हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

बुधवार, 2 जून 2021

~•~ "ସକାଳ" ବିଷୟକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~•~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

ହାଇକୁ PROMPT

ସକାଳ

~•~


୧)

ସଜ ସକାଳ

ଚାଷୀ ଚାଲେ ସଅଳ 

କାନ୍ଧେ ଲଙ୍ଗଳ ।


୨)

ଶୁଭ ସକାଳ

ସୂର୍ଯ୍ୟ ନୁହେଁ କୁଣ୍ଠିତ 

ଦିଏ ଆଲୋକ ।


~ ପ୍ରଦୀପ କୁମାର ଦାଶ


୩)

ଆସ ସକାଳ

ଅଗଣାରେ ଆମର

ମୁହଁ ପଖାଳ ।


୪)

ନବ ସନ୍ଦେଶ

ସଭିଙ୍କ ମନେ ଜାଗୁ

ଦିଅ ଆଶିଷ  ।


~ ପ୍ରତିମା ମେହେର


୫)

ସକାଳ ଖରା

ସୁନେଲି ଝଟକ ସେ

ମନକୁ ଭରା ।


୬)

ସକାଳ ହସ

କାମ ବଢାଇବାର

ଶୁଭ ସନ୍ଦେଶ ।


୭)

ଡାମରା କାଉ

ସକାଳ ପାଇଲେ, କହ

କିଆଁ ବୋବାଉ ।


~ ଆଶୁତୋଷ ମେହେର


୮)

ସବୁ ସମାନ

ଅନ୍ଧାରୁଆ ଜୀବନେ

ସକାଳ, ସନ୍ଧ୍ୟା ।


୯)

ଦିନେ ନା ଦିନେ

ଆସିବ ତ ସକାଳ

ରାତି ପାହିବ ।


~ ରାଜେଶ କୁମାର ମୁଣ୍ଡ


୧୦)

ନୂଆଁ ସୂରୂଜ

ଆଜି ଆସିଛି ଘେନି

ନୂଆଁ ସକାଳ.. !


~ ବିଶ୍ବନାଥ ଭୁଏ


୧୧)

ସକାଳ ହେଲେ 

ସୁନେଲି କିରଣ ବୁଣି 

ସୂର୍ଯ୍ୟ  ଉଇଁଲେ ।


୧୨)

ଶାନ୍ତ ସକାଳ 

ସର୍ବେ ହୁଅ ଚଞ୍ଚଳ 

ନିଦ୍ରାକୁ ତେଜି ।


୧୩)

ରାତି ପାହିଲା 

ସକାଳ ଆସି ହେଲା 

କାଉ ରାବିଲା ।


୧୪)

ସକାଳୁ ଉଠି

ତୋଳିବା ଆସ ଫୁଲ 

ଦିଅଁ ଙ୍କ' ଲାଗି ।


~ ସମିତା ସ୍ବାଇଁ 


୧୫)

ହେଲା ସକାଳ

ବିଲକୁ ଯାଏ ଚଷା

ଧରି ପଖାଳ ।


୧୬)

ସଞ୍ଜ ସକାଳ

ବସି ଖେଳିଲେ ତାସ

ସଂସାର ନାଶ ।


~ ଡମ୍ବରୁଧର ବାଗ 


୧୭)

ଶୁଭ ସକାଳ

କର୍ମ କ୍ଷେତ୍ରକୁ ଯିବା

ହୋଇ ଚଞ୍ଚଳ ।


୧୮)

ସକାଳ ହେଲା

ଅନ୍ଧକାର ଦୁରେଇ

ଆଲୋକ ଦେଲା ।


~ ସୁଧୀର କୁମାର ପଣ୍ଡା


୧୯)

ଉଦିତ ସୂର୍ଯ୍ୟ

ରଶ୍ମିପ୍ରଭା ସକାଳ

ତୋଳେ ମୁରୁଜ ।


୨୦)

ହେଲେ ସକାଳ

ଶାନ୍ତ ସ୍ନିଗ୍ଧ ନିର୍ମଳ

ହୃଦେ ପ୍ରବଳ ।


୨୧)

ସଞ୍ଜ ସକାଳେ

ଦେବ-ଦେବୀ ପୂଜନ

ସଭକ୍ତି ଭୋଳେ ।


~ ଶମ୍ଭୁନାଥ ଦାସ 


 ୨୨)

ସକାଳ ସୂର୍ଯ୍ୟ

କିରଣ ହିତପାଇଁ

ଶରୀରେ ଧାର୍ଯ୍ୟ ।


୨୩)

ସଞ୍ଜ ସକାଳ

ଈଶ୍ୱର ସ୍ମରଣୀୟ

ଜୀବନ କାଳ ।


୨୪)

ଶରୀର ହିତେ

ସକାଳର ପବନ

ପାଇବା ସତେ ।


୨୫)

ଚୈତ୍ର ସକାଳ

ଗୋଟାଇବା ଚାଲନ୍ତୁ

ମହୁଲ ଫୁଲ ।


୨୬)

ଚାଷୀ କପାଳ

ଉଠି ସକାଳ ଖାଏ

ବାସି ପଖାଳ ।


୨୭)

ଶୁଭ ସକାଳ

ଅଭିନନ୍ଦନ ଦେବା

ସବୁଠୁ ଭଲ ।


~ ଜୟରାମ ସାହୁ


୨୮)

ତପନ ସ୍ପର୍ଶେ

ଧରା ବକ୍ଷେ ଆସିଛି

ନୂଆ ସକାଳ ।


୨୯)

ଶିଶିର ସିକ୍ତ

ଦୁର୍ବାଦଳ ହସ‌ଇ

ହେଲେ ସକାଳ ।


~ ନିବେଦିତା ମହାପାତ୍ର


୩୦)

ପ୍ରାତଃ କିରଣ

ଭିଟାମିନ ଡି ମିଳେ

ଦେହକୁ ହିତ ।


୩୧)

କଁଅଳା ଶିଶୁ

ସକାଳ କିରଣ ରେ

ଦିଅ ଶୁଆଇ ।


୩୨)

ଶୁଭ ସକାଳ

ଶୁଭେଚ୍ଛା ଜଣାଇଲେ

କୁଶଳ ବାର୍ତ୍ତା ।


୩୩)

ସକାଳ ହେଲେ

କାକ ରାବଇ ବସି

ଚାଳ ଉପରେ ।


୩୪)

ସକାଳେ ଚାଲ

ସୁସ୍ଥ ରହିବ ଦେହ

ମନ ପ୍ରଫୁଲ୍ଲ ।


୩୫)

ସକାଳ ସଂଧ୍ୟା

ଦେବ ପୂଜାରେ ମନ

ବିଭୁ ସୁମର ।


୩୬)

ଝରା ଶେଫାଳୀ

ରାତିରେ ଝଡିପଡେ

ସକାଳ ସ୍ବପ୍ନ ।


୩୭)

ଗାଆଁ ର ଦୃଶ୍ୟ

ଅତୀବ ମନୋରମ

ଶୀତ ସକାଳ ।


୩୮)

ବସନ୍ତ ଋତୁ

ଆମ୍ର ବୃକ୍ଷରେ ପିକ

ସକାଳେ ରାବେ ।


୩୯)

ପ୍ରାତଃ ଶିଶିର

ସକାଳ କିରଣ ରେ

ମୁକ୍ତା ସମ୍ଭାର ।


~ ବାସନ୍ତୀ ଦେଈ


୪୦)

କମିହାଁ ପିଲା 

ବେଲଉଦାକେ କ୍ଷେତ୍ ମୁଡ଼େ 

କାହିଁର୍ ବେଡ୍'ଟି ହୋ ।


୪୧)

ସକାଳ ପାଏଲେ 

ଗୁଡି ଗମ୍ଭୀରା ପର୍'ସାଦ୍ 

ଖାଲି ଧାଁ ଧପଡ୍ ।


~ ଆର. ବରସାନା ନନ୍ଦିନୀ 


୪୨)

ହଲ୍ ଲଙ୍ଗଲ୍ ବାଟେ 

ଧରେଇ ଦିଅ ଦେଖ୍'ବ

ମର୍ଣିଙ୍ଗ୍ ୱାକ୍ ଠପ୍ ନ.. ।


୪୩)

ଯାର୍ ଅଛେ ନେଟ୍'ପେକ୍ 

ବ୍ରେକ୍'ଫାଷ୍ଟ୍ ବ୍ରେଡ୍'ବଟର୍ ଗୁରସ୍ 

ଖାଲି ପେଟେ ଛି ... ।


~ ଉତ୍ତମ ହୋତା


୪୪)

ସକାଳ ଖରା 

କଅଁଳ ମିଠା ମିଠା 

ଆସ ଖାଇବା ।


୪୫)

ସଫଳ ଜୀବ 

ସୂର୍ଯ୍ୟ ସହ ଚାଲିବା 

ଯିବା ଆସିବା ।


~ ନନ୍ଦିନୀ ଶତପଥୀ


୪୬)

ଘନ ତିମିର

ସୁରୁଜ ଆଣେ ଆଶା 

ନୂଆଁ ସକାଳ ।


୪୭)

ପକ୍ଷୀ କାକଳି 

ଶ୍ରାବଣର ସକାଳ 

ଆହାର କଷ୍ଟ ।


୪୮)

ଚାଷୀ ବାପୁଡ଼ା

ପଖାଳ କଂସା ଲୁଣ 

ସକାଳ ପାହେ ।


୪୯)

ସ୍କୁଲ ବ୍ୟାଗରେ 

ଭବିଷ୍ୟତର ସ୍ୱପ୍ନ 

ସକାଳ ଖରା ।


୫୦)

ମନ୍ଦିର ଶଙ୍ଖ 

ବେଦମନ୍ତ୍ରର ଧ୍ୱନି 

ଶୁଭ ସକାଳ ।


୫୧)

ସକାଳ ହାଟ 

ଦିନଚର୍ଯ୍ୟା ଆରମ୍ଭ 

ପୁରୁଣା ପାଠ ।


୫୨)

ଚା କପ୍'ରେ ଝଡ଼ 

ସକାଳୁଆ ଆସର 

ଦେଶ ବିଦେଶ ।


୫୩)

ଚଳ ଚଞ୍ଚଳ 

କର୍ମଯୋଗୀ ଜୀବନ 

ସକାଳ ସଂଜ ।


୫୪)

ମର୍ଣ୍ଣିଂ ୱାକ୍ ଚାଲେ 

ସ୍ୱାସ୍ଥ୍ୟ ସଚେତନତା 

ସକାଳ ସ୍ନାନ ।


୫୫)

କଅଁଳ ଖରା 

ସୂର୍ଯ୍ୟସ୍ନାନ କରଣ 

ଭିଟାମିନ୍ "ଡି" ।


~ ରମାକାନ୍ତ ସତପଥି


୫୬)

ପ୍ରଭାତ ବାୟୁ

ଜିବନ ପାଇଁ ହିତ

ବଢ଼ଇ  ଆୟୁ ।


୫୭)

ପ୍ରାତଃ ପବନ

ସୁଲୁ ସୁଲୁ ବହଇ

ଲାଗେ ଉଚ୍ଛନ୍ନ ।


୫୮)

ନବ ସକାଳ

ମନେ ଭରେ ଆବେଗ

ହେଇ ଉଜ୍ଜ୍ବଳ ।


~ ଦୟାନନ୍ଦ ଶବର 


୫୯)

ସକାଳ ସ୍ନାନ

ଦେହକୁ ବଡ ହିତ

ସ୍ଵାସ୍ଥ୍ୟର ଯତ୍ନ ।


୬୦)

ସକାଳ ଗାଡି

ଭାରି ଭିଡ ହୁଏସେ

ଯାତ୍ରୀଙ୍କ ମେଳ ।


୬୧)

ଶୀତ ସକାଳ

ଗାଆଁ ଦାଣ୍ଡର ଦୃଶ୍ୟ

ନିଆଁ ପୁଆଁରେ ।


୬୨)

ଚାଆ ଭାଟିରେ

ସାଙ୍ଗ ସାଥେ ସକାଳ

ଗୁଲି ଖଟିରେ ।


୬୩)

ଉଦିତ ସୂର୍ଯ୍ୟ

ସୁନେଲି ସକାଳରେ

ମନୋହରରେ ।


୬୪)

ଚାଳରେ ବସି

ରାବ ଦେଉଛି କାଉ

ସକାଳେ ନିତି ।


୬୫)

ଦେବ ମନ୍ଦିର

ଘଣ୍ଟ ଆଳତି ଶୁଭେ

ସଞ୍ଜ ସକାଳ ।


୬୬)

ସୁନେଲି ଖରା

ଢାଳେ ସୂରୁଜ ଦେବ

ସକାଳେ ପରା ।


୬୭)

ବନ ପ୍ରାନ୍ତରେ

ସକାଳ ଝୁମିଯାଏ

ପକ୍ଷୀ ରାବରେ ।


୬୮)

ଘାସ  ଲତାରେ

ସକାଳେ ଚିକ୍ ମିକ୍

କାକର ସ୍ପର୍ଶ ।


୬୯)

ଜଳେ ପଦୁଅଁ

ଫୁଟେ ସକାଳେ ନିତି

ଉଇଁଲେ ସୂର୍ଯ୍ୟ  ।


୭୦)

ଫୁଲ ତୋଳାରେ

ଭାରି ଭିଡ ତ ହୁଏ

ସକାଳ ହେଲେ ।


୭୧)

ପୋଖରୀ ତୁଠ

ପରର ଚର୍ଚ୍ଚା ହୁଏ

ହେଲେ ସକାଳ ।


୭୨)

ନିତ୍ୟ ସକାଳେ

ନିତ୍ୟ କର୍ମ ସଂପୂର୍ଣ୍ଣ

ବଡ ହିତରେ ।


୭୩)

ସଞ୍ଜ ସକାଳେ

ନୀର ଭିଜା ନୟନେ

ବିଭୁ ସ୍ମରଣେ ।


୭୪)

ଗାଆଁ ସକାଳ

କ୍ଷେତେ ଯାଏ କୃଷକ

ଖୁସି ବିଭୋରେ ।


୭୫)

ଝରା ସେଫାଳି

ସକାଳ ପୂର୍ବରୁ ସେ

ପଡେ ଝାଉଁଳି ।


୭୬)

ଉତ୍ତମ ସ୍ଵାସ୍ଥ୍ୟ

ସକାଳ ଦଉଡିବା

ଦେହକୁ ହିତ ।


୭୭)

ପ୍ରିୟାର ପାଇଁ

ରାତି ଟା ସ୍ଵପ୍ନଭରା

ସକାଳେ ନାହିଁ ।


~ ଦମୟନ୍ତୀ ରଥ


୭୮)

ଭୋର ସକାଳୁ

ସୂର୍ଯ୍ୟ ସ୍ନାତ ଧରଣୀ

ସିନ୍ଦୂରା ଫାଟେ ।


~ ରତ୍ନ ପ୍ରଭା ସିଂ


୭୯)

ସକାଳ ଚାଲି 

ଦେହକୁ ହିତ ବୋଲି 

ଯାଏ ମୁଁ  ବୁଲି ।


୮୦)

ପ୍ରାତଃ କରଇ 

ସ୍ନାନ, ଧ୍ୟାନ ଓ ପୂଜା 

ମନ୍ଦିର ଯାଇ ।


୮୧)

ସକାଳ ସଞ୍ଜ 

ଭଜଇ ହରିନାମ 

ବସି  ନିକୁଞ୍ଜ... l


~ ସୁଧାଞ୍ଜଳି ମିଶ୍ର


୮୨)

ନୁକୋ ସକାଲ 

ସତେ କେଡ଼େ ସୁନ୍ଦର

ହେସି ଚହଲ ।


୮୩)

ଗାଏସି ଗୀତ 

ଦେଖ ଗାଁ'ର ହଲିଆ

ମାନସି ରୀତ ।


~ ପ୍ରତିମା ମେହେର


୮୪)

ସକାଳ-ସନ୍ଧ୍ୟା 

ମୁଦ୍ରାର ଦୁଇ ପାର୍ଶ୍ବ 

ଆଶା-ନିରାଶା ।


୮୫)

ସକାଳ ଆସେ 

ବେଡଟିର ମହକ 

ଚାଉମିନ୍ ଭୋକ ।


୮୬)

ସକାଳ ସୂର୍ଯ୍ୟ 

ସୁସ୍ନିଗ୍ଧ ଅରୁଣିମା 

ନୂତନ ଆଶା ।


୮୭)

ସକାଳ ସ୍ନାନ 

ଅତୀତ ଇତିହାସ 

ପଖାଳ ପାଣି ।


୮୮)

ଉଷା ଆଗମ

ଉପେନ୍ଦ୍ର, ଗଂଗାଧର 

କବି ମଞ୍ଜୁଳ ।


୮୯)

ଉଲଙ୍ଗ ନୃତ୍ୟ 

ଅପଭ୍ରଂଶ ସଂସ୍କୃତି

ସକାଳ ହଜେ ।


୯୦)

ଆଖିଏ ସ୍ୱପ୍ନ 

ଶିଶିରର ସକାଳ 

ଚାଷୀ ବିଭୋର ।


୯୧)

ସଞ୍ଜୁ ସକାଳ 

ଜହ୍ନିଫୁଲ ଆୟୁଷ 

ବିନିଦ୍ର ରାତି ।


୯୨)

ରକ୍ତିମ ଉଷା 

ସୀମାନ୍ତର ପ୍ରହରୀ 

ଭୀତିରେ ଆଶା ।


୯୩)

ସକାଳ ମେଘ 

ସକାଳର କୁଣିଆ 

ନ ରହେ ଦିନ ।


~ ମନୀଷା ମିଶ୍ର


୯୪)

ଖେତ୍ ଆରି ସକାଳ୍ 

ବାସି ପଖାଲ୍, ଝୁରି ତୁନ୍ 

ଚାଷୀର୍ ମନ୍ ଉସତ୍ ।


୯୫)

ଖୁସାର୍ ପାନ୍ ପତ୍'ରି 

ସକାଲ୍ ଖରାର୍ ଛଁଏରା 

ମୁହୁଁ ଦରପନ୍ ।


~ ମନୀଷା ମିଶ୍ର


୯୬)

ସକାଳ ହୁଏ

ଜୀବନ ଅଗଣା ରେ

ପ୍ରଭୁ ନାମରେ ।


୯୭)

ପ୍ରାଣ ଦୋଳି ରେ

ସକାଳ ରଙ୍ଗ ଶୋଭା

ସପନ ଆସେ ।


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

☆☆☆☆☆☆☆☆☆☆


कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH