हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शनिवार, 31 जुलाई 2021

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା, ଜୁଲାଇ ~୨୦୨୧ ର ଉତ୍କୃଷ୍ଟ ଓଡ଼ିଆ ହାଇକୁ

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା

ଜୁଲାଇ - ୨୦୨୧

ହାଇକୁ 


୧)

ଫୁଟିଛି ଫୁଲ 

ଲେଖିଯାଏ କବିତା 

କବି ଭ୍ରମର । 


~ ପ୍ରଦୀପ କୁମାର ଦାଶ


୨)

ମୁଗ୍ଧ ରଜନୀ 

ଶିହରୀତ ଶରୀର 

ମଳୟ ଗୀତ ।


୩)

ନୂପୁର ହଜେ 

ଅବସ ଯତିପାତ 

ବେସୁରା ଗୀତ ।


~ ମନୀଷା ମିଶ୍ର


୪)

ପଥ ପ୍ରାନ୍ତରେ 

ମଣିଷ ପାଦଚିହ୍ନ 

ସଂଗ୍ରାମ ରତ ।


~ ରମାକାନ୍ତ ସତପଥି


୫)

ଏକଲା କଇଁ

ଗାଧୋଉଛି ଗୋପନେ

ଜହ୍ନ ମାତିଛି ।


~ ରାଜେଶ କୁମାର ମୁଣ୍ଡ


୬)

ଜୀବନ ଜଳେ

ପ୍ରଦୁଷିତ ନିଶ୍ବାସ

ଯାତନା ଜୁଇ ।


୭)

ଫୁଲ ଫୁଟଇ

ମାଟି ପାଣି ପବନ

ବୃକ୍ଷ ହସଇ ।


୮)

ମନ ଆଇନା

ଆଙ୍କେସେ କେତେ ଚିତ୍ର

ନିରବତାରେ ।


~ ସମିତା ସ୍ବାଇଁ


୦୯)

ପ୍ରବଳ ବର୍ଷା

ମୁହୂର୍ତ୍ତଟେ ଜଳୁଛି

ମନ ଭିତରେ ।


~ ରାଜେଶ କୁମାର ମୁଣ୍ଡ


୧୦)

ରକ୍ତ ପିପାସୁ 

ଅଣ୍ଟି ଛୁରୀ ତଣ୍ଟିରେ 

ସଂପର୍କ ଛିନ୍ନ ।


~ ରମାକାନ୍ତ ସତପଥି 


୧୧)

ନର ରାକ୍ଷସ 

ନିଃସଂକୋଚ ଶାଣିତ 

ଶିଶୁର ହତ୍ୟା ।


~ ମନୀଷା ମିଶ୍ର


୧୨)

ମଦର ବନ୍ୟା 

କ୍ଷତ, ବିକ୍ଷତ ପ୍ରାଣ 

ପୌରୁଷ ହଜେ ।


~ ରମାକାନ୍ତ ସତପଥି


୧୩)

ସୁରକ୍ଷା ଗଣ୍ଠି 

ନେଇ ପାରିବୁ ନାହିଁ 

ଧନ ସମ୍ପତ୍ତି ।


~ ପ୍ରଦୀପ କୁମାର ଦାଶ


୧୪)

ସକାଳ ହେଲା

ଶୋଇଲେ ତାରାଗଣ

କାକ ଡାକେ କା ।


୧୫)

ମିଛ ଦୁନିଆ

ଏଠି କିଏ କାହାର

ସଭିଏଁ ପର ।


~ ଶ୍ରୀରାମ ସାହୁ


୧୬)

ଜୀବନ ମନ୍ତ୍ର

ବିପତି କାଳେ ପ୍ରାଣ

ହସାଉ ଥିଵ ।


~ ଦେଵେନ୍ଦ୍ର ନାରାୟଣ ଦାସ


୧୭)

ଜୁଇ ଜଳୁଛି

ସତ୍ୟ, ଧର୍ମ, ନ୍ୟାୟର

କେବେ ଲିଭିବ ?


~ ରାଜେଶ କୁମାର ମୁଣ୍ଡ


୧୮)

ବର୍ଷା ଆସିଛି 

ଭିଜାମାଟିର ଗନ୍ଧ 

ସ୍ୱପ୍ନ ହଜିଛି ।


୧୯)

ସବୁଜ କାନି

କାଦୁଅର ଛିଟିକା 

ହସେ ଧରଣୀ ।


~ ମନୀଷା ମିଶ୍ର


୨୦)

କାନ୍ଦେ ଜୀବନ

କରୋନା କହରରେ

କମ୍ପୁଛି ଧରା ।


~ ରାଜେଶ କୁମାର ମୁଣ୍ଡ


୨୧)

ଜଳେ ସହର

କଂକ୍ରିଟ ଜଙ୍ଗଲ ରେ

ହା ହୁତାଶନ ।


~ ବାସନ୍ତୀ ଦେଈ


୨୨)

ଫୁଲଟି ଫୁଟେ 

ବଣରେ ପକ୍ଷୀ ରାବେ 

ସୁରୁଜ ଜାଗେ ।


~ ଦେବେନ୍ଦ୍ର ନାରାୟଣ ଦାସ 


୨୩)

ପ୍ରବଳ ବର୍ଷା

ଦଦରା ଛାତ ଫାଙ୍କ

ଜୀବନ ଖସେ ।


~ ରାଜେଶ କୁମାର ମୁଣ୍ଡ


୨୪)

ଆକାଶ ଦେଖେ

ଯେବେ ସିନ୍ଦୁରି ସ୍ୱପ୍ନ 

ହସଇ ଧରା ।


~ ଶ୍ରୀରାମ ସାହୁ


୨୫)

ପତ୍ରର ଜଳେ

ଦେଖୁଛି ଅନାମିକା

ପ୍ରିୟାର ମୁଖ ।


~ ରାଜେଶ କୁମାର ମୁଣ୍ଡ 


୨୬)

ମାଆଁର ଭାଷା

କର ଘୁଷକୁ ଘୁଷା

ପୁରାବା ଆଶା ।


~ ଗୌରାଂଗ


୨୭)

ସବୁଜ ପତ୍ର

କଅଁଳିବା ବେଳେ ହିଁ

ଖାଇଲା ପୋକ ।


~ ରାଜେଶ କୁମାର ମୁଣ୍ଡ


୨୮)

ଚେନାଏ ହସ

ସଭିଙ୍କୁ କରେ ବଶ

ଭରେ ପୁଲକ ।


୨୯)

ମମତା  ଝର

ଚାଳ ଛପର ଘର

ଲାଗେ ସୁନ୍ଦର ।


~ ସମିତା ସ୍ବାଇଁ ।


୩୦)

କାଚ ଝରକା

ବୁନ୍ଦା ବୁନ୍ଦା କାକର

ବର୍ଷାର ଭ୍ରମ ।


~ ମନୀଷା ମିଶ୍ର


୩୧)

ସୁରୁଜ ଉଏଁ 

ସକାଳଟା ହସୁଛି 

ରକ୍ତିମ ଆଭା ।


୩୨)

ନଭ ମାଖିଛି 

ଇନ୍ଦ୍ରଧନୁର ରଙ୍ଗ 

ହସୁଛି ସୂର୍ଯ୍ୟ ।


୩୩)

ବସନ୍ତ ଆସେ 

ଫୁଲେ ଫୁଲେ ମହକ 

ଭ୍ରମର ହଜେ ।  


~ ଜିଗୀଷା ମିଶ୍ର


୩୪)

କଖାରୁ ଲତା

ଛପରେ ଛନ୍ଦ ତୋଳେ 

ବାଦଲ କାନ୍ଦେ ।


~ ରଞ୍ଜନ ଜେନା


୩୫)

ସମୟ ଗତି

ବେଦନାର ମୁହୂର୍ତ୍ତ

ପୁରୁଣା ବହି ।


୩୬)

ବାଲିର ଘର

ସମୟ ତୀବ୍ର ସ୍ରୋତ

ନିଶ୍ଚିହ୍ନ, ଲୁପ୍ତ ।


~ ରମାକାନ୍ତ ସତପଥି


୩୭)

ଫୁଲ ର ହସ

ପ୍ରଭୂ ଗଢଣି ଧାରେ

ଜୀବନ ବାସ ।


~ ଆଶୁତୋଷ ମେହେର


୩୮)

ଗଭୀର ସ୍ବପ୍ନ

ଯନ୍ତ୍ରଣାର ସାନ୍ଧ୍ରତା

ସଫଳ ଲକ୍ଷ୍ୟ ।


୩୯)

ତମସା ତୀରେ

ଜ୍ଞାନ ଆଲୋକାବର୍ତ୍ତ

ଗୁରୁଙ୍କ କୃପା ।


୪୦)

ଗୁରୁ ଆଶୀଷ

ଜୀବନର ପାଥେୟ

ଜ୍ଞାନ ଆଲୋକ ।


୪୧)

ଅକଳ୍ପ କଳ୍ପ

ଆକର୍ଷଣ ଆଣଇ

ଇଷିକା ପଟ ।


୪୨)

ପ୍ରପାତ ଜଳ

ଇନ୍ଦ୍ରଧନୁର ଚ୍ଛଟା

ଅପୂର୍ବ ଦୃଶ୍ୟ ।


~ ରମାକାନ୍ତ ସତପଥି


୪୩)

ରଜର ଦୋଳି

ପୋଡ଼ପିଠାର ବାସ୍ନା

ରଜ ମଉଜ ।


୪୪)

ଚାନ୍ଦ ବନ୍ଦାଣ

ଜହ୍ନିଫୁଲ ଆଞ୍ଜୁଳା

ସୁନ୍ଦର ବର ।


୪୫)

ଶରତ ସନ୍ଧ୍ୟା

ଫୁଲ ବଉଳ ବେଣୀ

କୁମାରୀ ଗୀତ ।


୪୬)

ଘାସ ଗାଲିଚା

ନାଲି ଟୁକୁଟୁକୁ ସେ

ସାଧବ ବୋହୁ ।


୪୭)

ଘଞ୍ଚ ଜଙ୍ଗଲ

ଧ୍ୟାନରତ ସନ୍ୟାସୀ

ପର୍ଣ୍ଣ କୁଟୀର ।


୪୮)

ଫୁଲ ସମ୍ଭାର

ନୃତ୍ୟରତା ମୟୂରୀ

ସୁନ୍ଦର ଆଭା ।


୪୯)

ତାରକା ପୁଞ୍ଜ

ବିଭାବରୀର ଶୋଭା

ଅଣୁ ଗୁଞ୍ଜନ ।


୫୦)

ଗୋଠ ବାହୁଡା଼

ମୁଖରିତ ଧରଣୀ

ଗାଆଁ ହସୁଛି ।


୫୧)

ନିସ୍ତବ୍ଧ ରାତ୍ରୀ

ଅଧାଲେଖା କାହାଣୀ

ସିହାଇ ଶେଷ ।


~ ମନୀଷା ମିଶ୍ର


୫୨)

ଆକାଶେ ମେଘ

ବର୍ଷାର ଦେଖା ନାହିଁ 

ଭୋକିଲା ବେଙ୍ଗ ।


~ ରାଜେଶ କୁମାର ମୁଣ୍ଡ


୫୩)

ଟିକି ଚଢ଼େଇ

ଫୁର୍ କିନା ଉଡିଯାଏ

ଡେଣା ମେଲାଇ ।


୫୪)

ଟୋପେ ସିନ୍ଦୂର

ଦୁଇ ପଟ ଶଙ୍ଖା ରେ

ମହାମିଳନ ।


~ ବାସନ୍ତୀ ଦେଈ


୫୫)

ଧାରେ ଆଲୁଅ

ଭେଦି ଯାଏ ହୃଦୟ

କରେ କ୍ଷତାକ୍ତ ।


~ ରାଜେଶ କୁମାର ମୁଣ୍ଡ


୫୬)

ପ୍ରକୃତି ରାଣୀ

ଶୋଭା ର ଗନ୍ତାଘର

କିଏ ବିନ୍ଧାଣି ?


~ ବାସନ୍ତୀ ଦେଈ


୫୭)

ବର୍ଷା ତ ନାହିଁ

ମୌସୁମୀର ମାୟା

ଆକାଶୀ ଲୁହ ।


~ ରାଜେଶ କୁମାର ମୁଣ୍ଡ


୫୮)

ବିଚିତ୍ର ଧରା

ସୃଷ୍ଟି, ସ୍ଥିତି, ବିଳୟ

ଅବୋଧ୍ୟ ଭାଷା ।


~ ରମାକାନ୍ତ ସତପଥି


୫୯)

ସମୟ ସୁଅ

ପ୍ରବାହମାନ ଧାରା

ଅଫେରା ସ୍ମୃତି ।


~ ମନୀଷା ମିଶ୍ର


୬୦)

ଓଦା ଚାହାଣି

ବର୍ଷା ଭିଜା ସକାଳ

କୃତ୍ରିମ ହସ ।


~ ରାଜେଶ କୁମାର ମୁଣ୍ଡ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH