हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

गुरुवार, 3 जून 2021

"ସ୍ୱପ୍ନ" ବିଷୟକ ଓଡ଼ିଆ/କୋଶଳୀର ସାରସ୍ୱତ ହାଇକୁ କାବ୍ୟ ଯାତ୍ରା

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା

ହାଇକୁ PROMPT

"ସ୍ୱପ୍ନ" / "ସପନ"

୧)

ମାଆର ମନ

ପୁଅ ପାଇଁ ସାଇତେ 

ଅନେକ ସ୍ୱପ୍ନ ।


୨)

ହେଲାଣି ରାତି

କିଣାବିକା ଆରମ୍ଭ 

ସ୍ୱପ୍ନ ଏଇଠି ।


୩)

ସଞ୍ଜ ନଇଁଛି

ସ୍ୱପ୍ନ ନେଇ ରାତିରେ 

ଜହ୍ନ ଆସିଛି ।


~ ପ୍ରଦୀପ କୁମାର ଦାଶ


୪)

ଅନେକ ସ୍ବପ୍ନ 

ଆଖିରେ ଥାଏ ଭରି

ସାରା ଜୀବନ ।


୫)

ପାହାନ୍ତି ସ୍ବପ୍ନ 

ହୁଅଇ ସତ କିଛି

କଥାରେ ଅଛି ।


୬)

ସ୍ବପ୍ନ ନଅରେ

ତୋଳିଛି ଏକ ଘର

ମନରେ ମୋର ।


୭)

ନିଦ ସହରେ

ବିଭୋର ସ୍ବପ୍ନ କେତେ 

ଫୁଲ ବନରେ ।


~ ସମିତା ସ୍ବାଇଁ


୮)

ସପନେ ସଖୀ

ଭାରି ମୁଁ ଖୁସିହୁଏ

ତୁମକୁ ଦେଖି।


୯)

ଖୋଲା ଆଖିରେ

ସପନ ଦେଖ ତା'କୁ

କର ସତରେ ।


~ ସୁଧୀର କୁମାର ପଣ୍ଡା


୧୦)

ପ୍ରତ୍ୟେକ ଦିନ

ସ୍ଵପ୍ନ ଦେଖେ ମଣିଷ

ଯେ' ଭିନ୍ନ ଭିନ୍ନ ।


୧୧)

ପବିତ୍ର ମନ

ଥିଲେ ସର୍ବଦା ଦେଖ

ସୁନ୍ଦର ସ୍ଵପ୍ନ !


୧୨)

ପ୍ରଭୁଙ୍କୁ ଧ୍ୟାନ

କର୍ମ ପ୍ରବଣେ ପୂର୍ଣ୍ଣ

ହେବ ସପନ ।


~ ଶମ୍ଭୁନାଥ ଦାସ


୧୩)

ବିଶାଳ ସ୍ୱପ୍ନ

ଭିଜି ଯାଇଛି ଖଟ

ରାତି ନିଅଣ୍ଟ ।


୧୪)

ଦିନର ସ୍ୱପ୍ନ

କୁହେଳିକାରେ ଭର୍ତ୍ତି

ବାତୁଳ ମନ ।


~ ରାଜେଶ କୁମାର ମୁଣ୍ଡ


୧୫)

ସ୍ୱପ୍ନ ବଣିକ

ଥିଲ ଗୋ ସାଜି ତୁମେ

ହେ ପ୍ରତାରକ !


୧୬)

ବୁଣି ସପନ

ଚାଲି ଗଲ ଦୂରକୁ

ରହି ମଉନ ।


୧୭)

ମୋ ସପନର

ମିଛ ଖେଳନା ଘର

ଭାଙ୍ଗିଯାଏରେ ।


୧୮)

ସପନେ ଆସ

ରାଜକୁମାର ମୋର 

ମୂଲକୀ ହସ ।


୧୯)

ସପନ ଭାଂଗି

କାହିଁ ନାଇ ଯଅ ଗୋ 

ପାଖେ ଥ ବସି ।


~ ପ୍ରତିମା ମେହେର


୨୦)

ଆସିବ ବୋଲି 

କଥା ଦେଇ ଆସି ନା

ସ୍ୱପ୍ନ ମୋ ଭାଙ୍ଗି ।


~ ଦୟାସାଗର ପଟେଲ


୨୧)

ସ୍ୱପ୍ନ ରାଇଜ 

ପକ୍ଷୀରାଜ ଘୋଟକ 

ଚଞ୍ଚଳ ମନ ।


୨୨)

ସପନ ତୁଟେ 

ମାଁ'ର ଅକର୍ମା ଡାକ

ସୁରୁଜ ଉଁଏ ।


୨୩)

ଖଣ୍ଡିତ ସ୍ୱପ୍ନ 

ରାତ୍ରିର ଅନ୍ଧକାରେ 

ପୁଣି ପୂର୍ଣ୍ଣାଙ୍ଗ ।


୨୪)

ସ୍ୱପ୍ନ ସୁନ୍ଦର 

ବଞ୍ଚିବା ରାହାଦିଏ 

ଲକ୍ଷ୍ୟ ଭେଦରେ ।


୨୫)

ପାର୍ଥର ଲକ୍ଷ୍ୟ 

ପାଞ୍ଚାଳୀ ଆଖି ସ୍ୱପ୍ନ 

ମୀନ ନୟନ ।


୨୬)

ଦର୍ଦ୍ଦୁର ଡାକ 

ବିଭାବରୀ ଝଙ୍କାର 

ସ୍ୱପ୍ନ ବିଭୋର ।


୨୭)

ବିଦଗ୍ଧ ସ୍ୱପ୍ନ 

ଝିଙ୍କାରିର ଝଙ୍କାର 

ଆକୁଳ ନେତ୍ର ।


୨୮)

ସ୍ୱପ୍ନରେ ତାଜ 

କାଲାମଙ୍କର ବାଣୀ

ବଞ୍ଚିବା ଆଶା ।


୨୯)

ନୌକା ବିହାର 

ମହାନଦୀ ବୁକୁରେ 

ସ୍ୱପ୍ନ ଅଳିକ ।


୩୦)

କବି କଳ୍ପନା 

ଲେଖନୀରେ ଝଙ୍କୃତ 

ବାସ୍ତବ ସ୍ୱପ୍ନ ।


~ ରମାକାନ୍ତ ସତପଥି


୩୧)

ସ୍ବପ୍ନ ରାଇଜେ

ଘୂରି ବୁଲେ ମୋ ମନ

ପ୍ରିୟା କୁ ଖୋଜେ ।


୩୨)

ସ୍ବପ୍ନ ସୁନ୍ଦରୀ

ପ୍ରିୟା ତୁ ଆ ମୋ ପାଶେ

ସରଗ ପରୀ ।


୩୩)

କରିଲେ ଶ୍ରମ

ନିଶ୍ଚିତ ଭବିଷ୍ୟତ

ବାସ୍ତବ ସ୍ବପ୍ନ ।


୩୪)

ଦିବା ସ୍ୱପ୍ନରେ

କୁହୁଡି ପହଁରିବା

ଭାବନା ତୁଛ ।


୩୫)

କବି ର ସ୍ବପ୍ନ

ମରତେ ପାରିଜାତ

ବାସ୍ତବ ଲାଗେ ।


୩୬)

ସ୍ବପ୍ନ ରେ ଆସି

କାନେ ମୋ କହିଦେଲ

ତୁ ମୋ ପ୍ରେୟସୀ ।


୩୭)

ସ୍ବପ୍ନେ ବିଭୋର

ମନଟା ଆନମନା

ମୋ ପ୍ରେମ ପାଇଁ ।


୩୮)

ସ୍ବପ୍ନ ଆଦେଶ 

ପ୍ରଭୁ ଦେଲେ ଇସାରା

ମୋ ପୂଜା କର ।


୩୯)

ସ୍ବପ୍ନ ରେ ଆସି

କରୁଣାମୟୀ ମାଆ

ଦେଲେ ଆଉଁସି ।


୪୦)

ସ୍ବପ୍ନର କଥା

ସତ ମାନିବ ନାହିଁ

ଅଳୀକ ମାୟା ।


~ ବାସନ୍ତୀ ଦେଈ


୪୧)

ରାତି ସପନ

ଦେଖି ଦେଖି ସକାଳ

ପାହି ଗଲାନ ।


୪୨)

ସ୍ବପ୍ନ ରାଇଜ

ବିଚରଣ କରୁଛି

ମୋ ମନ ଆଜି ।


୪୩)

ଆଖି ସପନ

ଆଖିଏ ଭରି ବିତେ

ମୋର ଜୀବନ ।


୪୪)

ସ୍ବପ୍ନ ସୁନ୍ଦରୀ

କେବେ ଦେଖା ଦିଏନି

ଭାରି ଚାତୁରୀ ।


୪୫)

ଦେଖିବା ସ୍ବପ୍ନ

ଯାହା ଶୋଇଦେବନି

ରାତି ଓ ଦିନ ।


~ ଜୟରାମ ସାହୁ


୪୬)

ସପନ୍ ଦେଖ୍'ଲେ ହୁଁ 

ଅଟକ୍ ନାଇଁ ଖଟ୍ ଛାଡ୍ 

ଏକ୍'ଲିଆ ନର୍ଦ ।


୪୭)

ଗୁଟେ ସୁରେ ନ 

ହୀରାକୁଦ୍ ପାଏନ୍ ଯେନ୍ତା 

ସିଧା ସନ୍'ପୁର ।


~ ଆର. ବରସାନା ନନ୍ଦିନୀ


୪୮)

ସପନ ଦେଖ 

ଦେଖିବନି ରାତିରେ

ଦିନରେ ଦେଖ ।


୪୯)

ଜୋଛନା ରାତି

ସପନ ଦେଖୁ ଦେଖୁ

ପାହିଲା ରାତି ।


~ ଡମ୍ବରୁଧର ବାଗ


୫୦)

ସ୍ବପ୍ନ ଅଧୁରା

ପ୍ରିୟା ଓଠ ଧାରେ ସେ

ହସ ଫୁଆରା ।


୫୧)

ଆଖି ପୁରିଲା

ଇନ୍ଦ୍ରଧନୁ ଭିତରେ

ସ୍ବପ୍ନ ହସିଲା ।


୫୨)

ସପନ ରାନି

ଶାଗୁଆ ଖେତ ଧାରେ

ଝରନ ପାନି ।


୫୩)

ପାଏନ ବୁନ୍ଦା

ଫୁଲର ପାଖୁଡା ନ

ସପନ ବନ୍ଧା ।


~ ଆଶୁତୋଷ  ମେହେର


୫୪)

ସମୟ କାହିଁ

ଖଟିଖିଆ ଜୀବନ 

ଭଙ୍ଗା ଦର୍ପଣ ।


୫୫)

ଗତି କୁଆଡ଼େ 

ଜଣା ପଡୁ ନାହିଁ ଯେ

ସ୍ୱପ୍ନ ଯୁଆଡ଼େ ।


~ ନନ୍ଦିନୀ ଶତପଥୀ


୫୬)

ହାଦେ ଅଛେ ଦିନ୍ 

ଆସିଗଲା ଅଗୟା 

ସପନ୍ ଦେଖୁଥା ।


୫୭)

ସତେ ନାଇଁ ବୋ 

ହଏବୋ ଭରି ଶହେ 

ମଙ୍ଗଲ୍ ଗ୍ରହ ଥି ।


~ ଉତ୍ତମ ହୋତା


୫୮)

ଉଦ୍ଦାମ ଶିଶୁ 

ଭବିଷ୍ୟତର ସ୍ୱପ୍ନ 

ରୁଦ୍ଧିମନ୍ତ ଶ୍ରୀ ।


୫୯)

କୁମାରୀ ମନ

ସ୍ୱପ୍ନ ରାଜକୁମାର 

ଜହ୍ନ ରାଇଜ ।


୬୦)

ଭଞ୍ଜୀୟ ପ୍ରେମ 

ପ୍ରେମ ସୁଧାନିଧିରେ 

ସ୍ୱପ୍ନ କୁମାର ।


୬୧)

ମାଁ ଆଖି ସ୍ୱପ୍ନ 

ସୁସ୍ଥ ଓ ନିରାମୟ 

ଷଠୀ ପୂଜନ ।


୬୨)

ମିସାଈଲ୍ ସ୍ୱପ୍ନ 

ମିସାଈଲ୍'ର ମଣିଷ 

ସୁରକ୍ଷା ଉତ୍ସ ।


୬୩)

ଘଞ୍ଚ ଜଙ୍ଗଲ 

ଅପହଞ୍ଚ ସ୍ୱପ୍ନର 

ପାହାଡ଼ ପାରେ ।


୬୪)

ଥାଳିରେ ଯୁଦ୍ଧ 

କ୍ଷୁଧା ଆଉ ମଣିଷ 

ନିଷିଦ୍ଧ ସ୍ୱପ୍ନ ।


୬୫)

ନିସ୍ତବ୍ଧ ରାତ୍ରୀ 

ବିଭୋର ସରସୀଜ 

ଆଖିଏ ସ୍ୱପ୍ନ ।


୬୬)

ହୃତ ଗୌରବ 

ଇତିହାସ, ଅତୀତ 

ଦୁର୍ଲଭ ସ୍ୱପ୍ନ ।


୬୭)

ଦୁଃସ୍ୱପ୍ନ ଦୁର 

ଲାକ୍ଷାରଞ୍ଜିତ ପଦ 

ନଦୀ ପାବଚ୍ଛ ।


~ ମନୀଷା ମିଶ୍ର


୬୮)

ସ୍ବପ୍ନ ଗୁଡ଼ିକ 

ଶୋଇକି ଦେଖୁଥିଲେ

ଲାଗଇ ସତ !


~ ବିଶ୍ବନାଥ ଭୁଏ


୬୯)

ଦେଖୁଁ ସପନ 

ଭାରତ ମାଁ ର ସେବା 

ହେବା ପୂରନ ।


୭୦)

ମାଆର ସେବା 

ସପନ ଟେ ଦେଖଲେ 

ପୁଇଁନ ହେବା ।


~ ମୁକ୍ତେଶ୍ୱର  ପଧାନ


୭୧)

ଚନ୍ଦ୍ରିକା ରାତି

ପ୍ରିୟା ମନରେ ଜାଗେ

ସପନ ଅତି ।


୭୨)

ନିତି ସପନେ

ତୁମର  ଚିତ୍ରପଟ

ଦେଖେ ଗୋପନେ ।


୭୩)

ସ୍ଵପ୍ନ ସୁନ୍ଦରୀ

ନିଦ ର ସବାରୀ ରେ

ପୁଲକ ଭରି ।


୭୪)

ଅଳସୀ ପ୍ରିୟା

ନୁପୁରର ଛନ୍ଦରେ

ସ୍ୱପ୍ନ ନାୟିକା ।


୭୫)

ପ୍ରିୟାର ମନ

ଦେଖେ ମୋ ପାଇଁ ନିତି

ସୁଖ ସପନ ।


୭୬)

ତନ୍ଦ୍ରା ରାତିରେ

ଆଖିର ସ୍ଵପ୍ନ କିଛି

ଓଠ ପିଏରେ ।


୭୭)

ସ୍ଵପ୍ନ ମୋହର

ଦୃଢ ମନୋବଳେତ

ହେବ ସାକାର ।


୭୮)

ଅବୋଧ ଶିଶୁ

ମନରେ ଭରିଥାଏ

ସ୍ଵପ୍ନ ଅନେକ ।


୭୯)

ରାଜକୁମାରୀ

ସ୍ୱପ୍ନ ମହଲରେ ତା

ଭାବନା ଭାରି ।


୮୦)

ଜହ୍ନ ରାତିରେ

ସପନେ ମୁଁ ହଜେରେ

ପ୍ରିୟା ସାଥୀରେ ।


୮୧)

କୁଆଁରୀ ମନ

ଦିନରେ ଦେଖୁଥାଏ

ମିଠା ସପନ ।


୮୨)

ମାଆର ସ୍ଵପ୍ନ

ରହିଗଲା ଅଧୁରା

ହେଲା ଅପୂର୍ଣ୍ଣ ।


୮୩)

ପାହାନ୍ତି ସ୍ଵପ୍ନ

ସୁନେଲି ପ୍ରଭାତରେ

ମନ ଆନନ୍ଦ ।


୮୪)

ସ୍ଵପ୍ନ ସହରେ

ରଙ୍ଗୀନ ପ୍ରଜାପତି

ପ୍ରିୟାର ମନ ।


୮୫)

ଭଙ୍ଗା ଆଇନା

ସପନ ଭାଙ୍ଗିଯାଇ

ହୋଇଲା ଚୁନା ।


୮୬)

ତା ନୀଳ ଆଖି

ନିତି ସ୍ଵପ୍ନରେ ମୋତେ

ନେଉଛି ଡାକି ।


୮୭)

କଇଁର ମନ

ଚାନ୍ଦ ପ୍ରୀତି ପାଇଁ ସେ

ଦେଖେ ସପନ ।


୮୮)

କାଳିଆ ହାତୀ

ମୋ ସପନେ ଜାଗଇ

ଅନେକ ଭିତି ।


୮୯)

ସୁଖ ସପନ

ତୁଟି ମୋ ଯାଉଅଛି

ଦିନକୁ ଦିନ ।


୯୦)

ରାଜକୁମାରୀ

ଫୁଲର ସବାରି ରେ

ସପନ ଭରି ।


୯୧)

ଜହ୍ନ ରାତିରେ

ଭରା ସ୍ୱପ୍ନେ ଆସିଛି

ନିଦ ମାଉସୀ ।


୯୨)

ନେବାରେ ଯତ୍ନ

ଶିଶୁ ଙ୍କ ଭବିଷ୍ୟତ

ଆମରି ସ୍ଵପ୍ନ ।


~ ଦମୟନ୍ତୀ ରଥ


୯୩)

ଦେଖ ସପନ 

ବାସ୍ତବ ରୂପରେ6ଖ

କର ପୂରଣ ।


୯୪)

ଯଦି ସପନ 

ନହୁଅଇ ପୂରଣ 

ବିରଷ ମନ ।


୯୫)

ଜମା କରନା 

ବାରମ୍ବାର ଚେଷ୍ଟାରେ 

କେବେ ହାରେନା ।


~ ସୁଧାଞ୍ଜଳି  ମିଶ୍ର


୯୬)

ସ୍ୱପ୍ନ ସମୁଦ୍ରେ

ଜୀବନ ଉବୁଟୁବୁ

ସବୁ ସମୟେ ।


୯୭)

ସ୍ୱପ୍ନ ଚଢ଼େଇ

ଆନନ୍ଦେ ଉଡ଼ୁ ଥାଏ

ଆଖି ଆଗ ରେ !


 ~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୯୮)

ରାତି ଅନ୍ଧାରେ

ଅବଚେତନ ମନେ

ସ୍ବପ୍ନ ଆସ‌ଇ ।


୯୯)

ମିଳନ ଆଶା

ସ୍ବପ୍ନ ପରି ସତେକି

ଯିବ ମିଳେଇ ।


୧୦୦)

ସ୍ବପ୍ନ ସହରେ

ପ୍ରାପ୍ତିର ଅଭିଳାଷା

ପୂର୍ଣ୍ଣ ହୁଅଇ ।


~ ନିବେଦିତା ମହାପାତ୍ର


୧୦୧)

ଆଖି ପଲକେ

ସପନ ଅସୁମାରୀ

ରଖ ସାଇତି ।


୧୦୨)

ନିଦ ମାଉସୀ

ସପନ ଦିଏ ବୁଣି

ରାତି ରେ ଆସି ।


~ ରତ୍ନ ପ୍ରଭା ସିଂ


୧୦୩)

ରାତିର ସ୍ୱପ୍ନ

କେବେ ସତ ହୁଏନି

ହେଲେବି ମଗ୍ନ ।


୧୦୪)

ରାତିର ସ୍ୱପ୍ନ

ପ୍ରାତଃ ନିଦ ଭାଙ୍ଗିଲେ

ହୁଅଇ ଭଗ୍ନ ।


୧୦୫)

ରାତିର ସ୍ୱପ୍ନ

କେବେବି ଭାଙ୍ଗିଯାଏ

ନ ଦେଖେ ଲଗ୍ନ ।


୧୦୬)

ରାତିର ସ୍ୱପ୍ନ

ନିଦ ଭାଙ୍ଗିଲା ପରେ

ନ ଥାଏ ଚିହ୍ନ ।


୧୦୭)

ରାତିର ସ୍ୱପ୍ନ

ଦୁଃଖଭରା ହେଲେ ବି

ନ ଘଟେ ବିଘ୍ନ ।

 

~ ଦୟାନନ୍ଦ ଶବର

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH