हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

गुरुवार, 1 जुलाई 2021

~•~ ODIA TANKA POEMS - 1 ~•~

ସାରସ୍ୱତ "Tanka/ତାଂକା" କାବ୍ୟ ଯାତ୍ରା

୧)

ମନ ଗ୍ୟାଲେରୀ

ଅଛ ହୃଦ ଭିତରେ

ତୁମେ ରୂପସୀ

କିପରି ଭୁଲିବି ମୁଁ 

ତୁମ ଅଭୁଲା ସ୍ମୃତି ।


~ ପ୍ରଦୀପ କୁମାର ଦାଶ


୨)

ରୂପସୀ କନ୍ୟା

ଓଠରେ ମଧୁ ବନ୍ୟା

ଓଦା ପଣତ

ଆଖି ମୃଦୁ ଝରଣା

ସନ୍ୟାସୀ ଧ୍ୟାନ ଭଗ୍ନା ।


୩)

ମନ ମୋ ସିକ୍ତ

ତୁମର ବିଚ୍ଛେଦରେ

ହୃଦୟ ରିକ୍ତ

ନିତି ଜୀଇଁ କି ମରେ

ପ୍ରୀତି ମୋ ଗାଢ଼ ରକ୍ତ ।


~ ରାଜେଶ କୁମାର ମୁଣ୍ଡ


୪)

ମନ ମଇନା

ନୀଳ ଆକାଶ ପରେ

ଡେଣା ହଲାଇ

ପ୍ରିୟା କୁ କହିବୁରେ

ରହିଛି ମୁଁ ଅନାଇ !


~ ଆଶୁତୋଷ ମେହେର


୫)

ତୋ ଭିତରେ ମୁଁ

ରହିଛି ରହିଥିବି 

ସବୁ ଜନ୍ମରେ

ଜହ୍ନ ତାରା ମେଳରେ 

କରିବା ଘରଟେରେ ।


~ ପ୍ରତିମା ମେହେର


୬)

ସ୍ନିଗ୍ଧ ଜୋଛନା 

ମହାନଦୀର ବକ୍ଷେ 

ଅଭୂଲା ସ୍ମୃତି 

ତନ୍ଦ୍ରାହୀନ ନୟନ 

କାହିଁ ସେ ସିହରଣ ।


୭)

ତମସା ତୀରେ 

ନାହିଁତ କୁଜ୍ଝଟିକା 

ଲୁପ୍ତ ସେ ଧାରା 

ନିସ୍ତବ୍ଧ ନିକାଞ୍ଚନ 

ଅଫେରା ଇତିହାସ ।


୮)

ଉନ୍ନତ ନାଶା 

କୁଞ୍ଚିତ କେଶରାଶି 

ମୃଗ ନୟନୀ 

କାହିଁ ସେ ପ୍ରିୟତମା 

ଅଭିମାନେ ମଉନ ।


~ ରମାକାନ୍ତ ସତପଥି 


୯)

ମହୁଆ ବାସ୍ନା 

ରାତ୍ରୀର ନିର୍ଜନତା 

ସୁନେଲି ସ୍ୱପ୍ନେ 

ହଜିଯାଏ ହୃଦୟ

ପୁଳକିତ ଶରୀର ।


୧୦)

ଜହ୍ନ ହସୁଛି 

ଛନ୍ଦାୟିତ ଶରୀର 

ମହୁଆ ବାସ୍ନା 

ଅତୀତ ପୃଷ୍ଠାତଳେ 

ଆତ୍ମ ବିଭୋର ମନ ।


୧୧)

ନିର୍ଜନ ରାତ୍ରୀ

ଉନ୍ମୁକ୍ତ ବାତାୟନ 

ଦୃଷ୍ଟି ନିବଦ୍ଧ 

ସୁଦୂର ଦିଗ୍'ବଳୟ 

ଅକୁହା ମନ ବ୍ୟଥା ।


~ ମନୀଷା ମିଶ୍ର


୧୨)

ଆରେ ଫଗୁଣ 

ମନ କୁ କଲୁ ଚୋରି 

କଲୁ କୁହୁକ 

ମଳୟ କହେ  କାନେ 

ଚୁପି ଚୁପିକି ଆସି ।


~ ରତ୍ନ ପ୍ରଭା ସିଂ


୧୩)

ମନ ଚଢେଇ

ଉଡିଗଲୁ କାହିଁକି 

ଭାବ ଲଗେଇ, 

କେମିତି ରହିବି ମୁଁ'

ତୋ'ଠୁ ଅଲଗା ହୋଇ ।


୧୪)

ସେଦିନ ପ୍ରିୟା 

ଆକାଶରେ ନ,ଥିଲା

ତାରା କି'ଜହ୍ନ, 

ଖାଲି ତୁମେ ଆଉ ମୁଁ'

ମୋ ଗାଢ ଆଲିଙ୍ଗନ।


~ ସମିତା ସ୍ବାଇଁ


୧୫)

ଝଡି ବରଷା

ନଈ ଲଂଘିଲା କୂଳ

ଯିବାକୁ ହେବ

ରାତି ଟା ଘନେଇଲା

ବିପଦ ଆସିଲା ମାଡ଼ି ।


୧୬)

ଅତୀତ ସ୍ମୃତି

ଭୁଲିଛି କିଏ କେବେ

ଜୀବନ ଗୀତି

ଉଜ୍ଜୀବିତ ହୋଇଲେ

ଦେହ ଯାଏ ଶିହରି ।


~ ଡମ୍ବରୁଧର ବାଗ


୧୭)

ଶୂନ୍ୟ ପୁରୁଷ

ନିର୍ଗୁଣ ନିରାକାର

ରୂପ କଳ୍ପନା

ହୃଦୟେ ସମର୍ପଣ

ଦିଏ ଭକ୍ତି କୁସୁମ ।


୧୮)

ବରଷା କାଳ

ବିରହ ବେଦନା ରେ

ଅସ୍ଥିର ମନ

ପାଶେ ମୋ ନାହିଁ ପ୍ରିୟା

ଝରେ ପ୍ରେମ ର ଫଲ୍ଗୁ ।


~ ବାସନ୍ତୀ ଦେଈ


୧୯)

ଚାନ୍ଦିନୀ ରାତି

ମିଟି ମିଟି ତାରକା

ପ୍ରିୟା ଲୋ ମୋର

ଭିଜିବା ତନ୍ଦ୍ରାଲୋକେ

ମଧୁଝରା ଲଗନେ ।


୨୦)

ପ୍ରେମଟା ସିନା

ଅଢେଇ ଅକ୍ଷର ସେ

ମିଠା ବାସ୍ନାରେ

ଝରା ଫଗୁଣ ମହକେ

ଭରେସେ ପ୍ରୀତି ଫଲ୍ଗୁ ।


୨୧)

ମେଘ ସବାରୀ

ଆସିଛି ଶ୍ରାବଣୀ ତ

ରାଗ ମହ୍ଲାରେ

ଝିପି ଝିପି ବର୍ଷା ରେ

ଆମ ଗାଆଁ କୁ ପରା ।


୨୨)

ରଜନୀଗନ୍ଧା

ଫୁଲର ରାଣୀ ତୁଲୋ

ମହକ ଭରା

ଉନ୍ମୁକ୍ତ କବରୀ ରେ

ସଜାଏ ପ୍ରିୟା ମୋର ।


୨୩)

କିଏ ମାଖିଲା

ତୋ ଦେହେ ସପ୍ତରଙ୍ଗ

ଇନ୍ଦ୍ରଧନୁ ତୁ

କାହା ତୂଳୀ ସ୍ପର୍ଶରେ

ଜୀବନ୍ତ ଦିଶୁ ତୁହି ।


୨୪)

ନୀଳ ତରଙ୍ଗ

ଘନ ଜଳ ରାଶିରେ

ବୋଇତ ମେଲି

ସାତ ଦରିଆ ପାରେ

ସାଧବ ପୁଅ ଯାଏ ।


୨୫)

ସାଧବ ବୋହୁ

ନାଲି ଟୁକୁ ଟୁକୁ ତୁ

ଶ୍ୟାମଳ ଘାସେ

ଝଡି ବର୍ଷାର ସାଥେ

ଓଢଣୀ ଟାଣି ମୁଣ୍ଡେ ।


୨୬)

ଭରା କଦମ୍ବ

ବାସ୍ନାୟିତ ଧରଣୀ

ପ୍ରାଣ ଓ ମନ

ପୁଲକିତ ହୁଏରେ

ଆଦ୍ୟ ଆଷାଢ ବର୍ଷା ।


୨୭)

ଗାଆଁରେ ମୋର

ସକାଳ ସୂର୍ଯ୍ୟ ଉଏଁ

କିରଣ ବୁଣି

ଅଳସ ଡେଣାକୁ ଝାଡି

ପକ୍ଷୀ ଯାଆନ୍ତି ଉଡି ।


୨୮)

ଜନ୍ମଭୂମି  ମୋ

ସ୍ଵର୍ଣ୍ଣମୟୀ ମାଆଟି

ସକଳ ପ୍ରାଣେ

ଶାନ୍ତି ମୈତ୍ରୀ ବାରତା

ନିଇତି ଏଠି ବୁଣେ ।


୨୯)

ଦୂର ଦିଗନ୍ତ

ସମୁଦ୍ର ଓ ଆକାଶ

ଏକାକାର ସେ

ଘନ କୁଜ୍ଝଟୀକା ରେ

ନିସ୍ତବ୍ଧ ଇଲାକା ସେ ।


୩୦)

ନୀଳ ଶଇଳେ

ନୀଳ ସିନ୍ଧୁ ର ତୀରେ

ନୀଳ ଗଗନେ

ନୀଳ ଚକ୍ର ବାନା ତୋ

ଉଡଇ ଫରଫର ।


୩୧)

ଅତୀତ ସ୍ମୃତି

ବାରବାଟୀ ଦୁର୍ଗ ସେ

ଚାରୁ ଉତ୍କଳେ

ଗର୍ବ ଗୌରବ ଆଣି

ମୁକସାକ୍ଷୀ ଅଟଇ ।


୩୨)

ପ୍ରିୟା ଲୋ ମୋର

ଜହ୍ନରେ ତୋଳିବି ତ

ଏକ ନଅର

ସାଜିବୁ ରାଣୀ ତୁଲୋ

ମୁଁ ସାଜିବି ତୋ ରାଜା ।


୩୩)

ଆଦ୍ୟ ଆଷାଢେ

ଭିଜା ମାଟିର ବାସ୍ନା

ପ୍ରାଣ ମନରେ

ଆକୁଳ ଭରା ତୃଷ୍ଣା

ଜୀବ ଜଗତ ପ୍ରାୟେ ।


~ ଦମୟନ୍ତୀ ରଥ


୩୪)

ମୋ ପ୍ରାଣପ୍ରୀୟା

ହସ ତା ମନଲୋଭା

ହୃଦୟ ଛୁଆଁ

ମନ ମୋ ଝୁରିମରେ

ସେଇ ହସରେ କିଆଁ ।


୩୫)

ମୋ ମାଟି ମାଆ

ତାହାରି ସାନ୍ନିଧ୍ୟରେ

ବଢଇ ଆହା

ଧନ୍ୟ ମୋର ଜୀବନ

ମୋ ପ୍ରାଣ ତା'ର ଦାନ ।


~ ସୁଧୀର କୁମାର ପଣ୍ଡା


୩୬)

ତୁମ ଆଖିରେ

ଖୋଜିଛି କେତେ ଅର୍ଥ

ପାଇନି କେବେ

ଏବେ ଅର୍ଥ ପାଇଛି

ଯା' ଅନର୍ଥର ମୂଳ ।


୩୭)

ମଝି ଆକାଶେ

ଉଡାଣଖୋର ପକ୍ଷୀ

ସେ କେଉଁ ଜାଣେ

ମାଟି ନା ଆକାଶର

ଉଡିବା ଯେ ତା ଧର୍ମ ।


~ ଲିଙ୍ଗରାଜ ପାତ୍ର


୩୮)

ନିରବୀ ଯାଏ

କେତେ ଆପଣା ସ୍ୱର

ମୃତ୍ୟୁର ଭୟ 

ବିସ୍ତାରେ ତାର କାୟା

ଆସଇ ଯେବେ ଜ୍ୱର ।


~ ରଞ୍ଜନ ଜେନା


୩୯)

କାଳିଆ ସୁନା

ଆସୁଛି ରଥଯାତ୍ରା

ବୁଣିବି ପାଟ

ଗୁନ୍ଥିଵି ଟାହିଆ ଟେ

ଦେଇ ଭକ୍ତି ସୁମନ ।


୪୦)

ଭାବ ଭକ୍ତି ରେ

ଦର୍ଶନ ଦେବୁ ମୋତେ

କଳା କାଞ୍ଚନ

ଲାଗେନା ମୋତେ ଭଲ

ବିନା ତୋ ଦରଶନ ।


୪୧)

ପରଜାପତି

ଫୁଲ ରୁ ଫୁଲ ଉଡେ

ତରକା ଅତି

ଦେଇ ଓଠେ ଚୁମ୍ବନ

କରଇ ମଧୁ ପାନ ।


~ ବାସନ୍ତୀ ଦେଈ


୪୨)

ଜଗତନାଥ

ପଦ୍ମପାଦେ ତୁମ୍ଭର

ଆନନ ନତ

କୃପା କଟାକ୍ଷ ତୁମ

ରହିଥାଉ ଅନନ୍ତ ।


୪୩)

ପ୍ରକୃତି ରାଣୀ

ରୂପେ ମୋହିତ ମୁଁ ଯେ

କରିଛ ଗୁଣି

ହଜିଯାଏ ତୁମଠି

ପାରେନାହିଁ ମୁଁ ଜାଣି ।


୪୪)

ପ୍ରୀତିର ରସ

ମଧୁଠୁ ମଧୁର ଯା'

ସତେ ପୀୟୁଷ

ଜୀବ ଗଣ ସର୍ବେ ଯା'

ପାଖେ ହୁଅନ୍ତି ବଶ ।


୪୫)

ପ୍ରିୟ ଗୋ ପ୍ରିୟ

ତୁମ ପ୍ରୀତି ପରଶ

ଟିକିଏ ଦିଅ

ଏଇ ମଧୁ ଲଗନେ

ଛାଡି ଜମା ନ ଯାଅ ।


୪୬)

ଜୋଛନାରାଣୀ

କେତେ ପରଶୁଛ ଗୋ

ପୀରତି ପାଣି

ରାତ୍ରୀରେ ରଚ ରାସ

ସତେ ଭାରି ସିହାଣୀ ।


୪୭)

ଉଷା ଗୋ ଉଷା

ତୁମ ଆଗମନରେ

ବିଗତ ନିଶା

କର୍ମ ପ୍ରେରଣାର

ଜାଗେ ନବପ୍ରତ୍ୟାଶା ।


~ ଚିନ୍ମୟୀ ସାହୁ


୪୮)

ଆସିଛି ବର୍ଷା

ଖେତକୁ ଯାଏ ଚଷା

ଲଙ୍ଗଳ ସଜା

ବେଙ୍ଗ ବେଙ୍ଗୁଲି ବାହା

ଆକାଶେ ବାଜେ ବାଜା ।


୪୯)

ଜୀବନ ଦୀପ

ଦପ ଦପ କରୁଛି

କେଜାଣି କେବେ

ତାହା ଯିବଟି ଲିଭି

ପ୍ରଭୁ ଶରଣେ ଯିବି ।


~ ଜୟରାମ ସାହୁ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH