हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 31 अगस्त 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୨୫ ~ ପ୍ରେମ

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୨୫

ପ୍ରେମ

ହାଇକୁ

୧)

ନନ୍ଦ ନନ୍ଦନ

ବାତ୍ସଲ୍ୟ ପ୍ରେମେ ଵନ୍ଧା

ଧନ୍ୟ ଯଶୋଦା ।


୨)

କଳା କହ୍ନେଇ

ପ୍ରେମ ପୀରତି ଡୋରେ

ରାଧିକା ମାଇଁ ।


୩)

ମନମୋହନ

କୃଷ୍ଣ ଭଜନେ ମୀରା 

ଶାଶ୍ଵତ ପ୍ରେମ ।


୪)

ମାତୃହରା ସେ

ଅବୋଧ ତା' ପାଇଁକି

ମାତୃତ୍ଵ ପ୍ରେମ ।


୫)

ସ୍ୱର୍ଗୀୟ ପ୍ରେମ

ପ୍ରତାରଣା ରେ ଭାଙ୍ଗେ

ସାତ ସପନ ।


୬)

ରାମରାଇଜ

ପରିବାରରେ ଥିଲେ

ସୁହୃଦ ପ୍ରେମ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୭)

ପ୍ରେମ ଶାଶ୍ୱତ 

ନ ଥା ଏ ଆବିଳତା 

ଭରେ ପବିତ୍ର ।


୮)

ପ୍ରେମ ର ସଂଜ୍ଞା 

ସୁଦୃଢ ଓ ଅମାପ

କଳନା ନାହିଁ ।


୯)

ବିଦ୍ୟମାନ ସେ 

ମା ପୁଅ  ସ୍ୱାମୀ ସ୍ତ୍ରୀ ରେ 

ଝିଅ ବୋହୁ ରେ ।


୧୦)

ବିଭୁ ଙ୍କ ପ୍ରେମ 

ସବୁ ଜିତା ଏ ନ ଦିଏ 

ମନ ରେ କ୍ଳେଶ ।


~ ସୂର୍ଯ୍ୟକାନ୍ତି ଦାଶ


୧୧)

ଯୁଗ ଯୁଗାନ୍ତ

ରାଧା କୃଷ୍ଣଙ୍କ ପ୍ରେମ

ଚିର ଅମର ।


୧୨)

ବାତ୍ସଲ୍ୟ ପ୍ରେମ 

ନଥାଏ ଆବିଳତା

ଚିର ସୁନ୍ଦର । 


~ ବାସନ୍ତୀ ମହାପାତ୍ର, ପୋଖରୀପୁଟ


୧୩)

ପ୍ରେମର ନଈ

ବାଧା ବନ୍ଧନେ ନାହିଁ

ମିଶିବା ପାଇଁ ।


୧୪)

ପ୍ରେମର ଭାଷା

କହିବାଯେବେ ବସ

ହୋଇବେ ସର୍ବେ ।


୧୫)

ଅମର ପ୍ରେମ

ଦୈହିକ କାମନାକୁ

ନ ଥାଏ ମନ ।


୧୬)

ଦାମ୍ପତ୍ୟ ପ୍ରେମ 

ରାଗ ଋଷା ମାନ ରେ

ଗଢା ଜୀବନ ।


୧୭)

ସନ୍ତାନ ପାଇଁ

ପିତା ମାତା ପ୍ରେମର

ତୁଳନା ନାହିଁ ।


୧୮)

ଜଗତ ବନ୍ଧା

ସଂସାର ଜଞ୍ଜାଳରେ

ପ୍ରେମରେ ଛନ୍ଦା ।


୧୯)

ପ୍ରେମର ଗୀତ

ଶୁଣାଇ ସମସ୍ତଙ୍କୁ

ରଖିବା ବାନ୍ଧି ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୨୦)

ଶ୍ରାବଣ ମାସେ

ଭାଇ ଭଉଣୀ ପ୍ରେମ

ରକ୍ଷା ବନ୍ଧନ ।


୨୧)

ଗୋପୀଙ୍କ ମନ

କହ୍ନେଇ ପ୍ରେମ ପାଇଁ

ଯେହ୍ନେ ପାଗଳ ।


୨୨)

କହ୍ନେଇ ପ୍ରେମେ

ମୀରା ଗାଉଛି ଗୀତ

ସଞ୍ଜ ସକାଳେ ।


~ ପ୍ରଭାସିନୀ ସାହୁ ଖୋର୍ଦ୍ଧା


୨୩)

ବଂଶୀର ସ୍ୱନ

ସକଳ ଗୋପାଙ୍ଗନା

ପ୍ରେମେ ଉଚ୍ଛନ୍ନ । 


୨୪)

ଅମର ପ୍ରେମ

ସ୍ନେହମମତା ଭରା

ନିସ୍ୱାର୍ଥ କର୍ମ  । 


~ ସସ୍ମିତା ବାରିକ୍, ବୋଲଗଡ଼


୨୫)

ପ୍ରେମ ଶାଶ୍ୱତ

ନିଷ୍କପଟ ହୃଦୟ

ପ୍ରେମେ ଆପ୍ଳୁତ ।


୨୬)

ପ୍ରେମହିଁ ତ୍ୟାଗ

ତନ୍ମୟତା ଉଦ୍ଦାମ

କ୍ଷମା ବିୟୋଗ ।


୨୭)

ପ୍ରେମ ପ୍ରାଙ୍ଗଣ

ଅପରାଧ ଧାରେନା

ସ୍ୱୟଂ ସମ୍ପୂର୍ଣ୍ଣ ।

                  

~ ଚପଳା ପଣ୍ଡା, ଖୋର୍ଦ୍ଧା


୨୮)

ଆଲୋ ଵାଉଳୀ

ପୁତ୍ର ପ୍ରେମେ ଅନ୍ଧୁଣୀ

ମରୁ  ଝାଉଁଳି ।


୨୯)

ସପନ ପେଡ଼ି,

ଭରା ପୀରତି,କେବେ

ସତ ହୁଏ କି ?


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା


୩୦)

ପ୍ରେମ ର ଧନ

ହୃଦୟେ ନ ଥିଲେ

ଜଡ ସମାନ ।


୩୧)

ଶାଶ୍ବତ ପ୍ରେମ

ବିଭୁ ପାଦ ତଳେ

କରଇ ଲୀନ ।


~ ସୁମତୀ ଦେଈ, ଅସରଳା


୩୨)

ପ୍ରେମ ରତନ

ଯା'ର ପ୍ରାପତି ପାଇଁ

ଧନୀକ ଦୀନ ।


୩୩)

ପ୍ରେମ ତରଙ୍ଗ

ମାନେନା କୁଳ, ଲାଜ

ଖୋଜଇ ସଙ୍ଗ ।


~ କବିତା କାନୁନଗୋ, ପୋଖରୀପୁଟ


୩୪)

ନିଃସର୍ତ୍ତ ପ୍ରେମ 

ତ୍ୟାଗ ର ବେଦୀ ପରେ

ପ୍ରଦୀପ ସମ ।


୩୫)

ପ୍ରେମ ଅମୃତ 

ପାନ କରି ବିହ୍ୱଳ

ସାରା ଜଗତ ।


୩୬)

ପ୍ରେମ  ଅଜର

ରହିଛି  ଥିବ ସିଏ

ଅନନ୍ତ କାଳ।


୩୭)

ପ୍ରେମ  ଉଚ୍ଛ୍ବାସ 

ପ୍ରେମୀକୁ କରିଦିଏ 

ଅକୁତୋଭୟ ।


~ ବିଳାସିନୀ ଦାଶ, 

ମଧୁସୂଦନ ନଗର     

    

୩୮)

ଲପ୍ରେମୀ ଯୁଗଳ

ଆଖି ରେ ଅନ୍ଧ ପଟି

ସେ ମତୁଆଲା ।


୩୯)

ସ୍ବଦେଶ ପ୍ରେମ

ଜୀବନ ବଳିଦାନ

ଅମର ଆତ୍ମା ।


୪୦)

ପ୍ରେମ ରେ ବନ୍ଧା

ପୁଲକିତ ସମ୍ପର୍କ

ଡୋରି ଅଛିଣ୍ଡା ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୪୦)

ପ୍ରେମ ଶାସ୍ବତ

ସତ୍ଯ ଓ ଚିରନ୍ତନ  

ପ୍ରୀତି ବନ୍ଧନ ।


୪୧)

ମାଆର ପ୍ରେମ

ପୂଜା, ଫୁଲ, ଚନ୍ଦନ

ସ୍ବର୍ଗୀୟ  ପ୍ରେମ ।

 

 ~ ଶୋଭାଗିନୀ ନନ୍ଦ,

 ଜୟପୁର (କୋରାପୁଟ)


୪୨)

ପ୍ରେମ ର ଫଲ୍ ଗୁ

ନୀରବେ ଯାଏ ସ୍ରଵି 

ପ୍ରଣୟୀ ହୃଦୁ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା

୪୩)

ସବୁରି ଶ୍ରଦ୍ଧା

ପ୍ରେମ ଡୋରିରେ ବନ୍ଧା

ଅମୃତ ସୁଧା । 


୪୪)

ପ୍ରେମୀ ଯୁଗଳ

ଷୋହଳ ବୟସରୁ

ହେଲେ ପାଗଳ ।


୪୫)

ପତ୍ରରେ ପତ୍ର

ଲେଖି ଦେଲି ଗୁରୁଜୀ

ପ୍ରେମର ସୂତ୍ର ।


୪୬)

ମଧୁର ଆଶା

ଜାତି ଜାତିକା ଫୁଲେ

ପ୍ରେମ ବରଷା । 


୪୭)

ମୁନିଆ ଦାନ୍ତେ

ପୁଷି ନିଅଇ ଛୁଆ

ପ୍ରେମ  ଗୁପତେ ।


୪୮)

ପ୍ରେମ ବରଷା

ପ୍ରଭୁ ଦୟାରେ ପୂର୍ଣ୍ଣ

ଜୀବନ ଆଶା ।


୪୯)

ଆଖି କଜ୍ଜଳ

ମାରିଲ ପ୍ରେମ ତୀର

ଭାଇକୁ ଜ୍ବର ।


୫୦)

ବାଡୁଅ ପ୍ରେମ

ହୁଏ ପାପ ଗରଭ

ନିଜ କୁକର୍ମ ।


୫୧)

ଈଶ୍ବର ଭକ୍ତି

ପ୍ରେମ ବାରିରେ ଭକ୍ତ

ଲଭନ୍ତି ଶାନ୍ତି ।


୫୨)

ସାରା ବିଶ୍ବରେ

ଏମିତି ଜଣେ କାହିଁ 

ନାହିଁ ପ୍ରେମରେ  !


  ~ ଝୁମୁରୀ ସାହୁ


୫୩)

କୋମଳ ପୁଷ୍ପ

ଭ୍ରମର ଆଲିଙ୍ଗନ

ସୁନ୍ଦର ଦୃଶ୍ୟ ।


~ ରୀତାଞ୍ଜଳି ସାହୁ, ମନମୁଣ୍ଡା, ବୌଦ୍ଧ


୫୪)

ପ୍ରେମ ଶାଶ୍ଵତ 

ପ୍ରୀତି ରେ ବଶୀଭୂତ

ସାରା ଜଗତ ।


୫୫)

ମାତାର ମନ

ବାତ୍ସଲ୍ୟ ପ୍ରେମ ଡୋରେ

ବନ୍ଧା ଜୀବନ ।


୫୬)

ପ୍ରେମର ବିନା

ଆସମ୍ଭଵ ଅଟଇ

ସୃଷ୍ଟି ସର୍ଜନା ।


~ ମଧୁଛନ୍ଦା ଦାଶ, ଭୁବନେଶ୍ୱର


୫୭)

କଳା କହ୍ନେଇ

ପ୍ରେମ ର ଫଲ୍ଗୁ ଝରେ

ରାଧିକା ପାଇଁ ।


୫୮)

କଳା କାଞ୍ଚନ

ଯଶୋଦା ଜୀବଧନ

ଝୁରେ ଦେବକୀ ।


~ ବାସନ୍ତୀ ଦେଈ ଖୋର୍ଦ୍ଧା

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH