ଖୁସି

ପାଇଛି ନିଧି

ଦକ୍ଷିଣେଶ୍ୱର ମାଟି

ପୁଡା ମଧ୍ୟରେ

ଶ୍ରୀ ରାମକୃଷ୍ଣଙ୍କର

ପଦାରେଣୁ ସାଇତା ।

---0---


~ ରମାକାନ୍ତ ସତପଥି


୧୦୩)

ଜାତସ୍ମର ସେ

ବୁଦ୍ଧତ୍ୱ ପ୍ରାପ୍ତି ପରେ

ଲମ୍ବା ଯେ ଯାତ୍ରା

ସିଦ୍ଧାର୍ଥ ଠାରୁ ବୁଦ୍ଧ

ପୂର୍ବ ଜନ୍ମର

ସ୍ମୃତି ମନକୁ ଆସେ

ହିମାଳୟରେ

ଯୁବକ ରୂପେ ଜନ୍ମ

ଅନୁସନ୍ଧାନ

ସତ୍ୟର ପରିଭାଷା

ଖୁସିରେ ଲୁହ

ରହିବାକୁ ଦିଅ ଯେ

ଅନ୍ୟର ଖୁସି

ସତ୍ୟର ମୂଳ ରୂପ

ଜ୍ଞାନର ପ୍ରାପ୍ତି

ଯନ୍ତ୍ରଣାରେ ଜର୍ଜରିତ

ଶରୀରଟାକୁ

ଦୃଢ ନିଶ୍ଚିତ ମନେ

ସତ୍ୟର ପାଇଁ

ତ୍ୟାଗ କରିବା ଆଶା

ସବୁ ବନ୍ଧନ

ପରୀକ୍ଷା ପାଇଁ ସ୍ଥିର

କରନ୍ତି ଇନ୍ଦ୍ର

ପ୍ରସ୍ତର ପଛେ ଉଭା

ଦାନଵ ରୂପ

ଲୁଚନ୍ତି ସେଠି ଯାଇ

ଧୀର ସ୍ୱର ଯେ

କୁହନ୍ତି ଯୁବକଙ୍କୁ

ପରିବର୍ତ୍ତନ

ସଂସାରର ନିୟମ

ଅସ୍ଥିର ସବୁ

ନିତ୍ୟ ନୁହଁଇ କିଛି

ଜନ୍ମ ଓ ମୃତ୍ୟୁ

ଗୁଢ ରହସ୍ୟ ଏହି

ଆଶ୍ଚର୍ଯ୍ୟନ୍ୱିତ

ଶୁଣି ସତ୍ୟର ବାଣୀ

ଯୁବକ ଯାଏ

ଶବ୍ଦର ସ୍ରୋତ ଦିଗେ

ଶୂନ୍ୟତା ଖାଲି

ଚତୁର୍ଦିଗେ ଦୃଷ୍ଟିର

ଦାନଵ ଦେଖି

ପ୍ରଶ୍ନ କରନ୍ତି ଯୁବl

ସତ୍ୟର ବ୍ୟାଖ୍ୟା

ତୁମେ କି ସେ ବ୍ୟକ୍ତି

କର ପ୍ରକାଶ

ଦାନଵ ଉତ୍ତରରେ

ହଁ ମୁଁ ବଖାଣେ

ସତ୍ୟର ପରିଭାଷା

ଯୋଡ ହସ୍ତରେ

ଯୁବକ ପ୍ରଣମନ୍ତି

ଶୁଣିବା ଇଚ୍ଛା

କରନ୍ତି ଯେ ପ୍ରକାଶ

ସମ୍ପୂର୍ଣ୍ଣ ସତ୍ୟ

ଦାନବର ଛଳନା

କ୍ଷୁଧାର୍ତ୍ତ ସେ ଯେ

ଅସହ୍ୟ ଭୋକଜ୍ଵlଳl

ପ୍ରଥମେ ଖାଦ୍ୟ

ପରେ ସତ୍ୟର ବ୍ୟାଖ୍ୟା

ଯୁବକ ବାଣୀ

ବରଫର ପାହାଡ଼

ନାହିଁ ଯେ ଖାଦ୍ୟ

ଶପଥ ଯେ କରୁଛି

ସତ୍ୟ ପ୍ରକାଶ

ତୁମରି ଖାଦ୍ୟ ପାଇଁ

ମୋର ଶରୀର

ଭେଟି ଦେବାକୁ ଯିବି

ପୁଳି ଭୋଜନ

ଦାନଵ ଯେ ଆଶ୍ଚର୍ଯ୍ୟ

ସ୍ତମ୍ଭିଭୂତ ସେ

ସତ୍ୟ ସନ୍ଧlନରେ

ଅପୂର୍ବ ନିଷ୍ଠା

ବର୍ଣ୍ଣନା ଦାନବର

ଜୀବନ ଓ ମୃତ୍ୟୁ

ଜୀବନ ଚକ୍ରlକାର

ଘୁର୍ଣ୍ଣିୟମାନ

ନିର୍ବାଣ ପ୍ରାପ୍ତି ଆଶା

ଭାଙ୍ଗ ସେ ଚକ୍ର

ଦାନବର ସ୍ମରଣ

ଯୁବକ ପ୍ରତ୍ୟୁତ୍ତର

ପ୍ରସ୍ତୁତ ଅଛି

ମୃତ୍ୟୁ ପୂର୍ବରୁ ଇଚ୍ଛା

ସତ୍ୟର ବାଣୀ

ପ୍ରଚାର ଓ ପ୍ରସାର

ସମୟ ସ୍ୱଳ୍ପ

ଏକମାତ୍ର ଯେ ରାସ୍ତା

ଶିଳାଲେଖର

କିଛି ମୁହୂର୍ତ୍ତ ଭିକ୍ଷା

ସତ୍ୟ ରକ୍ଷା ଯେ

କର୍ମ ସମ୍ପାଦନର 

ଦାନଵ ଉକ୍ତି

ଶୀଘ୍ର ସମ୍ପାଦନର

ନିର୍ଦ୍ଧେଶ ଭରା

କାର୍ଯ୍ୟ ଶେଷେ ଯୁବକ

ସମର୍ପିତ ଯେ

ଦାନଵ ମୁଖେ ନିଜେ

ଯୁବକ ତ୍ୟାଗ

ଚକିତ ଇନ୍ଦ୍ର ଦେବ

ସ୍ୱୟଂ ପ୍ରକଟ

ତୋଳି ଧରନ୍ତି ହସ୍ତେ

ପୂର୍ବ ଜନ୍ମ ବୃତ୍ତାନ୍ତ ।

---0---


~ ମନୀଷା ମିଶ୍ର


୧୦୪)

ଦୋଷ ଆରୋପ

ଦେଶଦ୍ରୋହୀ ରୂପରେ

ଯୁଦ୍ଧ ଯୋଜନା

ରାଜାଙ୍କ ବିରୁଦ୍ଧରେ

ବ୍ରିଟିଶ ରାଜ

ଉଛେଦ ଷଡଯନ୍ତ୍ର

ପ୍ରମାଣ ବସ୍ତୁ

ବନ୍ଧୁକ, ଗୁଳି ଗୋଳା

ବୋମା, ପିସ୍ତଲ

ପ୍ରତ୍ୟକ୍ଷ ସାକ୍ଷ ସଜ

ଗତିଶୀଳ ଯେ

ମୋକଦ୍ଦମା କୋର୍ଟରେ

ଶ୍ରୀ ଅରବିନ୍ଦ

ବିପ୍ଲବୀ ବନ୍ଦୀ ଭାବେ

କାଟନ୍ତି କlଳ

ବିପ୍ଲବୀର ଜୀବନ

ଯନ୍ତ୍ରଣା ଜର୍ଜରିତ ।

---0---


~ ରମାକାନ୍ତ ସତପଥି


୧୦୫)

ବନ୍ଦୀ ଜୀବନ

ବିପ୍ଲବୀର ଜୀବନ

ଚିରାଚରିତ

ଦେହସୁହା, ସହଜ

ସମୟ ସୁଅ

ଏକବର୍ଷ ବିତଇ

ଅନେକ କାଣ୍ଡ

ନରେନ ଗୋସ୍ୱାମୀଙ୍କ

ଜେଲରେ ହତ୍ୟା

ରାଜସାକ୍ଷୀ ରୂପରେ

ଗୁପ୍ତ ସୂଚନା

ପୋଲିସ୍ କୁ ଦେବା ଦୋଷ

ସତ୍ୟେନ୍ଦ୍ର ବସୁ

କହ୍ନlଇଲାଲ ଦତ୍ତ

ପିସ୍ତଲ ଆସେ

ଜେଲଖାନା ମଧ୍ୟକୁ

ହତ୍ୟାକାରୀ ଯେ

ଫାସୀ ଦଣ୍ଡେ ଦଣ୍ଡିତ

ସୁରକ୍ଷା ଦୃଷ୍ଟି

ଅଲଗା କୋଠରୀରେ

ଏକା ଏକା ଜୀବନ ।

---0---


~ ରମାକାନ୍ତ ସତପଥି


୧୦୬)

କରେ ସ୍ଵାଗତ 

ଶରତ ଆଗମନେ

ହେନା ମାଳତୀ

ଜୁଇ ଜାଇ ବଧୂଲି

ଝରା ଶେଫାଳୀ

ସ୍ନିଗ୍ଧ ଶୀତଳ ବାସ୍ନା

ଧୀର ସମୀର

ଧବଳ କାଶତଣ୍ଡୀ

ଲହଡ଼ି ଭାଙ୍ଗେ

ବିଲ ଆଉ ପ୍ରାନ୍ତରେ

ନଈ ପଠାରେ

ମା' ଧରାବତରଣ

କରେ ସ୍ଵାଗତ

ପରିବେଶ ନିର୍ମଳ

ଆକାଶେ ତାରା

ମିଞ୍ଜି ମିଞ୍ଜି ଆଲୋକ

ଘନ ଅନ୍ଧାରେ

ଅମାସ୍ୟା ପରେ ପରେ

ଦ୍ଵିତୀୟା ଚାନ୍ଦ

ଅନ୍ଧାର ଭେଦ କରି

ଉଙ୍କି ମାରଇ

ଚନ୍ଦ୍ରମା ହ୍ରାସ ବୃଦ୍ଧି

ପୂର୍ଣ୍ଣିମା ଆସେ

ଶୁଭ୍ର ଜ୍ୟୋସ୍ନା ପରଶେ

ଧରଣୀ ହସେ

ସରୋବରେ କୁମୁଦ

ପ୍ରୀତି ପସରା

କୁମୁଦିନୀ ପ୍ରତୀକ୍ଷା

ଅଭେଦ ପ୍ରୀତି

ନୂତନ ସମ୍ଭାବନା

ପାର୍ବଣ ଋତୁ

ମଉଜ ମଜଲିସ୍ 

ଗାଁ ସହରେ

ଆନନ୍ଦ ଉଲ୍ଲାସରେ

ଭକ୍ତି ଭାବନା

ଦେବାଦେବୀ ଅର୍ଚ୍ଚନା

କୁଆଁରୀ ମନ

ଖୁଦୁରୁକୁଣୀ ଓଷା

ଦିହୁଡି ଜାଳେ

କୁମାର ପୂର୍ଣ୍ଣିମା ରେ

ଚାନ୍ଦ ପୂଜନ୍ତି

ମନଲାଖି ଦେବତା

ପାଇବା ଆଶା

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ମଠ ମନ୍ଦିରେ

ହୁଏ କୃଷ୍ଣ ଭଜନ

ଦୁର୍ଗା ମଣ୍ଡପେ

ଜଗତ ଜନନୀ ମା

ସିଂହବାହିନୀ

ନାନାରୂପେ ସଜ୍ଜିତ

ଗାଁ ରୁ ସହର

ଆନନ୍ଦ ଉଲ୍ଲାସରେ

ଭାଇଚାରା ର

ଅପୂର୍ବ ସମନ୍ବୟ

ଓଡ଼ିଶାର ସଂସ୍କୃତି ।

---0---


~ ବାସନ୍ତୀ ଦେଈ ଖୋର୍ଦ୍ଧା


୧୦୭)

ସେସନ ଜଜ

ମୋକଦ୍ଦମା ବିଚାର

ବିଚକ୍ରାଫ୍ଟ ଯେ

କ୍ୟାମ୍ବ୍ରିଜ ସହପାଠୀ

ଶ୍ରୀ ଅରବିନ୍ଦ

ପରୀକ୍ଷାରେ ପ୍ରଥମ

ତାଙ୍କ ତଳକୁ

ବିଚକ୍ରାଫ୍ଟଙ୍କ ସ୍ଥାନ

ଅତୀତ ସ୍ମୃତି

ରୋମନ୍ଥନ କରଇ

ଆସନ ଇଚ୍ଛା

ସମ୍ମାନରେ ଯାଚଇ

ଅପରାଧୀ ଯେ

କାଠଗଡା ଆସୀନ

ଓକିଲ ଭାବେ

ଚିତ୍ତରଞ୍ଜନ ଦାସ

ଏକ ବର୍ଷରେ

ମୋକଦ୍ଦମା ବିଚାର

ପ୍ରମାଣ ହୀନ

ନିର୍ଦୋଷରେ ଖଲାସ

ଏହା ସତ୍ୟ ଯେ

ଲେଖନୀର ଚାଳନା

ଅରବିନ୍ଦଙ୍କ

ଲେଖନୀ ରାଜଦ୍ରୋହ

କରେନା ସୂଚୀ

ସlକ୍ଷ୍ୟର ଅଭାବ ଯେ

ପୋଲିସ ନାକlମ

ପ୍ରମାଣ କରିବାରେ

ଅନ୍ୟ ଆସାମୀ

ଦ୍ବିପlନ୍ତର ଦଣ୍ଡିତ

ବନ୍ଧୁ ବାରିନ୍ଦ୍ର

ଉଲ୍ଲସାକର ଫାସୀ

ଦଣ୍ଡେ ଦଣ୍ଡିତ

ପରବର୍ତ୍ତୀ ସମୟେ

ହୁକୁମ ହୁଏ ରଦ୍ଧ ।

---0---


~ ରମାକାନ୍ତ ସତପଥି


୧୦୮)

ବୁଦ୍ଧତ୍ୱ ପ୍ରାପ୍ତି

ସିଦ୍ଧାର୍ଥ ଠାରୁ ବୁଦ୍ଧ

ସୁଦୀର୍ଘ ପଥ

ଜ୍ଞାନଲୋକ ପ୍ରାପ୍ତିର

ଦ୍ଵିତୀୟ ପର୍ବ

ଭବିଷ୍ୟତ ଦର୍ଶିତା

ନିଜର ନୁହେଁ

ସମଗ୍ର ବିଶ୍ୱ ପାଇଁ

ଜନ୍ମ ଓ ମୃତ୍ୟୁ

ପୂର୍ବଜନ୍ମ ଭବିଷ୍ୟ

ଭବିଷ୍ୟ ଦୃଶ୍ୟ

ମୃତ୍ତିକା ମୁଦ୍ରାଦାନ

ଯୁବ ବାଳକ

ଭବିଷ୍ୟତ ସମ୍ରାଟ

ଅଶୋକ ବୀର ଶ୍ରେଷ୍ଠ ।

---0---


~ ମନୀଷା ମିଶ୍ର


୧୦୯)

ପରିବ୍ରଜରେ

ସିଦ୍ଧାର୍ଥ ଗୌତମ ଯେ

ଭିକ୍ଷୁ ଜୀବନ

ଭିକ୍ଷାର୍ଥେ ଗ୍ରାମ ମଧ୍ୟେ

ସଂନିକଟରେ

ବାଳକ ଦ୍ବୟ ମଗ୍ନ

କାଦୁଅ ଖେଳ

ସ୍ମିତାହାସ୍ୟ ଯେ ବୁଦ୍ଧ

ନିଜ ପଥରେ

ହୁଅନ୍ତି ଅଗ୍ରସର

ବାଳକ ଦୃଷ୍ଟି

ହଠାତ ଯେ ନିବଦ୍ଧ

ଦଣ୍ଡାୟମାନ

ଗୃହ ଦ୍ୱାର ଦେଶେ

ବୁଦ୍ଧ ଯେ ସ୍ୱୟଂ

ଗୃହସ୍ଥ ଦାନ କରେ

କିଂଚିତ ଖାଦ୍ୟ

ଆଶ୍ଚର୍ଯ୍ୟ ସେ ବାଳକ

ଦୃଢ ବ୍ୟକ୍ତିତ୍ୱ

ଅର୍ଦ୍ଧ ନିମିଳିତ ଯେ

ନୟନ ବେନି

ସ୍ବର୍ଣ୍ଣ ଜ୍ୟୋତି ପ୍ରକାଶେ

ସର୍ବାଙ୍ଗ ଜେଣୁ

ଜ୍ୟେଷ୍ଠ ବାଳକ

କିଛି ଦେବାର ଇଚ୍ଛା

ବୁଦ୍ଧଙ୍କ ପାଇଁ

କାଦୁଅ ବ୍ୟତିରେକେ

ନାହିଁ ତ କିଛି

ହଠାତ କାଦୁଅରେ

ତିଆରି କରେ

ଚିକ୍କଣ ଏକ ମୁଦ୍ରା

ବୁଦ୍ଧଙ୍କ ପତ୍ରେ

ପ୍ରଦାନ କରେ ଶୀଘ୍ର

କନିଷ୍ଠ ଭ୍ରାତା

କିଂ କର୍ତ୍ତବ୍ୟ ବିମୁଢ଼

ଯୋଡ ହସ୍ତରେ

ବିନମ୍ର ପ୍ରଣାମର

ସହାସ୍ୟ ବୁଦ୍ଧ

ଗ୍ରହଣ ଯେ କରନ୍ତି

ମୃତ୍ତିକା ମୁଦ୍ରା

ଧନ୍ୟଵାଦର ସହ

ଜରୁରୀ ନୁହେଁ

ପଦାର୍ଥର ବିଷୟ

ଦାନ ମହତ୍ୱ

ସଦିଚ୍ଛାର ମାପକ

ହୃଦୟ ସହ

ସତ୍ୟରେ ପରିଣତ

ବୁଦ୍ଧଙ୍କ ବାଣୀ

ପରବର୍ତ୍ତୀ ସମୟେ

ପୃଥିବୀ ବକ୍ଷରେ ଯେ ।

---0---


~ ମନୀଷା ମିଶ୍ର


୧୧୦)

ଭିକ୍ଷୁ ଜୀବନ

ଗ୍ରାମେ ଗ୍ରାମେ ଭ୍ରମଣ

ଅନ୍ତିମଚର୍ଯ୍ୟl

ଜ୍ଞାନଲୋକ ପ୍ରାପ୍ତିର

ସତ୍ୟ ସନ୍ଧାନ

ଜୀବନ ଓ ଯନ୍ତ୍ରଣା

ପାର୍ଥିବ ତତ୍ତ୍ୱ

ଚାରୋଟି ସତ୍ୟ ବ୍ୟାଖ୍ୟା

ପ୍ରଥମ ସତ୍ୟ

ଦୁଃଖର ଉପସ୍ଥିତି

ଦ୍ଵିତୀୟ ହେଲା

ଦୁଃଖର କାରଣ

ତୃତୀୟ ସେ ଯେ

ଦୁଃଖର ନିବାରଣ

ଚତୁର୍ଥ ସତ୍ୟ

ଅଷ୍ଟାଙ୍ଗ ମାର୍ଗ ତତ୍ତ୍ୱ

ସତ୍ୟ ଦର୍ଶନ

ସତ୍ୟର ଚିନ୍ତନ ଯେ

ସତ୍ୟ ବଚନ

ସତ୍ୟ କର୍ମ କରଣ

ସତପଥ ଜୀବନ

ସତତ ଚେଷ୍ଟା

ସତ୍ୟର ମନନରେ

ଧ୍ୟାନଯୋଗ ଧାରଣା ।

---0---


~ ମନୀଷା ମିଶ୍ର


୧୧୧)

ଜେଲ ଜୀବନ

ଦୀର୍ଘ ଏକ ବର୍ଷର

ଶ୍ରୀ ଅରବିନ୍ଦ

ଧନ୍ୟବାଦ ଜଣlନ୍ତି

ସରକାରଙ୍କୁ

ନିର୍ଜନତା ଯେ ସାଥୀ

ରୋଟିନ ବନ୍ଧା

ଜୀବନଚର୍ଯ୍ୟl ଚାଲେ

ବ୍ୟସ୍ତ ମଣିଷ

ଭଗବତ ଚିନ୍ତନ

ଧ୍ୟାନ ଧାରଣା

ସମୟ କଟିଯାଏ

ଧନ୍ୟଵାଦାର୍ହ

ଫିରିଙ୍ଗି ଶାସନକୁ

ସାହାଯ୍ୟ ପାଇଁ

ଭଗବତ ଦର୍ଶନ

ନିଷ୍ଠାପର ଜୀବନ ।

---0---


~ ରମାକାନ୍ତ ସତପଥି


୧୧୨)

ବନ୍ଦୀ ଜୀବନ

ନିର୍ଜନ କୋଠରୀ ବାସ

ନିଷ୍ଠୁର ଶାସ୍ତି

ବନ୍ଦ କୋଠରୀ ମଧ୍ୟେ

ଦିନ ଯେ କଟେ

ବାର୍ତାଳାପ ହୁଏନି

ସାକ୍ଷାତ ମନା

କାମ କରିବା ମନା

ପଠନ ପାଇଁ

ନାହିଁ ବହି ସୁବିଧା

ମନରେ ପ୍ରଶ୍ନ

ଏ ପରୀକ୍ଷା କାହିଁକି

ଦି ଦିନ ପରେ

ଉତ୍ତର ସ୍ୱୟଂ ଆସେ

ଧୈର୍ଯ୍ୟ ପରୀକ୍ଷା

ବିଭୁଙ୍କ ଭକ୍ତ ପ୍ରତି

ମନରେ ଆସେ

କର୍ମ ତ୍ରୁଟି ଜନିତ

ଏ ଯେ ଯନ୍ତ୍ରଣା

ଭଗବତ ନିର୍ଦ୍ଧେଶ

ଇଙ୍ଗିତ ମାତ୍ର

ନିରତ ନୁହେଁ ଅରୋ

ଆକର୍ଷଣରେ

ମଜ୍ଜି ଯିବାର ଦଣ୍ଡ

ଶିକ୍ଷlର ପାଇଁ

ଏକାନ୍ତ ବାସ ଦଣ୍ଡ

କୋଠରୀ ମଧ୍ୟେ

ଏକାଗ୍ରତା ସାଧନା

ସାଧନା ପଥ

ନିର୍ବିକାର ନିର୍ଲିପ୍ତ

କାଚର ଚକ୍ଷୁ

ଭାବ ଶୂନ୍ୟ ଶରୀର

ଆଶ୍ଚର୍ଯ୍ୟ ସହବନ୍ଦୀ ।

---0---


~ ରମାକାନ୍ତ ସତପଥି


୧୧୩)

ଧ୍ୟାନ, ଧାରଣା

ସମୟ ଗଡି ଚାଲେ

ବେପାରୀ ଦ୍ବୟ

ଯାଆନ୍ତି ସେହି ପଥେ

ଶାନ୍ତ ସ୍ୱରୂପ

ବୁଦ୍ଧ ରୂପ ଦର୍ଶନ

ଭାବନା ଜାଗେ

ମୁଗ୍ଧ ମାନସ ପଟ

ପିଠା ଓ ମହୁ

କରନ୍ତି ଖାଦ୍ୟ ଦାନ

ଦାନ ଗ୍ରହଣ

ବୁଦ୍ଧତ୍ୱ ପ୍ରାପ୍ତି ପରେ

ପ୍ରଥମ ଖାଦ୍ୟ

ତପୁଷl ଓ ଭାଲ୍ଲୀକା

ବେପାରୀ ଦ୍ବୟ

ଦେଖାନ୍ତି ସତ୍ୟପଥ

ପ୍ରଥମ ବାଣୀ

ସ୍ବର୍ଗୀୟ ସୁଖ ଶାନ୍ତି

ପ୍ରାପ୍ତିର ମାର୍ଗ

ବୁଦ୍ଧ ପ୍ରଚାର ଅର୍ଥେ

ବାରଣାସୀ ଗମନ

ଭେଟିବା ଇଚ୍ଛା

ପଞ୍ଚ ମହର୍ଷି ଜନ

ଶିକ୍ଷାର ଗୁରୁ

ଯନ୍ତ୍ରଣାରୁ ହିଁ ଜ୍ଞାନ

ଯାହାଙ୍କ ବାଣୀ

ଅପମାନିତ ବୁଦ୍ଧ

ସଂଗରୁ ତ୍ୟାଗ

ବାରଣାସୀ ପଥରେ

ଉପକା ସହ

ସାକ୍ଷାତ ହୋଇଯାଏ

ଜୈନ ସନ୍ୟାସୀ

ଦୀର୍ଘ ସମୟ ପରେ

ଆଶ୍ଚର୍ଯlନ୍ୱିତ

ଉପକା ଭିକ୍ଷୁ

ଜ୍ଞନୋଦୀପ୍ତ ବଦନ

ଶାନ୍ତ, ଉଜ୍ଜ୍ୱଳ

ପୁଛନ୍ତି ଗୁଢ ତତ୍ତ୍ୱ

ବୁଦ୍ଧଙ୍କ ବାଣୀ

ହୃଦୟରେ ସତ୍ୟତା

କାମନା ନାଶ

ଯନ୍ତ୍ରଣା ମୁକ୍ତି ପଥ

ପଞ୍ଚ ଇନ୍ଦ୍ରିୟ

ନିୟନ୍ତ୍ରଣ ନୁହଁଇ

ଭାରି ଯେ କଷ୍ଟ

ମନର ନିୟନ୍ତ୍ରଣ

ଶାନ୍ତିର ମାର୍ଗ

ବାରଣାସୀ ପଥରେ

ବୁଦ୍ଧ ଅଗ୍ରସର ଯେ ।

---0---


~ ମନୀଷା ମିଶ୍ର


୧୧୪)

ପିତାର ଇଚ୍ଛା

ସନ୍ତାନର ଯନ୍ତ୍ରଣା

ଉପସମର

ବୁଦ୍ଧଙ୍କ ବାଣୀ

ଦୁଃଖରୁ ମୁକ୍ତି ମାର୍ଗ

କଣ୍ଟକ ହୀନ

ପରିସ୍ଥିତିର ଦାସ

ସେ ରୂପେ ମାର୍ଗ

ପ୍ରତିକାରର ପଥ

ମାର୍ଗ ଦର୍ଶନ

ସହଜ ଓ ସରଳ

ଭାବ ପ୍ରକାଶ

କର୍ମ ତଦନୁରୂପ

ଅବାଧରଣl

ବିଷୟର ବର୍ଣ୍ଣନା

ଜନ ମlନସେ

ବୁଦ୍ଧ ସ୍ପଷ୍ଟ ଦର୍ଶନ

ଜୀବନ ଶୈଳୀ

ତଦନୁରୂପ ବାଣୀ

ସରଳ ଭାଷା ଜ୍ଞାନ ।

---0---


~ ମନୀଷା ମିଶ୍ର


୧୧୫)

ବୁଦ୍ଧ କାହାଣୀ

ଆଦୃତ ସର୍ବଜନ

ସରଳ ବାଣୀ

ଶିକ୍ଷାରେ ଭରପୁର

ସାର ଗର୍ଭକ

ଧନୀକ ବ୍ୟକ୍ତିଙ୍କର

ତିନୋଟି ଶିଶୁ

ଖେଳରେ ମଗ୍ନ ସର୍ବେ

ଗୃହରେ ଅଗ୍ନି

ଖେଳରେ ବ୍ୟସ୍ତ ଶିଶୁ

ନାହିଁ ଯେ ଦୃଷ୍ଟି

ଶୁଭେନl ପିତା ଡାକ

ଅଗ୍ନି ବଳୟ

ସଞ୍ଚରି ଯାଏ ଗୃହେ

ତଥାପି ବ୍ୟସ୍ତ

ଧନୀକ ମନେ

ଆସେ ତିନି ଶଗଡ଼

କଳ୍ପନା ପ୍ରସୂତ ଯେ

ପ୍ରଲୁବ୍ଧ କର

ପାଟିକରି କୁହଇ

ବାହାରି ଅlସ

ସଜ୍ଜିତ ଯେ ହୋଇଛି

ଛେଳି ଶଗଡ଼

ହରିଣର ଶଗଡ଼

ବଳଦ ଗାଡି

ମଜା ଚଢିକି ଦେଖ

ଶିଶୁ ଶୁଣନ୍ତି

କୌତୁହଳ ଜାଗ୍ରତ

ଖେଳନା ଛାଡି

ଶଗଡ଼ ପାଇଁ ଦୌଡ

ଅଗ୍ନି ମୁଖରୁ

ନ ଥିଲା ଛେଳି ଗାଡି

ଗାଡିର ଟଣା 

ବଳଦ ଓ ହରିଣ

ତିନି ବଳଦ

ଯୋଚା ଶଗଡ଼ ସହ

ସୁନ୍ଦର ଗାଡି

ବାହାରି ଆସି ଶିଶୁ

ଦେଖନ୍ତି ଅଗ୍ନି

ଲେଲିହାନ ଶିଖା ଯେ

ବିସ୍ତାରି କାୟା

ପରିବ୍ୟାପ୍ତ ଗୃହରେ

ପିତାଙ୍କ ପାଇଁ

ବଞ୍ଚି ଯାଇଛି ପ୍ରାଣ

ଠିକ ସମୟେ

ବୁଦ୍ଧଙ୍କର ଦର୍ଶନ

ଧନୀକ ପିତା

ସଂସାର ସୁଖ ମଧ୍ୟେ

ନିମଗ୍ନ ସର୍ବେ

ଭୁଲି ଯାଆନ୍ତି ମୃତ୍ୟୁ

ସନ୍ନିକଟରେ

ତିନି ବଳଦ ଯୋଚା

ଶଗଡ଼ ଗାଡି

ମଧ୍ୟମ ପଥ ସିଏ

ସୁଖୀ, ବୁଦ୍ଧତ୍ୱ ପାଇଁ ।

---0---


~ ମନୀଷା ମିଶ୍ର


୧୧୬)

କଳା କାହ୍ନୁରେ 

ମୋ ଦୁଃଖ ଜୀବନେ ତୁ' 

ସୁଖ ସପନ 

ସଂସାର ରୂପି ବୃକ୍ଷେ 

ତାତ୍ତ୍ବିକ ଜ୍ଞାନ 

ମଥୁରା ଜନ୍ମସ୍ଥାନ

ଆଜିର ଦିନ 

ଉତ୍ସବ ମୁଖରିତ 

ନନ୍ଦ ଭୁବନ 

ତୁ ଦେବକୀ ନନ୍ଦନ 

ଯଶୋଦା ଧନ

ରାଧାଙ୍କ ମନପ୍ରାଣ 

ମୀରା ଜୀବନ

ଅବ୍ଯକ୍ତ ପ୍ରେମମୟ 

ମଧୁ ସୂଦନ 

ଅଧର୍ମ ଅନ୍ଯାୟ ର 

ମାର୍ଗ ଦର୍ଶନ 

ଅନ୍ତର ପୁଲକରେ

କରି ଚିନ୍ତନ 

ମୂରଲୀ ମୋହନଙ୍କୁ

କରୁଛି ଧ୍ଯାନ 

କୃଷ୍ଣ କେଶବ ଆହେ 

ହେ ଗୋପୀନାଥ 

ଅଜ୍ଞାନ ଅକିଞ୍ଚନ 

ମୁଁ ଦୀନ ହୀନ 

ଶ୍ରୀ ଚରଣରେ ସ୍ଥାନ 

କୋଟି ପ୍ରଣାମ ଘେନ ।

---0---


~ ସମିତା ସ୍ବାଇଁ


୧୧୭)

ଏକାନ୍ତ ବାସ

ସିଦ୍ଧିର ପ୍ରାପ୍ତି ହୁଏ

ସାକ୍ଷାତ ଦର୍ଶନ

ଆକାଂକ୍ଷା ପୂର୍ଣ୍ଣ ହୁଏ

ବନ୍ଦୀ ଜୀବନେ

ଜୀବନ କର୍ମମୟ

ସମ୍ଭବ ନୁହେଁ

ସାଧନାର ପରିପୁଷ୍ଟି

ସମୟ ଚକ୍ର

ଜେଲ ବନ୍ଦୀ ଜୀବନ

ଉଗ୍ର ସାଧନା

ଶlପରୁ ବରପ୍ରାପ୍ତି

ଜାଗ୍ରତlବସ୍ଥା

ସୁସ୍ଥ ମସ୍ତିଷ୍କ ମଧ୍ୟେ

ଉନ୍ମୁକ୍ତ ଚକ୍ଷୁ

ସର୍ବତ୍ର ଭଗବାନ

ଅନୁଭବରେ

ଜେଲ ଇଟା ପାଚେରୀ

ପାଚେରୀ ନୁହେଁ

ସ୍ୱୟଂ ଯେ ଭଗବାନ

ବୃକ୍ଷଟି ଛିଡା

ସ୍ୱୟଂ ସେ ବାସୁଦେବ

ଶାଖା ପ୍ରଶାଖା

ସ୍ନିଗ୍ଧ ଛାୟା ପ୍ରଦାନ

ଛତା ସଦୃଶ

ସ୍ୱୟଂ ବିରlଜମାନ

ବାହାର ଦ୍ୱାର

ଅନlନ୍ତି ଅରବିନ୍ଦ

ପ୍ରଭୁ ପହରୀ ରୂପେ

ନିଜ ଶରୀର

କମ୍ବଳ ବଦଳରେ

ଘୋଡ଼ାନ୍ତି ପ୍ରଭୁ

ଖୁଣୀ ଓ ଡକାୟତ

ଚୋର, କଏଦୀ

ନାରାୟଣ ସ୍ୱରୂପ

ବିଚାରକ ଯେ

ଦୀନବନ୍ଧୁ ସ୍ୱରୂପ

ପ୍ରଚ୍ଛନ୍ନ ଭାବ

ଦେହବରଣ ମଧ୍ୟେ

ସର୍ବବ୍ୟାପ୍ତ ଯେ

ଶ୍ରୀ ଅରବିନ୍ଦ ଦିନେ

ଡାକନ୍ତି ଭଗବାନ

ଦର୍ଶନେ ଧନ୍ୟ

ଲୋଡ଼ା ତାଙ୍କର ନାହିଁ

ମୁକ୍ତି ଜୀବନେ

ସୁଖ, ଶାନ୍ତି କ୍ଷଣିକ

ଲୋଡ଼ା ଯେ ଖାଲି

ଦେଶ ମାତୃକା ମୁକ୍ତି

ଉତ୍ସର୍ଗୀତ ଜୀବନ ।

---0---


~ ରମାକାନ୍ତ ସତପଥି

☆☆☆☆☆☆☆☆☆☆

MOST POPULAR POST IN MONTH