हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

रविवार, 31 अक्तूबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା, ଅକ୍ଟୋବର ~ ୨୦୨୧

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା

ଅକ୍ଟୋବର~୨୦୨୧

ହାଇକୁ 


୧)

ଆମ ସଂସ୍କୃତି

ପୂଜା ପାର୍ବଣ ନୀତି

ନାହିଁ କୋଉଠି ।


୨)

କୁଆଁରୀ କନ୍ୟା

ଖଇ ଆଞ୍ଜୁଳା ଟେକେ

ବର ମନାସେ ।


୩)

ଆଶ୍ଵିନ ମାସ

କୁମାର ପୂର୍ଣ୍ଣିମାରେ

ମନ ହରଷ ।


୪)

ଚାନ୍ଦ ପୂଜନ

କୁମାର କାର୍ତ୍ତିକେୟ

ଆଶିଷ ପ୍ରାପ୍ତ ।


୫)

ଧରାପୃଷ୍ଠରେ

ମାଆ ଙ୍କ ଆଗମନ

ଶରତ କାଳେ ।

 

~ ବାସନ୍ତୀ ଦେଈ ଖୋର୍ଦ୍ଧା


୬)

କବି ମାନସ

କଳ୍ପନା ରାଇଜରେ

କରଇ ଵାସ ।


୭)

ପଖାଳ କଂସା

ତୋ ବିନା  କୃଷକର

ଉଡଇ ହଂସା ।


~ ମଧୁଛନ୍ଦା ଦାଶ, ଭୁବନେଶ୍ୱର


୮)

ନନ୍ଦ ନନ୍ଦନ

ଯଶୋଦା ଜୀବଧନ

ରାଧିକା ପ୍ରାଣ ।


~ ବାସନ୍ତୀ ଦେଈ


୯)

ଉଠେ ମହକ

ଆକର୍ଷଣ ସହଜ 

ମାଟିର ଦେହ ।


~ ପ୍ରଦୀପ କୁମାର ଦାଶ


୧୦)

ପକ୍ଷୀ କାକଳି

ଉଲ୍ଲାସ ଭରା ଗୀତି

ମଧୁର ଅତି ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ


୧୧)

ପାର୍ବଣ ଋତୁ

ଦୁର୍ଗା ଲକ୍ଷ୍ମୀ ଆଶିଷେ

କରୋନା ହଟୁ । 


~ ସସ୍ମିତା ବାରିକ୍, ବୋଲଗଡ଼


୧୨)

ଅମର ଆତ୍ମା

ପଞ୍ଚଭୂତ ଶରୀର

ମାଟି ରେ ମିଶେ ।


୧୩)

ତପସ୍ୟା ରତ

ନିର୍ବସ୍ତ୍ର ସାଧୁସନ୍ଥ

ଜିତେନ୍ଦ୍ରିୟ ସେ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୧୪)

ଉତ୍ତମ ଚାଟ

ପାଠ ବେଳେ ପଢଇ 

ତାପରେ ଖେଳେ ।


୧୫)

ସ୍ୱାସ୍ଥ୍ୟ  ନିୟମ

ଖାଇବା ପୂର୍ବପରେ

ଧୋଇବା ହାତ ।


~ ଜ୍ୟୋତିପ୍ରଭା ପଟ୍ଟନାୟକ


୧୬)

କବି ଜୀବନ

କବିତାରେ ଗୁନ୍ଥା ସେ

କି! ମନୋରମ  ।


 ୧୭)

ଗଢେ ସମାଜ

ବଳିଷ୍ଠ ଲେଖନୀ ରେ

 ଦିଏ ସଂସ୍କାର ।


 ~ ଶୋଭାଗିନୀ ନନ୍ଦ, ଜୟପୁର(କୋରାପୁଟ)


୧୮)

ମରମ କଥା

କହିହୁଏନି କା'ରେ

ମନେ କାନ୍ଦୁଥା ।


୧୯)

ଘର ଟି ସ୍ଵର୍ଗ

ସ୍ନେହ ଶ୍ରଦ୍ଧା ବନ୍ଧନେ

ପ୍ରୀତି ପରଶେ ।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୨୦)

ଗୁରୁ ପବିତ୍ର 

ଶିକ୍ଷା ଦାନ ତା ବ୍ରତ 

ବିନ୍ଧାଣି ସେତ ।


୨୧)

ପ୍ରକୃତି ରାଣୀ 

ଅସହାୟେ ଆଜି ସେ 

ଢାଳଇ ପାଣି ।


୨୨)

ଶବ୍ଦ କୁ ଯୋଡି 

କବିତା, ଉପନ୍ୟାସ 

ଦିଏ ସେ ଗଢି ।


୨୩)

ଗଙ୍ଗଶିଉଳି 

କ୍ଷୁଦ୍ର ତା ଜୀବନ ରେ 

ଆଶା ସଞ୍ଚାରି ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା

~~0~~

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH