ଚିତ୍ର ଆଧାରିତ ହାଇକୁ
ହାଇକୁ
୧)
କୋମଳ ପୁଷ୍ପ
ଭ୍ରମରର ଦଂଶନ
ଅସହ୍ୟ ଜ୍ୱାଳା ।
୨)
ପୁଷ୍ପ ସୁଗନ୍ଧ
ପାଗଳ ଯେ ଭ୍ରମର
ମଧୁ ଭକ୍ଷଣ ।
୩)
ବୀଜ ବପନ
ପରାଗ ସଙ୍ଗମରେ
ଭ୍ରମର ଚେଷ୍ଟା ।
୪)
ପ୍ରେମିକା ପୁଷ୍ପ
ପ୍ରେମିକ ସେ ଭ୍ରମର
ପ୍ରେମରେ ମଗ୍ନ ।
୫)
ପୁଷ୍ପ ଉଲ୍ଲାସ
ଭ୍ରମରର ଚୁମ୍ବନ
ପ୍ରେମର ଋତୁ ।
ମନୀଷା ମିଶ୍ର
୬)
ଲାଜେଇ ପୁଷ୍ପ
ଭ୍ରମରର ନିର୍ଲଜତା
ପ୍ରେମ ମୁହୂର୍ତ୍ତ ।
୭)
ଭ୍ରମର ଗୁଞ୍ଜେ
ସୁରଭିର ଚହଟ
ଉଲ୍ଲାସ ଭରେ ।
୮)
ମନ ଭ୍ରମର
ସୁମନ ରୁ ସୁମନ
ଯେ ଉଡ଼ିବୁଲେ ।
୯)
ସୁନ୍ଦରୀ ପୁଷ୍ପ
ପ୍ରତାରିତ ତା ' ପ୍ରାଣ
ଭ୍ରମର ବର ।
୧୦)
ପୁଷ୍ପ ଚହଟ
ଭ୍ରମର ଗୁଂଜରଣ
ସୃଷ୍ଟି ଆରମ୍ଭ ।
~ ରମାକାନ୍ତ ସତପଥି
୧୧)
କଳା ଭ୍ରମର
ପ୍ରେମର ନିବେଦନ
ପୁଷ୍ପ ଅତିଷ୍ଠ ।
~ ଜିଗୀଷା ମିଶ୍ର
୧୨)
ଏକ୍ଲା ଦେଖିକି
ମହୁମାଛି ମାତିଛି
ଯୌବନରେ ।
~ ରାଜେଶ କୁମାର ମୁଣ୍ଡ
୧୩)
ପ୍ରେମୀ ଭଅଁର
କରିଛି ଆଲିଙ୍ଗନ
ପ୍ରିୟତମାକୁ ।
~ ପ୍ରତିମା ମେହେର
୧୪)
ଫୁଲ ହଜିଛି
ଭ୍ରମରର ପ୍ରେମରେ
ଶିହରଣର ।
~ ଜିଗୀଷା ମିଶ୍ର
୧୫)
ପ୍ରେମ ହୋଇଛି
ଫୁଲ ସାଥେ ଭ୍ରମର
ଯୁଗ ଯୁଗକୁ ।
~ ଲକ୍ଷ୍ମୀକାନ୍ତ ସାହୁ
୧୬)
ମୃଦୁ ଚୁମ୍ବନ
ମଧୁପ ପୁଷ୍ପ ପ୍ରୀତି
ସୃଷ୍ଟି ଆଧାର ।
୧୭)
ମଧୁମକ୍ଷିକା
ଗାଢ଼ ଆଲିଙ୍ଗନ ରେ
ଲଜ୍ଜିତ ପୁଷ୍ପ ।
୧୮)
ଭ୍ରମର ପ୍ରୀତି
ମଧୁ ଶୋଷଣ ଅନ୍ତେ
ପ୍ରେମ ରେ ଇତି ।
~ ବାସନ୍ତୀ ଦେଈ
୧୯)
ଆତୁର ମନ
ପାଗଳ ପ୍ରେମୀ ସେଇ
ଭଅଁର ଗୁଣ ।
୨୦)
ଝରିଲା ଫୁଲ
ଛାନିଆ ଭଅଁର ସେ
ନ ପାଏ କୂଳ !
~ ଆଶୁତୋଷ ମେହେର
୨୧)
ସଜ ସୁମନ
ଚୁମ୍ବନ କରେ ଅଳି
ପ୍ରେମେ ମଗନ ।
୨୨)
ପରଜାପତି
ଫୁଲକୁ କରେ ଗେଲ
ମଧୁର ପ୍ରୀତି ।
୨୩)
ପୁଷ୍ପ ଭ୍ରମର
ଆଲିଙ୍ଗନ ମୁଦ୍ରାରେ
ଅନ୍ତରଙ୍ଗରେ ।
୨୪)
ମୃଦୁ ଗୁଞ୍ଜନେ
ଅଳି ,କଳି ବେନିଙ୍କ
ଭେଟ ନିର୍ଜନେ ।
୨୫)
ଫୁଲ ରସିଆ
ପାଗଳ ମଧୁପ ସେ
ପ୍ରେମରେ ବାୟା ।
~ ସମିତା ସ୍ବାଇଁ
୨୬)
କଳା ଭଅଁର
ପାଗଳ ପ୍ରେମିକ ଯେ
ଫୁଲ ରସିଆ ।
~ ଶ୍ରୀରାମ ସାହୁ
୨୭)
ଭାବ ବିଭୋର
ମଧୁକର ଗୁଞ୍ଜନ
ଆତ୍ମ ଅର୍ପଣ ।
~ ଶ୍ରୀରାମ ସାହୁ
୨୮)
ସୃଷ୍ଟି ସ୍ରୋତରେ
ଭ୍ରମର ଭାଗ ନିଏ
ଫୁଲକୁ ଛୁଏଁ ।
୨୯)
ବୁଝେ ଭ୍ରମର
କ୍ଷଣକ ନିବୀଡତା
ଫୁଲ ଆସର ।
୩୦)
ନିତି ଭ୍ରମର
ଛୁଏଁ ଫୁଲ ଅବଶ୍ୟ
ସୃଷ୍ଟି ରହସ୍ୟ ।
~ ଦୀପ୍ତି ମୁଣ୍ଡ
☆☆☆☆☆☆☆☆☆☆

कोई टिप्पणी नहीं:
एक टिप्पणी भेजें