हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

बुधवार, 30 जून 2021

~ "ନାରୀ" ବିଷୟକ ଓଡ଼ିଆ ଏବଂ କୋଶଳୀର ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ହାଇକୁ PROMPT ~

"ନାରୀ"

~ 0 ~

୦୧)

ନୁହେଁ ସାମଗ୍ରୀ

ନାରୀ କୂଳ ଳହରୀ

ପୂଣ୍ୟର ଛାଇ ।


୦୨)

ନୁହେଁ ଦୁର୍ବଳା 

ଶକ୍ତି ସ୍ୱରୂପିଣୀ ମା'

ଜଗତ ଜିତା ।


୩)

ନାରୀ ତ ଫୁଲ

ସଦା ସ୍ନେହ ଝରାଏ 

ମହକେ ଘର ।


~ ପ୍ରଦୀପ କୁମାର ଦାଶ


୪)

ହେ ମହାନ୍ ନାରୀ

ତୁ ଚିର ବନ୍ଦନୀୟା

ସବୁ ତୁ ହିଁ ତୁ ।


୫)

ଅବଳା ନୁହେଁ

ଶକ୍ତି ପ୍ରଦାୟିନୀ ତୁ

ଚିର ନମସ୍ୟା ।


~ ରାଜେଶ କୁମାର ମୁଣ୍ଡ


୬)

ନାରୀ ଭଗିନୀ 

ନାରୀ ଦୁହିତା, ପତ୍ନୀ 

ନାରୀ ଜନନୀ ।


୭)

ନାରୀ ନୁହଇ 

ଭାରୀ କାହା ପାଇଁକି 

ଯିଏ ଜାଣଇ ।


୮)

ନାରୀ  ପୂଜନ 

ସଂସାରରେ  ଅଟଇ 

ସବୁଠୁ ପୁଣ୍ୟ ।


୯)

ଆଜିର  ନାରୀ 

ଭାବିଥାନ୍ତି ନିଜେହିଁ 

ନିଜକୁ ଭାରି ।


~ ମୁକ୍ତେଶ୍ଵର  ପଧାନ


୧୦)

ସହନଶୀଳା

ମମତାର ସ୍ବରୂପ

ଅଟେ ଅବଳା ।


୧୧)

ନାରୀ ସମ୍ମାନେ

ଦେବତା ବିଚରଣ

ଆନନ୍ଦ ମନେ ।


୧୨)

ସମାଜ ପଥେ

ନରନାରୀ ଦ୍ବିଚକ୍ରେ

ଗଡଇ ରଥ ।


୧୩)

ନାରୀର ଶିକ୍ଷା

ପରିବାର ରକ୍ଷକ

ଦେଶ ସୁରକ୍ଷା ।


୧୪)

ଯୌତୁକ ପ୍ରଥା

ସମାଜରେ ନାରୀକୁ

ଦେଉଛି ବ୍ୟଥା ।


୧୫)

ଝିଅ ଭଉଣୀ

ଶାଶୂବୋହୂ ଜନନୀ

ନାରୀ ଘରଣୀ ।


୧୬)

ମରେ ରାବଣ

ସତୀ ନାରୀଙ୍କର ସେ

କରି ହରଣ ।


୧୭)

ନାରୀ ଧର୍ଷଣ

ସମାଜରୁ ସମୂଳେ

ଦୂରୀକରଣ ।


୧୮)

ମାଆ ରୂପରେ

ଶିଶୁପାଇଁ ଦେବତା

ନାରୀ ସଂସାରେ ।


୧୯)

ଘର ମଧ୍ୟରେ

ନାରୀ ଆବଦ୍ଧ ନୁହେଁ

କଳି ଯୁଗରେ ।


~ ଜୟରାମ ସାହୁ


୨୦)

ତୁ,ବନ୍ଦନୀୟା

ସର୍ବସଂହା ଗୋ ନାରୀ

ଜନନୀ ଜାୟା ।


୨୧)

ଜଗତଜିତା

ନାନା ନାମେ ନାରୀ ତୁ

ଅପରାଜିତା ।


୨୨)

ଉପମା ତୋ'ରି

ନାହିଁ ବଖାଣିବାକୁ

ଶକତି ମୋ'ରି ।


~ ପ୍ରତିମା ମେହେର


୨୩)

ମାତା ଯଶୋଦା 

ବାତ୍ସଲ୍ୟ ପ୍ରେମଧାରା 

ନାରୀ ବରେଣ୍ୟା ।


୨୪)

ଶକ୍ତି ସ୍ୱରୂପା 

ନାରୀ ତୁ ନାରାୟଣୀ 

ଗୌରୀ, ଅମ୍ବିକା ।


୨୫)

ରାମା ରୂପରେ 

କାନନେ ବିଚରଣ

ନାସା ଛେଦନ ।


୨୬)

କାଞ୍ଚନ ମୃଗ 

କାମିନୀ, କାମରୂପା 

ଲକ୍ଷ୍ମଣ ରେଖା ।


୨୭)

ପତ୍ନୀ ରୂପରେ 

ନାରୀ ତ ସର୍ବଂସହା 

ସୃଷ୍ଟି ଆରମ୍ଭ ।


୨୮)

ରମ୍ଭା, ଉର୍ବଶୀ 

ରମଣୀ ଇନ୍ଦ୍ରଲୋକେ 

ସ୍ୱର୍ଗ ଭୂବନ ।


୨୯)

ଗାର୍ଗୀ, ଅପାଲା 

କଣ୍ଠରେ ସରସ୍ବତୀ 

ବିଦୁଷୀ ନାରୀ ।


୩୦)

ଯମ ନିରସ୍ତ 

ସାବିତ୍ରୀ ପତିବ୍ରତା 

ଅହିଅ ନାରୀ ।


୩୧)

ଆଧୁନିକତା 

ସ୍ୱପ୍ନ ଯେ ଅସୁମାରୀ 

ନାରୀ ଲୁଣ୍ଠିତା ।


୩୨)

ସଂସ୍କୃତ ନାରୀ 

ଐତିହ୍ୟ ପରମ୍ପରା 

କୂଳ ଗୌରବ ।


~ ରମାକାନ୍ତ ସତପଥି


୩୩)

ସୃଷ୍ଟି କର୍ତା ସେ 

ପାଳନ କର୍ତା ପୁଣି 

କଲ୍ୟାଣୀ ନାରୀ ।

 

୩୪)

କୋମଳ କାୟା 

ଭୀରୁ ହୃଦୟା ନାରୀ 

ଶକ୍ତି ଅସୀମ ।


~ ରତ୍ନ ପ୍ରଭା ସିଂ


୩୫)

ନ ଅରି ନାରୀ

ଦୁହି କୂଳକୁ ହିତା

ଜଗତମାତା ।


~ ପୁସ୍ତମ୍ ଯୁଆଡି


୩୬)

ନାରୀ ପ୍ରତିମା

ସୀମାକୁ ଜଗି ସହେ 

ଲଙ୍ଘିଲେ ଦଂଶେ ।


୩୭)

ଶକ୍ତିର ମୂଳ

ସୃଷ୍ଟିକୁ ନିଏ ବାହି

ଜୀବନ ହସେ ।


~ ରଞ୍ଜନ ଜେନା


୩୮)

ନର ଓ ନାରୀ

ପରିପୂରକ ଦୁହେଁ

ହୋଇ ସଂସାରୀ ।


୩୯)

ନାରୀ ମହାନ

ସୃଷ୍ଟି ସଂରଚନାରେ

ବିଧି ବିଧାନ ।


~ ଶମ୍ଭୁନାଥ ଦାସ


୪୦)

ଦୁର୍ବଳ ଶକ୍ତି 

ଭାବନାହିଁ ନାରୀକୁ 

କରିବ ଭକ୍ତି ।


୪୧)

ଆଦର୍ଶ ନାରୀ 

ପରିବାର ସମସ୍ୟା 

ଦିଏ ସୁଧାରି ।


୪୨)

ଶିକ୍ଷିତ ନାରୀ 

କର୍ମ କ୍ଷେତ୍ରରେ ଆଜି 

ନୁହେଁ ବେକାରୀ ।


~ ସନ୍ତୋଷ କୁମାର ସାହୁ


୪୩)

ତୁ ସେଇ ନାରୀ

ମୋ ପ୍ରେରଣା ଦାୟିନୀ

ମାନସ କନ୍ୟା ।


୪୪)

ନାରୀ ପାଇଁ ତ

ଘଟିଛି ମହାଯୁଦ୍ଧ

ଇତିହାସରେ ।


~ ରାଜେଶ କୁମାର ମୁଣ୍ଡ


୪୫)

ନାରୀ ପୁରୁଷ

ଗୋଟିଏ ମୁଦ୍ରାର ସେ

ଦୁଇଟି ପାର୍ଶ୍ବ ।


୪୬)

ନାରୀ ସୁଲଭ

ଗୁଣରେ ଅଳଂକୃତା

ସଦା ବନ୍ଦିତା ।


୪୭)

ବୀରା ରମଣୀ

ଦେଶଜାତି ପାଇଁ ତା

ହାତ ରେ ଖଡ୍ଗ ।


୪୮)

ବନିତା ଲତା

ବିନା ଆଶ୍ରେ ନ ବର୍ତ୍ତନ୍ତି

କବି କବିତା ।


୪୯)

ନାରୀ ର ରୂପ

କବି ଲେଖନୀ ମୁନ

ଚଳଚଞ୍ଚଳ ।


୫୦)

ଜଡ଼ ଚେତନ

ଜଗତ ମୂଳାଧାର

ପ୍ରକୃତି ରାଣୀ ।


୫୧)

ମାତା ଭଗିନୀ

ଜାୟା କନ୍ୟା ରୂପରେ

ନାରୀ ଭୂଷିତା ।


୫୨)

କୈକେୟୀ ମାଆ

ରାମ ସ୍ନେହରେ ଅନ୍ଧ

ମହାନ ନାରୀ ।


୫୩)

କରୁଣାମୟୀ

ସର୍ବସଂହା ଜନନୀ

ସୃଷ୍ଟି କାରିଣୀ ।


୫୪)

ଦୁହିତା ନାରୀ

ଦୁଇ କୁଳକୁ ହିତା

ପ୍ରିୟ ସବୁରି ।


~ ବାସନ୍ତୀ ଦେଈ


୫୫)

ନାରୀ  ନାୟିକା 

ଦୁନିଆ ରଙ୍ଗମଞ୍ଚରେ 

ଭିନ୍ନ ଦୃଶ୍ଯରେ ।


୫୬)

ନାରୀ ପ୍ରକୃତି 

ଅମ୍ଳାନ ତାର କୀର୍ତ୍ତି 

ମମତା ମୂର୍ତ୍ତି ।


୫୭)

ନାରୀ ଋତୁଟେ

ନୁହେଁ ସେ ବର୍ଷା,ଶୀତ 

ଚିର ବସନ୍ତ ।


୫୮)

ନାରୀ ଜନନୀ 

ବାସ୍ନାୟିତ ତୁଳସୀ 

ସଦା କଲ୍ଯାଣୀ ।


୫୯)

ନାରୀ  ଦୁହିତା 

ଜୀବନେ ସ୍ବୟଂସିଦ୍ଧା

ସେ ଅଭିପ୍ରୀତା ।


୬୦)

ନାରୀ  ସାବିତ୍ରୀ 

ଦେବୀ ନୁହେଁ ମାନବୀ 

ସେ ଦୟାବତୀ ।


୬୧)

ନାରୀ  ପ୍ରେରଣା 

ସାନ୍ତ୍ବନାର ସେ ଶକ୍ତି 

ଶ୍ରଦ୍ଧା  ଧୈର୍ଯ୍ଯର ।


୬୨)

ନାରୀ ଅମୃତା

ସର୍ବସଂହା ବସୁଧା 

ପ୍ରେମର ସୁଧା ।


୬୩)

ନାରୀ  ପଣତ 

ଏତେ ସେ ପରିବ୍ଯାପ୍ତ 

ନଥାଏ ସୀମା ।


୬୪)

ନାରୀ ଟିଏ ମୁଁ 

ସକାଳ ସଜଫୁଲ 

ସଂଧ୍ୟାର ଦୀପ ।


୬୫)

ନାରୀ  ବିଦୁଷୀ 

ଜ୍ଞାନ  ଗାରିମା ମୟୀ 

ସ୍ବୟଂ ସଂପୂର୍ଣ୍ଣା ।


୬୬)

ନାରୀ କଣ୍ଡେଇ 

ସୋ କେଶ ର ଭିତରେ 

ଡ୍ରଇଁରୁମ ରେ ।


~ ସମିତା ସ୍ବାଇଁ


୬୭)

ହାଁଡ଼ି ମାକଡ୍'ଚିତ୍ 

ଘରବୁଡ଼ି ପାଏନ୍ ଆଁଠେ

ମାଏଝି କଡ଼ୋ ।


୬୮)

ଢଲିଆ ଖୁସା 

ମାଏଝିର୍ ପରା ବୁଲା 

ନାଇନ ତିରନ୍ ।


~ ମନୀଷା ମିଶ୍ର 


୬୯)

ପୌରୁଷ ହତ 

ବିଦୁଷୀ ଖନା, ନାରୀ 

ଜିହ୍ୱା ଛେଦନ ।


୭୦)

ଶକ୍ତି ଦାୟିନୀ 

ପୁରୁଷର ପ୍ରେରଣା 

ନାରୀ ଅନନ୍ତ ।


୭୧)

ଯୁଦ୍ଧ ଓ ଶାନ୍ତି 

ଭଙ୍ଗାଗଢ଼ା ସଂସାର 

ନାରୀ କୈନ୍ଦ୍ରିକ ।


୭୨)

ତ୍ୟାଗ ପ୍ରତିମା 

ଲହୁ ଲୁହାଣ ନାରୀ

ସହାସ୍ୟ ମୁଖ ।


୭୩)

ଝାନ୍'ସୀର ରାଣୀ 

ନୀର୍ଭୟା, ବୀରାନାରୀ

ଦୃଢ଼, ଅଟଳ ।


୭୪)

ଶହସ୍ର ରୂପା 

ସୃଜନ ଓ ସଂହାର 

ନାରୀ ସଂକଳ୍ପ ।


୭୫)

ପେଟର କ୍ଷୁଧା 

କର୍ତ୍ତବ୍ୟର ତାଡ଼ନା 

ନାରୀ ନିଶ୍ଚଳ ।


୭୬)

ଲେଲିହାନ୍ ବହ୍ନି 

ବ୍ୟଭିଚାର ସଂଘର୍ଷ 

ନାରୀ ତାଣ୍ଡବ ।


୭୭)

ନାରୀ ଅଜେୟା 

ଉଚ୍ଚାଭିଳାଷୀ ଶିର 

କିର୍ତ୍ତି ସୃଜନ ।


୭୮)

ପାତାଳଗାମୀ 

ଭୂଲୁଣ୍ଠିତା ସେ ନାରୀ 

ଧ୍ୱଂସ ସଂସ୍କୃତି ।


~ ମନୀଷା ମିଶ୍ର


୭୯)

ସର୍ବଂସହା ତୁ

ଜାୟା ତୁ ଜନନୀ ତୁ

ଆଦ୍ୟନ୍ତ ବି ତୁ ।


୮୦)

ସଦା ବସନ୍ତ

ବୟସ କେଉଁ ଥାଏ

କବିତା ଲତା ।


~ ଲିଙ୍ଗରାଜ ପାତ୍ର


୮୧)

ସାରା ସଂସାର

ନାରୀ ବିନା ଜୀବନ

ସବୁ ଅସାର ।


୮୨)

ନାରୀ ର ସ୍ପର୍ଶ

ନ ବାଜିଛି ଯେଉଁଠି

ସେ ଅସଂପୂର୍ଣ୍ଣ ।


~ ଡମ୍ବରୁଧର ବାଗ


୮୩)

ନାରୀ ମହାନ

ଅନନ୍ୟା ଅନୁପମା

ଦେବୀ ସମାନ ।


୮୪)

ସେ ନାରୀ ମାତା

ସୃଷ୍ଟିର ଆଦିରୂପା

ସ୍ଥିତି ସଂହିତା ।


~ ସୁଧୀର କୁମାର ପଣ୍ଡା


୮୫)

ନାରୀକୁ ଚିହ୍ନ

ସ୍ରଷ୍ଟା ର ଶ୍ରେଷ୍ଠ ସୃଷ୍ଟି

ଦିଅ ସମ୍ମାନ ।


୮୬)

ଵିଟପୀ ନାରୀ

କାମନା ନିଆଁ ରେ ତା

ଉଜୁଡେ ଘର ।


୮୭)

ପଞ୍ଚ ସତୀଙ୍କୁ

ନିତ୍ୟ ଜଳ ଅର୍ପଣ

ପ୍ରାତଃ ସ୍ମରଣ ।


୮୮)

ସଂସାର ରଥେ

ନାରୀ ବିନା ପୁରୁଷ

ସାରଥୀ ଶୂନ୍ୟ ।


୮୯)

ସୁନା ସଂସାର

ସୁରୁଖୁରୁରେ ଚାଲେ

ନାରୀ କଲ୍ୟାଣୀ ।


୯୦)

ନାରୀ ମୂର୍ତ୍ତି ରେ

ସର୍ବାଙ୍ଗେ ମାଦକତା

ଶିଳ୍ପୀ ତୂଳୀରେ ।


୯୧)

ଫୁଲ ଗଜରା

କେଶ ବିନ୍ୟାସେ ନାରୀ

ସ୍ବର୍ଗ ଅପ୍ସରା ।


୯୨)

ନାରୀ ଟି ଦେବୀ

ପୁରୁଷ କାମନା ର

ନୁହେଁ ସେ ଭୋଗ୍ୟା ।


୯୩)

ପଦ୍ମିନୀ ନାରୀ

ସର୍ଵଗୁଣ ସମ୍ପୂର୍ଣ୍ଣା

ତୁଳନା ନାହିଁ ।


~ ବାସନ୍ତୀ ଦେଈ


୯୪)

ଶୀତଳ ନାରୀ

ଜଳି ସତ, ଅଥଚ

ଚନ୍ଦ୍ରମା ପରି ।


୯୫)

ନିଜ ଠିକଣା

ନିଜକୁ ହିଁ ଅଜଣା

ନାରୀ ଗହଣା ।


~ ଦୀପ୍ତି ମୁଣ୍ଡ


୯୬)

ଆହେ ଅନନ୍ୟା

ନାରୀ ତୁ ନାରାୟଣୀ

ସୃଷ୍ଟି କାରିଣୀ ।


୯୭)

ନାରୀ ପାଠୋଇ

ସବୁ କ୍ଷେତ୍ରରେ ଦେଶ

ଯିବ ଆଗେଇ ।


୯୮)

ସ୍ନେହ ଦାୟିନୀ

ପ୍ରେରଣା ମନ୍ଦାକିନୀ

ସମ୍ପୁର୍ଣ୍ଣା ନାରୀ ।


୯୯)

ଯୌତୁକ ବ୍ୟାଧି

ନାରୀ ନିର୍ଯ୍ୟାତନା ରେ

ଜଳଇ ଜୁଇ ।


୧୦୦)

ଆଜିର ନାରୀ

ସର୍ବକ୍ଷେତ୍ରେ ଅଗ୍ରଣୀ

ସାରା ବିଶ୍ଵରେ ।


୧୦୧)

ଚରିତ୍ରହୀନା

ନାରୀ ସାଜିଲେ ହୁଏ

ବଦନାମରେ ।


୧୦୨)

ନାରୀ ପୁରୁଷ

ଗୋଟିଏ ମୁଦ୍ରାର ତ

ଦୁଇଟି ପାର୍ଶ୍ୱ ।


୧୦୩)

ଜାୟା ଜନନୀ

ନାରୀ ଏକାଧାର ରେ

ଭଗିନୀ ମଧ୍ୟ ।


୧୦୪)

ସୃଷ୍ଟି କଲ୍ୟାଣେ

ନାରୀର ଜନ୍ମ ଅଟେ

ଭୋଗେ ଯାତନା ।


୧୦୫)

ସନ୍ତାନ ସୁଖେ

ଶୋକ ର ମନ୍ଦାକିନୀ

ନାରୀ ଲୁହରେ ।


୧୦୬)

ନାରୀ ବିହୀନ

ଗୃହ ଅସୁନ୍ଦର ସେ

ସଂସାର ମଧ୍ୟେ ।


୧୦୭)

ରାମାୟଣ ରେ

ସତୀ ନାରୀ ରୂପରେ

ଜନକ କନ୍ୟା ।


୧୦୮)

ପୁରାଣ ଗାଥା

ନାରୀ ଚରିତ୍ର ସହ

ପୃଷ୍ଠା ମଣ୍ଡନ ।


୧୦୯)

ସଂସ୍କାର ଧାରା

ନାରୀ ଠାରୁ ଶିଖନ୍ତି

ପରିବାର ରେ ।


୧୧୦)

ପଦ୍ମିନୀ ନାରୀ

ପଦ୍ମ ସୁଗନ୍ଧ  ଭରା

ଦେହର ବାସ ।


୧୧୧)

ଚାରି ଜାତୀୟା

ନାରୀ ର ରୂପ ଗୁଣ

ବର୍ଣ୍ଣେ ପୁରାଣ ।


୧୧୨)

ଶିକ୍ଷିତା ନାରୀ

ପରିବାର ଗଢେସେ

ଶିକ୍ଷିତ କରି ।


୧୧୩)

ଧରିତ୍ରୀ ସମ

ନାରୀ ସହନଶୀଳା

କ୍ଷମା ଦାୟିନୀ ।


୧୧୪)

ବହୁତ ପତ୍ନୀ

ନାରୀ ନିର୍ଯ୍ୟାତନା ର

କାରଣ ସିନା ।


୧୧୫)

ଅଧୁନା ନାରୀ

ଅଶ୍ଳୀଳ ପୋଷାକେ ସେ

ଆଭରଣ ରେ ।


୧୧୬)

ନାରୀ ମହାନ

ଅବଳା ଦୁର୍ବଳା ସେ

ନୁହେଁ ସଂସାରେ ।


୧୧୭)

ନାରୀପବାଦ

ସମାଜ ନଷ୍ଟଭ୍ରଷ୍ଟ

ଧ୍ଵଂସାଭିମୁଖୀ ।


୧୧୮)

ନାରୀ ନେତ୍ରୀ ସେ

ସରୋଜିନୀ ନାଇଡୁ

ଅହିଂସା ନୀତି ।


୧୧୯)

ଲାଜ ଆଇନା

ନାରୀ ର ଅଟେ ପରା

ଶ୍ରେଷ୍ଠ ଗହଣା ।


୧୨୦)

ନାରୀ ର ମନ

ଶୀତଳ ଜ୍ୟୋତ୍ସ୍ନା ପରି

ଭାରି ନିର୍ମଳ ।


୧୨୧)

ମାତୃତ୍ଵ ଝର

ନାରୀ ସଦା ନିର୍ଝର

ସନ୍ତାନ ପାଇଁ ।


୧୨୨)

ଦୁଷ୍ଟ ସଂହାରି

ଯୁଗେ ଯୁଗେ ନାରୀ ତ

ଅବତରଇ ।


୧୨୩)

କାମନା ବାଣେ

ନାରୀ ଧ୍ଵଂସ ପାଉଛି

ପୁରୁଷ ପାଇଁ ।


୧୨୪)

ନାରୀର ଗୀତି

ମଥା ନଇଁଯାଏ ତ

ଅଭୁଲା ସ୍ମୃତି ।


୧୨୫)

ପୁରୁଷ ପଛେ

ନାରୀର ହାତ ଥାଏ

ସବୁ କ୍ଷେତ୍ରରେ ।


~ ଦମୟନ୍ତୀ ରଥ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH