~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~
~ ହାଇକୁ PROMPT ~
"ପକ୍ଷୀ"
୧)
କୋଇଲି କଣ୍ଠ
ବସନ୍ତ ଅଗଣାରେ
ବୁଣଇ ଗୀତ ।
୨)
ଦେହ ପିଞ୍ଜୁରୀ
ଭୁଲି ଯାଏ ଉଡିବା
ମନର ପକ୍ଷୀ ।
୩)
ଜାଲରେ ଛନ୍ଦି
ହସ ଭୁଲିଛି ପକ୍ଷୀ
ପାରୁନି ଉଡି ।
୪)
କରୋନା ଦେଖି
ହସେ ଡେଣା ମେଲାଇ
ଶାଗୁଣା ପକ୍ଷୀ ।
୫)
ଖରା ବରଷା
ବାଇ ଚଢେଇ ବୁଣେ
ବସା ଛୋଟିଆ ।
୬)
ଟିକି ଚଢେଇ
ମଣିଷର ଜୀବନ
ଦିନ ଅଢେଇ ।
~ ପ୍ରଦୀପ କୁମାର ଦାଶ
୭)
ମୋ ମନ ପକ୍ଷୀ
ସୁକର୍ମ ଉଡ଼ୁଥାଆ
ଧରମ ସାକ୍ଷୀ ।
୮)
ପଞ୍ଜୁରୀ ତୋର
ଆଶ୍ରୟ ତୋର ହେବ
ପ୍ରଭୁ ପୟର ।
~ ମୁକ୍ତେଶ୍ଵର ପଧାନ
୯)
ପକ୍ଷୀର ସୁର
ମନରେ ଆଣିଥାଏ
ଖୁସି ଅପାର ।
୧୦)
କୂହୁ କୂଜନ
କୋଇଲି ତୋଳିଥାଏ
ମଧୁର ସ୍ବନ ।
୧୧)
ସେ କଳରବ
ପକ୍ଷୀଏ ପାଳିଥାନ୍ତି
ମହା ଉତ୍ସବ ।
୧୨)
ଶ୍ବେତ କପୋତ
ଦେଇ କି ପାରିଲୁ ତୁ
ଶାନ୍ତି ସଂକେତ ?
୧୩)
ଡାକିଲା କାଉ
କରୋନା କାଳରେ କେ
ଆସିବେ ଆଉ ?
~ ସୁଧୀର କୁମାର ପଣ୍ଡା
୧୪)
ପରାଣ ପକ୍ଷୀ
ନଶ୍ବର ଶରୀର ରେ
ପ୍ରଭୂ ଙ୍କ ସାକ୍ଷୀ ।
୧୫)
ପକ୍ଷୀ ର ମନ
ନୀଳ ଆକାଶ ଧାରେ
କି ବ୍ୟୋମଯାନ ।
୧୬)
ଅଗ୍ନି କୁ ସାକ୍ଷୀ
ଘର ଟେ ବସାନ୍ତି ଯେ
ଦୁଇ ଟି ପକ୍ଷୀ ।
୧୭)
ପକ୍ଷୀ ର ଡେଣା
ଆକାଶ ଗହିରତା
ପଡଇ ଊଣା ।
~ ଆଶୁତୋଷ ମେହେର
୧୮)
ଜୀବନ ଗୀତ
ଖରା, ବର୍ଷା ଶୀତରେ
ମୋ ମନ ପକ୍ଷୀ ।
୧୯)
କଳା କହ୍ନେଇ
ଉଡ଼ି ଉଡ଼ି ଯାଏ ମୋ
ମନ ଚଢ଼େଇ ।
~ ସନ୍ତୋଷ କୁମାର (ଖୋର୍ଦ୍ଧା)
୨୦)
ଉଷା ଆଗତେ
ବିହଗ କଳରବ
କରନ୍ତି ସତେ ।
୨୧)
ବିହଗ ଦଳ
ଆକାଶରେ ଉଡ଼ନ୍ତି
କେତେ ସୁନ୍ଦର ।
୨୨)
ଆଷାଢ଼ ମାସେ
ବାଇଚଢେଇ ତା'ର
ବସାରେ ବସେ ।
୨୩)
ଲାଞ୍ଜକୁ ଝାରି
କଳାମେଘ କୁ ଦେଖି
ନାଚେ ମୟୂରୀ ।
୨୪)
ବିହଗ ପାଇଁ
ଦେଶର ସୀମାରେଖା
କିଛି ବି ନାହିଁ ।
୨୫)
କିଚିରି ମିଚି
ଚଟିଆ ଦିଶୁନାହିଁ
ଆଉ ବଢିଆ ।
୨୬)
ଫୁର୍ କିନା ଉଡି
ପରଦେଶୀ ଚଢେଇ
ଗଲା ପଲାଇ ।
୨୭)
କୋକିଳ ସ୍ବର
ବସନ୍ତ ଆଗମନେ
କେତେ ମଧୁର ।
୨୮)
ମନ ପାରାରେ
ଶ୍ରୀକ୍ଷେତ୍ରେ ଯିବୁ ଉଡି
ଜଗା ପାଖରେ ।
୨୯)
ଆସ ହେ ହରି
ପଞ୍ଜୁରୀ ମଧ୍ୟେ ଦେଖ
ଡାକୁଛି ଶାରୀ ।
୩୦)
ବିଦେଶୀ ପକ୍ଷୀ
ହୀରାକୁଦ ଆସନ୍ତି
ହେବାକୁ ସାକ୍ଷୀ ।
୩୧)
ଚାତକ ଆଶା
ପୂରଣ କରିବାକୁ
ପ୍ରଥମ ବର୍ଷା ।
୩୨)
ପକ୍ଷୀ ସ୍ବଭାବ
ଦିନସାରା କରନ୍ତି
ଖାଦ୍ୟର ଠାବ ।
୩୩)
କାଉର କା କା
ପ୍ରଭାତର ସୂଚନା
ମିଳଇ ଏକା ।
୩୪)
କଂସାରୀ ଘର
ପାରା କାନ ବଧିରା
ଭାରି ଚତୁର ।
୩୫)
ପକ୍ଷୀ ଜୀବନ
କେତେ ସୁନ୍ଦର ଅଟେ
ନଭେ ଗମନ ।
୩୬)
କାଉ କୋଇଲି
ପରସ୍ପରର ଭାରି
ଅଟନ୍ତି ଅରି ।
୩୭)
ଝିଣ୍ଟିକା ମାରି
ବଣୀ ପୋଷିବା ଅଟେ
ଖରାପ ଭାରି ।
୩୮)
ଗରୁଡ଼ ପକ୍ଷୀ
ବିଷ୍ଣୁଙ୍କ ବାହନ ସେ
ସ୍ବାମୀଙ୍କ ରକ୍ଷୀ ।
୩୯)
ମୟୂର ଚୂଳ
ସୁଶୋଭିତ ହୋଇଛି
କୃଷ୍ଣ ଙ୍କ ଶିର ।
୪୦)
ପ୍ରଭାତ ହେଲା
ଆଖି ଖୋଲି କୁକୁଡା
ଡାକ ଛାଡିଲା ।
୪୧)
କାଉ ଆସିଛି
ଛାତକୁ ଆଉ କହୁଛି
ଦେଖ ବାଟକୁ ।
୪୨)
କଜଳପାତି
କଳାରଙ୍ଗ ପାଇଁ ତା
ଦୁଃଖ ଟି ଅତି ।
୪୩)
ପକ୍ଷୀର ଆଶା
ସୁରକ୍ଷିତ ସ୍ଥାନରେ
କରିବ ବସା ।
୪୪)
ସମୟ ଜ୍ଞାନ
ଠିକ୍ ସମୟେ ଉଠିବା
ପକ୍ଷୀଠୁ ଜାଣ ।
୪୫)
ବିପଦ ବେଳେ
ଏକାଠି ହେବା ଜ୍ଞାନ
ପକ୍ଷୀଠୁ ମିଳେ ।
୪୬)
କେତେ ରଙ୍ଗର
କଳା ଧଳା ସବୁଜ
ପକ୍ଷୀ ସୁନ୍ଦର ।
~ ଜୟରାମ ସାହୁ
୪୭)
ମୁକ୍ତ ଆକାଶେ
ଚଢେଇ ଉଡି ବୁଲେ
ଅତି ସରାଗେ ।
୪୮)
ଚଢେଇ ବସା
ପୋଲ ତଲେ ମଣିଷ
କେମିତି କଥା ।
~ ଡମ୍ବରୁଧର ବାଗ
୪୯)
ଯାହାକେ ଦେଖି
ଉଡ୍'ବାର୍ ସପନ୍ ଦେଖ୍'ସନ୍
ହେଟା ସେ ପକ୍ଷୀ ।
୫୦)
ଉଡନ୍ତା ପକ୍ଷୀ
ଲାଭ୍ ଲୁକ୍'ସାନ୍ ଚିନ୍ତା ନାଇଁ
ସେ ଭୀମ ଭୋଇ ।
~ ଆର. ବରସାନା ନନ୍ଦିନୀ
୫୧)
ଭାଇ ଜିଁତିଆ
ଟିହା ପଏଁକ୍ ଉଡ଼୍'ଲାନ
ଦଶ୍'ରା ଢୋଲ୍ ବଜା ।
୫୨)
ମୁଡ଼ି ଅଷ୍'ଡିଆ
ଝାରେ ମଯୁର୍ ନାଚ୍'ଲାନ
ଧାନ୍ ବୁନ୍'ବା ଚାଷି ।
~ ମନୀଷା ମିଶ୍ର
୫୩)
ବୀଜ ବିକ୍ଷେପ
ପର୍ବତ ରୁ ଧରିତ୍ରୀ
ପକ୍ଷୀ ନ ଥିଲେ ।
୫୪)
ବସାକୁ ଦେଖି
ମଣିଷ ବି ଶିଖିଛି
ପକ୍ଷୀଘର ଓଃ ।
~ ନନ୍ଦିନୀ ଶତପଥୀ
୫୫)
ଯବ୍'ତକ୍ ଉଡୁଛେ
ପାଉଛେ ଦାନାପାନି
ବସି ରହେଲେ .. ।
୫୬)
ଉଡ଼ୁଛେ ଉଡ଼ୁ
ଅହଁକାର୍ ଖାଉଛେ ତ
ନିଜେ ଉଡ଼ନ.. ।
~ ଉତ୍ତମ ହୋତା
୫୭)
କୋଇଲି ସ୍ୱର
ଶୁଣିଦେଲେ ଥରୁଟେ
ମନ ବିଭୋର ।
୫୮)
ମୟୂର ଚୂଳ
ଶ୍ରୀକୃଷ୍ଣଙ୍କ ମଥାରେ
ଦିଶେ ମଞ୍ଜୁଳ ।
~ ସନ୍ତୋଷ କୁମାର ସାହୁ
୫୯)
ଇଗଲ ପକ୍ଷୀ
ଆକାଶ ବକ୍ଷେ ଝଡ଼
ଅମାପ ଶକ୍ତି ।
୬୦)
କ୍ଷୁଧାର୍ତ୍ତ ଗୃଦ୍ଧ୍ର
ଗାଁ ଥୁଣ୍ଟା ବରଗଛ
ଆକୁଳ ଚିତ୍ର ।
୬୧)
ପଞ୍ଚୁକ ମାସ
ବକପକ୍ଷୀର ଧ୍ୟାନ
ଧର୍ମକୁ ଠାର ।
୬୨)
ଟିଟ୍ଟିଭ ପକ୍ଷୀ
ବିଜୟା ଦଶମୀର
ଶୁଭାନୁକୂଳ ।
୬୩)
ଶରତ ସଂନ୍ଧ୍ୟା
ଅସ୍ତାଚଳରେ ରବି
ପକ୍ଷୀ ବାହୁଡ଼ା ।
୬୪)
ସୁନେଲି ରଙ୍ଗ
ଦୂର ଦିଗ ବଳୟ
ପକ୍ଷୀ କାକଳି ।
୬୫)
ଯାତ୍ରାନୁକୂଳ
ପକ୍ଷୀ ସେ ଶଂଖଚୂଡ଼
ଶୁଭ ସଙ୍କେତ ।
୬୬)
ବର୍ଷା ତାଣ୍ଡବ
ବଉଦ ଡେଣା ଖୋଲେ
ପକ୍ଷୀ ନିସ୍ତବ୍ଧ ।
୬୭)
ଚାତକ ପକ୍ଷୀ
ତୃଷ୍ଣାର ନିବାରଣ
ବର୍ଷାର ଜଳ ।
୬୮)
ଶ୍ରାବଣ ମାସ
ପକ୍ଷୀଙ୍କ ଏକାଦଶୀ
ନିର୍ଘାତ ଝଡ଼ି ।
୬୯)
ଡାମରା କାଉ
ଅତିଥିଙ୍କ ସୂଚନା
ମୁଠେ ଚାଉଳ ।
୭୦)
ନିଦାଘ ଅନ୍ତ
ପକ୍ଷୀର ଧୂଳିଖେଳ
ବର୍ଷା ସୂଚନା ।
୭୧)
କାଉର ବସା
ସ୍ୱାର୍ଥପର ଦୁନିଆଁ
କୋଇଲି ଅଣ୍ଡା ।
୭୨)
ପାହାନ୍ତି ନିଦ
କର୍ମମୟ ଜୀବନ
କୁକ୍କୁଟ ପକ୍ଷୀ ।
୭୩)
ଅନନ୍ତ ନଭ
ଉଡ୍ଡିୟମାନ ପକ୍ଷୀ
ପୂର୍ଣ୍ଣ ଅଭିଜ୍ଞ ।
~ ମନୀଷା ମିଶ୍ର
୭୪)
ନୀଳ ଆକାଶ
ପକ୍ଷୀର ବିଚରଣ
ମୁକ୍ତ ବନ୍ଧନ ।
୭୫)
ବନ୍ଦୀ ଜୀବନ
ପଞ୍ଜୁରୀର ବେଦନା
ଖଗ ରୋଦନ ।
୭୬)
ଖଣ୍ଡି ଉଡ଼ାଣ
ଶାବକ ମୁଖେ ଖାଦ୍ୟ
ଚଡ଼େଇ ଡିଏଁ ।
୭୭)
ମୟୁର ନାଚେ
ସପ୍ତରଙ୍ଗର ଛଟା
ମେଘ ଆଗମେ ।
୭୮)
ବିହଙ୍ଗ ପକ୍ଷ
ନିର୍ବାସିତ ବିଳାପ
ଆଲେକ୍ଜାଣ୍ଡର ।
୭୯)
ନିଦାଘ କଷ୍ଟ
ତୃଷାର୍ତ୍ତ ପକ୍ଷୀ ପ୍ରାଣ
ଶୁଷ୍କ ସରସୀ ।
୮୦)
ପକ୍ଷର ଭାରା
ଇଗଲର ଯନ୍ତ୍ରଣା
ନୂତନ ସୃଷ୍ଟି ।
୮୧)
ଜଟାୟୁ କାନ୍ଦେ
ଜାନକୀ ଅପହୃତା
ନୀଚ ପ୍ରବୃତ୍ତ ।
୮୨)
କଜଳପାତି
ବନ୍ୟ ନ୍ୟାୟ ନିଶାପ
ମିଠା ପଣସ ।
୮୩)
ନିର୍ଜନ ରାତ୍ରୀ
ଭୟ ଓ ବିଭୀଷିକା
ଉଲ୍ଲୁକ ପକ୍ଷୀ ।
~ ରମାକାନ୍ତ ସତପଥି
୮୪)
ପକ୍ଷୀ କାକଳି
ଆହାଃ କି' ସୁମଧୁର
ସେ ମନ୍ତ୍ରମୁଗ୍ଧ ।
୮୫)
ମୁକ୍ତି ଆନନ୍ଦେ
ପକ୍ଷୀଟି ଉଡିବୁଲେ
ନୀଳ ଆକାଶେ ।
୮୬)
ପକ୍ଷୀ ଶାବକ
ଦିଅନ୍ତି ଖଣ୍ତିଉଡା
ଥରକୁ ଥର ।
୮୭)
ନଳ ବଣରେ
କେତେ ବିଦେଶୀ ପକ୍ଷୀ
ଶୀତ ଋତୁରେ ।
୮୮)
ମୋ ପ୍ରାଣ ପକ୍ଷୀ
ଉଡିଯିବ ସେ ଦିନେ
ସଭିଙ୍କୁ ଛାଡି ।
୮୯)
ପକ୍ଷୀ ଯୁଗଳ
କେତେ ସୁନ୍ଦର ତାଙ୍କ
ସ୍ନେହ ବନ୍ଧନ ।
୯୦)
ମନ ପକ୍ଷୀରେ
ଯିବୁ ତୁ ଉଡିଉଡି
ଚିଠିକୁ ନେଇ ।
୯୧)
ଖରା ତାତିରେ
ପକ୍ଷୀ ମଡକ ହୁଏ
ପାଣି ବିକଳେ ।
୯୨)
ମାଆ ପକ୍ଷୀଟି
ନୀଡଟି କରେ ଦେଖ
ଗଛ ଡାଳରେ ।
୯୩)
ଶାଗୁଣା ପକ୍ଷୀ
ଆକାଶେ ଉଡିବୁଲେ
ଶବକୁ ଦେଖି ।
୯୪)
କପୋତ ପକ୍ଷୀ
ଶାନ୍ତି ର ପ୍ରତୀକ ସେ
ବାର୍ତ୍ତା ବାହକ ।
୯୫)
ପକ୍ଷୀ ଦଳଟି
ତଳକୁ ଖସିଲେ ସେ
ଖାଦ୍ୟ କୁ ଦେଖି ।
~ ସମିତା ସ୍ବାଇଁ
୯୬)
ପକ୍ଷୀ ର ଡେଣା
ଫଡ଼ଫଡ଼େଇଲେ ତ'
ବାଟ ଠିକଣା ।
୯୭)
ପକ୍ଷୀ ର ସୁର
ମନ ଜିଣା ଶଦ୍ଦ ର
କବିତା ଟିଏ ।
~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
୯୮)
ବାଇ ଚଢ଼େଇ
ବସା ବାନ୍ଧି ଆନନ୍ଦେ
ରହେ ଅନେଇ ।
୯୯)
ମନର ପକ୍ଷୀ
ହୃଦୟ ବଗିଚାର
ଜୀବନ ସଖୀ ।
~ ଦୟାନନ୍ଦ ଶବର
୧୦୦)
ଘଞ୍ଚ ଅରଣ୍ୟ
ଶବର ମାୟାଜାଲ
ଲୁବ୍ଧ କପୋତ ।
୧୦୧)
କପୋତୀ ଝୁରେ
ଅଫେରା ବାଟୋଇକୁ
ସେରେ ଚାଉଳ ।
୧୦୨)
ଚକୋର ମଗ୍ନ
ବିମୁଗ୍ଧ ବିଭାବରୀ
ଜୋଛନା ପାନ ।
୧୦୩)
ବକ ଓ ବଗ
ପାଣ୍ଡିତ୍ଯ ଅକାରଣ
ଶାକ ଶାଳ୍ମଳୀ ।
୧୦୪)
ଶିବ, ପାର୍ବତୀ
ସଂସାର ଗୁଢ଼ତତ୍ୱ
କପୋତ ପକ୍ଷୀ ।
~ ମନୀଷା ମିଶ୍ର
୧୦୫)
ପକ୍ଷୀ ଟି ଉଡ଼େ
ଛୋଟଛୋଟ ଡେଣାରେ
ଆକାଶ ମାପେ ।
~ ରତ୍ନ ପ୍ରଭା ସିଂ
୧୦୬)
ପକ୍ଷୀ ଉଡ଼ିଲା
ପବନ ଆହୁଲାରେ
ମୁକ୍ତ ଆକାଶେ ।
୧୦୭)
ମେଘୁଆ ନଭ
ଆଉ ଉଡ଼ନା ପକ୍ଷୀ
ଜଗିଛି ବ୍ୟାଧ ।
~ରାଜେଶ କୁମାର ମୁଣ୍ଡ
୧୦୮)
ପ୍ରାଣୀ ଜଗତ
ପଶୁ-ପକ୍ଷୀ ଉଦ୍ଭିଦ
ଶୋଭା ବର୍ଦ୍ଧିତ ।
୧୦୯)
ଘରଚଟିଆ
ଚାଳଘରେ ଶୋଭନ
ଭାରି ବଢ଼ିଆ ।
୧୧୦)
ବଗ ବଗୁଲୀ
ମାଛ ସନ୍ଧାନେ ସ୍ଥିର
ଘାଇଲା ପରି ।
୧୧୧)
ଜାତୀୟ ପକ୍ଷୀ
ମୟୂର ମୟୂରୀ ଯେ
ଶୋଭନ ଅତି ।
୧୧୨)
ଶାଗୁଣା କାଳ
ଚକ୍କର କାଟୁଥିଲେ
ଅଶୁଭ ବେଳ ।
୧୧୩)
ମୁଣ୍ଡ ଉପର
ଶଙ୍ଖ ଚିଲ ଉଡ଼ନ୍ତେ
ଯେ' ଶୁଭଙ୍କର ।
୧୧୪)
କଜଳପାତି
କୁଆକୁ ବୋକା କରେ
ଚାଲାଖ ଅତି ।
୧୧୫)
କୋଇଲି ସ୍ଵର
ବସନ୍ତ ଓ ନିଦାଘେ
ଲାଗେ ମଧୁର ।
୧୧୬)
ରୂପ ଲାବଣ୍ୟ
ହଳଦୀ ବସନ୍ତ ସେ
ଭାରି ଶୋଭନ ।
୧୧୭)
ଚିଲିକା ତୀର
ବିଦେଶୀ ବିହଙ୍ଗମେ
ଶୋଭା ଭଣ୍ଡାର ।
୧୧୮)
ବାଇଚଢ଼େଇ
ବିଶ୍ଵକର୍ମା ପରାୟ
ଘର କରଇ ।
୧୧୯)
ବାଇଚଢ଼େଇ
ବଡ଼ ବଡ଼ ଗଛରେ
ବସା ବାନ୍ଧଇ ।
୧୨୦)
ହଂସ ବତକ
ପାଣିରେ ପହରନ୍ତି
ଯେ' ଦିନଯାକ ।
୧୨୧)
ଦିବସ ବୁଡ଼େ
ଉଡ଼ି ଉଡ଼ି ଫେରନ୍ତି
ବିହଙ୍ଗ ନୀଡ଼େ ।
୧୨୨)
ଠାକୁର ପାରା
ଘୁମୁରୁଥିଲେ ଘରେ
ସମ୍ପଦ ଭରା ।
୧୨୩)
ଚିଡ଼ିଆଖାନା
ଜୀବଜନ୍ତୁଶାଳା ଯେ
ଅତି ଶୋଭନା ।
୧୨୪)
ମାନବ ଉକ୍ତି
କପୋତ କପୋତୀ ଯେ
ବୁଝି ପାରନ୍ତି ।
୧୨୫)
ମଣିଷ ଭଳି
ଶୁଆଶାରୀ କଥନ
ହୁଏନା କଳି ।
୧୨୬)
ବଣଚଢ଼େଇ
ବଣରେ ଗାତ କରି
ବାସ କରଇ ।
୧୨୭)
ବଣିଚଢ଼େଇ
ଉଦ୍ୟାନରେ ଖେଳଇ
ସେ ଡେଇଁ ଡେଇଁ ।
୧୨୮)
ମିଠା ପିଜୁଳି
ବାଦୁଡ଼ି ଖାଇଯାନ୍ତି
ରାତିରେ ବୁଲି ।
୧୨୯)
ପେଚାର ରାବ
ରାତିରେ ଶୁଣାଗଲେ
ଅଶୁଭ ଭାବ ।
୧୩୦)
ନଈର ମାଛ
ମାଛରଙ୍କା ଧରଇ
ମାରିଣ ଖୁମ୍ପ ।
୧୩୧)
ମୟୂର ପର
ଶ୍ରୀକୃଷ୍ଣ ମଥାରେ ଯେ
ଶୋଭା ଅପାର ।
୧୩୨)
କଳାହାଣ୍ଡିଆ
ମେଘ ଦେଖି ମୟୂର
ନାଚେ ବଢ଼ିଆ !
୧୩୩)
ଗରୁଡ଼ ପକ୍ଷୀ
ସର୍ପ ଅଇରି ଆଉ
ବିଷ୍ଣୁ ଆରକ୍ଷୀ ।
୧୩୪)
ରାତି ପାହାନ୍ତା
କୁମ୍ଭାଟୁଆ ଡାକରୁ
ମିଳଇ ବାର୍ତ୍ତା ।
୧୩୫)
ଗଞ୍ଜା ଆବାଜ
କୁକୁକୋ କୁକୁକୋ ଯେ
ପ୍ରଭାତ ହେଜ !
୧୩୬)
ଡାମରା କାଉ
ସକାଳ ହେବା କ୍ଷଣି
ସେ ରାଉ ରାଉ ।
୧୩୭)
କୁକୁଡ଼ା ଝୋଳ
ବାରିପଦା ମୁଢ଼ିରେ
ଖିଆ ପ୍ରବଳ ।
୧୩୮)
କୁଆର ରାବ
ମୁଠେ ଚାଉଳ ଦିଅ
ଅତିଥି ଭବ ।
~ ଶମ୍ଭୁନାଥ ଦାସ
୧୩୯)
ବାଇ ଚଢେଇ
ବାଆ କଲେ ବସା ଟି
ଦୋହଲୁଥାଇ ।
୧୪୦)
କୈକେୟୀ ମାତା
ବନବାସେ ଶ୍ରୀ ରାମ
ଶୁକ ବଚନ ।
୧୪୧)
ଉତ୍କଳ ମଣି
ଵନ୍ଦୀର ଆତ୍ମକଥା
ବିହଙ୍ଗ ପକ୍ଷ ।
୧୪୨)
ମୁକ୍ତ ବିହଙ୍ଗ
ସୁବର୍ଣ୍ଣ ପଞ୍ଜୁରିଟା
ତା' ପାଇଁ ତୁଛ ।
୧୪୩)
ମୋ ମନ ପକ୍ଷୀ
ବୈକୁଣ୍ଠେ ଯାଏ ଉଡି
ବିଭୁ ସୁକୃତ ।
୧୪୪)
ଵଡ ଦେଉଳେ
ନିର୍ମାଲ୍ୟ ଖୁଣ୍ଟିଖାଏ
ମୋ ମନ ପାରା ।
୧୪୫)
ପ୍ରେମ ଚିଟାଉ
ସୁଦୂରୁ କାକପୋଇ
ପ୍ରିୟା ସନ୍ଦେଶ ।
୧୪୬)
ପକ୍ଷୀ ଶିକାର
କୁଟୁମ୍ବ ପୋଷଣରେ
ବ୍ୟାଧ ଜିବିକା ।
୧୪୭)
ଭଜ ଶ୍ରୀ ରାମ
ଜୀବନ ଅନ୍ତକାଳେ
ପ୍ରାଣ ପକ୍ଷୀ ଟି ।
୧୪୮)
ଜୟ ଶ୍ରୀ କୃଷ୍ଣ
ପିଣ୍ଡ ରୁ ପ୍ରାଣ ପକ୍ଷୀ
ଯାଉ ବାହାରି ।
~ ବାସନ୍ତୀ ଦେଈ
୧୪୯)
ମୋ ପ୍ରିୟା ଆଖି
ଆଖି ନୁହେଁ ସତରେ
ଦୂରସ୍ଥ ପକ୍ଷୀ ।
୧୫୦)
ସ୍ଵପ୍ନର ପକ୍ଷୀ
ଯେବେ ମିଳଇ ସାଥୀ
ଦୂର ଉଡଇ ।
୧୫୧)
ଆଃ ପକ୍ଷଘାତ
ସାଥି, ମୋ ମନ ପକ୍ଷୀ
ବିଶ୍ୱାସଘାତୀ ।
~ ପ୍ରତିମା ପଣ୍ଡା
୧୫୨)
ପକ୍ଷୀ ବିହାର
ଲାସ୍ୟମୟୀ ରୂପସୀ
ଚିଲିକା ହ୍ରଦ ।
୧୫୩)
ଚାତକ ପକ୍ଷୀ
ଆନନ୍ଦେ ବିଭୋର ସେ
ବର୍ଷା କୁ ଦେଖି ।
୧୫୪)
ବାଇ ଚଢେଇ
ଉଚ୍ଚ ତାଳଗଛରେ
ବସା କରଇ ।
୧୫୫)
ହୃଦୟ ଭାଙ୍ଗି
କାହିଁ ଉଡିଗଲା ମୋ
ମନର ପକ୍ଷୀ ।
୧୫୬)
ସୁନା ଚଢେଇ
ସୁନା ପଞ୍ଜୁରୀ ରେ ମୁଁ
ରଖିବି ନେଇ ।
୧୫୭)
କୋଇଲି ସୂରେ
ଝରା ଫଗୁଣ ଗୀତି
ମୋ ମନ ହରେ ।
୧୫୮)
ସକାଳ ହେଲା
ଉଠ ବାଳକ ଗଣ
କାଉ ରାବିଲା ।
୧୫୯)
ଘରଚଟିଆ
ଧରା ପୃଷ୍ଠ ରୁ ବଂଶ
ବିଲୁପ୍ତ ଆଜି ।
୧୬୦)
କଜଳପାତି
ଭଦ୍ର ଲୋକିଆ ତୁଲୋ
ଦେଖାନା ଅତି ।
୧୬୧)
ହଳଦୀ ନାଇ
ହଳଦୀବସନ୍ତ ଲୋ
ଦେଖାନା ଛଇ ।
୧୬୨)
ଉଡେ ଦୂରକୁ
ପକ୍ଷୀ ଜାଣି ଥାଏ ତା
ବ୍ୟବହାର କୁ ।
୧୬୩)
ରେ ପ୍ରାଣ ପକ୍ଷୀ
ଭଜୁଥା ରାମ ନାମ
ନିଇତି ବସି ।
୧୬୪)
ସୂର୍ଯ୍ୟ ଅସ୍ତରେ
ନୀଡେ ଫେରନ୍ତି ପକ୍ଷୀ
ଆନନ୍ଦ ମନେ ।
୧୬୫)
ସକାଳେ ପକ୍ଷୀ
ଆହାର ଅନ୍ଵେଷଣେ
ଯାଏ ବାହାରି ।
୧୬୬)
ନୀଳ ଗଗନେ
ପକ୍ଷୀ ଉଡନ୍ତି ଦେଖ
ସ୍ଵାଧୀନ ମନେ ।
୧୬୭)
ପାହିଲା ରାତି
ରାବିଲେଣି ତ କାଉ
କଜଳପାତୀ ।
୧୬୮)
ବନସ୍ତେ କେକୀ
ନୃତ୍ୟ କରଇ କଳା
ମେଘକୁ ଦେଖି ।
୧୬୯)
ବ୍ୟାଧ ଜାଲରେ
ପଡିଗଲେ ଲୋଭରେ
ବିହଙ୍ଗ ଦଳେ ।
୧୭୦)
ଦଳକୁ ଦଳ
ଶୋଭା ବଢାନ୍ତି ପକ୍ଷୀ
ଚିଲିକା ଜଳ ।
୧୭୧)
ମାଛରଙ୍କା ଟି
ମୀନ ଲକ୍ଷ୍ୟ ଆଶାରେ
ଜଳେ ବୁଡେଟି ।
୧୭୨)
ମୁକ୍ତ ବିହଙ୍ଗ
ସ୍ଵାଧୀନତା ର ସ୍ଵାଦ
ହୃଦୟେ ଭରି ।
୧୭୩)
ପ୍ରୀତି କୁ ଭୁଲି
ପରଦେଶୀ ଚଢେଇ
ଗଲା ମୋ ଉଡି ।
୧୭୪)
ସେ ଏରା ପକ୍ଷୀ
ଉଡେ ଚଢେଇ ଗୁହା
ଚୂଡା କୁ ଦେଖି ।
୧୭୫)
ଚିଲିକା ହ୍ରଦ
ପକ୍ଷୀ ଅଭୟାରଣ୍ୟ
ଓଡିଶା ରାଜ୍ୟେ ।
୧୭୬)
ଧରିଣ ଜାଲ
ଆକାଶେ ଉଡିଗଲେ
ପକ୍ଷୀ ସକଳ ।
୧୭୭)
ଚତୁର କାଉ
ଥଣ୍ଟେ ଗୋଡି ପକାଏ
ମାଠିଆ ଭରି ।
୧୭୮)
ଆହାର ପାଇଁ
ପକ୍ଷୀ ଉଡେ ଖରା
ବରଷା ସହି ।
୧୭୯)
ମୟୂର ପକ୍ଷୀ
ସାପ ଲୁଚି ଯାଏ ତ
ବଇରି ଭାବି ।
୧୮୦)
ଲଗାଇ ଡେଣା
ଉଡନ୍ତି ପକ୍ଷୀ ପରି
ନୀଳ ଆକାଶେ ।
୧୮୧)
ଶାରୀ ଲୋ ଶାରୀ
ସଂସାର ମୋହ ଛାଡି
ଭଜୁଥା ହରି ।
୧୮୨)
କଂସାରି ପାରା
କୁଲା ଢାଉଁ ଢାଉଁ ତୁ
କରନା ଆଉ ।
୧୮୩)
ଶାଗୁଣା ଉଡେ
ଅଶୁଭ ଫଳ ପରା
ଗୃହରେ ପଡେ ।
୧୮୪)
ବାଇଚଢେଇ
ତୋର ମାଆ ଯାଇଛି
ଗାଈ ଚରେଇ ।
୧୮୫)
କପୋତ ଦୁଇ
ଡାଳରେ ବସି ଦୁହେଁ
ଚଞ୍ଚୁ ଘଷଇ ।
୧୮୬)
ବାଦୁଡି ପେଚା
ରାତ୍ରୀଚର ପକ୍ଷୀ ସେ
ରାତ୍ରୀ ବୁଲନ୍ତି ।
୧୮୭)
ଦେଖିଲେ ପେଚା
ଅଶୁଭ ଫଳ ପ୍ରାପ୍ତି
ଅନ୍ଧବିଶ୍ଵାସ ।
୧୮୮)
ନିସ୍ତବ୍ଧ ରାତ୍ରେ
ଉଲ୍ଲୁକ ପକ୍ଷୀ ଡାକ
ଭୟ ସଂଚାରେ ।
୧୮୯)
ଶାନ୍ତି କପୋତ
ଶାନ୍ତିର ବାର୍ତ୍ତାବହେ
ସାରା ବିଶ୍ଵରେ ।
(୧୯୦)
ମନ ପାରାତୁ
ଶ୍ରୀକ୍ଷେତ୍ରେ ଯିବୁ ଉଡି
ଜଗା ପାଖକୁ ।
~ ଦମୟନ୍ତୀ ରଥ
୧୯୧)
ପକ୍ଷୀ ସ୍ୱାଧୀନ
ସ୍ୱଚ୍ଛନ୍ଦେ ଉଡିବୁଲେ
ସାରା ଦୁନିଆଁ ।
୧୯୨)
ବାଇ ଚଢେଇ
ଯତନେ ଗଢେ ବଷା
ଚିନ୍ତାରେ ଯନ୍ତ୍ରୀ ।
୧୯୩)
କୋଇଲି କୁହୁ
ଭିଜାଇଦିଏ ହୃଦ
ହଜଇ ମନ ।
~ ରଞ୍ଜନ ଜେନା
☆☆☆☆☆☆☆☆☆☆

कोई टिप्पणी नहीं:
एक टिप्पणी भेजें