~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~
~ ହାଇକୁ PROMPT ~
"ଧ୍ୱନ୍ୟାତ୍ମକ ହାଇକୁ"
୧)
ଝରେ ନିର୍ଝର
ଜଳର କଳକଳ
ଗୀତ କଅଁଳ ।
୨)
ଟୋପାଏ ପ୍ରେମ
ହୁଏ ଦୁକ୍ ଦୁକ୍ ଷ୍ପନ୍ଦିତ
ଅମୂଳ୍ୟ ଧନ ।
୩)
ତୁନି ମୂରଳୀ
କୁହୁ କୁହୁ ଗାଉଛି
କୋଇଲି ବୋଲି ।
୪)
ପୁନେଇଁ ଜହ୍ନ
ନଦୀର କୁଳୁ କୁଳୁ
ଦେଖାଏ ସ୍ୱପ୍ନ ।
~ ପ୍ରଦୀପ କୁମାର ଦାଶ
୫)
କେଁ କଟର କେଁ
ସାରୁବୁଦା ମୂଳରେ
ବେଙ୍ଗୁଲୀ ଡାକେ ।
୬)
ଟପର ଟପ
ବର୍ଷାରେ ଦର୍ଦ୍ଦୁରଟା
ଖପର ଖପ ।
~ ଚିନ୍ମୟୀ ସାହୁ
୭)
ପାୟଲ ଶବ୍ଦ
ରୁଣୁଝୁଣୁ ବାଜଇ
କରଇ ମୁଗ୍ଧ ।
୮)
ଉଛୁଳା ମନ
ହୃଦୟ ଧକ ଧକ
ହୁଏ ସ୍ପନ୍ଦନ ।
~ ଦୟାନନ୍ଦ ଶବର
୯)
ଟ୍ରେନ ଚାଲେ ଛୁ
ଲେବଲ୍ କ୍ରସିଙ୍ଗ୍ ରେ ଭିଡ଼
ଠିଆହେଲି ମୁଁ ।
୧୦)
ପିଆଙ୍କାଳି ମ୍ପେ
ମ୍ପେ ମ୍ପେ ଆବାଜରେ ଯେ'
ପିଲା-ଛୁଆ ଙ୍କେ !
୧୧)
ହୁକେ ହୁକେ ହୋ
କିଆମୂଳେ ଶିଆଳ
ସଞ୍ଜ ହେଲେ ହୋ ।
୧୨)
କଂସାରି ଘର
କୁଲା ଢାଉଁ ପାରାଙ୍କୁ
ନ ଥାଏ ଡର ।
୧୩)
କବିତା ପାଠ
ଶୁଣି ତାଳିମାରି ଯେ
କରନ୍ତି ପ୍ରୀତ ।
୧୪)
ହୁଅ ସମ୍ଭାଳି
ଧୈର୍ଯ୍ୟ ବଡ଼ ନୁହେଁ ଯେ
କାନ୍ଦ-ବୋବାଳି ।
୧୫)
ସୁ ସୁ ପବନ
କେବେ ଭଲ ତ କେବେ
ମନ୍ଦ କରଣ ।
~ ଶମ୍ଭୁନାଥ ଦାସ
୧୬)
ଝରଣା କୁଳ
କୁଳୁ କୁଳୁ ନାଦରେ
କରଇ ଭୋଳ।
୧୭)
ଓଁକାର ନାଦ
ହଟାଇ ଦେଇଥାଏ
ସବୁ ପ୍ରମାଦ।
~ ସୁଧୀର କୁମାର ପଣ୍ଡା
୧୮)
ଖୁସିରେ ଫାଟେ
କଁଳା ଶିଶୁ ର କାନ୍ଦ
କୁଆଁ କୁଆଁ ରେ ।
୧୯)
ଓଁକାର ଧ୍ଵନି
କମ୍ପେ ଗୁମ୍ଫାଗହ୍ୱରେ
ଧ୍ୟାନସ୍ଥ ମୁନି।
୨୦)
ବଇଁଶି ତାନେ
ନୂପୁର ରୁଣୁଝୁଣୁ
ତାଥେଇ ଥେଇ ।
୨୧)
ଶଂଖ ବାଜେ ଭୁଁ
ଘଣ୍ଟି ର ଟିନ୍ ଟିନ୍ ଧ୍ୱନି
ମନ୍ଦିରେ ପୂଜା ।
~ ବାସନ୍ତୀ ଦେଈ
୨୨)
ଚଡ୍ ଚଡ୍ ଚଡ୍ ଚଡ୍ ଚଡ୍
ଜଲିଗଲା ଜଙ୍ଗଲ୍ ଖାର୍
ମାକଡ୍ ବିହା ହୁଁ ।
୨୩)
ଟପ୍ ଟପ୍ ଟପ୍ ଟପ୍ ଟପ୍
ମଠିଆର୍ ମୁହେଁ ଘଣ୍ଟେ
ନଏଦ୍ ନାଲ୍ ଗୁଟେ ।
~ ଆର. ବରସାନା ନନ୍ଦିନୀ
୨୪)
କି ରୁଣୁ ଝୁଣୁ
ଚୁଡି ର ଶବଦ ଯେ
ନ ଭିନେ ମନୁ ।
୨୫)
କଳା ଠାକୁର
ଫର ଫର ବାନା ତା
ନୀଳ ଚକର ।
୨୬)
ପୁଷି ବିଲେଇ
ମିଆଉଁ ମିଆଉଁ ଯେ
ଆଇଁଷ ପାଇଁ ।
~ ଆଶୁତୋଷ ମେହେର
୨୭)
ଅନ୍ଧାରୀ ମଶା
କରଇ ଗୁଣୁ ଗୁଣୁ
ଭାଙ୍ଗଇ ନିଦ ।
୨୮)
ପାହାଡି ଝର
କରଇ କୁଳୁ କୁଳ
ତୋଷଇ ମନ ।
୨୯)
ଉଡ଼ାଜାହାଜ
ଘୁ ଘୁ କରେ ଶବଦ
ଆକାଶେ ଚାହୁଁ ।
୩୦)
ନୀରବ ରାତି
ସାଇଁ ଶବଦ ଶୁବେ
ଆଣଇ ଭୀତି ।
~ ରଞ୍ଜନ ଜେନା
୩୧)
କଁକ୍'ରେ କଁ କୁକ୍'ରା
ମାଛି ଅଂଧରିଆ ବେଲ୍
ରଖ୍ ଗୋ ମାଁ ମତେ ।
୩୨)
କାନେ ଝଲକା
ଗୁଡ଼ର୍ ପଏଁରି ଛମ୍ ଛମ୍
ନନିର୍ ମନ୍ ଛନ୍ ଛନ୍ ।
~ ମନୀଷା ମିଶ୍ର
୩୩)
ବିଜୁଳି ଚମ୍ ଚମ୍
ମେଘ ଘଡଘଡି ରେ
ଢୋ ଢୋ ବରଷା ।
୩୪)
ଆମ୍ବ ବୃକ୍ଷରେ
କୁହୁକୁହୁ କୋଇଲି
ତୋଳେ ମୂର୍ଚ୍ଛନା ।
୩୫)
ରେଳ ର ଛୁକ୍ ଛୁକ୍
ବିମାନ ଉଡେ ସେଁ ସେଁ
ମଟର ଘୁଁ ଘୁଁ ।
୩୬)
ଝିଂ ଝିଂ ଝିଙ୍କାରି
ନିସ୍ତବ୍ଧ ବର୍ଷା ରାତି
ଛାତିଟା ଧଡ଼୍ ଧଡ଼୍ ।
~ ବାସନ୍ତୀ ଦେଈ
୩୭)
ମୃଦୁମଳୟେ
କୁହୁକୁହ ତାନରେ
କୋଇଲି ଗାଏ ।
୩୮)
ଟପରଟପ
ଓଳିପାଣି ପଡଇ
ଠପରଠପ ।
୩୯)
ଓଁକାର ଧ୍ବନି
ମନ୍ଦିରରୁ ଶୁଭଇ
ଘଣ୍ଟର ଧ୍ବନି ।
~ ବୈଜୟନ୍ତୀ ସାହୁ
୪୦)
ଟିକ଼ଟିକ଼ ରେ
ଘଣ୍ଟା ଟି ଚାଲୁ ଥାଏ
ସବୁ ବେଳ ରେ ।
୪୧)
ପେଁ ପେଁ ବାଜଇ
ପେଁକାଳି ଶବଦ ରେ
ପିଲା ନାଚଇ ।
~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
୪୨)
ଲେତି ପଡୁଛେ
ଥପୋ ଥପୋ ଉଡଁଛେ
ପୋ ଟପୋ ପୋ ।
୪୩)
ଚପଲ ପିନ୍ଧି
ଛପଲ୍ ଛାପଲ୍ ଯାଉଛେ
ବୁଢ଼ା ଜଙ୍ଗଲ ।
୪୪)
ବଢେ ବଢେଟା
ବେଟାର୍ ବାହା ଦୁଇଟା
ମେଛା ସାଉଁଟା ।
୪୫)
ଝରନ ପାନି
ଛମ୍ ଛମ୍ କରି ନାଚୁଛେ
ସୁନ୍ଦରୀ ନନୀ ।
~ ଜୟରାମ ସାହୁ
୪୬)
ଶୀତ ରାତି ଓଃ
ବୁଢ଼ୀମା'ର କ୍ରନ୍ଦନ
ହୁ ହୁ ହୁ ହୁ ହୁ.. ।
~ ନନ୍ଦିନୀ ଶତପଥୀ
୪୭)
ଥପ୍ ଥପ୍ ଥପ୍ ଥପ୍ ଥପ୍
ଆଁଖିର୍ ପାଏନ୍ ଦୁଇଧାର୍
ବୁଢ଼ୀର୍ ସେ ପେନ୍'ସନ୍ ।
୪୮)
ବସ୍ ବସ୍ ବସ୍ ବସ୍ ବସ୍
ଦେଖ୍'ତ କେନ୍ତା ସଁ.. ସଁ.. ସଁ ..
ସବ୍ ଜଲିଗଲା ।
~ ଉତ୍ତମ ହୋତା
୪୯)
ମୂଷା ଛୁଆଟି
ଚିଂ ଚିଂ କରି ଗାତ ରେ
ଖୋଜୁଛି ଦାନା ।
୫୦)
ବିଲେଇ ମ୍ୟାଉଁ
ଶିଆଳ ଟା ହୁକେ ହୋ
ଶ୍ଵାନ ଭୁକେ ଭୋ ।
~ ରତ୍ନ ପ୍ରଭା ସିଂ
୫୧)
ଫୁଲର ବାସ୍ନା
ଗୁଣୁ ଗୁଣୁ ମଧୁପ
ମଧୁ ଗୁଞ୍ଜନ ।
୫୨)
ପାଦେ ଘୁଙ୍ଗୁର
ଋଣୁ ଝୁଣୁ ନିକ୍ୱଣ
ମାଦକ ସୁର ।
୫୩)
ନୃତ୍ୟ ଆସର
ଛମ୍ ଛମ୍ ନୃତ୍ୟାଙ୍ଗନାର
ମୁଗ୍ଧ ଦର୍ଶକ ।
୫୪)
ବୀଣା ଝଙ୍କାର
ମୃଦଙ୍ଗର ତାକାଧିନ୍
ଉର୍ବଶୀ ନୃତ୍ୟ ।
୫୫)
ଶିଶୁ ଭୂମିଷ୍ଠ
କୁଆଁ କୁଆଁ କ୍ରନ୍ଦନ
ଉଲ୍ଲାସ ମନ ।
୫୬)
ଶୁଭ ବିବାହ
କଇଁ କଇଁ କାନ୍ଦଣା
ନୂଆଁ ସଂସାର ।
୫୭)
ବିରହୀ ପ୍ରାଣ
ଥପ୍ ଥପ୍ ଲୁହର ବନ୍ୟା
ମୁକୁଳା କେଶ ।
୫୮)
ଢୋଲ ନିଶାଣ
ଢମ୍ ଢମ୍ ସୁରର ତାଳ
ମାଁ, ଆଗମନ ।
୫୯)
ସୁ ସୁ ଗର୍ଜନ
ରଜନୀ ଭୀତତ୍ରସ୍ତା
ଗାଁ ଝାଉବଣ ।
୬୦)
ଜଗତ ନାଥ
ଫର ଫର କେତନ
ନୀଳ କନ୍ଦର ।
~ ରମାକାନ୍ତ ସତପଥି
୬୧)
କ୍ରିଂ, କ୍ରିଂ ହୋଇଲା
ଟେଲିଫୋନ୍ ଟା ବାଜିଲା
ହୋଇବା କଥା ।
୬୨)
ରେଳ ଗାଡିଟା
ଛୁକ୍, ଛୁକ୍ ହୋଇ ଆଗକୁ
ଚାଲଇ ମାଡି ।
୬୩)
କାନ୍ଥ ଘଣ୍ଟାଟି
ଟିକ୍, ଟିକ୍ ହୋଇ ଚାଲି କି'
ସମୟ କୁହେ ।
୬୪)
ନଈ ନାଳରେ
ଫକ୍, ଫକ୍ ଡେଇଁ ଡେଇଁ କା
ମୀନ ଖେଳଇ ।
୬୫)
ଚଢେଇ ଦଳେ
ଫଡ୍ ,ଫଡ୍ ଶବ୍ଦ କରିକି
ସେ ଉଡିଗଲେ ।
୬୬)
ପ୍ରବଳ ବେଗେ
ସୁ ,ସୁ ଗର୍ଜନ କରି
ଝଡ ଆସଇ ।
୬୭)
ଟିକି ଝରଣା
ଝର୍,ଝର୍ ଝରି ଯାଆଇ
ପାହାଡ କାଟି ।
୬୮)
ଆମ୍ବ ଡାଳରେ
କୁହୁ କୁହୁ ତାନରେ
କୋଇଲି ରାବେ।
~ ସମିତା ସ୍ବାଇଁ
୬୯)
ଶିବ ତାଣ୍ଡବ
ଡ଼ିବି ଡ଼ିବି ଡମ୍ବରୁ
ସୃଷ୍ଟି ପ୍ରଳୟ ।
୭୦)
ଶୀତ ସକାଳ
ଟପ୍ ଟପ୍ ଶିଶିର ବିନ୍ଦୁ
ସୁନେଲି ସୂର୍ଯ୍ୟ ।
୭୧)
ନାରୀ ଭୂଷଣ
ଖଳ ଖଳ ଧୋଇଲି
ନୁହେଁ ଆମୀଷ ।
୭୨)
ଶରତ ସଂନ୍ଧ୍ୟା
ରୁଣୁ ଝୁଣୁ ନୂପୁର
ନୃତ୍ୟ ଆସର ।
୭୩)
ଫୁଲ ସମ୍ଭାର
କୋଇଲି କୁହୁ କୁହୁ
ଗାଏ ବସନ୍ତ ।
୭୪)
ବ୍ରାହ୍ମ ମୁହୂର୍ତ୍ତ
ଓଁକାର ବେଦଧ୍ୱନୀ
ଘଣ୍ଟାର ଢଂ ଢଂ ।
୭୫)
ସ୍ନିଗ୍ଧ ସମୀର
କୁଳୁକୁଳୁ ତଟିନୀ
ମୁଗ୍ଧ ନୟନ ।
୭୬)
ହେମାଳ ବାଆ
ଝର ଝର ବରଷା
ଶୀତୁଆ ରାତି ।
୭୭)
ନଦୀ ସେ ପାଖେ
ହୁକେହୋ ବିଲୁଆର
ପ୍ରହର ଢଳେ ।
୭୮)
ଅନ୍ଧାର ରାତ୍ରୀ
ଉଲ୍ଳୁକ ହୁଟ୍ ହୁଟ୍ ଡାକ
ଦେହେ ରୋମାଞ୍ଚ ।
୭୯)
ମୁଦ୍ରିତ ପଦ୍ମ
ଗୁଣୁ ଗୁଣୁ ଗୁଞ୍ଜନ
ବନ୍ଦି ଭ୍ରମର ।
୮୦)
ଝିଙ୍କାରି ଝିଁ ଝିଁ
ନିର୍ଜନ ବିଭାବରୀ
ମନରେ ଭୀତି ।
୮୧)
ତନ୍ଦ୍ରା ରହିତ
ଅମାନିଆ କଙ୍କଣ
ଛନ୍ ଛନ୍ ଛନ୍ ଶବ୍ଦ ।
୮୨)
ଘୁ ଘୁ ଗର୍ଜନ
ଅମାବାସ୍ୟାର ରାତ୍ରୀ
ଉତ୍ତାଳ ଢେଉ ।
୮୩)
କଟର୍ କଟର୍ କେଁ
ଗୁଂଜରିତ ଧରଣୀ
ବର୍ଷା ଆଗମ ।
~ ମନୀଷା ମିଶ୍ର
୮୪)
ପେଁ ପେଁ ମହୁରୀ
ବାହାଘର ହେଉଛି
ବଜାଅ ତୁରୀ ।
୮୫)
ହୁକେ ହୋ ହୁକେ
ସଞ୍ଜ ଯେବେ ଆସଇ
ବିଲୁଆ ଭୁକେ ।
୮୬)
ଶଙ୍ଖ ବାଜଇ
ଭୁଉଁ ଭୁଉଁ ଶୁଭଇ
ଆଳତୀ ହୋଇ ।
୮୭)
ଛୁକ୍ ଛୁକ୍ ଶୁଭଇ
ରେଳଗାଡି ଚାଲଇ
ମୁଁ ବସିଥାଇ ।
~ ବୈଜୟନ୍ତୀ ସାହୁ
୮୮)
ମଶାନ୍ ପଦା ନେ
ଚିମ୍ରା ଡାକୁଚେ ସଁ ସଁ
ରାଏତ୍ ଗର୍ଜୁଚେ ।
୮୯)
ସମିଆ ଦେଖ
ବେଲ୍ ଟନ୍ ଟନ୍ କରୁଚେ ନା
ଭୋକେ ମରୁଚେ ।
~ ରାଜେଶ କୁମାର ମୁଣ୍ଡ
୯୦)
ଶିଶୁ ବାଳୁତ
ଖିଲି ଖିଲି ହସ ଟି
ମୋହେ ଜଗତ ।
୯୧)
ମନ ରେ କୋହ
ଛଳ ଛଳ ଲୋତକ
ହୃଦ ବ୍ୟଥିତ ।
~ ରତ୍ନ ପ୍ରଭା ସିଂ
୯୨)
ଘଣ୍ଟ ଟିନ୍ ଟିନ୍ ରେ
ପିଲାଏ ହୋ ହା ଘୋ ଘା
ଖେଳ ଛୁଟି ରେ ।
୯୩)
ଘଣ୍ଟାର ଟିକ୍ ଟିକ୍
ଘୁଙ୍ଗୁଡି ହଜିଯାଏ
କୁକୁଡ଼ା କକ୍କ ।
୯୪)
ଠୋ ଠୋ ହସରେ
ଗୁଣୁଗୁଣୁ ଗୀତ ରେ
ମନ ଆନନ୍ଦ ।
୯୫)
ସାପର ଫଁ ଫଁ
କୁକୁର ଭୁକେ ଭୋ ଭୋ
ଲଢେଇ ଜୋର ।
~ ବାସନ୍ତୀ ଦେଈ
୯୬)
କୋଇଲି ସୂର
କୁହୁ କୁହୁ ତାନରେ
ମନକୁ ମୋହେ ।
୯୭)
ବରଷା ରାଣୀ
ଟୁପୁରୁ ଟାପୁରୁ ସେ
ଝରେ ରାଗିଣୀ ।
୯୮)
ପାଦେ ନୁପୁର
ରୁଣୁ ଝୁଣୁ ତାନରେ
ତୋଳେ ଝଙ୍କାର ।
୯୯)
ପୁନେଇ ଜହ୍ନ
ଖିଲି ଖିଲି ହସଇ
ତାରକା ମେଳେ ।
୧୦୦)
ଢେଉ ଢେଉକା
ନାଚଇ ନୀଳ ଜଳେ
ତରଙ୍ଗମାଳା ।
୧୦୧)
ଚୁପି ଚୁପିକା
କାନେ ମୋର କହିଲା
ଚୋରା ମଳୟ ।
୧୦୨)
ଗ୍ରୀଷମ କାଳେ
ଚାଇଁ ଚାଇଁ ମାରଇ
ଦେହରେ ଖରା ।
୧୦୩)
ପୁଷି ବିରାଡି
ମିଆଉଁ ମିଆଉଁ ସେ
ମାଛ ରେ ଲୋଭ ।
୧୦୪)
କଂସାରି ପାରା
କୁଲା ଢାଉଁ ଢାଉଁ ତୁ
ଦେଖାନା ଆଉ ।
୧୦୫)
ବନସ୍ତେ କେକୀ
ଛମ ଛମ ନାଚଇ
ମେଘକୁ ଦେଖି ।
୧୦୬)
ଭ୍ରମର ଫୁଲେ
ଗୁଣୁ ଗୁଣୁ ଗୁଞ୍ଜନେ
ମଧୁ ଶୋଷଇ ।
୧୦୭)
ମାଟିରେ ପଡି
କୁଆଁ କୁଆଁ ଶିଶୁଟି
ଛାଡଇ ରଡି ।
୧୦୮)
ସୁନାମୀ ଆସେ
ଘୁ ଘୁ ଗର୍ଜନେ ମାଡେ
ସ୍ଥଳ ଭାଗରେ ।
୧୦୯)
ଝରେ ନିର୍ଝର
କୁଳୁକୁଳୁ ଶବଦେ
ଗିରି କନ୍ଦରୁ ।
୧୧୦)
ଫଅର ଫର
ନୀଳ ଚକ୍ର ବାନା ସେ
ନୀଳକନ୍ଦରେ ।
୧୧୧)
କେଁ କେଁ କଟର
ଚାଲେ ବଳଦ ଗାଡି
ଚଷା ଭାଇର ।
୧୧୨)
ଶ୍ରାବଣ ଝଡି
ଝିପି ଝିପି ବରଷା
ପଡଇ ଝରି ।
୧୧୩)
କାଳବୈଶାଖୀ
ସୁ ସୁ ଗରଜନରେ
ରଚେ ତଣ୍ଡବ ।
୧୧୪)
ଡାମରା କାଉ
ରାଉ ରାଉ ହୁଅଇ
ଚାଳରେ ବସି ।
୧୧୫)
କିଚିରି ମିଚି
ବାଇଚଢେଇ ବସା
ଓଳ ତଳରେ ।
୧୧୬)
ଟିକି ଝିଅଟି
ଗୁଲୁ ଗୁଲୁ କଥାତା
ଭାରି ଗେହ୍ଲେଇ ।
୧୧୭)
ମେଁ ମେଁ କା ଛେଳି
ଡାଳ ପତର ଖାଏ
ଭାରି ଓଲେଇ ।
~ ଦମୟନ୍ତୀ ରଥ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें