हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

बुधवार, 16 जून 2021

~•~ "ରଙ୍ଗ" ଜନିତ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~•~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ହାଇକୁ PROMPT ~

"ରଙ୍ଗ ଜନ୍ୟ ହାଇକୁ"

୧)

ନାଲି ସୂରୁଜ

ଆକାଶର କପାଳେ

ଶୋଭା ତିଳକ ।


୨)

ମଧୂ ବାସର

ବାଲିଘର ଭାଙ୍ଗିଲା

ନାଲି ସିନ୍ଦୁର ।


୩)

କଳା ବାଦଲ

ଗଭାରେ ମଲି ମାଳ

ବିଜୁଳି ଖେଳ ।


୪)

ନୀଳ ଆକାଶ 

କାଶତଣ୍ଡୀ ଧରିଛି 

ଧବଳ ବେଶ ।


୫)

ଓଠରେ ହସ 

ବୃକ୍ଷ ଶାଖାର ଖୁସି 

ସବୁଜ ପତ୍ର ।


~ ପ୍ରଦୀପ କୁମାର ଦାଶ


୬)

କଳାଠାକୁର 

ଦେହଟା କଳା  ରଙ୍ଗ 

କେଡେ ସୁନ୍ଦର  ।


୭)

କଳା ରଙ୍ଗର 

କୋଇଲି ସିନା ଅଟେ 

ଗୀତ ମଧୁର ।


୮)

ସୁନା ଫସଲ 

ସବୁଜ ରଙ୍ଗେ ଭରା 

ଚାଷୀ ଚଞ୍ଚଳ  ।


୯)

ଧଳା ସବୁଜ 

ନାରଙ୍ଗୀ ରଙ୍ଗେ ଶୋଭା 

ତ୍ରିରଙ୍ଗା ଧ୍ୱଜ ।


~ ମୁକ୍ତେଶ୍ଵର ପଧାନ


୧୦)

ନାଲି ଅଳତା

ପାଦର ବଢ଼ାଉଛି

ସେ ସୁନ୍ଦରତା ।


୧୧)

ବିଡିଆ ପାନ

ନାଲିଆ ଓଠ କରେ

ଶୋଭା ବର୍ଦ୍ଧନ।


୧୨)

ଲାଲ ମନ୍ଦାର

ମାଆର ମସ୍ତକରେ

କେଡ଼େ ସୁନ୍ଦର ।


~ ସୁଧୀର କୁମାର ପଣ୍ଡା


୧୩)

ପ୍ରିୟା ରଙ୍ଗରେ

ରଙ୍ଗେଇ ହେଲି ମୁଁ ଯେ

ଛିନଛତ୍ର ଆଜି ।


୧୪)

କେଉଁ ରଙ୍ଗରେ

ରଙ୍ଗେଇ ହେଇଛ ଯେ

ଦିଶ ସୁନ୍ଦର ।


~ ରାଜେଶ କୁମାର ମୁଣ୍ଡ


୧୫)

କଳା ଶ୍ରୀମୁଖ

କଳାଧଳା ଡୋଳା କୁ

ନାଲି ଅଧର ।


୧୬)

କଳା ଠାକୁର

କଳାଧଳା ଘୋଡ଼ା ରେ

ଯୁଦ୍ଧରେ ଠିଆ ।


୧୭)

ରାଧିକା ଗୋରୀ

ପାଦେ ନାଲି ଅଳତା

ଭାରି ସୁନ୍ଦରୀ ।


୧୮)

ସବୁଜ ଘାସ

ନାଲି ସାଧବ ବୋହୂ

ମନକୁ କିଣେ ।


୧୯)

ସୁନେଲି ଧଡି

କଳା ଶାଢୀ ରେ ଦିଶେ

କି ମନୋହର ।


୨୦)

ନୀଳ ଆକାଶେ

କଳା ବଉଦ ଭାସେ

ମାଳକୁ ମାଳ ।


୨୧)

ନୀଳ,ସବୁଜ

ନାଲି, ଗୋଲାପି ରଙ୍ଗେ

ଅବିର ଖେଳ ।


୨୨)

ଜନ୍ମଦିନ ରେ

ଧଳା, ନାଲି, ସବୁଜ

ବେଲୁନ ବନ୍ଧା ।


୨୩)

ସବୁଜ ବୁଦା

ଧଳା ଠେକୁଆ ଟିଏ

ଆନନ୍ଦେ ଖେଳେ ।


~ ବାସନ୍ତୀ ଦେଈ


୨୪)

ଦୁଇଟା ନ ରଙ୍ଗ୍ 

ମୁଇଁ ଜାନିଛେ ଭାବ 

କେନ୍ତା କେତେ ହୀନ୍ ।


୨୫)

ରଙ୍ଗୀନ୍ ଜୀବନ୍ ଟେ 

କେତେ ହେଲେ ଯାଇ ହୁଁ 

ହେସି ଜାନିଛ ।


~ ଆର. ବରସାନା ନନ୍ଦିନୀ


୨୬)

ସବୁଜ ଡାଳେ

କଳା କୋଇଲି କୁହୁ

ମଧୁର ସ୍ଵନ ।


୨୭)

ପୂର୍ଣିମା ଚାନ୍ଦ

କାଳିମା ଦାଗ ତା'ର

ଶୋଭା ବର୍ଦ୍ଧନ ।


~ ବାସନ୍ତୀ ଦେଈ


୨୮)

ଏତେ କଳା ତୁ

କିନ୍ତୁ କେତେ ସୁନ୍ଦର

ଜଗତ ନାଥ ।


୨୯) 

ତମ କବରୀ

ଏତେ କଳା ରଙ୍ଗ ର

କବିତା ପରି !


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୩୦)

ନାଲି ଅଳତା

ରଜବତୀ ପାଦରେ

ଦିଶେ ଶୋଭିତା ।


୩୧)

କଳା ବଦନ

ଜଗନ୍ନାଥ ପ୍ରଭୁଙ୍କ

ଚକା ନୟନ ।


୩୨)

ହଳଦୀମାରି

ନଈକୂଳ ତୁଠରେ

ଗାଧୋଏ ଗୋରୀ ।


୩୩)

ଧଳା ଟଗର

ସବୁଦେବା ଦେବୀଙ୍କ

ଥାଏ ଆଦର ।


୩୪)

ନୀଳ ଗାମୁଛା

ଜେଜେବାପା ମୋହର

ମାରନ୍ତି କଛା ।


୩୫)

ଗୋଲାପି ଜାମୁ

ଦାନ୍ତ ଉଠି ନାହିଟି

ଖାଉଛି ରାମୁ ।


୩୬)

ଜାମୁକୋଳିକୁ

ଦୁଇଶହ ଟଙ୍କାରେ

ଏକ କିଲୋକୁ ।


~ ବୈଜୟନ୍ତୀ ସାହୁ


୩୭))

ନୀଳ ଶୃଗାଳ

ଜାତି ବିରୋଧ ଭାବ

ମରଣ କାଳ ।


୩୮))

ଘନ ଜୀମୂତ

ଗଗନେ ଉଭା ହେଲେ

ବର୍ଷା ଆଗତ ।


୩୯)

ଶ୍ବେତ ଅମ୍ବର

ପରିଧାନ କରନ୍ତି

ଦେବୀ ବିଦ୍ୟାର ।


୪୦)

ଲାଲ୍ ଟହ ଟହ

ମନ୍ଦାର୍ ଫୁଲ୍ ଦେବୀର୍ ମୁଡେଁ

କେତେଟେ ସୁନ୍ଦର୍ ।


୪୧)

ରଜନୀ ଗନ୍ଧା

ଧବଳ ବେଶଧରି

ଶୋହେ ବସୁଧା ।


~ ଜୟରାମ ସାହୁ


୪୨)

ତ୍ରିରଙ୍ଗା ଝଣ୍ଡା 

ଜନଗଣମନ ରେ 

ଏକତା ମନ୍ତ୍ର ।


୪୩)

ଅମାପ ଶକ୍ତି 

ଲାଲ ରଙ୍ଗ ରକ୍ତରେ 

ଦେଶ ପ୍ରେମର ।


୪୪)

ଅନୁ କରଣେ 

ନୀଳବର୍ଣ୍ଣ ଶୃଗାଳ 

ଆମ ସଂସ୍କୃତି ।


୪୫)

ରଙ୍ଗ ହଳଦୀ 

ରଙ୍ଗାୟିତ ଲାଲିମା 

ପୁଷ୍ପ ଶୋଭିତ ।


୪୬)

ଶୁଭ୍ର ମଲ୍ଲିକା

ଶ୍ଯାମଙ୍କ ପ୍ରିୟସଦା 

ସେ ସମର୍ପିତା ।


୪୭)

ଫଗୁଣ ହସେ

କୃଷ୍ଣ ଚୁଡା ରଙ୍ଗରେ

ବସନ୍ତ ସାଥେ ।


୪୮)

ଚିର ସବୁଜ 

ସୁନ୍ଦର  ଶ୍ଯାମଳିମା 

ଘଞ୍ଚ ବନାନୀ ।


୪୯)

ମେଘ ରାଇଜେ 

ସାତରଙ୍ଗେ ସଜ୍ଜିତ 

ଆକାଶ ଛତା ।


୫୦)

ନୀଳ ରଙ୍ଗରେ

ଶ୍ଯାମ ଖେଳିଲେ ହୋଲି 

ରାଧାଙ୍କ ସହ ।


୫୧)

ଲୋହିତ ଓଠେ  

ସୁରଭିତ ମଳୟ 

ଫଗୁଣ ଛୁଆଁ ।


୫୨)

ଧରା ବକ୍ଷରେ

ଧଳା,ଗୋଲାପ, ନାଲି 

ଫୁଲ ପସରା ।


୫୩)

କଳା ଠାକୁର 

ସେତ'ଜଗତ ନାଥ 

ବଡ ଦେଉଳେ ।


~ ସମିତା ସ୍ବାଇଁ


୫୪)

ଆଉ ନାଇଁନ 

ମାଟିଆ ପେଣ୍ଟ୍ ଧୋବ୍ କୁର୍ତ୍ତା 

ସେ ଡିସିପ୍ଳିନ୍ ବି ।


୫୫)

ସେ କଲାପଟା 

ଇଛେନ୍ ବି ସେହି ଇସ୍କୁଲ୍ 

ସେ ରଙ୍ଗ୍ ନାଇନ .. ।


~ ଉତ୍ତମ ହୋତା 


୫୬)

ରଙ୍ଗ ବେରଙ୍ଗ

ଫୁଲ ଅନେକ ବାସ୍ନା 

ପିଇଯା ମନ ।


୫୭)

ରଙ୍ଗ ବଦଳେ 

ଫିକା ପଡିଯାଏ ବି

ସମୟ ଜାଣି ।


~ ନନ୍ଦିନୀ ଶତପଥୀ 


୫୮)

ଲାଲ୍ ଜର୍'ଜର୍ କପ୍'ଟା 

ଝରାଗୁନା ନାକ୍ ପୁଟ୍'କି

ନନୀର୍ ଆଁଖ୍ ମିଟ୍'କା ।


୫୯)

ଆଁଖି କଜଳ୍ ଗାର୍ 

ହଲ୍'ଦି ବାଗିର୍ ଦିହିକେ 

ହଁସିଟା ମୁଲ୍'ମୁଲ୍ ।


~ ମନୀଷା ମିଶ୍ର


୬୦)

ଘଞ୍ଚ ବନାନୀ 

ସବୁଜ ବିମଣ୍ଡିତ 

ଜୀବନ ଗୀତ ।


୬୧)

ସବୁଜ କ୍ଷେତ

ଲହଡ଼ି ଭଙ୍ଗା ସ୍ୱପ୍ନ 

ଚାଷୀ ହର୍ଷିତ ।


୬୨)

ସବୁଜ ନେଳି 

ଜୀର୍ଣ୍ଣ ପୋଖରୀ ଉତ୍ସ 

ଅବହେଳିତ ।


୬୩)

ଧରିତ୍ରୀ ରାଣୀ 

ସବୁଜର ଓଢ଼ଣୀ 

ଘାସ ଗାଲିଚା ।


୬୪)

କଅଁଳ ପତ୍ର 

ସାଗୁଆ ଛନଛନ

ମନ ଉଲ୍ଲାସ ।


୬୫)

ଶସ୍ୟ ଶ୍ୟାମଳ 

କଲ୍ଳୋଳିନୀର ତୀର 

ସବୁଜ ମୁକ୍ତା ।


୬୬)

ଶ୍ରାବଣ ଧାରା 

ସବୁଜ ସଂଭାରର 

ଚିର ଯୌବନ ।


୬୭)

ମୁକ ପାଷାଣ 

ଶିଳ୍ପୀ ନିହାଣ ମୁନ

ସବୁଜ ବର୍ଣ୍ଣ ।


୬୮)

ସବୁଜ ଶୋଭା 

କ୍ରାନ୍ତିୟ ବିପ୍ଳବର 

ଚାଷୀ ଶୋଷିତ ।


୬୯)

ତ୍ରିରଙ୍ଗା ଝଣ୍ଡା 

ମାଟି, ବୃକ୍ଷ ସଂପର୍କ 

ସବୁଜ ବର୍ଣ୍ଣ ।


~ ରମାକାନ୍ତ ସତପଥି


୭୦)

ସାଧବ ବୋହୁ 

ନାଲି ଟୁକୁ ଟୁକେଇ 

ହେଇଚି ସଜ ।


୭୧)

ରଙ୍ଗ ବେରଙ୍ଗି 

ପ୍ରଜାପତି ଉଡନ୍ତି 

ବଗିଚା ସାରା ।


୭୨)

ସପ୍ତ ରଙ୍ଗରେ 

ରଙ୍ଗେଈ ଇନ୍ଦ୍ରଧନୁ 

ଦିଶେ ସୁନ୍ଦର ।


୭୩)

ଓଠ ର ଲାଲି 

ଆଖି କଳା କଜ୍ଜ୍ୱଳ 

ଲାଜୁଆ ହସ ।


୭୪)

ଗଙ୍ଗଶିଉଳି 

ଧବଳ ଅଙ୍ଗ ତାର 

କମଳା ଛିଟା ।


୭୫)

ଖେତ ରେ ଧାନ 

ହଳଦୀ ଗୁରୁଗୁରୁ 

ପାଚି ସୁନ୍ଦର ।


~ ରତ୍ନ ପ୍ରଭା ସିଂ


୭୬)

ସବୁଜ ରଙ୍ଗ

ପ୍ରଗତି କଥା କହେ

ପ୍ରେରଣା ଦିଏ ।


୭୭)

ଲୋହିତ ରଙ୍ଗ

ବିପଦ ଦିଏ କହି

ସତର୍କ ରହୁ ।


୭୮)

ରଙ୍ଗୀନ ଧରା

ରୁଚିରେ ରଙ୍ଗ ଚଢେ

ବେରଙ୍ଗ ସଢ଼େ ।


୭୯)

ରଙ୍ଗର ଯନ୍ତା

କରଇ ଆକର୍ଷଣ

ଦିଏ ମରଣ ।


୮୦)

ନୀଳିମା ଆଖି

ମନକୁ ଦିଅ ବାନ୍ଧି

ଭାବ ତରଳେ ।


~ ରଞ୍ଜନ ଜେନା 


୮୧)


ଆକାଶ ନୀଳ

ତୋ ଆଖି ଭାଷା ସତେ

ନୀଳ ସୁଢଳ !


୮୨)

ସୁରୁଯ ନାଲି

ନାଲି ପଣତେ ଉଡେ

ପ୍ରେମ ରେ ଫୁଲି ।


୮୩)

ପଳାଶ ହସେ

ନାଲି ଜର୍ଜର ଓଠ

ପରାଣ ଦହେ ।


୮୪)

କୋଇଲି କଳା

ମଧୁର କଣ୍ଠେ ଭରା

ସଙ୍ଗୀତ କଳା !


~ ଆଶୁତୋଷ ମେହେର


୮୫)

କଳା ଓ ଧଳା 

ଜୀବନ ସାରତତ୍ତ୍ଵ

ପରିପୂରକ ।


୮୬)

ଶିକ୍ତ ଧରିତ୍ରୀ 

ସାଧବ ବୋହୂ ଛିଟା 

ସବୁଜ କାନୀ ।


୮୭)

ଚିଲିକା ବକ୍ଷ 

ଧବଳ ବିହଙ୍ଗମ

ମଞ୍ଜୁଳ ଶୋଭା ।


୮୮)

ଇନ୍ଦ୍ରଧନୁଷ 

ବାଘନିସହନାଲା 

ସଙ୍କେତ ରଙ୍ଗ ।


୮୯)

ନୀଳ ପର୍ବତ 

ବନ୍ଧୁର ଓ କଙ୍କିଳ 

ଅକାଟ୍ୟ ସତ୍ୟ ।


୯୦‌)

ରକ୍ତ ଗୋଲାପ 

ଆଦିରୁ ଅନନ୍ତ ର

ପ୍ରେମ ପ୍ରତୀକ ।


୯୧)

ଉର୍ବଶୀ ଭଙ୍ଗୀ

ଦୁର୍ବାସା ତପଭଙ୍ଗ 

ଗୋଲାପୀ ଓଷ୍ଠ ।


୯୨)

ହଳଦୀ ବର୍ଣ୍ଣ 

ହଳଦୀ ବସନ୍ତର 

ସ୍ୱପ୍ନ ଅନେକ ।


୯୩)

ରକ୍ତିମ ଆଭା 

ଅପରୂପ ସୌନ୍ଦର୍ଯ୍ୟ 

ଉଦିତ ସୂର୍ଯ୍ୟ ।


୯୪)

ସେ କୃଷ୍ଣଚୁଡ଼ା 

ପୀତ, ଲୋହିତ ବର୍ଣ୍ଣ 

ବସନ୍ତ ହସ ।

 

୯୫)

ମେଘ ଚାନ୍ଦୁଆ

ନୀଳ, ଲୋହିତ ପ୍ରଭା 

ମୁଗ୍ଧ ମୟୁରୀ ।


96)

ନୀଳ ସରସୀ 

ବର୍ଣିଳ ଭାବଧାରା 

ଲୋହିତ ପଦ୍ମ ।


୯୭)

ତଡ଼ିତ ଚମକେ 

ଘନକୃଷ୍ଣ ଅମ୍ବୁଦ 

ମୌସୁମୀ ଛନ୍ଦ ।


୯୮)

ଶରତ ଜ୍ୟୋତ୍ସ୍ନା 

ବିଭାବରୀର ହସ

ରୂପେଲି ଜହ୍ନ ।


~ ମନୀଷା ମିଶ୍ର


୯୯)

ଇନ୍ଦ୍ରଧନୁର

ବାଘନିସହନାଲା

ସାତୋଟି ରଙ୍ଗ ।


୧୦୦)

ଯେ' ବାଇଗଣୀ

ଚିତ୍ରାଙ୍କନେ ନିହାତି

ପାର୍ଶ୍ଵେ ରହଣି ।


୧୦୧)

ଯେ' ଘନନୀଳ

ଆକାଶରେ ଶୋଭନ

ଦୃଶ୍ୟ ଅନିଳ ।


୧୦୨)

ନୀଳରଙ୍ଗରେ

ଶୋଭା ପାଏ କବିତା

ମୋର ଖାତାରେ ।


୧୦୩)

ମୋ' ଧାନ କ୍ଷେତ

ଛନଛନ ସବୁଜ

ଦେଖ ହେ ମିତ !


୧୦୪)

ଯେ' ହଳଦୀଆ

ହଳଦୀ ବସନ୍ତ ହିଁ

କଉତୁକିଆ ।


୧୦୫)

ପିଲାଙ୍କ ଖେଳ

ଠିଆପୁଞ୍ଚି ନାରଙ୍ଗୀ

ବୁଡ଼ିଲା ବେଳ ।


୧୦୬)

ରକତ ନାଲି

ଗୋଡ଼ କଟିଗଲେ ଯେ'

ହୁଏନା ଚାଲି ।


୧୦୭

କୁହ କାହାରେ

ଇନ୍ଦ୍ରଧନୁ ବ୍ୟତୀତ

ସପ୍ତରଙ୍ଗରେ ?


୧୦୮)

ରଙ୍ଗ ଏମନ୍ତ

ମୟୂର ଚନ୍ଦ୍ରିକାରେ

ଶୋଭା ଶ୍ରୀ କୃଷ୍ଣ ।


~ ଶମ୍ଭୁନାଥ ଦାସ 


୧୦୯)

ରଙ୍ଗରେ ଯୁକ୍ତ 

ଜୀବନ ମାନଚିତ୍ର 

ମୁଁ ବି ଖୋଜୁଛି ।


~ ଦୀପ୍ତି ମୁଣ୍ଡ


୧୧୦)

ରଙ୍ଗ ଅଧର

କାଳିଆ ମୁହଁକୁ ତ

ଦିଶେ ସୁନ୍ଦର ।


୧୧୧)

ଲାଲ ଗୋଲାପ

ପ୍ରେମର ପ୍ରତୀକ ସେ

ପ୍ରେମୀ ଯୁଗଳ ।


୧୧୨)

ତ୍ରିରଙ୍ଗା ବାନା

ମୁକ୍ତିର ପ୍ରତୀକ ସେ

ସ୍ଵାଧୀନ ପ୍ରାଣେ ।


୧୧୩)

ସାଧବ ବୋହୁ

ଲାଲ ଟୁକୁ ଟୁକୁ ତୁ

ସବୁଜ ଘାସେ ।


୧୧୪)

ସବୁଜ ବନ

ଶ୍ୟାମଳିମା ଶୋଭନେ

ବସନ୍ତ ଆସେ ।


୧୧୫)

ପ୍ରିୟା ଲୋ ମୋର

ଗୋଲାପି ଓଠରେ ତୋ

ପ୍ରୀତି ସମ୍ଭାର ।


୧୧୬)

ରଙ୍ଗ ରଙ୍ଗିଆ

ପ୍ରଜାପତି ଶୋଷଇ

ପୁଷ୍ପ ରୁ ମହୁ ।


୧୧୭)

ସାତ ରଙ୍ଗିଆ

ଇନ୍ଦ୍ରଧନୁ ସାଜଇ

ନୀଳ ଆକାଶେ ।


୧୧୮)

ନୀଳ ନୟନା

ପଦ୍ମଫୁଲିଆ ମୁହଁ

ମନକୁମୋହେ ।


୧୧୯)

ହଳଦୀ ମୁହିଁ

ଜଗା ବଳିଆ ମଧ୍ୟେ

ସୁଭଦ୍ରା ଭଗ୍ନୀ ।


~ ଦମୟନ୍ତୀ ରଥ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH