~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~
~ ହାଇକୁ PROMPT ~
"ପ୍ରେମ"
~~•~~
୧)
ପ୍ରେମ ପୀରତି
ମନ କଥା ଳୁଚାଏ
ତୋ ନିଳ ଆଖି ।
୨)
ଆଖି ଭଙ୍ଗିମା
ପ୍ରୀତିର ପ୍ରସ୍ତାବନା
ଖୁସି ଠିକଣା ।
୩)
ପ୍ରଣତି ଫୁଲ
ମିଳନ ଅପେକ୍ଷାରେ
ବିରହ ଗୀତ ।
୪)
ଆସେ ବସନ୍ତ
ଗାଏ ପ୍ରକୃତି ରାଣୀ
ପ୍ରେମର ଗୀତ ।
୫)
ନିଦାଘ ଗ୍ରୀଷ୍ମ
କୃଷ୍ଣଚୂଡା ହସିଛି
ଧନ୍ୟ ଏ ପ୍ରେମ ।
୬)
ଫୁଲ ଫୁଟିଛି
ମାଟି ଓ ଆକାଶର
ପ୍ରେମ ହସିଛି ।
~ ପ୍ରଦୀପ କୁମାର ଦାଶ
୭)
ତୁମ ପ୍ରେମରେ
ମୋହାଚ୍ଛନ୍ନ ହୃଦୟ
ସିକ୍ତ ହୁଏରେ ।
୮)
ମଧୁ ଲଗନେ
ମଗନ ଗୋ ପ୍ରେମରେ
ନିଶି ବିଜନେ ।
୯)
ଆସଗୋ ସାଥି
ବାନ୍ଧିବା ପ୍ରେମ ଡ଼ୋରେ
କାଟିବା ରାତି ।
୧୦)
ତୁମେ ପ୍ରେୟସୀ
ମୋ ପ୍ରେମର ସ୍ମାରକୀ
ରସ କଳସୀ ।
~ ପ୍ରତିମା ମେହେର
୧୧)
ମମତାମୟୀ
ଅନାବିଳ ନିଃସ୍ୱାର୍ଥ
ପ୍ରେମ ସାଗର ।
୧୨)
ମା'ର ପଣତ
ଭିଜାଲୁହର ଧାର
ପ୍ରେମର ଫଲ୍ଗୁ ।
୧୩)
ନଭଠୁଁ ଉଚ୍ଚ
ଧୈର୍ୟ୍ଯ ଆଉ ସାହାସ
ପିତାଙ୍କ ପ୍ରେମ ।
୧୪)
ଜାୟା ପ୍ରେମ
ଭାବଧାରା, ବିଶ୍ବାସ
ଚିର ବନ୍ଧନ ।
୧୫)
ପ୍ରେମ ଅଳିକ
ଫୁଲ, ପ୍ରଜାପତିର
ମଥା ନମିତ ।
୧୬)
ପ୍ରଣୟ ପାଶ
ଜନ୍ମ ଜନ୍ମର ସାଥି
ବିଭୂ ନିର୍ଣ୍ଣୟ ।
୧୭)
ନିମ୍ନଗା ଲଂଘେ
ଭୂ ଜଗେ କାଳିଦାସ
ପ୍ରେୟସୀ ପାଶେ ।
୧୮)
ଅଶ୍ରୁର ଧାରା
କୃଷ୍ଣ ପ୍ରେମରେ ଗଦ୍'ଗଦ୍
ମୀରା ଆଶ୍ରିତ ।
୧୯)
ଗୋପୀକା କୃଷ୍ଣ
ପ୍ରେମ ଡୋରିରେ ବନ୍ଧା
ଶାଶ୍ୱତ ପ୍ରେମ ।
୨୦)
ବସନ୍ତ ସ୍ପର୍ଶ
କୋଇଲି କୁହୁ ତାନ
ପ୍ରେମ ଉଦ୍ରେକ ।
~ ରମାକାନ୍ତ ସତପଥି
୨୧)
ଅନନ୍ତ ପ୍ରେମ
ମାଟି ଓ ଆକାଶର
ଚିର ଶାଶ୍ୱତ ।
୨୨)
ପ୍ରେମ ଅଛି ତ
ଜୀବନ ବି ହସୁଛି
ଆଶା ବଂଚିଛି ।
୨୩)
ଅମାରାତିରେ
ଆଢୁଆଳେ ପ୍ରେମିକ
କଇଁ ଋଷିଛି ।
~ ରାଜେଶ କୁମାର ମୁଣ୍ଡ
୨୪)
ପହିଲି ପ୍ରେମ
ମନକୁ ଉଡାଏ ସେ
ଭାବ ଅସୀମ ।
ପ୍ରେମର ଧାରା
ତାହାର ଭରସାରେ
ଦୁନିଆ ସାରା ।
~ ସୁଧୀର କୁମାର ପଣ୍ଡା
୨୬)
ପ୍ରେମର ଗଙ୍ଗା
ନିରନ୍ତର ଭାସୁଛି
ଜୀବନ ଡଙ୍ଗା ।
୨୭)
ପ୍ରେମ ନଶ୍ବର
ଶାଶ୍ବତ ଚିରନ୍ତନ
ସତ୍ୟ ଅମର ।
୨୮)
କେଦାର ଗୌରୀ
ପ୍ରେମର ରକ୍ଷାପାଇଁ
ଗଲେ ସେ ପାରି ।
୨୯)
କେତେ ଯେ ସ୍ଥାନେ
ପ୍ରେମର ନିଦର୍ଶନ
ଧରା ଭୂବନେ ।
୩୦)
ଈଶ୍ୱର ପ୍ରେମ
ମୋହ ମାୟା ବନ୍ଧନ
ମୁକ୍ତି ଆଗମ ।
~ ଜୟରାମ ସାହୁ
୩୧)
ପ୍ରେମ ପବିତ୍ର
ପୁଣ୍ୟ ର ଭାଗୀଦାର
ସଚ୍ଚା ବନ୍ଧନ ।
୩୨)
ପ୍ରେମ ଜାଣେନା
ଜାତି ଅଜାତି ଭେଦ
ଅବା ବୟସ ।
~ ମୁକ୍ତେଶ୍ଵର ପଧାନ
୩୩)
ପ୍ରେମ ସାଗର
ଦୁଇ ମନ ମିଶି ତ
ଲଗାନ୍ତି ପାର ।
୩୪)
ମନର ଆଶ
ଖୋଜି ବୁଲୁଥାଏ କି
ପ୍ରେମ ର ବାସ ?
୩୫)
ପ୍ରେମ କାହାଣୀ
ଲେଖା ହୁଏ ନେଇ ସେ
ଭରା ଚାହାଣୀ ।
୩୬)
ପ୍ରେମ ଅବଧି
ସାତ ଜନମ ଯାଏଁ
ସାକ୍ଷୀ ସେ ବେଦି ।
୩୭)
ପ୍ରେମ ସେ ପ୍ରେମ
ବଣିଜ ଭାବେ ସେ ଯେ
ପଶୁ ଅଧମ ।
~ ଆଶୁତୋଷ ମେହେର
୩୮)
ଶାଶ୍ୱତ ପ୍ରେମ
ହୃଦୟ ସାଥେ ବନ୍ଧା
ଚେହେରା ନ୍ୟୁନ ।
~ ରଞ୍ଜନ ଜେନା
୩୯)
ଭାବ୍ ପିର୍'ତି କଥା
ନି ଜାନେ ଜାତି ପାତି
ଉଆଁସର୍ ରାତି ।
୪୦)
ଭାବ୍ ଥିଲେ ପାସେଁ
କୃଷ୍ଣ ରସ୍ ଅମୃତ୍ ଧାରା
ଅଭାବ୍ କେ ଦୂର୍ ।
~ ମନୀଷା ମିଶ୍ର
୪୧)
ପ୍ରେମ ପୂଜାରେ
ପ୍ରୀତି ର ଆବାହନୀ
ପହିଲି ଦେଖା ।
୪୨)
ବିଭୁ ପ୍ରେମରେ
ତଲ୍ଲୀନ ତନୁମନ
ସିକ୍ତ ନୟନ ।
୪୩)
ରାଧେ ଶ୍ଯାମଙ୍କ
ଅପ୍ରାକୃତ ପ୍ରେମ ର
ମହା ମିଳନ ।
୪୪)
ପ୍ରେମର ପଲ୍ଗୁ
ମଧୁପ ଗୁଞ୍ଜରଣ
ଅୟୂତ ଆଶା ।
୪୫)
ପ୍ରେମର ଛୁଆଁ
ସ୍ବପ୍ନର ଫୁଲବନ
ଉଲ୍ଲାସ ମନ ।
୪୬)
ନିସ୍ବାର୍ଥ ପ୍ରେମ
ତ୍ଯାଗ ସମର୍ପଣ ରେ
ପୂର୍ଣ୍ଣତା ପ୍ରାପ୍ତି ।
୪୭)
ପ୍ରେମ କାହାଣୀ
କାଶତଣ୍ଡୀର ହସ
ଲାଲ ଗୋଲାପ ।
୪୮)
ପ୍ରେମର ଗୀତି
ଗାଏ ମଧୁ ରାଗିଣୀ
ଝଙ୍କାର ତୋଳି ।
୪୯)
ଅବ୍ୟକ୍ତ ପ୍ରେମ
ଅଭିମାନିନୀ କଇଁ
ଭାବ ଆଳାପ ।
୫୦)
ପ୍ରେମ ମହିମା
ଅମାପ ଗଭୀରତା
ସଦା ସ୍ବର୍ଗୀୟ ।
୫୧)
ପ୍ରେମ ତ' ଅନ୍ଧ
ନା ମାନେ ସରହଦ
ନା ବାଡବନ୍ଧ ।
୫୨)
ପ୍ରେମ ଶାଶ୍ବତ
ଆତ୍ମାର ନିଳୟରେ
ସେ ଅଳଙ୍କୃତ ।
~ ସମିତା ସ୍ବାଇଁ
୫୩)
ପ୍ରେମ ର ଭାଷା
ହୃଦୟ ର ମିଳନ
ଶାଶ୍ୱତ ଦିଶା ।
୫୪)
ପ୍ରେମ ର ଚିଠି
ଫୁଲ ଭର୍ତ୍ତି ଅକ୍ଷର
ଆକାଶେ ଗୀତି ।
~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
୫୫)
ଦେଶ-ପ୍ରେମରେ
ମୋ ହୃଦୟ ସର୍ବଦା
ଧର୍ମ କର୍ମରେ ।
୫୬)
ପ୍ରେମ ଭାବନା
ହୃଦେ ସୃଷ୍ଟି ହେଲେ ହେଁ
ପବିତ୍ର ଆତ୍ମା ।
~ ଶମ୍ଭୁନାଥ ଦାସ
୫୭)
ବାତ୍ସଲ୍ୟ ପ୍ରେମ
ବାନ୍ଧେ ମମତା ଡୋରି
ତୁଟେନା ମନ ।
~ ରଞ୍ଜନ ଜେନା
୫୮)
ପ୍ରେମ ଦିବସ
ଭାଲେନଟାଇନ ରେ
ପ୍ରେମୀ ଯୁଗଳ ।
୫୯)
ନିର୍ମଳ ପ୍ରେମ
ମାତୃ ପିତୃ ସେନେହ
ଅମୁଲ୍ୟ ଧନ ।
୬୦)
ନିରବ ପ୍ରେମ
ସମାଧି ନେଇଯାଏ
ଅକୁହା କୋହ ।
~ ରତ୍ନ ପ୍ରଭା ସିଂ
୬୧)
ମାଆର ପ୍ରେମ
ବଡ ମଧୁର ପରା
କୋଟି ପ୍ରଣାମ ।
୬୨)
ସ୍ନେହରୁ ଝରେ
ପ୍ରେମର ମନ୍ଦାକିନୀ
ପୂଣ୍ଯ ଧାରାରେ ।
୬୩)
ମାଆର କାନି
ଛିଣ୍ତା ହେଲେବି ସେତ
ପ୍ରେମର ବହ୍ନି ।
~ ବୈଜୟନ୍ତୀ ସାହୁ
୬୪)
ପ୍ରେମ ଅବୋଧ୍ୟ
ଅଢ଼େଇ ଅକ୍ଷରର
ଚିରନ୍ତନ ସେ ।
୬୫)
ଆପୋଲୋ, ଡ଼ାଫ୍'ନୀ
ଇଲିୟାଡ଼୍ ଓ ଓଡ଼େଶୀ
ଗ୍ରୀକ୍ ପ୍ରେମ ଗାଥା ।
୬୬)
ପ୍ରେମ, ପ୍ରଣୟ
ସୂର୍ଯ୍ୟ ଓ ଚନ୍ଦ୍ରଭାଗା
କବିବରଙ୍କ ।
୬୭)
କାଞ୍ଚି ବିଜୟ
ପଦ୍ମାବତୀର ପ୍ରେମ
ପୁରୁଷୋତ୍ତମ ।
୬୮)
କଳିଙ୍ଗ ଯୁଦ୍ଧ
କାରୁବାକୀର ପ୍ରେମ
ଧଉଳୀ ସାକ୍ଷୀ ।
୬୯)
ଶାହାଜାହାନ୍'ର
ମମ୍'ତାଜ୍ ପ୍ରେମ କାହାଣୀ
ତାଜ୍'ମହଲ୍ ରୂପ ।
୭୦)
ଅର୍ଜୁନ ପ୍ରେମ
ସୁଭଦ୍ରା ପରିଣୟ
ମହାଭାରତ ।
୭୧)
ନାସାଛେଦନ
ସୁର୍ପଣଖାର ପ୍ରେମ
ରାମାୟଣରେ ।
୭୨)
ଗୀତ ଗୋବିନ୍ଦ
ସ୍ୱର୍ଗୀୟ ପ୍ରେମ ଧାରା
ଶ୍ରୀ ଜୟଦେବ ।
୭୩)
ରାଧା, ଗୋବିନ୍ଦ
ପ୍ରେମର ଭାବ ଧାରା
ଚିର ଶାଶ୍ୱତ ।
୭୪)
ବାତ୍ସଲ୍ୟ ପ୍ରେମ
ବିଦଗ୍ଧ ଚିନ୍ତାମଣି
କୃଷ୍ଣ, ଯଶୋଦା ।
୭୫)
ତଟିନୀ ପ୍ରେମ
ସମୁଦ୍ର ବକ୍ଷେ ଲୀନ
ଯାହା ଅନନ୍ତ ।
୭୬)
ପ୍ରୀତି ଝୁଲଣା
ପ୍ରେମିକ ସ୍ୱପ୍ନ ମଗ୍ନ
ପ୍ରିୟାର କୋଳ ।
~ ମନୀଷା ମିଶ୍ର
୭୭)
ପ୍ରକୁତ ପ୍ରେମ
ଭୋଗଟୁ ବହୁଦୂରେ
ଥାଏ ତ୍ୟାଗରେ ।
୭୮)
ସଂସାର ସାର
ପ୍ରେମରେ ଥାଏ ସିନା
ସବୁ ଅସାର ।
~ ରଞ୍ଜନ ଜେନା
୭୯)
ଅମର ପ୍ରେମ
ଜୋଛନା ସିହାଇରେ
କଇଁ ର ଚିଠି ।
୮୦)
ଅଧୂନା ପ୍ରେମ
ମୋବାଇଲ ଚାଟିଂରେ
ଆସେନି ଚିଠି ।
୮୧)
ମାତୃହରା ସେ
ଅବୋଧ ତା' ପାଇଁକି
ମାତୃତ୍ଵ ପ୍ରେମ ।
୮୨)
ସ୍ୱର୍ଗୀୟ ପ୍ରେମ
ପ୍ରତାରଣା ରେ ଭାଙ୍ଗେ
ସାତ ସପନ ।
୮୩)
ରାମରାଇଜ
ପରିବାରରେ ଥିଲେ
ସୁହୃଦ ପ୍ରେମ ।
~ ବାସନ୍ତୀ ଦେଈ
୮୪)
ମହାଭାରତ
ପ୍ରେମ ଭକ୍ତିରେ ଗୁନ୍ଥା
ରସ ସାଗର ।
୮୫)
କୃଷ୍ଣ ପ୍ରେମରେ
ହଜିଲେ ମୀରା ବାଇ
ଭକ୍ତି ଚିତ୍ତରେ ।
୮୬)
ପ୍ରିୟାର ପ୍ରେମ
ଅନେକ ଜହ୍ନ ରାତି
ଉଜାଗର ରେ ।
୮୭)
ଯୌବନ କାଳେ
ପ୍ରେମ ଭାବନା ଜାଗେ
ବୟସ ଦୋଷ ।
୮୮)
ପଞ୍ଜୁରୀ ଛାଡି
ପ୍ରେମ ପକ୍ଷୀ ଦୁଇଟି
ଗଲେତ ଉଡି ।
୮୯)
ଖୁଦ ଭଜାରେ
ବନ୍ଧୁ ପ୍ରେମରେ କୃଷ୍ଣ
ସୁଦାମା ସାଥେ ।
୯୦)
ବାଧା ବନ୍ଧନ
ପ୍ରେମ ମାନେନା କିଛି
ଜାତି ଅଜାତି ।
୯୧)
ପ୍ରେମୀ ଯୁଗଳ
ଆତ୍ମହତ୍ୟାର ରୂପ
ବୁଝା ମଣା ରେ ।
୯୨)
ନନ୍ଦ ନନ୍ଦନ
ଯଶୋଦା ଝୁରୁଥାନ୍ତି
ବାତ୍ସଲ୍ୟ ପ୍ରେମେ ।
୯୩)
ପ୍ରେମ ଭକ୍ତିରେ
ସତ୍ୟ ଶିବ ସୁନ୍ଦର
ନିତି ଭଜେରେ ।
୯୪)
ଚାନ୍ଦିନୀ ରାତି
ଲାଗଇ ପ୍ରେମ ଭରା
ପ୍ରିୟାର ସାଥେ ।
୯୫)
ପ୍ରେମ ନଦୀରେ
ଉବୁ ଟୁବୁ ହେଲେବି
ସୁଅ ମାନେନା ।
୯୬)
ପ୍ରେମ ପସରା
ପଦୁଅଁ ପ୍ରୀତି ବାଣ୍ଟେ
ସୁରୁଜ ସାଥେ ।
୯୭)
ଦୁଇ ଅକ୍ଷର
ପ୍ରେମ ମହଙ୍ଗା ପଡେ
ବୟସ ଦୋଷେ ।
୯୮)
ଉଛୁଳା ନଈ
ପ୍ରେମ ପାଗଳିନୀ ସେ
ସାଗର ପାଇଁ ।
୯୯)
ପ୍ରଥମ ପ୍ରେମ
ସାନିଧ୍ୟ ଲୋଡେ ଖାଲି
ହଜି ଯିବାରେ ।
୧୦୦)
ସାଥୀ ମେଳରେ
ପ୍ରେମ ରଙ୍ଗୀନ ହୁଏ
ସୁରା ପାନରେ ।
୧୦୧)
ପ୍ରେମ ଦିବସେ
ପ୍ରହସନ ହେଉଛି
ଫୁଲ ତୋଡାରେ ।
୧୦୨)
ଯମୁନା କୂଳେ
ଗୋପୀ ସଙ୍ଗେ ରାଧିକା
କୃଷ୍ଣ ପ୍ରେମରେ ।
୧୦୩)
ପ୍ରେମମୟ ସେ
ଦଶରଥ ନନ୍ଦନ
ଶ୍ରୀରାମଚନ୍ଦ୍ର ।
୧୦୪)
ଗୋଲାପି ଚିଠି
ପ୍ରତିଟି ଶବ୍ଦେ ଗୁନ୍ଥା
ପ୍ରେମ ଭାବନା ।
୧୦୫)
ପାନ ପତର
ପ୍ରେମର ପ୍ରତୀକ ସେ
ମଝିରେ ତୀର ।
୧୦୬)
ପ୍ରେମ କଥାରେ
ନାକ ଟେକୁଛି ଗୋରୀ
ଫୁଲେଇ ଭାରି ।
~ ଦମୟନ୍ତୀ ରଥ
୧୦୭)
ସବୁତ ଅଛି
ଏ ମଣିଷ ପାଖେ
ପ୍ରେମ ହିଁ ନାହିଁ ।
୧୦୮)
ବର୍ଷା ନିଜେ ହିଁ
ନିଜ ଓଦାପଣର
ପ୍ରେମରେ ପଡେ ।
~ ଦୀପ୍ତି ମୁଣ୍ଡ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें