हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

गुरुवार, 24 जून 2021

~ ଓଡ଼ିଆ ଏବଂ କୋଶଳୀର ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ହାଇକୁ ~


୧)

ଶୁଖିଲା ପତ୍ର 

ମେଘ ! କେବେ ଶୁଣିବ ?

ବୃକ୍ଷର ଡାକ ।


୨)

ଝରକା ଫାଙ୍କ

କାନରେ କହେ ଜହ୍ନ 

ନିରବ ଶବ୍ଦ ।


~ ପ୍ରଦୀପ କୁମାର ଦାଶ


୩)

ଭୋକିଲା ଆଖି

ନିତି ଦେଖଇ ସ୍ୱପ୍ନେ

ହେ ଚକାଆଖି !


୪)

ନୀଳ ନୟନ

ଡ଼ାକେ ଦୀନ ଦରିଦ୍ର

କିମ୍ପା ମଉନ !


୫)

ରଖହେ ବାରେ 

ଏ'ଦୁଃଖୀର ଗୁହାରୀ

ଲୋତକ ଝରେ ।


~ ପ୍ରତିମା ମେହେର


୬)

ବର୍ଷାର ରାତି

ମେଘାଛନ୍ନ ଆକାଶ

ଖୋଜେ ପ୍ରିୟାକୁ ।


୭)

ଚଢ଼େଇ ଦି'ଟା

ଦର୍ପଣରେ ମାତିଛି

ମୁହଁ ଦେଖୁଛି ।


~ ରାଜେଶ କୁମାର ମୁଣ୍ଡ


୮)

ସବୁ ସେ ସବୁ 

ଇ ସଂସାର୍ ଟା ବା ତାଁକର୍

ପବନ୍ ଟା ସତ୍ ଦିହ୍ ।


୯)

କଥା ସଏଲା 

ମନ୍ ଦେଖ୍'ଲା ଜାନ୍'ଲା ବୁଝ୍'ଲା 

ସବୁ ଚାଏର୍ ଦିନ୍ ।


~ ଆର. ବରସାନା ନନ୍ଦିନୀ


୧୦)

କରୋନା ଦୈତ

ନିରବୀ ଦିଏ ଭାଷା

ହଜନ୍ତି ବନ୍ଧୁ ।


୧୧)

ପାଠୁଆ ପିଲା

କରୋନା କଲା ମୂର୍ଖ

ଭବିଷ ନଷ୍ଟ ।


~ ରଞ୍ଜନ ଜେନା


୧୨)

ମନ ଭ୍ରମଁର

ଫୁଲ ରଙ୍ଗ ରସେ ତୋ

ନାହିଁ ତ ତର !


୧୩)

ଛାଇ କାହାର

ରଙ୍ଗ ଢାଳୁଥାଏ ଯେ

ମନ ଭିତର !


୧୪)

ବଢିଲା ନଈ

ଯଉବନ ପରିକା

ହୁଏତ ବାଇ !


~ ଆଶୁତୋଷ ମେହେର


୧୫)

ଜୀବନ ମାନେ 

ଖୋଜୁଛି କେବେ ଠୁଁ ମୁଁ 

ପାଇନି ହେଲେ ।


୧୬)

ପାଷାଣ ପ୍ରଭୁ 

ଡାକି ଡାକି ଥକୁଛି 

ଶୁଣୁନି ଥରେ ।


~ ରତ୍ନ ପ୍ରଭା ସିଂ


୧୭)

ସ୍ନାନ ପୂର୍ଣ୍ଣିମା

ସ୍ନାନେ ଜାଗା ବଳିଆ

ଦେବୀ ସୁଭଦ୍ରା ।


୧୮)

ଧନ୍ୟ କାଳିଆ

ତୋ' ସଂସ୍କୃତିରେ ପାଲା

ଭାରି ବଢ଼ିଆ ।


~ ଶମ୍ଭୁନାଥ ଦାସ


୧୯)

କ୍ଷୁଧାର ଜ୍ୱାଳା 

ରକ୍ତାକ୍ତ ଚିବୁକର 

ଅନନ୍ତ ବ୍ୟଥା ।


୨୦)

ତଣ୍ଡୁଳ କଣା 

ହାଣ୍ଡିଶାଳ ଶୂନ୍ୟତା 

ଲୁହର ଧାର ।


୨୧)

ସ୍ୱପ୍ନ ହଜିଛି 

ଦାନ ମାଝି ମାନଙ୍କ 

ମାଣ୍ଡିଆ ଜାଉ ।


୨୨)

କ୍ଷୁଧାର ଶାନ୍ତି 

ଟାକୁଅ ଓ ତେନ୍ତୁଳି 

ଅନ୍ତର ଆର୍ଦ୍ର ।


୨୩)

ଅନ୍ତର ବ୍ୟଥା 

ନିଃସ୍ବ, ନିଃସଙ୍ଗ ନର 

ନର୍କ ଯନ୍ତ୍ରଣା ।


୨୪)

ଡଷ୍ଟବିନ୍'ରେ ଖାଦ୍ୟ 

ଶ୍ୱାନ, ମଣିଷ ଯୁଦ୍ଧ 

ବିଭତ୍ସ ଦୃଶ୍ୟ ।


୨୫)

ଅଫେରା ପଥ 

କ୍ଷୁଧିତ ଶିଶୁ ଝିଙ୍କା

ମାଆର ବକ୍ଷ ।


୨୬)

କୋରୋନା ରୋଗ 

ଅସହାୟ ଦୁନିଆଁ 

ଶିଶୁ କ୍ରନ୍ଦନ ।


୨୭)

ନିଷିଦ୍ଧ ଗଳି 

ବିବଶତାର ଚିହ୍ନ

ପେଟର ଜ୍ୱାଳା ।


୨୮)

ପିଶାଚ ହସ

ପ୍ରେମ , ମମତା ଶୂନ୍ୟ 

ବର୍ବର ନର ।


~ ରମାକାନ୍ତ ସତପଥି


୨୯)

ସ୍ନାନ ମଣ୍ଡପେ 

ଶ୍ରୀ ଜଗନ୍ନାଥ ବିଜେ 

ବିନା ଭକ୍ତରେ ।


୩୦)

ଚତୁର୍ଦ୍ଧାମୂର୍ତ୍ତି 

ପୁରୁଷୋତ୍ତମ କ୍ଷେତ୍ର 

ଲୋକ ପ୍ରସିଦ୍ଧି ।


୩୧)

ଭକ୍ତ  ନୟନ

ହୃଦୟ ବ୍ଯାକୁଳତା 

ଦିବ୍ୟ ଦର୍ଶନ ।


୩୨)

ମହା ଭାବରେ 

ଅଧୀର ମନପ୍ରାଣ

ଅନୁଭୂତିରେ ।


୩୩)

ବ୍ରହ୍ମ ସ୍ବରୂପ 

ଶ୍ରୀ ଜଗନ୍ନାଥ ନାମ

ସର୍ବ ବ୍ଯାପକ ।


~ ସମିତା ସ୍ବାଇଁ


୩୪)

କହିବ  ଯାହା 

କରିବ  ତାହା  ପ୍ରଭୁ 

ହୋଇବେ  ସାହା ।


୩୫)

ପର ମଙ୍ଗଳ 

ଚିନ୍ତା କରିବ ହେବ 

ନିଜ  ମଙ୍ଗଳ ।


୩୬)

ପରର  ଦ୍ରବ୍ୟ 

କେବେ ଛୁଇଁବ  ନାହିଁ 

ଦୁଃଖ  ପାଇବ ।


୩୭)

ନିଜ  ପ୍ରଶଂସା 

ନିଜେ ଶୁଣିବ  ନାହିଁ 

ବଢିବ  ହିଂସା ।


୩୮)

ଅଟଇ  ରାଗ 

ପରମ  ଶତ୍ରୁ  ଦେହେ 

ନଦିଅ  ଭାଗ ।


୩୯)

ସେବା ଅଟଇ 

ସବଠୁ ବଡ଼ ପୁଣ୍ୟ 

ଛାଡିବ  ନାହିଁ ।


୪୦)

ଏଇ  ଜୀବନ 

ଅମୁଲ୍ୟ  ରତ୍ନ  ଅଟେ 

ନଭାବ  ହୀନ ।


୪୧)

ଶରୀର ବଳ 

ଦେଖିକି ଭୟ କରି 

ପଲାଏ  କାଳ ।


୪୨)

ବଳକୁ  ସଦା 

ସଞ୍ଚି ରଖିବା ଶିଖ 

ଘୁଞ୍ଚିବ ବାଧା ।


୪୩)

ପ୍ରଭୁ ପୟର

ଚିନ୍ତା କର  ଦୁଃଖକୁ 

କରିବେ ଦୂର ।


~ ମୁକ୍ତେଶ୍ଵର  ପଧାନ


୪୪)

ସନ୍ଧ୍ୟା ଆଗତ

ତୁମେ ଆସୁଛ ବୋଲି

ଫେରୁଛି ପକ୍ଷୀ ।


୪୫)

କିଏ କାହାର

ନିଶୂନ ସମୟର

ବେଳାଭୂମିରେ ।


୪୬)

ଘଣ୍ଟାରେ ସାତ

ଏଠି ସୂର୍ଯ୍ୟଙ୍କ ଲାତ

ସମୟ କାହିଁ ?


~  ଲିଙ୍ଗରାଜ ପାତ୍ର


୪୭)

ଜୀବନ ପଥ

ଗଡିଗଡି ଯାଉଛି

କାଳିଆ ରଥ ।


୪୮)

ଆମୂଳଚୁଳ

ତିକ୍ତତା ପରିପୂର୍ଣ୍ଣ

ନିମ୍ବର ଡାଳ ।


୪୯)

ଆଷାଢ଼ ମାସ

ସବୁଜିମାରେ ପୂର୍ଣ୍ଣ

ମାଟି ସରସ ।


୫୦)

ବରଷା ଋତୁ

ପୃଥିବୀରେ ସୁନ୍ଦର

କେତେ ଯେ ଛତୁ ।


୫୧)

ଶ୍ରାବଣ ଧାରା

ନଈ ନାଳ ଉଛୁଳା

ପ୍ଲାବିତ ଧରା ।


~ ଜୟରାମ ସାହୁ


୫୨)

ଯୌତୁକ ବହ୍ନି 

ନିଃଶ୍ୱ, ଶୋଷିତ ପିତା

ଆଖିରେ ଲୁହ ।


୫୩)

ଯୌବନ ରଙ୍ଗ 

ଆଖି ଅନେକ ସ୍ୱପ୍ନ 

ତାଜ ମହଲ ।


୫୪)

ଶାଶୁ ଗଞ୍ଜଣା 

ନଣନ୍ଦ ବାକ୍ୟ ବାଣ

ବୋହୂର ଦଶା ।


୫୫)

ସନ୍ତପ୍ତ ପ୍ରାଣ 

ସ୍ୱପ୍ନ ତାର ଧୂଳିସାତ୍ 

ସ୍ୱାମୀ ସ୍ଥାଣୁତା ।


୫୬)

ଓଢ଼ଣା ଖୋଲେ 

ଚାବୁକର ପ୍ରହାର 

ସ୍ଥିର ଶରୀର ।


୫୭)

ଆଖିରେ ଲୁହ 

ମନ, ଲହୁ ଲୁହାଣ

ସନ୍ତପ୍ତ ପ୍ରାଣ ।


୫୮)

ପଣତ କାନି 

ଭିଜା ଲହୁର ଗନ୍ଧ 

ଧ୍ୱସ୍ତ କବରୀ ।


୫୯)

ଅନନ୍ତ କୋହ

ବଦନାମର ଭୟ

ଅସୀମ ଧୈର୍ୟ୍ଯ ।


୬୦)

ବିଷ ବଳୟ 

ଶାଶୁ, ନଣନ୍ଦ ଭୟ

ସିକ୍ତ ବେଦନା ।


୬୧)

ନିବଦ୍ଧ ଦୃଷ୍ଟି 

ଧୂମ୍ରାୟିତ ବେଦନା 

ଦମିତ କୋହ ।


୬୨)

ଯୌତୁକ ଜୁଇ 

ପୋଷ୍ଟମଟମ୍'ରେ ବନ୍ଧା 

ସିନ୍ଦୁର ଖୋଜେ ।


୬୩)

ଫାଶୀ ଦଉଡ଼ି 

ଜବନିକା ପତନ 

ଜୀବନ ଗାଥା ।


୬୪)

ଭଙ୍ଗା ଆଇନା 

ଧୈର୍ୟ୍ଯ କୂଳ ଲଂଘନ 

ଛିନ୍ନ ସଂପର୍କ ।


୬୫)

ଫାଇଲ୍'ର ଗାର 

ଜନ୍ମାନ୍ତର ବନ୍ଧନ 

ନିମିଷେ ଛିନ୍ନ ।


୬୬)

ସ୍ନେହ, ସଦିଚ୍ଛା 

ପ୍ରେମର ଉପହାର 

ଆଜି ଯୌତୁକ ।


~ ମନୀଷା ମିଶ୍ର


୬୭)

ମନ ଆଇନା 

ପ୍ରତିବିମ୍ବ ତୁମର 

ଝଲସୁ ସଦା ।


୬୮)

କୋରାନା ଭୟ 

ଡରଉଚି ଖାଲି ଯେ 

ଭୁତ ଭଳିଆ ।


~ ରତ୍ନ ପ୍ରଭା ସିଂ


୬୯)

ଶୂନ୍ୟ ପୁରୁଷ

ନିର୍ଗୁଣ ନିରଞ୍ଜନ

ରୂପ କଳ୍ପନା ।


୭୦)

ମହିମା ଗାଦି

ନାହିଁ ପ୍ରତିମା ପୂଜା

ଶୂନ୍ୟ ମନ୍ଦିର ।


୭୧)

ଗୁରୁ ପୟର

ସେବିଲେ ପଦ୍ମପାଦେ

ମୁକ୍ତି ଲଭିଵ ।


୭୨)

ଗୁରୁ ଆଶିଷ

ଅସାଧନା ମାର୍ଗରେ

ଜ୍ଞାନ ପ୍ରକାଶ ।


୭୩)

ଜ୍ଞାନ ଉଦୟ

ତତ୍ତ୍ଵ କଲେ ଜାଣିବୁ

ଶରୀର ବ୍ରହ୍ମ ।


୭୪)

ପଞ୍ଚଭୂତ ରେ

ପିଣ୍ଡ ପ୍ରାଣ ଗଢିଛି

ବିଶ୍ଵ ବିନ୍ଧାଣି ।


୭୫)

ଜୀବ ପରମ

ଶରୀରେ ଲୀଳା ଦେଖ

ନୁହଁ ବିଭ୍ରମ ।


୭୬)

ଲୋଟଣୀ ପାରା

ଓଲଟ ବୃକ୍ଷେ ଖେଳେ

ନ ଦିଏ ଧରା ।


୭୭)

ଅରୂପାନନ୍ଦ

ଲୟ ଲଗାଇ ଦେଲେ

ନିତ୍ୟ ଆନନ୍ଦ ।


୭୮)

ଯୁଗାଵତାର

ଚତୁର୍ଯୁଗରେ ସ୍ଥିତି

ଧର୍ମ ପୁରୁଷ ।


୭୯)

ଧର୍ମ ଧାରଣେ

ଧରିତ୍ରୀ ରହିଅଛି

ବାସୁକୀ ଶିରେ ।


୮୦)

ନିତ୍ୟ ସଂଧ୍ୟାରେ

ଅଭ୍ୟାସେ ଭାଗବତ

କର ପଠନ ।


୮୧)

ଭଜନ ଧ୍ୟାନ

ପିଣ୍ଡ ପରାଣ ଶୁଦ୍ଧି

ଅନ୍ତଃକରଣ ।


୮୨)

ମନୁଷ୍ୟ ଜନ୍ମ

ଚୌରାଅଶୀ ଯୋନି ରୁ

ଦୁର୍ଲ୍ଲଭ ପ୍ରାପ୍ତି ।


୮୩)

ଵିଷୟା ରସ

ଟାଣି ଘିଞ୍ଚୁଛି ଦେଖ

ପଞ୍ଚ ଇନ୍ଦ୍ରିୟ ।


୮୪)

ପାଞ୍ଚ ମନରେ

ପଚିଶ ପ୍ରକୃତି ଯେ

ସ୍ଥୁଳ ଶରୀରେ ।


୮୫)

ବିଷୟା ଧନ୍ଦା

ମାୟାରେ ପଡି ନର

ଭ୍ରମେ ସଂସାର ।


୮୬)

ମନୁଷ୍ୟ ଦେହେ

ପରମ ଦିବ୍ୟଜ୍ଞାନ

ନୁହଁ ଭ୍ରମିତ ।


୮୭)

ଜ୍ଞାନ ଆଲୋକ

ପାଇଲେ ସଦଗୁରୁ

ଦିଶିବ ମାର୍ଗ ।


୮୮)

ଗୋବିନ୍ଦ ଚନ୍ଦ୍ର

ମାତା ଆଦେଶେ ପ୍ରାପ୍ତ

ଗୋରଖନାଥ ।


୮୯)

ପ୍ରଥମ ଗୁରୁ

ଜ୍ଞାନ ଦିଅଇ ମାତା

ଦ୍ବିତୀୟେ ପିତା ।


୯୦)

ସକଳ ତୀର୍ଥ

ପିତାମାତା ଚରଣେ

ଗୃହ ମନ୍ଦିର ।


୯୧)

ଭବ ସଂସାର

ପାରି ହୋଇଵୁ ତୁହି

କର ବିଚାର ।


~ ବାସନ୍ତୀ ଦେଈ


୯୨)

ଯା ତୁ ଉଡିଯା 

ତୋ ଭୁଲି ଯାଇଥିବା 

ଡେଣାକୁ ନେଇ ।


୯୩)

ହସେ ବର୍ଷାରେ 

କ୍ଷେତ ମନ ଚାଷୀର 

ନୈରାଶ୍ୟ ହାରେ ।


~ ଦୀପ୍ତି ମୁଣ୍ଡ


୯୪)

ସ୍ନାନ ପୁନେଇ

ଗଜାନନ ବେଶରେ

କଳା କହ୍ନେଇ ।


୯୫)

ଜଗତ ନାଥ

ଶହେ ଆଠ ଗରାରେ

ସ୍ନାନ ସମ୍ପୁର୍ଣ୍ଣ ।


୯୬)

ଆଗୋ ଅନନ୍ୟା

ନାରୀ ସେ ନାରାୟଣୀ

ସ୍ନେହର ମୂର୍ତ୍ତି ।


୯୭)

ପାପର ଧନ

ପ୍ରାୟଶ୍ଚିତରେ ଯାଏ

ପାରେନି ରୋକି ।


୯୮)

ମନ ଅଗଣା

ତାରାଫୁଲ ଫୁଟିବ

ପ୍ରିୟା ପାଇଁକି ।


୯୯)

ସାଗର ଗର୍ଭେ

ଗଚ୍ଛିତ ମଣି ମୁକ୍ତା

ଅତି ଦୁର୍ଲଭ ।


୧୦୦)

ସଂସ୍କୃତି ପ୍ରୀତି

ଭାଇଚାରା ର ଭାବ

ପରମ୍ପରା ରେ ।


୧୦୧)

ଗ୍ରାମ୍ୟ ଜୀବନ

ଢେର ଗୁଣରେ ଭଲ

ସହର ଠାରୁ ।


୧୦୨)

ଭକତି ରସେ

ଭାବକୁ ଛନ୍ଦିଦିଏ

ଜଗନ୍ନାଥଙ୍କୁ ।


୧୦୩)

ପୂଣ୍ୟ ମୟୀ ସେ

ଭାରତ ଜନନୀ ମୋ

ବନ୍ଦନା କରେ ।


~ ଦମୟନ୍ତୀ ରଥ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH