हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 29 जून 2021

~ "ହସ" ବିଷୟକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ହାଇକୁ PROMPT ~

"ହସ"


୧)

କିଶୋରୀ ହସ

କରଇ ଉପହାସ

ଫୁଲ ସୁବାସ ।


୨)

ନିଃଶବ୍ଦ ପଥ

ମୁରୁକି ହସ ନେଇ

ତୁମେ ଆସିଛ ।


୩)

ମନର କୋହ

ଲୁଚେଇ ଦିଏ ଲୁହ

ଦେଖାଏ ହସ ।


୪)

କାନ୍ଦୁଛି ହସ

କରଇ  ଉପହାସ

ଅଶ୍ରୁର ସୂଅ ।


୫)

ହସୁଛି ଦୀପ

ଜଳି ଉଠେ ସଳିତା

ଭାଗ୍ୟ ପାଉଁଶ ।


୬)

ପଳାଶ ଗଛ

ନାଲି ଫୁଲ ଫୁଟିଲା 

ହସେ ବସନ୍ତ ।


୭)

ନିଦାଘ ଗ୍ରୀଷ୍ମ 

କୃଷ୍ଣଚୂଡା ହସିଛି

ଧନ୍ୟ ଏ ପ୍ରେମ ।


୮)

ଝରଇ ମୋତି

ମେଘ ହଁସେ ମୁରୁକି

ଆସେ ଶ୍ରାବଣ ।


୯)

ମୁରୁକି ହସ

କାଶତଣ୍ଡୀର ମନ

ସିଧା ସରଳ ।


୧୦)

ହେଲା ସକାଳ 

ସୂରୁଜ ଅଧରରେ

ଚହଟେ ହସ ।


~ ପ୍ରଦୀପ କୁମାର ଦାଶ


୧୧)

ମୁହଁରେ ହସ

ବାଧ୍ୟ ବାଧକତାର

ଜଳେ ହୃଦୟ ।


୧୨)

ଅପେକ୍ଷାରେ ମୁଁ

ଓଠଧାର ହସକୁ

ତୁମ ମୁହଁରେ ।


୧୩)

ଶକୁନି ହସ

ଜୀବନ ସଂଗ୍ରାମରେ

ବୁଝି ହୁଏନା ।


୧୪)

ହସୁଥା ଖାଲି

ପାଗଳୀ କହିବେ ଯେ

ଚୁପ ରୁହ ତ !


~ ରାଜେଶ କୁମାର ମୁଣ୍ଡ


୧୫)

ମୁରୁକି ହସ

ସେଇ ହସଟି କରେ

ସବୁ ସରସ ।


୧୬)

ହସ ତୁମର

ସେଇଠି ଲାଗି ରହେ

ମନଟା ମୋର ।


~ ସୁଧୀର କୁମାର ପଣ୍ଡା


୧୭)

ଜ୍ୟୋତ୍ସ୍ନାର ସ୍ପର୍ଶ 

କୁମୁଦ ପ୍ରେମ ରସେ 

ହସ ପସରା ।


୧୮)

ସ୍ନିଗ୍ଧ ସଲୀଳ 

ମୃଣାଳିନୀର ହସ

ଭାନୁ ଉଦୟ ।


୧୯)

ମୁକ୍ତ ଗବାକ୍ଷ 

ପ୍ରମଦା ମୃଦୁହାସ୍ୟ

ସ୍ନିଗ୍ଧ ସମୀର ।


୨୦)

ପ୍ରମୃଷ୍ଟ କେଶ 

ଲାସ୍ୟମୟୀ ଲଳନା 

ହସର ଫଲ୍ଗୁ ।


୨୧)

ବସନ୍ତ ସ୍ପର୍ଶ 

ମଧୂପର ଗୁଞ୍ଜନ 

ହସେ କୁସୁମ ।


୨୨)

ନିଦାଘ ଶେଷ 

ଅମୃତ ବାରିଧାରା 

ଧରଣୀ ହସେ ।


୨୩)

ଗୀତା ରହସ୍ୟ 

ଶ୍ରୀକୃଷ୍ଣ ସ୍ମିତହାସ୍ୟ 

ସ୍ତବ୍ଧ ଅର୍ଜୁନ ।


୨୪)

ଅଳିକ ଅହଂ

ମଦମତ୍ତ ମଣିଷ 

ମୃତ୍ୟୁର ହସ ।


୨୫)

ବିଧାତା ହସ

କାଳଚକ୍ର ଘୁର୍ଣ୍ଣନ 

ମୂଢ଼ ମାନବ ।


୨୬)

ମୁକୁଳା ବେଣୀ 

ଛିନ୍ନ ବୀଣାର ତନ୍ତ୍ରି

ହସର ବହ୍ନି ।


~ ରମାକାନ୍ତ ସତପଥି


୨୭))

ହସାଅ ହସ 

ମନର କ୍ଳେଶ ତୁଟେ 

ମିଳେ ସାହସ ।


୨୮)

ଜୀବନ ଖେଳ 

ଦୁଇଦିନିଆ ପରା 

ହସ ସକଳ ।


୨୯)

ଚେନାଏ  ହସ 

ଦୁଃଖ ଦୁରେଇ  ଦେଇ 

ନାଶେ ବିରସ ।


୩୦)

ମହା ଆନନ୍ଦ 

ଜାଣି ପାରଇ ସିନା 

ହସର ଭେଦ ।


~ ମୁକ୍ତେଶ୍ଵର  ପଧାନ


୩୧)

ଫୁଲ'ର ହସ

ମନରେ ଭରେ ତେଜ

ବାସ ସୁବାସ ।


୩୨)

ତୁମ ଓଠରେ

ଲାଖିଥାଉ ଏ'ହସ

ମହୁ ଝରୁରେ ।


୩୩)

ଟିକି ଓଠେ ତୋ

ଦେଖି ସୁନ୍ଦର ହସ

ମନ ଭରେ ମୋ ।


୩୪)

କନକ ଗୁରୀ

ତୋର ହସିକେ ମୁଇଁ

ମରୁଛେ ଝୁରି ।


୩୫)

ପାଖକେ ଆସ

ଦୂରେ ରହି ନି ହସ

ଲାଗୁଛେ ବିଷ ।


~ ପ୍ରତିମା ମେହେର


୩୬)

ଗୁଲାପି ଗାଲ 

ହଁସିଟା ଲକ୍ଷେ ଟଁକା 

ମୁକୁତା ଝରେ ।


୩୭)

ଗଜରାବାଲ 

ନନିର୍ ମୁଲ୍'କି ହଁସିକେ 

ଭମରା ଝୁରେ ।


~ ମନୀଷା ମିଶ୍ର


୩୮)

ଶିଶୁର ହସ

ସଭିଙ୍କ ମନ ଛୁଏଁ

ନୁହେଁ କେ ପର ।


୩୯)

ରାଜାଙ୍କ ହସ

ସଭିଙ୍କୁ କରେ ସ୍ଥିର

ମନ ଅସ୍ଥିର ।


୪୦)

ଅଳପ ହସ

ବହୁତ ଆଣେ ଭାବ

ଜଡ଼ଇ ହୃଦ ।


~ ରଞ୍ଜନ ଜେନା


୪୧)

ହସ ଔଷଧ 

ସବୁଠୁ ମୂଲ୍ୟବାନ 

ଜୀବନ ମନ୍ତ୍ର ।


୪୨)

ଶିଶୁର ହସ 

ସରଳ ନିଷ୍କପଟ

ଅମୃତ ଭାବ ।


୪୩)

ଫୁଲର ହସ 

ଫଗୁଣ ଆଗମନେ 

ବଉଳ ବାସ ।


୪୪)

ମୁହଁ ରେ ହସ 

ମନରେ ଆବିଳତା 

ପେଟରେ ବିଷ ।


୪୫)

ଦୁଃଖ ହସଇ

ବିଶ୍ବାସ ହାରିଯାଏ 

ଜୀବନ ଯୁଦ୍ଧେ ।


୪୬)

ଜହ୍ନ ହସଇ

କାକର ସିକ୍ତ ଘାସ 

ମାଟିକୁ ଚାହିଁ ।


୪୭)

ତୃପ୍ତି ର ହସ

ସମୟ ତଟେ ଖୁସି

ଉନ୍ନତି ପଥେ ।


୪୮)

ଧରଣୀ ହସେ 

ଇନ୍ଦ୍ରଧନୁ କୁ ଦେଖି  

ମୟୂର ନାଚେ ।


୪୯)

ବୟସ ବେଳେ

ଯୌବନ ହସୁଥାଏ 

କାମନା କୋଳେ ।


୫୦)

ଶୁଖିଲା ହସ

ଛାତିଏ କୋହ ଭରା 

ଲୁହ ଧାରରେ ।


~ ସମିତା ସ୍ବାଇଁ


୫୧)

ଦରୋଟି ଭାଷା 

ଖିଲି ଖିଲି ହସ ତା 

କିଣଇ ମନ ।


୫୨)

ଟିକିଏ ହସ 

ଦୂରେଇଦିଏ ଦୁଃଖ 

କ୍ଷଣେ ଜୀବନୁ ।


~ ରତ୍ନ ପ୍ରଭା ସିଂ


୫୩)

କଅଁଳ ଶିଶୁ

ଦରୋଟି କଥା ତାର

ଚେନାଏ ହସ ।


୫୪)

ଦ୍ଵିତୀୟା ଜହ୍ନ

ଆକାଶେ ତାରା ମେଳେ

ହସେ ଫୁକିଆ ।


୫୫)

କାନଭାସ୍ ରେ

ମୋନାଲିସା ର ହସ

ଶିଳ୍ପୀ  ଚାତୁର୍ଯ୍ୟ ।


୫୬)

ଦାନ୍ତୁରି ଝିଅ

ହସ ଓ କାନ୍ଦ  ତା ପାଇଁ

ସବୁ ସମାନ ।


୫୭)

ଶିଳ୍ପୀ  ତୂଳୀରେ

ଛଵିଟି ହସିଉଠେ

ସତେ ଜୀବନ୍ତ ।


୫୮)

ଦୁଃଖୀ ମଣିଷ

ତେଲଲୁଣ ସଂସାରେ

ହସ ସପନ ।


୫୯)

ସାଙ୍ଗ ମେଳରେ

ହସ ଜୁଆର ଉଠେ

ଦୁଃଖ ଲାଘଵ ।


୬୦)

ନବବଧୂ ର

ତନୁ ମନ ଶିହରେ

ଲାଜୁଆ ହସ ।


୬୧)

ହସ ଆସର

ଦେହ ମନ ପ୍ରଫୁଲ୍ଲ

ଯୋଗ ଅଭ୍ୟାସ ।


୬୨)

ହସିହସିକା

ଜୀବନ ବିତାଇବା

ନ ଛୁଏଁ ଦୁଃଖ ।


୬୩)

ଶିଶୁ ହସିଲେ

ଦେଶ ଜାତି ପ୍ରଗତି

ଦୁନିଆ ହସେ ।


୬୪)

ହସ ଅମୂଲ୍ୟ

ଇଛା କଲେ ମିଳେନା

ପେଟରେ ଭୋକ ।


୬୫)

ବସନ୍ତ ଆସେ

କୃଷ୍ଣଚୂଡ଼ା ରଙ୍ଗରେ

ପ୍ରକୃତି ହସେ ।


୬୬)

ହସ ଖେଳଇ

ଜାତିଜାତିକା ଫୁଲେ

ପରଜାପତି ।


୬୭)

ପିଲାଏ ଶୁଣ

ହସିଖେଳି ପଢିଲେ

ପାଠ ସହଜ ।


୬୮)

କପଟୀ ହସ

ଦୂରୁ ଜୁହାର କର

ନାହିଁ ବିଶ୍ଵାସ ।


୬୯)

ଆଈ ବୁଢ଼ୀ କି

ନାତିନାତୁଣୀ ମେଳେ

ହସ ପେଡିଟି ।


୭୦)

ମୋ ପ୍ରିୟା ହସ

ମୋତି ମାଣିକ ସମ

ପୂର୍ଣ୍ଣିମା ଚାନ୍ଦ ।


୭୧)

ତୁମେ ହସିଲେ

ସରଗୁ ତାରାଫୁଲ

ଗଭାରେ ଖସେ ।


୭୨)

ସକଳ ଜନ

ହସି ହସାଉଥିଲେ

ସ୍ୱର୍ଗ ଭୁଵନ ।


୭୩)

ମନ ମୋହନ

ହସେ ଉଛୁଳି ଯାଏ

ଯମୂନା ନଈ ।


୭୪)

ଗୃହ ମନ୍ଦିରେ

ପିତାମାତା ହସିଲେ

ପୁତ୍ର କଲ୍ୟାଣ ।


୭୫)

ସନ୍ତାନ ହସ

ବାପାମାଆ ଜୀବନେ

ଭରେ ପୀୟୂଷ ।


୭୬)

ବୃନ୍ଦାବନରେ

କୃଷ୍ଣ ନାଲି ଅଧରେ

ରାଧିକା ହସ ।


୭୭)

କୃଷ୍ଣ ପ୍ରେମରେ

ଜୀବନ ଯମୂନାରେ

ହସ ଲହରୀ ।


୭୮)

ଗୋପିକା ଗଣେ

ହସେ ମୂରଲୀପାଣି

ବାଙ୍କ ଚାହାଣୀ ।


~ ବାସନ୍ତୀ ଦେଈ 


୭୯)

ଯାତ୍ରା ଅସୀମ 

ଧାରେ ହସରେ ତୁମ

ଜୀବନ୍ମୟ ମୁଁ ।


୮୦)

ତୁମେ ଆସିଲେ

ଫୁଲ ହସେ ଛାତିରେ

ଉଦାସ ସଂଜେ ।


~ ଲିଙ୍ଗରାଜ ପାତ୍ର


୮୧)

ଝରାନା ଲୁହ

ଥରୁଟେ ଦେ ତୁ ହସି

ମୁକୁଳି ଯିବୁ ।


୮୨)

ସଂସାର ମଧ୍ୟେ

ହସ ଖୋଜା ଚାଲିଛି

ସମସ୍ତେ ଫେଲ ।


~ ଡମ୍ବରୁଧର ବାଗ 


୮୩)

ହସ ର ଚିତ୍ର

ମନ ର ବଖରା ରେ

ଖୁସି ର ବାସ୍ନା ।


୮୪)

ହସ ଓୌଷଧ

ସହଜ ରେ ମିଳେନି

ଖୋଜିବା ଆସ ।


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୮୫)

ମୁହଁରେ ହସ

କୂଟନୀତିଆଙ୍କର

ପେଟରେ ବିଷ ।


୮୬)

ହସିଲେ ଯାହା

ଦାନ୍ତୁରିମାନଙ୍କର

କାନ୍ଦିଲେ ତାହା ।


~ ଶମ୍ଭୁନାଥ ଦାସ


୮୭)

ମମତା ଫଲ୍ଗୁ 

ସୁକୋମଳ ଶୈଶବ 

ହସର ବନ୍ୟା ।


୮୮)

ପାହାଡ଼ି ଜହ୍ନ 

ବିଭାବରୀର ହସ 

ମହୁଆ ବାସ୍ନା ।


୮୯)

ଭଙ୍ଗା ସଂସାର 

ପ୍ରତାରଣାର ହସ

ମାୟାବିନୀର ।


୯୦)

ଚନ୍ଦ୍ରମା ହସେ 

ବିଭାବରୀର କାନ୍ଦ

ଜୋଛନା ଫଲ୍ଗୁ ।


୯୧)

ଡେଲ୍'ଟା ପ୍ରଜାତି 

ମରଣର ତାଣ୍ଡବ

ମଶାଣି ହସେ ।


୯୨)

ଶୁଷ୍କ ବନାନୀ 

ଅନୀଳ ନୃତ୍ୟରତ 

ଅନଳ ହସେ ।


୯୩)

ଅଧୁରା ସ୍ୱପ୍ନ 

ଜୀବନର ଯନ୍ତ୍ରଣା 

ତାତ୍ସଲ୍ୟ ହସ ।


୯୪)

ଶବ୍ଦ ଚାତୁରୀ 

କୁଜ୍ଝଟିକା ପ୍ରଲେପ 

ବିମ୍ବର ହସ ।


୯୫)

ବସନ୍ତ ଗୀତି 

ମଳୟର ମୂର୍ଛନା 

ବାସନ୍ତୀ ହସେ ।


୯୬)

ଅପଗା ତୀର

ସ୍ନିଗ୍ଧ ସମୀର ହସେ 

ଆତ୍ମା ବିଭୋର ।


~ ମନୀଷା ମିଶ୍ର


୯୭)

ଦେଖି ତୁମର

ହସ ହସ ବଦନ

ପ୍ରଫୁଲ୍ଲ ମନ ।


୯୮)

ଶିଶୁର ହସ

ନିଷ୍କଳଙ୍କ ପବିତ୍ର

ମନ ହରଷ ।


~ ଜୟରାମ ସାହୁ


୯୯)

କୁନି ଓଠରେ

ଯେବେ ହସ ଫୁଟଇ

ଦୁନିଆ ହସେ ।


୧୦୦)

ଫୁଲ ହସିଲେ

ଉପବନ ମହକେ

ଭ୍ରମର ଚୁମେ ।


୧୦୧)

ଦୁଃଖି ସଂସାର

ହସକୁ କିଣାଯାଏ

ଲୁହ ହାଟରେ ।


୧୦୨)

ହସିଲେ କଇଁ

ପ୍ରୀତି ଝରେ ଚାନ୍ଦର

ରଜନୀ କାଳେ ।


୧୦୩)

ବ୍ୟଙ୍ଗ କବିତା

ସଭିଙ୍କ ମନ ମଧ୍ୟେ

ହସ ଉକୁଟେ ।


୧୦୪)

ହସ ପାଖୁଡା

ନୀରୋଗ ରହେ ଦେହ

ସୁସ୍ଥ ଶରୀର ।


୧୦୫)

ମୟୂର ହସେ

କଳା ମେଘର ଦୃଶ୍ୟେ

ବନ ମଧ୍ୟରେ ।


୧୦୬)

ସନ୍ତାନ ହସେ

ପୁରି ଉଠଇ ପରା

ମାଆ ହୃଦୟ ।


୧୦୭)

ହସିବା ଭଲ

ହସି ହସିକା କଥା

ଉଡାଅ ନାହିଁ ।


୧୦୮)

ଓଠରେ ହସ

ଖୁସିରେ ଭରିଯାଏ

ସାରା ସଂସାର ।


୧୦୯)

ପ୍ରିୟା କୁ ଦେଖି

ଆକାଶ ବୁକୁ ଚିରି

ଜହ୍ନ ହସଇ ।


୧୧୦)

ମୃଦୁ ମଳୟ

ଆମ୍ର କୁଞ୍ଜ ହସଇ

ଭରା ବଉଳ ।


୧୧୧)

ନୀଳ ସମୁଦ୍ରେ

ତରଙ୍ଗ ମାଳା ହସେ

ତଟ କୁ ଛୁଇଁ ।


୧୧୨)

ନୀଳ ଗଗନେ

ଇନ୍ଦ୍ରଧନୁ ହସଇ

ସପ୍ତ ରଙ୍ଗରେ ।


୧୧୩)

ପ୍ରିୟାର ହସେ

ମୁକୁତା ଝରଇ ସେ

ପ୍ରେମର ବନେ ।


୧୧୪)

ଲବଙ୍ଗ ଲତା

ହସୁ ଝରଇ ତାର

ଗଜ ମୁକୁତା ।


୧୧୫)

ଦ୍ଵିତୀୟା ଜହ୍ନ

ମଥାରେ ହସଇ ସେ

ଭୋଳା ଶଙ୍କର ।


୧୧୬)

ବରଷା ମିତ

ହସେ ଭରେ ସେତ

ଜୀବଜଗତ ।


୧୧୭)

ଦୁଃଖ ଆସିଲେ

ଓଠୁ ହସ ଲିଭଇ

ଭରଇ ଲୁହ ।


୧୧୮)

ତାରକା ମେଳେ

ଜହ୍ନ ହସେ  ରାତ୍ରୀରେ

କିରି କିରି କା ।


୧୧୯)

ବନ୍ଦୀ ଶାଳାରେ

ଦେବକୀ ଓଠେ ହସ

କୃଷ୍ଣ ଜନ୍ମରେ ।


୧୨୦)

କଂସ ମୃତ୍ୟୁରେ

ଲଙ୍କା ଗଡ ହସଇ

ଦୁଷ୍ଟ ନାଶରେ ।


୧୨୧)

ବରଷା  କାଳେ

ଉପବନେ ହସଇ

ପୁଷ୍ପ ସମ୍ଭାର ।


୧୨୨)

ଉପରେ ହସ

ଭିତରେ ବିଷ ଭରେ

ଖଳ ପ୍ରବୃତ୍ତି ।


୧୨୩)

ଶସ୍ୟ ଶ୍ୟାମଳା

କ୍ଷେତେ ଫସଲ ଦେଖି

କୃଷକ ହସେ ।


୧୨୪)

ମାଆ କୋଳରେ

ଶିଶୁଟି ହସୁଅଛି

ଅତି ଆନନ୍ଦେ ।


୧୨୫)

ସପନ ରାଣୀ

ନିତି ନିଶିଥେ ଆସେ

ହସକୁ ବୁଣି ।


୧୨୬)

ହସ ର ନଈ

କାନ୍ଦ କୁ ଖୋଜିଲେ ତ

ପାଇବ କାହିଁ ।


୧୨୭)

ହସ ଶବ୍ଦର

ବୀପରିତ ଶବ୍ଦଟି

କାନ୍ଦ ଅଟଇ ।


୧୨୮)

କାଳିଆ ଜହ୍ନ

ନନ୍ଦୀଘୋଷେ ହସଇ

ଘୋଷ ଯାତ୍ରାରେ ।


~ ଦମୟନ୍ତୀ ରଥ


୧୨୯)

କପଟ ହସ 

ବାହାରେ ସୁନ୍ଦରତା 

ଭିତରେ ବିଷ ।


୧୩୦)

ଦୋଳିରେ ବସି 

ରୁପସୀ ନାୟିକାଟି 

ଦେଉଛି ହସି ।


୧୩୧)

ସରାଗ ହସ 

ମଧୁମାଳତୀ ପରି 

ସୁଗନ୍ଧ ବାସ ।


~ ସନ୍ତୋଷ କୁମାର ସାହୁ


୧୩୨)

ଦୁଃଖର ଝଡ 

ଉତୁରି ଗଲାପରେ 

ହସ ମୁଁହାଏ ।


୧୩୩)

ଖେଳେଇ ଗଲେ 

ହସର ଇନ୍ଦ୍ରଧନୁ 

ଝଲସେ ମୁହଁ ।


~ ଦୀପ୍ତି ମୁଣ୍ଡ 


୧୩୪)

ଫୁଲ ର ହସ

ପାଖୁଡା ରଙ୍ଗ ଭରେ

ଭ୍ରମର ବଶ !


୧୩୫)

ହସ ର ଧାର

ଝରଣା ଝର ଝର

ଓଠ ସୁନ୍ଦର  !


~ ଆଶୁତୋଷ ମେହେର

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH