हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

रविवार, 31 अक्तूबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ସେଦୋକା କାବ୍ୟ ଯାତ୍ରା, ଅକ୍ଟୋବର ~ ୨୦୨୧

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ସେଦୋକା କାବ୍ୟ ଯାତ୍ରା  

ଅକ୍ଟୋବର ~ ୨୦୨୧

ସେଦୋକା 

୧)

ଆଦ୍ୟ କାର୍ତ୍ତିକ

ବୃନ୍ଦାବତୀ ମୂଳରେ

ବ୍ରତ ଧାରିଣୀ ପୂଜେ

କରେ ସଙ୍କଳ୍ପ

ରାଇ ଓ ଦାମୋଦର 

ସେବାରେ ମତି ସ୍ଥିର।


୨)

ଆକାଶ ଦୀପ

ବୃନ୍ଦାବତୀ ଉପରେ

ଆଲୋକ ଦପ ଦପ

ମହା କାର୍ତ୍ତିକ

ଦୀପାବଳି ରାତ୍ରୀରେ

ତୁଷ୍ଟ ପିତୃପୁରୁଷ।


~ବାସନ୍ତୀ ଦେଈ ଖୋର୍ଦ୍ଧା


୩)

ଗୋଳିଆ ପାଣି

ନଈ ବହେ ଉଜାଣି

ପ୍ରଖର ସୁଅ ତାର

ପାଖ ନ ଯାଅ

ଭସାଇ ନେଇଯାଏ

ପଡେ ଯେ ମୁଖେ ତାର।


୪)

ଶିଶୁ ଆମର

କେଡେ ସରଳ ସତେ

ପୁତ୍ର ହେଉ କି କନ୍ୟା

ଯତନ କର

ଶିଶୁର ବିକାଶରେ

ସମାଜର ମଙ୍ଗଳ।


~ଜ୍ୟୋତି ପ୍ରଭା ପଟ୍ଟନାୟକ


୫)

ମହା କାର୍ତ୍ତିକ

ପୂଣ୍ୟ ପବିତ୍ର ମାସ

ମନ ମନ୍ଦିର ତୀର୍ଥ

ସ୍ୱଚ୍ଛ ପବିତ୍ର

ସଞ୍ଜ ସକାଳେ ନିତି

ଭକ୍ତି ଅର୍ଘ୍ୟ ଢାଳନ୍ତି  । 


~ସସ୍ମିତା ବାରିକ୍ । ବୋଲଗଡ଼।


୬)

କେତେଯେ କଥା

ନିଜକୁ ଭାରି ବାଧେ

ଅନ୍ୟକୁ ହାସ୍ୟ ବାନ୍ଧେ

ତଥାପି ସହେ

ମରମ ମାଡ଼ି ପଡେ

ଗରମ ଲୁହ ଗଡ଼େ।


~ଚପଳା ପଣ୍ଡା, ଖୋର୍ଦ୍ଧା।


୭)

ଚଉରା ମୂଳେ

ସାତ ବର୍ଣ୍ଣ ମୁରୁଜେ

ବୋଉ ଆଙ୍କିଛିଝୋଟି

ହବିଷ୍ୟ  ଅନ୍ନ

ମାସସାରା ଭୋଜନ

ପୁଣ୍ୟ କରେ ଅର୍ଜନ।


୮)

ଭଗ୍ନ କୋଣାର୍କ

ଉତ୍କଳର ଐତିହ୍ୟ

ସପ୍ତ ଆଶ୍ଚର୍ଯ୍ୟ ଅଟେ

ବିଶ୍ଵପ୍ରସିଦ୍ଧ

ସୂର୍ଯ୍ୟ ମନ୍ଦିର ନାମେ

ଖ୍ୟାତି ଅଟେ ଏହାର।


୯)

 ଆସିଲା ଶୀତ

ହୋଇବ ଭୋଜି ଭାତ

 ଆମ  ମନ ହରଷ

ଖୁସିରେ ମଜା ନେବା 

 ନାନା ସ୍ଥାନ ବୁଲିବା।


~ଜ୍ୟୋତି ପ୍ରଭା ପଟ୍ଟନାୟକ

୧୦)

କଳାବଉଦ

ତାରାଭର୍ତ୍ତି ଆକାଶ

ସରଗ ଶଶୀ ଶୋଭା

ଦିଶେ ସୁନ୍ଦର

ଜହ୍ନ ଶୀତଳ ଜ୍ୟୋସ୍ନା

କରଇ ଆନମନା।


~ଜ୍ୟୋତି ପ୍ରଭା ପଟ୍ଟନାୟକ

~~~0~~~


कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH