हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

रविवार, 6 जून 2021

~•~ ବସନ୍ତ ବିଷୟକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~•~

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା

~ ହାଇକୁ PROMPT ~

"ବସନ୍ତ"


୧)

ଆସେ ବସନ୍ତ 

ଗାଏ ପ୍ରକୃତି ରାଣୀ

ପ୍ରେମର ଗୀତ ।


୨)

ବସନ୍ତ ଦେଖି 

ଶୋରିଷ ସୂର୍ଯ୍ୟମୂଖୀ

ହେଲେ ଫୁଲେଇ ।


୩)

ସାନ୍ଧ୍ଯ ଆସର

ବସନ୍ତର ଓଠରେ

ଫୁଲେ ପଳାଶ ।


୪)

କୋଇଲି କଣ୍ଠ

ବସନ୍ତ ଅଗଣାରେ

ବୁଣଇ ଗୀତ ।


୫)

ଫଗୁଣ ସ୍ମୃତି 

ଫୁଲ ପାଖେ ଭଅଁର

ଆସିଛି ଫେରି ।


୬)

ସଙ୍ଗେ ମଳୟ

ଆମ୍ର କୁଞ୍ଜେ ବସନ୍ତ

ଗାଏ କୋକିଳ ।


୭)

ପ୍ରେମର ମନ୍ତ୍ର

ଗାଇ ଗଲା ବସନ୍ତ

କୋଇଲି କଣ୍ଠ ।


୮)

ବଗିଚା ଫୁଲ 

ଚାହିଁ ରହିଛି ବାଟ 

ଭଅଁର ଭେଟ ।


୯)

ବଉଳ ବାସ

ଋତୁରାଜା ବସନ୍ତ 

କଅଁଳ ସ୍ପର୍ଶ ।


୧୦)

ପଳାଶ ଗଛ

ନାଲି ଫୁଲ ଫୁଟିଲା 

ହସେ ବସନ୍ତ ।


~ ପ୍ରଦୀପ କୁମାର ଦାଶ


୧୧)

ବସନ୍ତ ଆସେ

ସୁରଭିତ ପବନେ

କାମିନୀ ହସେ ।


୧୨)

ଶୁଷ୍କ ବସନ୍ତ

ଜଳୁଛି ପ୍ରିୟା ଛାତି

ଅଦୃଷ୍ଟ ଭାଗ୍ୟ ।


~ ରାଜେଶ କୁମାର ମୁଣ୍ଡ


୧୩)

ଧୀର  ପବନ 

ବସନ୍ତ  ଆଗମନ 

କୋକିଳ  ଗାନ ।


୧୪)

ବସନ୍ତ  ଋତୁ 

ହଳଦୀ ବସନ୍ତ ଲୋ 

ଶୀଘ୍ର ଆସିବୁ । 


~ ମୁକ୍ତେଶ୍ଵର  ପଧାନ 


୧୫)

ବସନ୍ତ ଆସେ 

ଚଉଦିଗ ମହକେ 

ହେନା ସୁବାସେ ।


୧୬)

ବସନ୍ତ ଋତୁ 

ଝରା ଫଗୁଣ ଶୋଭା 

ସେ ମନଲୋଭା ।


୧୭)

ଫଗୁଣ ରଙ୍ଗେ 

ରଙ୍ଗାୟିତ ବସନ୍ତ

ଫଗୁ ଅବିରେ ।


୧୮)

ଦେଇଛି ଲେଖି

ଶେଷ ବସନ୍ତ ଚିଠି

ଜହ୍ନକୁ ଦେଖି ।


୧୯)

ମୃଦୁ ମଳୟ

ଆସେ ବସନ୍ତ ସାଥେ 

ଧରଣୀ  ହସେ ।


 ~ ସମିତା ସ୍ବାଇଁ


୨୦)

ଆସେ ବସନ୍ତ

ଋତୁସମ୍ରାଟ ବୋଲି

ପଳାଏ ଶୀତ । 


୨୧)

ଶୀତ ମାଉସୀ

ବସନ୍ତ ଆଗମନେ

ପଳାଏ ଖସି । 


୨୨)

ବସନ୍ତ ଆସେ

କୋକିଳ କୁହୂ ତାନେ

ଫୁଲ ବି ହସେ ।


୨୩)

ଋତୁ ବସନ୍ତ

ସୁଲୁସୁଲୁ ମଳୟ

ପ୍ରେମ ସଂଗୀତ ।


~ ଶମ୍ଭୁନାଥ ଦାସ 


୨୪)

ଫଗୁଣ ଆସେ

ସୁରଭିତ ବସନ୍ତ

କୋଇଲି ସ୍ବନେ ।


୨୫)

ବସନ୍ତ ରାସ

ବୃନ୍ଦାବନରେ ରାଧା

ମୁରଲୀଧର ।


~ ବାସନ୍ତୀ ଦେଈ


୨୬)

କୋଇଲି ସ୍ବର

ବସନ୍ତ ପଦାର୍ପଣେ

ଶ୍ରୁତି ମଧୁର ।


୨୭)

ଆମ୍ବ ବଉଳ

ସମ୍ଭାର ଆଣିଦିଏ

ବସନ୍ତ ଋତୁ ।


~ ଜୟରାମ ସାହୁ


୨୮)

ବସନ୍ତ ରାସ

କୁଞ୍ଜବନେ ଗୋପୀକା 

ହୁଅନ୍ତି ବଶ ।


୨୯)

ଆସେ ବସନ୍ତ

ଗାଏ କୋଇଲି କୁହୁ

ଶୁଣରେ ମିତ ।


୩୦)

ମନ ବସନ୍ତେ

ବାଜେ ବଇଁଶୀ ସୁର 

ପାଗଳ କରେ ।


~ ପ୍ରତିମା ମେହେର


୩୧)

ହେ ଋତୁରାଜ

କରୋନା ଲାଗି ମନ

ବିଷଣ୍ଣ ଆଜ ।


୩୨)

ବସନ୍ତ ଭୋର

କୋଇଲି କୁହୁ ତାନେ

ହେଲି ବିଭୋର ।


~ ସୁଧୀର କୁମାର ପଣ୍ଡା


୩୩)

ବସନ୍ତ ଶୋଭା

ଧରଣୀମାଁଙ୍କ ସଜ

କି ମନଲୋଭା ।


୩୪)

ମୌନ ବସନ୍ତ

ଗାଉନାହିଁ କୋଇଲି

ଧରଣୀ ସ୍ତବ୍ଧ ।


~ ଡମ୍ବରୁଧର ବାଗ


୩୫)

ବସନ୍ତ ଋତୁ

ଧରଣି ମନଲୋଭା

ସୁନ୍ଦର ଶୋଭା ।


୩୬)

ବସନ୍ତ ଆସେ

ଧୀର ମଳୟ ବାୟୁ

ମନକୁ ରସେ ।


୩୭)

ପ୍ରକୁତି ରାଣୀ

ଋତୁରାଜ ବସନ୍ତ

ମଉଡ଼ମଣି ।


୩୮)

ପ୍ରକୁତି ରାଣୀ

ବସନ୍ତ ଆଗମନେ

ଶୋଭା ଧରଣି ।


୩୯)

କୋଇଲି ସ୍ୱର

ବସନ୍ତ ଋତୁ ଆସେ

ହେଇ ମଧୁର ।


୪୦)

ବସନ୍ତ ଗାଏ

ମୃଦୁ ମଳୟ ବାୟୁ

ମନକୁ ମୋହେ ।


~ ଦୟାନନ୍ଦ ଶବର


୪୧)

ବସନ୍ତ ରାସ

ହୃଦୟେ ଭରି ଦିଏ

ପ୍ରେମର ବାସ ।


୪୨)

ଗୁଲୁ ଗୁଲିଆ

ହଳଦି ବସନ୍ତ ପକ୍ଷୀ

କେତେ ବଢିଆ ।


୪୩)

ରଙ୍ଗ ଫୁଆରା

ବସନ୍ତ ଆଗମନେ

ହସଇ ଧରା ।


~ ଆଶୁତୋଷ ମେହେର


୪୪)

ବସନ୍ତ ସ୍ପର୍ଶ 

ପୁଲକିତ ଧରଣୀ 

ମୃଦୁ ମଳୟ ।


୪୫)

ଫାଲ୍ଗୁନ, ଚୈତ୍ର 

ବଉଳଫୁଲ ବାସ୍ନା 

ନାଲି ପଳାଶ ।


୪୬)

ଆସେ ବସନ୍ତ 

କୃଷ୍ଣ ଚୁଡ଼ାର ହସ 

ସ୍ନିଗ୍ଧ ଜୋଛନା ।


୪୭)

ବସନ୍ତ ଦୂତ 

ଅପରୂପ ଝଙ୍କାର 

ମୃଦୁ ଗୁଞ୍ଜନ ।


୪୮)

ଫୁଲ ସମ୍ଭାର 

ଜୁଇ, ଜାଇ, ତମାଳ 

ବସନ୍ତ ଛନ୍ଦ ।


୪୯)

କୋକୁଆ ଭୟ 

ବସନ୍ତ ଆଗମନ 

ରୋଗ, ବୈରାଗ ।


୫୦)

କିଶୋରୀ ସ୍ୱପ୍ନ 

ପୁଲକିତ ବସନ୍ତ 

ଆଶା, ଆକାଂକ୍ଷା ।


୫୧)

ଅଦିନ ମେଘ 

ବସନ୍ତ ଭିଜା ମାଟି 

ବାସ୍ନା ବିଭୋର ।


୫୨)

ନିମ୍ନଗା ତଟ 

କାଶତଣ୍ଡି ନିଶ୍ଚିହ୍ନ 

ବସନ୍ତ ଭାରା ।


୫୩)

ବିଦ୍ୟାଦାୟିନୀ 

ବସନ୍ତର ପଞ୍ଚମୀ 

ଭକ୍ତି ଓ ଶ୍ରଦ୍ଧା ।


~ ରମାକାନ୍ତ ସତପଥି


୫୪)

ଫଗୁଣ ବାସେ 

କୃଶୋଦରୀ ତଟିନୀ 

ବସନ୍ତ ହସେ ।


୫୫)

ବସନ୍ତ ଆସେ 

ମଦନ କାଣ୍ଡସର 

ନଷ୍ଟ ଉର୍ବଶୀ ।


୫୬)

ମଦନ ଜ୍ୱାଳା 

ମୃଦୁମନ୍ଦ ବସନ୍ତ 

ଭିଜା କବରୀ ।


୫୭)

ଅବୀର ଉଡ଼େ 

ଦହିହାଣ୍ଡି ଭାଙ୍ଗଇ 

ବସନ୍ତ ରାସ ।


୫୮)

ବଉଳ ବାସ୍ନା 

ବସନ୍ତ ଢେଉ ଭାଙ୍ଗେ 

କାନ୍ଦେ ଶିଶିର ।


୫୯

ଓଢଣୀ ହସେ 

କୃଷ୍ଣଚୁଡ଼ା ରଙ୍ଗର

ମହୁଆ ନିଶା ।


୬୦)

ସ୍ନିଗ୍ଧ ମଳୟ 

କୁହୁକୁହୁ କଣ୍ଠରେ 

ସ୍ୱପ୍ନ ବସନ୍ତ ।


୬୧)

ଅଭିଷ୍ଟ ପୂର୍ଣ

ବାସନ୍ତୀକ ପୂଜନ 

ବସନ୍ତ ଭିଜା ।


୬୨

ବସନ୍ତ ଗୀତୀ 

ହଳଦୀ ବସନ୍ତ ସେ 

ନିରୀହ ମନ ।


୬୩)

ଜୋଛନା ହଜେ 

ବସନ୍ତର ରାଗିଣୀ 

ଝୁରେ ଚକୋର ।


୬୪)

ଫଗୁନର୍ ପୁନି 

ଦହି ହାଁଡ଼ି ଭାଙ୍ଗ୍'ଲାନ 

ରଙ୍ଗର୍ ପିଚ୍'କାରି ।


୬୫)

ଚଇତି ଧୂରୁମ୍ 

ଲାଲ୍ ଜର୍'ଜର୍ ଫଲସାଫୁଲ୍

ମାଁ ଆଏଲେ ନ ।


~ମନୀଷା ମିଶ୍ର


୬୬)

ବସନ୍ତ ଲାଗି

ଶିହରିତ ଜୀବନ

ପୁଲକ ବର୍ଷା 


୬୭)

ବସନ୍ତ ଛୁଆଁ

ସପନ ର ଗହଳି

ରୋମାଞ୍ଚ ଜାଗେ ।


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୬୮)

ମଳୟ ଗୀତି

ଫଗୁଣେ ଭରେ ପ୍ରାଣେ

ଭାବ ପୀରତି ।


୬୯)

କୋକିଳ ତାନ

ବସନ୍ତେ ଭରିଦିଏ

ମଧୁ ଗୁଞ୍ଜନ ।


୭୦)

ଚୋରା ମଳୟେ

ହୃଦେୟେ  ଭରି ଦିଏ

ପ୍ରିୟା ପ୍ରୀତିରେ ।


୭୧)

ଆସଇ ହୋଲି

ଫଗୁଣ ସମ୍ଭାରରେ

ରଙ୍ଗର ପର୍ବ ।


୭୨)

ଦୋଳ ଗୋବିନ୍ଦ

ଫଗୁଣେ ଭୋଗ ଖାନ୍ତି

ହୋଇ ଆନନ୍ଦ ।


୭୩)

ବସନ୍ତ ରାସେ

ରାଇ ସହିତ କାହ୍ନୁ

କେଳି କୁଞ୍ଜରେ ।


୭୪)

ଫଗୁଣ ରାତି

ନିଦ ହଜାଇ ଦିଏ

ଫଗୁଣସାଥୀ ।


୭୫)

ତୋଟା ମାଳରେ

କୋଇଲି କୁହୁ ଝରେ

ଆମ୍ର କୁଞ୍ଜରେ ।


୭୬)

ପ୍ରୀତି ସମ୍ଭାରେ

କୃଷ୍ଣଚୂଡା ମଗନ

ଫଗୁଣ ସ୍ୱର ।


୭୭)

ମନ ମଇନା

ଫଗୁଣେ କାହିଁହୁଏ

ସେ ଆନମନା ।


୭୮)

ବଉଳ ଫୁଲ

ବାସ ଚହଟାଏ ତ

ଝରା ଫଗୁଣେ ।


୭୯)

ଫଗୁଣ ରାତି

ସାଥୀ ବିନା ଅଧୁରା

ଲାଗେ ଏମିତି ।


୮୦)

ପିଲାଏ ମେଳ

ଫଗୁଣ ରଙ୍ଗ ସଙ୍ଗ

କରନ୍ତି ଖେଳ ।


୮୧)

ସୁନେଲୀ ସ୍ଵପ୍ନ

ଫଗୁଣେ ଭରିଦିଏ

ପ୍ରିୟାର ମନେ ।


୮୨)

ଫୁଲ କୁମାରୀ

ଫଗୁଣେ ସଜେଇଛି

ପୁଷ୍ପ କବରୀ ।


୮୩)

ସୋରିଷ ଫୁଲେ

ଫଗୁଣେ ଧରା ହସେ

ସୁନେଲୀ ରଙ୍ଗେ ।


୮୪)

ଧୀର ପବନେ

ପ୍ରାଣ ମନ ମୋହେରେ

ଫଗୁଣ ସ୍ପର୍ଶେ ।


୮୫)

ସାତ ସୂରରେ

ଝରା ଫଗୁଣର ଗୀତି

କେତେ ରଙ୍ଗରେ ।


୮୬)

ରଙ୍ଗ ଅବୀରେ

ଫଗୁଣେ ଭରିଦେବି

ପ୍ରିୟା ମୁଖରେ ।


୮୭)

କଜଳପାତି

ବିରହର ରାଗିଣୀ

ଗାଉଛି ଗୀତି ।


୮୮)

ବସନ୍ତେ ଗୀତି

ବସନ୍ତପଞ୍ଚମୀ ରେ

ମା ସରସ୍ଵତୀ ।


୮୯)

ନାଲି ଓଢଣୀ

ବସନ୍ତେ କୃଷ୍ଣଚୂଡା

ଦେଖାଏ ଠାଣି ।


୯୦)

ବସନ୍ତ ଛିଟା

ପ୍ରିୟା ଭାବ ପୀରତି

ଲାଗଇ ମିଠା ।


୯୧)

ଫୁଲେଇ ପ୍ରିୟା

ଫଗୁଣ ଆସି ଗଲେ 

ଲାଗଇ ନୂଆ ।


୯୨)

ଗାଆଁର ଦାଣ୍ଡ

ଫଗୁଣେ ଫଗୁ ରଙ୍ଗେ

ବାଳ ଓ ଯୁବ ।


୯୩)

ସାଥୀଙ୍କ ମେଳ

ଫଗୁଣ ସଞ୍ଜ ବିତେ

ନଦୀର କୂଳ ।


୯୪)

ମନ ବଗିଚା

ଦିଏ ସପନ ବୁଣି 

ଫଗୁଣ ରାଣୀ


୯୫)

ଫଗୁଣ ଛୁଆଁ

ଅସୁମାରି ଆଶା ମୋ

କବି କଳ୍ପନା ।


~ ଦମୟନ୍ତୀ ରଥ


୯୬)

ବସନ୍ତ କାଳେ

ଭ୍ରମରର ଗୁଞ୍ଜନ 

କୁସୁମ ଡାଳେ ।


୯୭)

ବସନ୍ତ ରୂପ 

ସତେଜ ସୁବାସରେ 

ମଧୁର ଗପ ।


~ ସନ୍ତୋଷ କୁମାର ସାହୁ

☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH