हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 8 जून 2021

~•~ ଲୁହ ବିଷୟକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~•~

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା

~ ହାଇକୁ PROMPT ~

"ଲୁହ"

~•~


୧)

ମନର କୋହ

ଲୁଚେଇ ଦିଏ ଲୁହ

ଦେଖାଏ ହସ ।


୨)

କାନ୍ଦୁଛି ହସ

କରଇ  ଉପହାସ

ଅଶ୍ରୁର ସୂଅ ।


୩)

ଲୁହର ନଈ

ଆଖିଟା ଅମାନିଆ 

ଚାଲିଛି ବହି ।


୪)

ଲୁହର କଥା

ଆଖିର ଆଇନାରେ

ସାଜିଛି ବ୍ୟଥା ।


୫)

ମନର କୋହ

ତୁମକୁ ଡାକ ଦିଏ

ଆଖିର ଲୁହ ।


~ ପ୍ରଦୀପ କୁମାର ଦାଶ


୬)

ଅସରା ଲୁହ

ଝର ଝର ଝରଇ

ଛୁଟଇ ସୁଅ ।


୭)

କହଇ କଥା

ମୋତି ଝରା ଲୁହରେ

ନୁଆଁଇ ମଥା ।


୮)

ଅଶ୍ରୁଳ ଆଖି

ଚିବୁକେ ବହିଆସି

ବ୍ୟଥାକୁ ଚାପି ।


୯)

ଦେଖତ ଲୁହୁ

ଥିପୁଛେ ଥପ ଥପ

ଶୁଖିଛେ ମୁହୁଁ ।


୧୦)

ନି ବୁହା ଲହ

ରାଧା ନନୀ ସୁନ୍ଦରୀ

ବିରହ ସହ ।


୧୧) 

ଚକ ଚକେଇ

ଯଉଛେ ଆଖି ଲହ

ମତି ବାଗିର ।


~ ପ୍ରତିମା ମେହେର


୧୨)

ଲୁହ ର ଭାଷା

ହୃଦ କନ୍ଦରରୁ ସେ

ମନ ର ଆଶା ।


୧୩)

ଝରିଲା ଲୁହ

ସମାଜ ଦେଖେ ସିନା

ବୁଝେନା କୋହ ।


୧୪)

ଲହୁ ଓ ଲୁହ

ଫରକ ନ ଥାଏ ଯେ

ଜାଣିଲେ କହ ।


~ ଆଶୁତୋଷ ମେହେର


୧୫)

ଟୋପାଏ  ଲୁହ 

କାହାକୁ  ଉପକାର 

କାହାକୁ  କୋହ ।


୧୬)

ଢ଼ାଳିବା  ଲୁହ 

ମାଟି  ମାଁ ପାଇଁ  ଆମେ 

ପାଇବା ସ୍ନେହ ।


୧୭)

ଲୁହ  ମଙ୍ଗଳ 

ଖୁସିରେ ଝରେ  ମଧ୍ୟ 

କରେ କୁଶଳ ।


୧୮)

ଝିଅ  ବିବାହ 

କରି ବାପା ମାଆଙ୍କ 

ଝରଇ  ଲୁହ ।


୧୯)

ନାତି   ନାତୁଣୀ 

ପାଇ ଖୁସିରେ  ଲୁହ 

ଝରାନ୍ତି  ପୁଣି ।


୨୦)

ଲୁହର  ରୂପ 

କେତେ ଗଭୀର  କିଏ 

କରିଛି ମାପ ।


~ ମୁକ୍ତେଶ୍ଵର ପଧାନ


୨୧)

ଆଖିର ଲୁହ

ଛାତି ର କୋହ ମିଶି 

ଚିତ୍କାର କରେ ।


୨୨)

ଗା'ରେ କଜ୍ଜଳ

ଦୁଇ ଧାର ଲୁହରେ 

ଚିବୁକ ଛୁଏଁ ।


୨୩)

ଲୁହର ନଈ 

ପହଁରି ବାକୁ ହୁଏ 

ଦୁଃଖ ସାଗରେ ।


୨୪)

ଲୁହ ଟୋପାଏ 

ଝରି ଯାଏ ଖୁସିରେ

ଦୁଇ ଆଖିରୁ ।


୨୫)

ଲୁହ ପଖଳା

ଭିଜା ଭିଜା ଅନ୍ତର 

ଭାରୀ ଗଭୀର ।


୨୬)

ନୟନେ ଲୁହ

ସ୍ବପ୍ନମୟ ଭାବନା 

ଉଜ୍ବଳ ଚିତ୍ର ।


୨୭)

ନୀରବ ଲୁହ

ହୃଦୟ  ସ୍ପନ୍ଦନରେ

ନିଥର ଆଜି ।


୨୮)

ଲୁହ ଲହୁରେ

ଅନୁରାଗରେ ଲେଖା 

ପ୍ରେମ କବିତା ।


୨୯)

ଅଭିମାନିନୀ 

ଅମାନିଆ ଲୁହରେ 

ସିକ୍ତ ହୃଦୟ ।


୩୦)

ଦୁଃଖ ସୁଖର 

ସାକ୍ଷୀ ଲୁହର ଧାର 

ଅତି ନିଜର ।


୩୧)

ଲୁହ ସହିତ 

ସଂପର୍କ ନିବିଡତା 

ଭାବ ଗମ୍ଭୀର ।


୩୨)

ଲୁହକୁ ଢାଳି 

ପ୍ରାର୍ଥନା କର ନିତି

ପ୍ରଭୁ ପୟରେ ।


୩୩)

କୁଆଁରୀ ଲୁହ 

ଭିଜା ଭିଜା ସପନ 

ନୟନ କୋଣେ ।


୩୪)

ଲୁହ ଓଜନ

ଲୁହା ଠାରୁ ବି ବେଶୀ 

ସାରା ଜୀବନ ।


୩୫)

ଲୁହ ନିଆଁ ରେ

ପାଷାଣ ହୃଦୟଟା 

ତରଳି ଯାଏ ।


୩୬)

ଦିଟୋପା ଲୁହ

ଦୁଃଖ କୁ ଧୋଇନିଏ 

ଅନୁରାଗରେ ।


୩୭)

ଲୁହର ଧାର

ଲାଗେ ଭାରି ଉଷୁମ 

ମୁକୁତା ସମ ।


୩୮)

ଆଖି ଲୁହରେ 

ଭିଜେ ପଣତ ନିତି 

ସମୟ ସ୍ରୋତେ ।


୩୯)

ଲୁହ ଝରିଲେ 

ଓଠବି ହସୁଥାଏ 

ତ୍ଯାଗ ପ୍ରେମରେ ।


୪୦)

ଲେଖୁଛି ଆଜି

ଲୁହର ଇସ୍ତାହାର 

ହୃଦୟେ ମୋର ।


୪୧)

ଲୁହ ବରଫ 

ଜମାଟ ବନ୍ଧା କୋହ

ନିଭୃତ କୋଣେ ।


୪୨)

ଲୁହର ଝଡ

ମାନେନି ବନ୍ଧବାଡ

ନଥାଏ ସୀମା ।


୪୩)

ଲୁହରେ ଲେଖା 

ଶେଷ କାହାଣୀ ଏକ

ଦେଶ ପ୍ରେମର ।


୪୪)

ଆଖି କୋଣରୁ 

ଲୁହ ଝରଣା ହୋଇ 

ଯାଏ ସେ ବୋହି ।


୪୫)

ଲୁହଟା ଯେବେ

ଦୁଃଖ ସାଗର ହୁଏ 

ଜୀବନ ଭାସେ ।


୪୬)

ବିଦାୟୀ ବେଳେ

କନ୍ଯା ଆଖିର ଲୁହ

ହୃଦୟ ଦହେ ।


୪୭)

ଲୁହର ବନ୍ଯା 

ଭୁଲ୍,ଠିକ୍  ହିସାବ

ଚକ୍ରବ୍ଯୁହରେ ।


୪୮)

ଜୀବନ ବିତେ 

ବୁଢୀଆଣି ଜାଲରେ 

ଲୁହରେ ଛନ୍ଦା ।


୪୯)

ଅବ୍ଯକ୍ତ କୋହ

ବିଳାପ କରେ ଦୁଃଖ 

ଅସରା ଲୁହ ।


୫୦)

ଲୁହ ବଦଳେ 

ଯେବେ ଝରଇ ଲହୁ 

 ଅନେକ ବ୍ଯଥା ।


୫୧)

ଅଶ୍ରୁ ଜଳରେ 

କରୁଛି ନିରାଜନା 

ଦୁଃଖ ସଂସାରେ ।


୫୨)

ଲୁହ ବତୁରା 

ବାତ୍ସଲ୍ୟ ଭାବଭରା

ପ୍ରେମ ପସରା ।


୫୩)

ଲୁହ ଝରାଏ 

କୁମୁଦିନୀ ଦୁଃଖରେ

ସରସୀ ନୀରେ ।


~ ସମିତା ସ୍ୱାଇଁ


୫୪)

ଲୁହର ଦାଗ

ବର୍ଷାକୁ ଭଲ ପାଏ

ଜଣା ପଡ଼େନି ।


୫୫)

ଲୁହ ଓ ଲହୁ

ଜୀବନ ସଂଗ୍ରାମରେ

ଅଭ୍ୟସ୍ତ ଏବେ ।


~ ରାଜେଶ କୁମାର ମୁଣ୍ଡ


୫୬)

ଦି ଟୋପା ଲୁହ

ଝରିନି ଯେବେ ତୁମ

ସିଏ କି ମୋହ ?


୫୭)

ଆଖିରୁ ଝରେ

ହୃଦୟ ବୋଝ ଯେତେ

ହାଲକା କରେ ।


~ ସୁଧୀର କୁମାର ପଣ୍ଡା


୫୮)

ଆଖିର ଲୁହ

ସୁଖ ଦୁଃଖ ତ କେବେ 

ତତଲା କୋହ !


୫୯)

ଲୁହର ଭାଷା

ପଢ଼ିପାରନ୍ତି ବିଜ୍ଞେ

ହୃଦର ଆଶା ।


୬୦)

ଆନନ୍ଦ ଅଶ୍ରୁ

ପରିଜନ ମସ୍ତକେ

ଆଶିଷ ବର୍ଷୁ !


~ ଶମ୍ଭୁନାଥ ଦାସ


୬୧)

ଲୁହ ମୋହର

ବହୁଛି ଅବିରତ

ସ୍ମୃତିରେ ତୋର ।


୬୨)

ମାଆର ଲୁହ

ପୋଛି ଦେବାପାଇଁ ତ

ଜନମ ମୋର ।


୬୩)

ଦୁଃଖି ଜୀବନ

ଲୁହ ଭିଜା ବଦନ

କଟେ ଜୀବନ ।


୬୪)

ଲୁହର ଧାର

ଶୁଖିଯାଏ ଆପଣା

ହେଲେ ଟି ପର ।


୬୫)

ଲୁହ ନ ବୋହି

ସଦା କାନ୍ଦଇ ଯିଏ

ଦୁଃଖ ସହଇ ।


~ ଜୟରାମ ସାହୁ


୬୬)

ପାହାଡି କନ୍ୟା

ନିତି ଝରାଏ ଲୁହ

ଦେଖି ତା ସ୍ଥିତି ।


୬୭)

ଜଙ୍ଗଲ ନିଆଁ

ବନ୍ୟଜନ୍ତୁ ଚିତ୍କାର

ଲୁହର ବନ୍ୟା ।


~ ଡମ୍ବରୁଧର ବାଗ


୬୮)

ଲୁହ ବୁହାଇ

ଲାଘବ କରିଥାଏ

ହୃଦ ବେଦନା ।


୬୯)

କୁଆଁରୀ କନ୍ୟା

ଯୌବନେ ପ୍ରତାରଣା

ଲୁହର ବନ୍ୟା ।


୭୦)

ଦୁଃଖୀ ମଣିଷ

ବଞ୍ଚିବା ଆଶା କ୍ଷୀଣ

ଲୁହ ସମ୍ବଳ ।


୭୧)

ବୀର ଶହୀଦ

ଅର୍ଦ୍ଧାଙ୍ଗିନୀ ଲୋଚନ

ପ୍ଲାବିତ ଅଶ୍ରୁ ।


୭୨)

ବୀର ପ୍ରସବା

ଜନନୀ ଜନ୍ମଭୂମି

ଲୋତକ ଭରା ।


୭୩)

ଲୁହ କୁ ପୋଛ

ଅକାରଣେ ନ ବୁହା

ଦାମିକା ଚିଜ ।


୭୪)

ମା ଆଖି ଲୁହ

ବୁଝି ଯିଏ ପାରିବ

ପ୍ରକୃତ ପୁଅ ।


୭୫)

ସନ୍ତାନ ଲୁହ

ଦେଖିଲେ ମାଆ ତାର

ବୁକୁରେ କୋହ ।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୭୬)

ଶିଳ୍ପୀର ମୃତ୍ୟୁ 

ଆଉ କିଛି ଲୋଡ଼ାନି

ଦି'ଟୋପା ଲୁହ ।


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୭୭)

ଆଖିର ଲୁହ

ଦୁଃଖ ବେଦନା ଅବା

ଖୁସିର ସୁଅ ।


୭୮)

ଚକ୍ଷୁ ର ଜଳ

ସୁଖ ଦୁଃଖର ଧାରା

ଅତି ନିର୍ମଳ ।


~ ଦୟାନନ୍ଦ ଶବର


୭୯)

ଟୋପାଏ ଲୁହ 

କହିଦେଇ ପାରିବ 

ମନର କୋହ ।


୮୦)

ଲୁହ ଝରେଇ 

ଦୁଃଖ କଷ୍ଟ କହୁଛି 

ବ୍ୟାକୁଳ ହୋଇ ।


~ ସନ୍ତୋଷ କୁମାର ସାହୁ


୮୧)

ଦି ଟୋପା ଲୁହ

ଛାତିରେ କୋହ ଭରା

ବ୍ୟଥା ବେଦନା ।


୮୨)

ମାଆର ଲୁହ

ସନ୍ତାନ ପାଇଁ ଝରେ

ଜୀବନ ସାରା ।


୮୩)

ବୀରା ରମଣୀ

ଲୋତକରେ ପ୍ଲାବିତ

ଧରଣୀ ରାଣୀ ।


୮୪)

ଲହୁ ଲୁହରେ

ଲେଖୁଛି ଶେଷ ଇଚ୍ଛା

ଏଇ ଚିଠିରେ ।


୮୫)

କୃଷକ ଭାଇ

ଲହୁ ଲୁହ ମିଶାଇ

ଖାଦ୍ୟ ଯୋଗାଏ ।


୮୬)

ରୂପସୀ କନ୍ୟା

ତୋ ପାଇଁ ଝରୁଛି ମୋ

ଲୁହର ବନ୍ୟା ।


୮୭)

ବାଡୁଅ କନ୍ୟା

ବାହାଘରେ ଝରାଏ

ଲୁହର ବନ୍ୟା ।


୮୮)

ଝିଅ ଜନମ

ଲୁହର ସୁଅ ଛୁଟେ

ସାରା ଜନମ ।


୮୯)

ଦୁଃଖୀ ଲୋକଟି

ନିରାଶ୍ରୟେ ଲୋତକ

ଝରାଏ ନିତି ।


୯୦)

ସନ୍ତାନ ଦୁଃଖେ

ମାଆ ଆଖିରୁ ଝରେ

ଲୁହ ଅନେକ ।


୯୧)

ମନକୁ ମାରି

ଲୁହ ଝରାଉଛି ମୋ

ରାଜକୁମାରୀ ।


୯୨)

ଅବ୍ୟକ୍ତ କୋହ

ଖୁସିରେ ଝରି ଯାଏ

ଦି ଟୋପା ଲୁହ ।


୯୩)

ଜଗତନାଥ

ନୟନେ ଦେଲ ଲୁହ

ଜୀବନ ଯାକ ।


୯୪)

ଲୁହର ନଈ

ହୃଦୟରୁ ପ୍ରିୟାଲୋ

ଯାଉଛି ବହି ।


୯୫)

ପ୍ରଥମ ଚିଠି

ଲୁହରେ ଲେଖେ ଭିଜି

ଅଭୁଲା ପ୍ରୀତି ।


୯୬)

କଇଁର ଲୁହ

ପ୍ରୀତିର  ସରାଗରେ

ଖୋଜେ ଚନ୍ଦ୍ରମା ।


୯୭)

ଝିଅ ବିଦାରେ

ଲୁହ ଭିଜିଯାଏ ସେ

ପଣତକାନି ।


୯୮)

ବିରହ ସୂରେ

କାହ୍ନୁ ବିଚ୍ଛେଦେ ରାଇ

ଲୋତକ ଝରେ ।


୯୯)

ଭଗ୍ନ କୋଣାର୍କ

ବାରଶହ ବଢେଇ

ଲୁହରେ ଗଢା ।


୧୦୦)

ଅଶୋକ ବନେ

ଲୁହ ଝରାନ୍ତି ସୀତା

ବିରହି ସୂରେ ।


~ ଦମୟନ୍ତୀ ରଥ


୧୦୧)

ଜଟିଳ ଲୁହ

ଦୁଃଖ ସାଥିରେ ଥାଏ

ଆନନ୍ଦେ ଝରେ ।


୧୦୨)

ଲୁହ ଔଷଧ 

ହୃଦ ହାଲୁକା କରେ

ନଝରି ମାରେ ।


୧୦୩)

ଲୁହ ମୁକୁତା

ଆବେଗ ଗଲେ ବଢ଼ି

ପଡଇ ଝରି ।


୧୦୪)

ଲୁହ ଠିକଣା

ହୃଦୟ ଜାଣି ଥାଏ

ଦରଦୀ ବୁଝେ ।


~ ରଞ୍ଜନ ଜେନା


୧୦୫)

ବୁହବା କେନ୍ତା

ଜମି ଯାଇଚେ ଆଁଖୀ

ଅନ୍ତ୍ରର ଦୁଃଖ ।


~ ଉପେନ୍ଦ୍ର ପ୍ରସାଦ ମେହେର


୧୦୬)

ଆଁଖିର ଲୁହ

ଦେଖଲେ ଅହରହ 

ହେସି ଅସହ ।


~ ଦେବାର୍ଚ୍ଚନ ନାଏକ


୧୦୭)

ଆଖି ର ଲୁହ

କହିଦେଇ ପାରେ ସେ

ମନ ର କୋହ ।


୧୦୮)

ଖୁସି ର ଲୁହ

ଝରେ ମାତା ନୟନୁ

ବିଜେତା ପୁତ୍ର ।


~ ରତ୍ନ ପ୍ରଭା ସିଂ


୧୦୯)

ଶ୍ରାବଣୀ କନ୍ୟା

ନୀଳ ନୟନେ ତାର 

ଲୁହର ବନ୍ୟା ।


୧୧୦)

ଲୁହ ଠିକଣା

ନଜାଣି ପାରି ହୁଏ

ମୁଁ ବାଟବଣା ।


୧୧୧)

ଲୁହ ତ ସାଥୀ

ମରିବା ଯାଏଁ ମୋର

ହସ ଅତିଥି ।


୧୧୨)

ପିଆସୀ ଓଠ

ଯେତେ ଲୁହ ପିଇଲେ

ନୁହେଁ ସନ୍ତୁଷ୍ଟ ।


୧୧୩)

ଲୁହ ଦୀପାଳି

ଜାଳିବି ପ୍ରଭୁ ପାଦେ

ନିତି ମୁଁ ଜଳି ।


~ ଗୀତା ଷଡ଼ଙ୍ଗୀ


୧୧୪)

ମଣିଷ ଜନ୍ମ 

ଅଦୃଶ୍ୟ ହାତବେଡ଼ି 

ଲୁହ ଓ ଲହୁ ।


୧୧୫)

ଲୁହର ବନ୍ୟା 

ସୁଖ, ଦୁଃଖର ସାଥି 

ଅବୋଧ୍ୟ ଗୀତି ।


୧୧୬)

ନିଃସ୍ତବ୍ଧ ରାତ୍ରୀ 

ଉଜାଗର ଧରିତ୍ରୀ 

ଅଶ୍ରୁ ପ୍ଳାବନ ।


୧୧୭)

ଅସହ୍ୟ ତାତି 

ଅଶ୍ରୁଭିଜା ନୟନ 

ବେଦନା ସିକ୍ତ ।


୧୧୮)

ଶିଶିର ସନ୍ଧ୍ୟା 

ପଦ୍ମିନୀ ଆଖିଲୂହ 

ଭଗ୍ନ ହୃଦୟ ।


୧୧୯)

ନିର୍ଲିପ୍ତ ହସ 

ଶୁଷ୍କ ଲୋତକ ଧାରା 

ଅବୋଧ୍ୟ ଭାଷା ।


୧୨୦)

ଦାରୁଣ ଦୁଃଖ 

ଅଭିଶପ୍ତ ଜୀବନ 

ମା' ଆଖି ଲୁହ ।


୧୨୧)

ମୋହନ ବଂଶୀ

ଇନ୍ଦ୍ରଧନୁର ରଙ୍ଗ 

ବିଦାୟୀ ଅଶ୍ରୁ ।


୧୨୨)

କରୋନା ଝଡ଼

ମୃତ୍ୟୁ କରାଳ ଛାୟା

ଅଶ୍ରୁଳ ପ୍ରାଣ ।


୧୨୩)

ରାବଣ ଭୀତି

ଜାନକୀ ଆଖି ଲୁହ

ଲଙ୍କା ଦହନ ।


୧୨୪)

ପ୍ରେମିକା ଲୁହ 

ପ୍ରେମିକର ଚିଟାଉ

ଭଞ୍ଜ ମଞ୍ଜୁଳ ।


୧୨୫)

ମୁକ୍ତ ଗବାକ୍ଷ 

ପ୍ରେୟସୀ ଲୁହବିନ୍ଦୁ 

ସ୍ନିଗ୍ଧ ରଜନୀ ।


୧୨୬)

କୋକେଇ ଉଠେ 

ନିରବ ଶବାଧାର 

ଲୋତକ ସିନ୍ଧୁ ।


୧୨୭)

ଶିଳ୍ପୀ ନିମଗ୍ନ 

ନିହାଣ ଆଖିଲୁହ 

ପାଷାଣ ହସେ ।


୧୨୮)

ବକ ଧାର୍ମିକ 

କୁମ୍ଭୀରର ଲୋତକ 

ଅଭେଦ୍ଯ ବ୍ୟୁହ ।


୧୨୯)

ମହାଭାରତ 

ପାଞ୍ଚାଳୀଆଖି ଲୁହ 

କୌରବ ଧ୍ୱଂସ ।


୧୩୦)

ନେଫା ବୋଡର 

ଲୁହ, ଲହୁ କାହାଣୀ 

ବୀର ସହୀଦ ।


୧୩୧)

ବିଦ୍ଧ ଧରଣୀ 

ବିରାଙ୍ଗନାର ଅଶ୍ରୁ 

ନାରୀ ଧର୍ଷିତା ।


୧୩୨)

ହସେ ବୈଷାଖ 

ବସନ୍ତ ଆଖି ଲୁହ

ଝୁରେ ଶ୍ରାବଣ ।


~ ମନୀଷା ମିଶ୍ର 


୧୩୩)

ସବୁ ଛାର୍'ଖାର୍ ନ 

ତତ୍'ଲା ପାନି ଘର୍'ପୁଡ଼େ 

ମାଁ'ର ଆଖି ଲହ ।


୧୩୪)

ମୁନୁଷ୍ 'ର ଜୀବନ୍ 

ଦଏବର୍ ହାତେ ରଶି 

ଆଁଖି ଲହଧାର୍ ।


୧୩୫)

ନୂଆଁ ଭୁଆସେନ୍ 

ଆଖିର୍ କନେ ଲହଧାର୍ 

ମନ୍ ଛନ୍ ଛନ୍ ହେସି ।


୧୩୬)

ଧୂକା ଗରେଲ

ମନର୍ ବେଦନା ମନ୍ ଜାନ୍'ସି 

ଆଖିର୍ ଲହ ମର୍'ସି ।


~ ମନୀଷା ମିଶ୍ର


୧୩୭)

ଲୁହର ବନ୍ୟା 

ବୁକୁଫଟା ଚିତ୍କାର 

ଶ୍ରାବଣ ଶେଷ ।


୧୩୮)

ଆଖିରେ ଲୁହ 

ନିର୍ଣିମେଶ ନୟନ 

ଫେରନ୍ତା ପଥ ।


୧୩୯)

ଆଖିର ଲୁହ 

ଗାନ୍ଧାରୀ ସ୍ୱପ୍ନଭଙ୍ଗ 

ଅଫେରା ପୁତ୍ର ।


୧୪୦)

ଛଳନାମୟୀ 

ଲୁହର ଇନ୍ଦ୍ରଜାଲ

ବିଦ୍ଧ ପୌରୁଷ ।


୧୪୧)

ଭାବ ଆବେଶ 

ଭକ୍ତିରସ ସ୍ୱାଦନ 

ଅଶ୍ରୁ ପ୍ଳାବନ ।


୧୪୨)

ବୀଣା ଝଙ୍କାର 

ମୀରା କୃଷ୍ଣ ବିଭୋର 

ଲୁହ, ଭାବର ।


୧୪୩)

ସୀମାନ୍ତ ବୀର 

ଲୁହ, ଲହୁର ଗାଥା 

ବିନିଦ୍ର ରାତି ।


୧୪୪)

ପଦ୍ମର ପତ୍ର 

କାଚକେନ୍ଦୁ ଜୀବନ 

ଅଶ୍ରୁର ଧାରା ।


~ ରମାକାନ୍ତ ସତପଥି

☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH