हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शनिवार, 1 जनवरी 2022

ହାଇକୁ : ନୂତନ ବର୍ଷ ୨୦୨୨

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା 

ନୂତନ ବର୍ଷ ହାଇକୁ 

ଜାନୁଆରୀ - ୨୦୨୨


୧)

ନୂତନ ବର୍ଷ

ନବ ଉନ୍ମାଦନାରେ

ମନ ହରଷ ।


୨)

ନବବର୍ଷର

ସ୍ଵାଗତ ଜଣାଏ ମୁଁ

ସହସ୍ର ଥର ।


୩)

ଆଗାମୀ କାଲି

ସର୍ବଦା ନୂତନତା

ରହିଛି ଭରି ।


୪)

କର ସମୀକ୍ଷା

କାଲି ଆଜି ମଧ୍ୟରେ

ଫରକ କେତେ ।


୫)

ପ୍ରଭୁ ସ୍ମରଣେ

ଆଧ୍ୟାତ୍ମିକ ଚେତନା

ଗୁରୁ କଲ୍ୟାଣେ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୬)

ନୂଆ ବରଷ

ପ୍ରୀତିଭରା ଶୁଭେଚ୍ଛା 

ଆଣୁ ହରଷ ।


~ ପ୍ରଦୀପ କୁମାର ଦାଶ 'ଦୀପକ'


୭)

ନୂତନ ବର୍ଷ

ଦେଉ ମନେ ହରଷ

ଘେନ ଶୁଭେଚ୍ଛା ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୮)

ନୂଆ ସକାଳ

ଉତ୍ସାହ ଊଦ୍ଦୀପନା

ଚିତ୍ତ ଚଞ୍ଚଳ । 


~ ସସ୍ମିତା ବାରିକ୍, ବୋଲଗଡ଼


୯)

ଶୁଭଗ ହେଉ

ନୂତନ ସମ୍ଵତ୍ସର

ଆସୁ ସମୃଦ୍ଧି ।


~ ଆରତୀ ମଞ୍ଜରୀ ଦାଶ


୧୦)

ନୂଆ ବରଷ

ହୃଦୟ ପୁଲକିତ

ମନ ହରଷ ।


୧୧)

ନବ ବରଷ

ହେଉ ଦିବ୍ୟ ପ୍ରକାଶ

ଅମା ନିଃଶେଷ ।


୧୨)

ହେ ନୂଆବର୍ଷ

ହୁଅ ଆଶୀଷ ଦାୟୀ

ଝରୁ ପୀୟୂଷ ।


 ୧୩)

ନଵ ପ୍ରଭାତ

ପ୍ରୀତି ଭରା ସୁମନ

କରେ ଅର୍ପିତ ।


~ ମଧୁଛନ୍ଦା ଦାଶ, ଭୁବନେଶ୍ୱର


୧୪)

ନୂତନ ବର୍ଷ

ସଭିଙ୍କ ମନେ ଖୁସି

ମଉଜ ମସ୍ତି ।


~ ରାଜେଶ କୁମାର ମୁଣ୍ଡ 


ନୂଆ ବରଷ

କୋଭିଡ଼ି ହେଉ ଶେଷ

ହସୁ ଜଗତ ।


~ ରଞ୍ଜନ କୁମାର ଜେନା 


ନୂଆ ବରଷ

ମନେ ଅଛି ସାହସ

ଜିତିବ ଦେଶ ।


~ ସୁଧୀର କୁମାର ପଣ୍ଡା 

☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH