हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शुक्रवार, 21 मई 2021

ହାଇକୁ : ପ୍ରଦୀପ କୁମାର ଦାଶ "ଦୀପକ"

ହାଇକୁକାର

ପ୍ରଦୀପ କୁମାର ଦାଶ "ଦୀପକ"

ହାଇକୁ 

--0--


01.

ଶୁଭ ସକାଳ

ବଗିଚାର ଗଛଟି 

ଫୁଟାଏ ଫୁଲ ।


02.

ଶୁଭ ସକାଳ

ସୂର୍ଯ୍ୟ ନୁହେଁ କୁଣ୍ଠିତ 

ଦିଏ ଆଲୋକ ।


03.

କପଟ ଚିନ୍ତା 

ଖସାଇ ଦିଏ ତଳ

ହୁଅ ସରଳ ।


04.

ହୃଦୟ ଭାଙ୍ଗେ

ଛୋଟିଆ କଟୁ କଥା

ଆଘାତ ଦିଏ ।


05.

ସ୍ୱପ୍ନ ବହୁତ 

ମିଛମାୟା ସଂସାର 

ନୁହେଁ ବାସ୍ତବ ।


06.

ଫୁଲ ସୁନ୍ଦର 

କିନ୍ତୁ ପ୍ରଶଂସା ହୁଏ

ମାତ୍ର ବାସ୍ନାର ।


07.

ସଜ ସକାଳ

ଚାଷୀ ଚାଲେ ସଅଳ 

କାନ୍ଧେ ଲଙ୍ଗଳ ।


08.

ନାଲି ସୂରୁଜ

ଆକାଶର କପାଳେ

ଶୋଭା ତିଳକ ।


09.

ସମୟ ମାପେ

ଅତୀତର ଆଇନା 

ମନକୁ ଭାଙ୍ଗେ ।


10.

ସମୟ ସୁଅ

ପ୍ରତିଶୃତି ଭରସା 

ପାଣିର ଗାର ।

---00---


  ~ ପ୍ରଦୀପ କୁମାର ଦାଶ "ଦୀପକ"

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH