हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

बुधवार, 23 जून 2021

~ "ସମୟ" ବିଷୟକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ହାଇକୁ PROMPT ~

"ସମୟ"


୧)

ସମୟ ସୁଅ

ପ୍ରତିଶୃତି ଭରସା 

ପାଣିର ଗାର ।


୨)

ସମୟ ମାପେ

ଅତୀତର ଆଇନା 

ମନକୁ ଭାଙ୍ଗେ ।


୩)

ଶୀତ ଶରତ

ଭିଜା କାକର ଆଣେ

ସଞ୍ଜ ସମୟ ।


୪)

ପତ୍ର ଝଡିଛି 

ସମୟ ସୁଅ ତାକୁ 

ନିଏ ଭସାଇ ।


୫)

ସମୟ ଖାଲି

ଶୂନ୍ୟତା ହିଁ ଶୂନ୍ୟତା

ଦେଖ ଅଣ୍ଡାଳି ।


~ ପ୍ରଦୀପ କୁମାର ଦାଶ


୬)

ଏ ଧରାଧାମେ

ସମୟ ବଳବାନ

ସକଳ କର୍ମେ ।


୭)

ସମୟ ସ୍ରୋତ

ଅପେକ୍ଷା କରେ ନାହିଁ

ସଭିଙ୍କ ଜ୍ଞାତ ।


୮)

ସେ ଭାଗ୍ୟବାନ

ସମୟାନୁବର୍ତ୍ତିତା

ହୁଏ ଯେ' ଜନ ।


୯)

ସେ ହୀନିମାନ

ସମୟାନୁବର୍ତ୍ତିତା

ନୁହେଁ ଯେ' ଜନ ।


~ ଶମ୍ଭୁନାଥ ଦାସ


୧୦)

ଜୀବନ ଘୁରେ

ସମୟର ଚକରେ

ଏକ୍ଲାପଣରେ ।


୧୧)

ଦର୍ପଣ ପରି

ସମୟ ବି ଦେଖାଏ

ନିଜସ୍ୱ ଛବି ।


୧୨)

ଠକି ହୁଏନା

ବଡ଼ ବଳବାନ ସେ

ବିଶାଳ ବାହୁ ।


~ ରାଜେଶ କୁମାର ମୁଣ୍ଡ


୧୩)

ସମୟ ସାକ୍ଷୀ

ଭଲ ଖରାପ ଆସେ

ରହେନା ବାକି ।


~ ସୁଧୀର କୁମାର ପଣ୍ଡା


୧୪)

ଦୁଃଖ  ସମୟ 

ବିଳମ୍ବରେ କଟିକି 

ଅଧର୍ଯ୍ୟ କରେ ।


୧୫)

ସୁଖ ସମୟ 

ବହୁତ ଶୀଘ୍ରଯାଏ 

ଆନନ୍ଦ ଭରେ ।


୧୬)

ସମୟ କହେ 

ମତେ ଯିଏ ଜାଣିଛି 

ମହାନ ସିଏ ।


~ ମୁକ୍ତେଶ୍ଵର  ପଧାନ 


୧୭)

ପଛକୁ ଚାହିଁ

ସମୟର କାହାକୁ

ଅପେକ୍ଷା ନାହିଁ ।


୧୮)

ହାତରେ ଘଣ୍ଟା

ସମୟ ଦେଖି ଚାଲ

ମାଡିବ କଣ୍ଟା ।


୧୯)

ସମୟ କହେ

ମଣିଷ ତା ଜୀବନେ

କଅଣ ପାଏ ।


୨୦)

ସମୟ ବିନା

କାର୍ଯ୍ୟକଳାପ କିଛି

ଭଲ ଲାଗେନା ।


୨୧)

ସମୟ ସ୍ରୋତେ

କୁଟା କାଠି ପରିକା

ଭାସନ୍ତି ସତେ ।


~ ଜୟରାମ ସାହୁ


୨୨)

ଆହେ ସମୟ 

ଫେରା ମୋ ପିଲାଦିନ 

ଟିକେ ରହିଯା ।


୨୩)

ସମୟ ଚକା 

ଘୁରି ବୁଲୁଥାଏ ଯେ 

ଜୀବନ ପହି ।


୨୪)

ସମୟ ସରେ 

ହାତ ରୁ ଖସୁ ଥିବା 

ମୁଠାଏ ବାଲି ।


୨୫)

ଦାମିକା ଘଣ୍ଟା

ନା କ୍ଷମତା ଟଙ୍କା ସେ 

ଅକ୍ରୟ ସମୟ ।


~ ରତ୍ନ ପ୍ରଭା ସିଂ


୨୬)

ସମୟ ଗତି 

ମାନେନି ଦିନରାତି 

ପ୍ରଖର ଅତି ।


୨୭)

ମଝି ସମୟ 

ଆରମ୍ଭ ରୁ ଶେଷରେ 

ଜୀବନ ଚକ୍ର ।


୨୮)

ସମୟ ସ୍ରୋତ 

ଅସ୍ତଗାମୀ ବୟସ

ଝାଉଁଳେ ଗଛ ।


୨୯)

ଆୟୂଷ କେତେ 

ସମୟ କୁ ଅପେକ୍ଷା 

ଜଳିବା ପାଇଁ ।


୩୦)

ସମୟ କୁହେ

ମୋ ସାଥିରେ ଚାଲିଲେ 

ଆଗକୁ ଯିବ ।


୩୧)

ଭୁଲି ହୁଏନା 

ସକାଳ ର ସମୟ 

ଅପୂର୍ବ ଦୃଶ୍ୟ ।


୩୨)

ସମୟ ଧାରେ

ଜୀବନ ଚଲାପଥ 

ବଦଳି ଯାଏ ।


୩୩)

ସୁଖ ସୌଭାଗ୍ଯ 

ସମୟ ନେଇଆସେ

ସାଥୀରେ ତା'ର ।


୩୪)

ଦୁଃଖ ଓ ସୁଖ

ସମୟ ଚାଲିଥାଏ  

ନିଜ ବାଟରେ ।


୩୫)

ଖୁସି ସମୟ

ବିଭୋର ହୁଏ  ମନ

ଭିନ୍ନ ଦୁନିଆ ।


୩୬)

ବଦଳେ ଋତୁ 

ସମୟ ଦୋଛକିରେ 

ଠିକଣା ହଜେ ।


୩୭)

ଆଗକୁ ଚାଲ 

ସମୟର ସହିତ 

ପାଦ ମିଶେଇ ।


୩୮)

ଜୀବନ ଯାତ୍ରା 

ସବୁକିଛି ସମୟ

କ୍ଷଣ ଭଙ୍ଗୁର ।


୩୯)

କର୍ତ୍ତବ୍ୟ ପଥେ

ସୁସ୍ବାଗତ ସମୟ 

ମନ ପୃଷ୍ଠାରେ ।


୪୦)

ଦର୍ପିତ ସ୍ବରେ

ସମୟ ଆସିଥାଏ 

ଗୁରୁ ଗମ୍ଭୀରେ ।


~ ସମିତା ସ୍ବାଇଁ


୪୧)

ସବୁଠୁ ବଡ

ପରଖି ହୁଏନି ସେ

ସମୟ ଗଡ !


୪୨)

କଦମ୍ ତାଲ୍

ସମୟ ସାଥେ ସଦା

ଆଗକୁ ଚାଲ୍ !


୪୩)

ସମୟ  ହସେ

ଅଳସୁଆ ମୁହେଁ ତା

ଛାପ ଟା ବସେ !


୪୪)

ସମିଆ କଥା

ଭିରକିବୁ ବଏଲେ

ହେବୁନ ଅଥା !


୪୫)

କିଏ ସେ କହ

ସମିଆର ଠାନୁ ଯେ

ଯାନିଛେ ଯହ ?


୪୬)

ଗର୍ବିର ବଫୁ

ପାଏନ ଫୁଟକା ଟେ

ସମିଆ ଲୁହୁ ।


~ ଆଶୁତୋଷ ମେହେର


୪୭)

ସମୟ ବଳ

ପଡଇ ନାହିଁ ଜଣା

କରଇ ବଣା ।


୪୮)

ସମୟ ଗତି

ପଛକୁ ଫେରେ ନାହିଁ

ଅମଡ଼ା ମାଡ଼େ ।


୪୯)

ସମୟ ସାଥେ

କରଇ ଯିଏ କାମ

ହାରେନା କେବେ ।


~ ରଞ୍ଜନ ଜେନା


୫୦)

ତୁମେ ସମୟ

କ୍ଷଣେ ଅଟକିଯାଅ

ମାଗେ ପ୍ରଣୟ ।


୫୧)

ସମୟ ଧାରେ

ବନ୍ଧା ପଡ଼େ ଜୀବନ

ଝୁରି ହୁଏରେ ।


୫୨)

ନାହିଁ ସମୟ

ଖେଳିବି ଧୂଳିଘର

ଲାଗେ ଅସହ୍ୟ ।


୫୩)

ସମିଆ ନିନ

ଆର ଭିଜିହେବାକେ

ମଲାନ ମନ  ।


୫୪)

ସମିଆ ଥଲା

ଉଡ଼ୁଥିଲା ରେ ଆମେ

ରସିଆ ପିଲା ।


୫୫)

ସମିଆ ଦେଖି

କଥା କହ ମକର

ନାଇହ ଚାଖି ।


~ ପ୍ରତିମା ମେହେର


୫୬)

ରୂପ ଯୌବନ 

ସମୟ ଋତୁଚକ୍ର 

ଝଡ଼ା ବସନ୍ତ ।


୫୭)

ସମୟ ରୁଦ୍ଧ 

ମଣିଷର ଘଡ଼ିକଣ୍ଟା 

ଅଣ ନିଶ୍ୱାସ ।


୫୮)

ମୁକ ସମୟ 

ଅନନ୍ତ ନୀରବତା 

ପ୍ରତୀକ୍ଷା ଶେଷ ।


୫୯)

ଉଦ୍'ଭଟ ଚିନ୍ତା 

ବିଚଳିତ ମଣିଷ 

ସମୟ ଭାଷା ।


୬୦)

ପୃଥିବୀ କାନ୍ଦେ 

ନିର୍ଜନ ଆଖି ଲୁହ

ସମୟ ଝୁରେ ।


୬୧)

ଘୁଙ୍ଗୁର କାନ୍ଦେ 

ସମୟ କରାଘାତ 

ନୀରବ ତାନ ।


୬୨)

ସୁପକ୍ୱ କେଶ 

ସମୟ ପଦଧ୍ୱନୀ 

ସୁଦୂର ବୃଷ୍ଟି ।


୬୩)

ଋଗ୍ଣ ଭାବନା 

ମାନବ ଅଭିଋଚି

ସମୟ ହସ ।


୬୪)

କୃଷ୍ଣ ଗହ୍ୱର 

ନିଶ୍ଚିହ୍ନ ଓ ନିସ୍ତବ୍ଧ 

ସମୟ ଶେଷ ।


୬୫)

ଘନ ତିମିର

ସମୟର ନୀରବତା 

ଆଶା ଉଦ୍ରେକ ।


୬୬)

ସମିଆଁର୍ ଖେଲ୍'ଥି 

ମଶାନ୍ ବଲୁଛେ ଆ' ଆ'

ଘର୍ ବଲୁଛେ ଯା' ।


୬୭)

ସମିଆଁ ଡାକ୍'ସି 

ମନ୍ ଗୁମ୍'ରି କାନ୍ଦି ମରେ 

ପତର୍ ଝୁରା ବେଲ୍ ।


~ ମନୀଷା ମିଶ୍ର


୬୮)

ସମୟ ଚକ

ଉତ୍ଥାନ ଓ ପତନ

ଅତୀତ ସାକ୍ଷୀ ।


୬୯)

ସମୟ ସୁଅ

ମଣିଷ କୁଟାଖଣ୍ଡ 

ପ୍ରବହମାନ ।


୭୦)

ସମୟ ସାକ୍ଷୀ 

ଓଡ଼ିଆ ସ୍ୱାଭିମାନ 

ବାରବାଟୀର ।


୭୧)

ସମୟ କହେ

କାଳଚକ୍ରର ଗତି

ସ୍ଥାଣୁ ମଣିଷ ।


୭୨)

ସମୟ ନଈ

ଭୂତରୁ ଭବିଷ୍ୟତ

ପ୍ରବହମାନ ।


୭୩)

ଅତୀତ ହଜେ 

ବର୍ତ୍ତମାନ ସର୍ବସ୍ଵ 

ସମୟ କହେ ।


୭୪)

ପ୍ରଳୟ ଧାରା 

ସମୟ ଅଟ୍ଟହାସ 

ଅବଶ ନର ।


୭୫)

କାଳର ଗତି 

ଭସ୍ମୀଭୂତ ମଣିଷ 

ମୁଠେ ପାଉଁଶ ।


୭୬)

ସକାଳ ଆସେ 

ଜୀବନର ମଧ୍ୟାହ୍ନ 

ସମୟ ଝାଙ୍କେ ।


୭୭)

କାଳ ବୈଶାଖୀ 

ଉଦ୍'ଭଟ ଭାବଧାରା 

ସମୟ ଖେଳ ।


~ ରମାକାନ୍ତ ସତପଥି


୭୮)

ସମୟ ତାଳେ

କର୍ତ୍ତବ୍ୟ କରିଚାଲ

ସଂସାର ପଥେ ।


୭୯)

ସମୟ ଚକ୍ର

ଆବର୍ତ୍ତମାନେ ରତ

ବିଶ୍ରାମ ନାହିଁ ।


୮୦)

ସମୟ ନଈ

କୂଳ କିନାରା ନାହିଁ

ଯାଉଛି ବହି ।


୮୧)

ସମୟ ସ୍ରୋତେ

କେତେ ଜୁଆର ଭଟ୍ଟା

ଅନୁଭବ ରେ ।


୮୨)

ମହାତ୍ମାଗାନ୍ଧି

ସମୟ ନିଷ୍ଠା ଜ୍ଞାନ

ସବୁ କାର୍ଯ୍ୟରେ ।


୮୩)

ଘଟଣାବଳୀ

ସମୟ ସୁଏ ଲୀନ

ଇତିହାସରୁ ।


୮୪)

କାନ୍ଥ ଘଡିଟି

ସମୟ କହି ଦିଏ

ଦିବସ ନିତି ।


୮୫)

ଅତୀତ ସ୍ମୃତି

ସମୟ କି ଫେରାଏ

ହୃଦୟ ଝୁରେ ।


୮୬)

ସମୟ ଦେଖ

ଖେଳେ ଚକାଭଉଁରୀ

ଜୀବନ ସାଥେ ।


୮୭)

ଏ ମହାମାରୀ

ବିଶ୍ଵେ ଆତଙ୍କ ଖେଳେ

ସମୟ ସ୍ରୋତେ ।


୮୮)

ସମୟ ଏଠି

ବଡ ବଳବାନ ତ

ହାର ଜିତ ରେ ।


୮୯)

ଖରା ସମୟ

ଅଂଶୁଘାତର କଷ୍ଟ

ଜୀବନ ମୃତ୍ୟୁ ।


୯୦)

ଜଳବୋଇତ

ସମୟ  ଯାଏ ଚାଲି

ବୁଡା ଜାହାଜ ।


୯୧)

କାଳ ଗର୍ଭରେ

ଧର୍ମପଦ  ହଜିଛି

କୋଣାର୍କ ସ୍ମୃତି ।


୯୨)

ରାତ୍ର ସମୟେ

ଶ୍ଵାନ ଶାର୍ଦ୍ଦୁଳ ରଡି

ମନ ବିଭ୍ରାନ୍ତି ।


୯୩)

ଭିଜା ବାଲିରେ

ସମୟ ବେଳା ବୁକେ

ପାଦ ଚିହ୍ନରେ ।


୯୪)

ମୃତ୍ୟୁ ସମୟ

କେତେବେଳେ ପହଞ୍ଚେ

ଜଣା ନପଡେ ।


୯୫)

କାତର ହେବା

ଦୁଃଖ ସମୟରେ ତ

ଉଚିତ ନୁହେଁ ।


୯୬)

ଯୁଦ୍ଧ ସମୟେ

ପଛଘୁଞ୍ଚା ଦେବାରେ

ଭୀରୁ ଲକ୍ଷଣ ।


୯୭)

ଧନ ଜୀବନ

ଚିରସ୍ଥାୟୀ ନୁହେଁତ

ଯୌବନ କାଳ ।


୯୮)

ବୃଦ୍ଧ ସମୟେ

କଷ୍ଟରେ ନରଖିବ

ଜରାଶ୍ରମ ରେ ।


୯୯)

ଶୈଶବ କାଳ

ଭାରି ଜଟିଳ ଅଟେ

ପାଳନ ପାଇଁ ।


୧୦୦)

ସେବା କାର୍ଯ୍ୟରେ

ଅବସର ସମୟ 

ଧର୍ମ ଅର୍ଜନ ।


୧୦୧)

ସଂଧ୍ୟା ସମୟେ

ଭାଗବତ ଟୁଙ୍ଗୀରେ

ଧର୍ମାଲୋଚନା ।


~ ଦମୟନ୍ତୀ ରଥ


୧୦୨)

ସାଇତା ରଖେ

ସମୟ ତା ଭିତରେ 

ଅଜଣା କଥା ।


୧୦୩)

ସମୟ ଉଡେ

ଡେଣା ଲଗେଇ ଆଉ

ବାହୁଡେ ନାହିଁ ।


~ ଦୀପ୍ତି ମୁଣ୍ଡ


୧୦୪)

ସମୟ ସୁଅ

ଅବିରତେ ଚାଲଇ

ନିଦକୁ ଭାଂଗ ।


୧୦୫)

ସୁଖ ଓ ଦୁଃଖ

ସମୟ ଅଗଣା ରେ

ଆସେ ଓ ଯାଏ ।


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH