हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शुक्रवार, 30 जुलाई 2021

ODIA CHOKA POEMS ~ 10

~ ସାରସ୍ୱତ CHOKA/ଚୋକା କାବ୍ୟ ଯାତ୍ରା ~ ୧୦ ~ 

ଚୋକା 

୧)  

ଫୁଲଟି ଫୁଟେ 

ବାଣ୍ଟେ ସେ ସମସ୍ତଙ୍କୁ

ଅସୀମ ଖୁସି

ବସେ ଭଅଁର ଆସି

ହସେ ମୁରୁକି

ପାଖେ ପରଜାପତି 

ପ୍ରେମରେ ପଡ଼ି

ହେଉଛି ଛଟପଟ 

କ୍ଷୁଦ୍ର ପ୍ରଦୀପ 

ତାର ଆଲୁଅ ଧାର

ଦିଏ ଅଜ୍ଞାନ ନାଶି ।

---0---


~ ପ୍ରଦୀପ କୁମାର ଦାଶ


୨)

କାକର ବୁନ୍ଦା 

ସତେ ଅବା ପଡୁଛି

ଥିପୁଛି ବର୍ଷା

କିଛି କାମକୁ ନାହିଁ

ହତାଶ ଚାଷୀ

ମେଘର ରୂପ ଦେଖି

ବିକ୍ରି ହେଇନି

ଗତ ଚାଷ ଅମଳ

ଋଣ ଶୁଝିନି

ମୁଣ୍ଡରେ କର ମାରି

ନିନ୍ଦେ ଭାଗ୍ୟକୁ

କିଏ କରିବ ଆହା

ଈଶ୍ୱର ହିଁ ତ ସାହା ।

---0---


~ ରାଜେଶ କୁମାର ମୁଣ୍ଡ


୩)

ଶ୍ରାବଣ ଧାରା

ମୁଷଳ ବର୍ଷା ଛିଟା

ସାଇଁ ସାଇଁ ଗର୍ଜନ

ସମୀରଣର

ଘଡଘଡି କମ୍ପନ

ଦୁଲୁକେ ଛାତି

ଘୋର ଅନ୍ଧାର ରାତ୍ରୀ

ଝିଙ୍କାରି ଝିଁ ଝିଁ

ବେଙ୍ଗର କ'ଟ କ'ଟ ରଡି

ନିଶା ଗର୍ଜୁଛି

ବିଜୁଳିର ଚମକ

ପେଚାର ହୁ'ଟ ହୁ'ଟ

ବିକଟ ରଡି

ଜଳମୟ ଧରିତ୍ରୀ

ଶୂନ୍ୟତା ଖାଲି

ଚାରିଆଡ ନିସ୍ତବ୍ଧ

ଜନ ମାନବ ଶୂନ୍ୟ ।

---0---


~ ରମାକାନ୍ତ ସତପଥି


୪)

ଭଅଁର ପରା

ହେଉଛି ଆକର୍ଷିତ

ଚୁମିବା ପାଇଁ

ନାଲି ଅଧର ଓଠ

ସକାଳେ ସଞ୍ଜେ

ଘୁରି ବୁଲଇ ନିତି

ଗୀତଟି ଗାଇ

ଆସଇ ଫୁଲ ପାସେ

ଆଖିରେ ତା'ର

ଗାଢ଼ ପ୍ରେମର ରଙ୍ଗ

ଈଶାରା ତା'ର

ମନକୁ ଦିଏ ହାଣି

ମାନେନା ସେ ଯେ

ବାଡ଼ ବନ୍ଧନ କା'ର

ହଜାଏ ମନ

ଫୁଲ ଉପରେ ବସି

ପ୍ରୀତି ରସରେ ରସି ।

---0---


~ ପ୍ରତିମା ମେହେର


୫)

ଝର୍କା ସେପାଖେ

ନୃତ୍ୟରତ ଶ୍ରାବଣ

ବର୍ଷା ଝରୁଛି

ଟ'ପ ଟ'ପ ମୁକ୍ତା ବିନ୍ଦୁର

ସବୁଜ ଧରା

ସୂର୍ଯ୍ୟ ଯେ ହଜିଯାଏ

ନିଷ୍ଠୁର ମେଘ

ଥୁଣ୍ଟା ଗଛ ଡାଳରେ

ନିଶ୍ଚଳ ବଣି

କ୍ଷୁଧାର୍ତ୍ତ ତା' ଶାବକ

କିଂ କର୍ତ୍ତବ୍ୟ ବିମୁଢ଼ ।

---0---


~ ମନୀଷା ମିଶ୍ର


୬)

ନଦୀ ବହଇ

ନିର୍ପେକ୍ଷ ସମଭାବ

ଦୁଇ କୂଳକୁ

ସିଞ୍ଚଇ ଯତ୍ନରେ ସେ

ସର୍ବ ଶେଷରେ

କୂଳକୁ କାଟି ଖାଏ

ଦୂରତା ବଢ଼େ

ତାର କଣ ବିଚାର

ବୁଝି ହେଲା ନି କେବେ ।

---0---


~ ଶ୍ରୀରାମ ସାହୁ


୭)

ଉଛୁଳା ନଈ

ମଦମତ୍ତ ହସ୍ତୀନୀ

ପୂର୍ଣ୍ଣଗର୍ଭା ସେ

ବର୍ଷାର ପ୍ରତିଦାନ

ଉତ୍ତାଳ ଢେଉ

ଲଙ୍ଖେ ଭୀଷଣ ଗିରି

ନବ ଯୌବନା

ପ୍ରବହମାନ ସ୍ରୋତ

ପାଗଳିନୀ ସେ

ସମୁଦ୍ର ସଙ୍ଗମରେ

ଦିଗନ୍ତ ବିସ୍ତାରିତ ।

---0---


~ ଜିଗୀଷା ମିଶ୍ର


୮)

ଗୋଧୂଳି ବେଳା

ସୂରୁଜ ଫେରେ ଘର

ବୁଲାଇ ମୁହଁ

ଦେଖଇ ବାର ବାର

ସବୁଜ ଧରା

ସୁନୀଳ ସିନ୍ଧୁ ବାରି

ପକ୍ଷୀ କାକଳି

ଉପବନର ଶିରି

ସୂରୁଜ ମୂଖୀ

ବିକଳେ ଥାଏ ଚାହିଁ

ଲୁଚିଲା ମୁହଁ

କିରଣ ଅଛି ଚେଇଁ

ପ୍ରେମି ଯୁଗଳ

କରନ୍ତି ବାଇ ବାଇ

ଯାଅ ସୂରୁଜ

ଆସଇ ସନ୍ଧ୍ୟା ନଇଁ

ବହିବ ବାଆ

ଶୀତଳ କରି ମନ

ବେଳାଭୂମିରେ

ଚେଇଁ ଉଠିବ ଜହ୍ନ

ସରଗ ସୁଖ

କରିବ ଆତ୍ମହରା 

ଅମରାବତୀ

ପାଲଟି ଯିବ ଧରା

ହସିବେ ନଭେ ତାରା ।

---0---


~ ରଞ୍ଜନ କୁମାର ଜେନା


୯)

ଏଇ ସଂପର୍କ

କେମିତି ତୁଟିଗଲା

ଆବାହନୀ ରେ 

ଆରମ୍ଭ  ହୋଇଥିଲା 

ଟିକେ ଆଗରୁ 

କେତେଟା କ୍ଷଣ ପାଇଁ 

କୁନି ଚଢେଇ 

ଉଡିବା ଜାଣିଲାଣି 

ସମୟ ଦେଖି

ବଞ୍ଚିବା ଶିଖିଲାଣି 

ଭୟ ବା କ'ଣ

ବିଳମ୍ବ କାହିଁକି ଯେ 

ସ୍ବାର୍ଥରେ ବନ୍ଧା 

ମୂଲ୍ଯହୀନ ସଂପର୍କ 

କାଳ କାଳରୁ 

ଅଭିଷିକ୍ତ ଆସ୍ଥାନ 

ଖାଲି ପଡିଛି 

ବିସର୍ଜନ ମନ୍ତ୍ରରେ

ଶେଷହେଲା ସଂପର୍କ ।

---0---


~ ସମିତା ସ୍ୱାଇଁ 


୧୦)

ଶବଦ ବ୍ରହ୍ମ

ଶବ୍ଦ ରୁ ସୃଷ୍ଟି, ସ୍ଥିତି

ଓଁ କାର ନାଦ

ସୃଷ୍ଟି ର ଆଦ୍ୟ ଶବ୍ଦ

ମଧୁର କଣ୍ଠ

କୋଇଲି କୁହୁ ସ୍ବନ

ସାଗର ଢେଉ

ମେଘ ଘଡଘଡି ର

ଝିଙ୍କାରି ରିଂ ଝିଂ

ପଶୁପକ୍ଷୀଙ୍କ ସ୍ଵର

ଯାନ୍ତ୍ରିକ ଯାନର

ଝରଣା  କୁଳୁ କୁଳୁ

ବଂଶୀ ର ସ୍ୱର

ସଙ୍ଗୀତ ର ମୂର୍ଚ୍ଛନା

ଶବ୍ଦ ତରଙ୍ଗ

ଶବ୍ଦ ର ମାୟା ଜାଲ

ରୂପ ବଦଳେ

ବହୁରୂପୀ ମଣିଷ

ଅଦ୍ଭୁତ ଶକ୍ତି

ଶବ୍ଦ କାଉଁରୀ ସ୍ପର୍ଶେ

ବିଷାକ୍ତ ସାପ

ବୋଲ ମାନି ରହୁଛି

ଶିବ ଡମ୍ବରୁ

ଧ୍ୱଂସ ତାଣ୍ଡବ ଲୀଳା

ଶବ୍ଦ ମୟ ଜଗତ ।

---0---


~ ବାସନ୍ତୀ ଦେଈ


☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH