ସାରସ୍ୱତ TANKA/ତାଂକା କାବ୍ୟ ଯାତ୍ରା - ୯
୧)
ଗରଜେ ମେଘ
ବରଷେ ବିନ୍ଦୁ ଟୋପା
ହୁଏ ଧରା ସବୁଜ
ଖୁସି ହୋଇ ଗାଆନ୍ତି
ବେଙ୍ଗ ବେଙ୍ଗୁଳୀ ଗୀତ ।
~ ପ୍ରଦୀପ କୁମାର ଦାଶ
୨)
ତମେ ଆସୁଛ
ମଳୟ କହିଯାଏ
ସ୍ପନ୍ଦିତ ହୃଦ
ଜହ୍ନଟା ଲୁଚି ହସେ
ଫୁଲେ ଫୁଲେ ସୁଗନ୍ଧ ।
୩)
ସ୍ପନ୍ଦନ ବଢ଼େ
କରାଘାତର ଶବ୍ଦ
ଓଢ଼ଣା ହଜେ
ନିମିଳିତ ନୟନ
ଆଶା ଯେ ଅସୁମାରି ।
~ ମନୀଷା ମିଶ୍ର
୪)
ପୃଥିବୀ ଜଳ
ଅଗ୍ନି, ବାୟୁ, ଆକାଶ
ମରଣ ଅନ୍ତେ
ପୃଥ୍ୱୀଲୋକରେ ଲୀନ
ପଞ୍ଚଭୂତର ଶରୀର ।
୫)
ପଞ୍ଚ ଇନ୍ଦ୍ରିୟ
ଚକ୍ଷୁ, କର୍ଣ୍ଣ, ନାସିକା
ତ୍ୱଚା ଓ ଜିହ୍ୱା
ଅଦମ୍ୟ ନାଗଫାଶ
ମନୁଷ୍ୟ ବଶୀଭୂତ ।
୬)
ମୁଦ୍ରା, ମୈଥୁନ
ମଦ୍ୟ, ମତ୍ସ୍ଯ ଓ ମାଂସ
ପଞ୍ଚମକାର
ଶୃଂଖଳ କବଳିତ
ଭସ୍ମିଭୂତ ମାନବ ।
୭)
ମଧୁ, ଶର୍କରା
ଦୁଗ୍ଧ, ଦହି ଓ ଘୃତ
ପଞ୍ଚ ଅମୃତ
ପ୍ରାଣ ପ୍ରାଚୁର୍ଯ୍ୟଭରା
ଜୀବନର ଆଧାର ।
~ ରମାକାନ୍ତ ସତପଥି
୮)
ଧରା ବୁକୁରେ
ଆସିଛି ବର୍ଷା ରାଣୀ
ଦେଖ ଝରେରେ
ଗାଇ ମିଠା ରାଗିଣୀ
ମୌନେ ସୁର ତୋଳେରେ ।
୯)
ଆସ ଭୁଲିବା
ଭେଦଭାବ ଓ ରୋଷ
ମିଶି ଗାଇବା
ଓଠେ ଖେଳାଇ ହସ
ଆସ କିଛି ଶିଖିବା ।
~ ପ୍ରତିମା ମେହେର
୧୦)
ଜୀବନ ମାନେ
ପଦ୍ମ ପତ୍ର ଜଳ ତ
ଭରସା ନାହିଁ
କେବେ ମାଟିରେ ଥିପେ
କେବେ ଶୁଖେ ପବନେ ।
୧୧)
ତୁମେ ବଂଚିଛ
ଜାଣି ଚକିତ ହେଲି
ଡେରି କରନି
ଚାଲିଆସ ସଅଳ
ମୋ ପ୍ରୀତି ପରିଧିକୁ ।
~ ରାଜେଶ କୁମାର ମୁଣ୍ଡ
୧୨)
କାକ ବସାରେ
କୋଇଲି ଦିଏ ଅଣ୍ଡା
ରଙ୍ଗ ତ କଳା
କେବଳ, ବାଣୀ ମୃଦୁ
ତାର ମନ ବି କଳା ।
୧୩)
ମୋକ୍ଷର କଥା
ନିହାତି ଫାଜଳାମି
ଏହା ହିଁ ସତ୍ୟ
ଆସିଛି ଯିଏ ଯିବ
ଗଲା ସିଏ ଆସିବ ।
~ ଶ୍ରୀରାମ ସାହୁ
୧୪)
ଦୂର ଦିଗନ୍ତ
ହଜିଯାଏ ଠିକଣା
ଅଦିନ ଝଡ
ଦୁଃଖ ର ସୁନାମିରେ
ଲୁହ ବି ଅମାନିଆ ।
୧୫)
ଅଚିହ୍ନା ରୋଗ
ଲୁହ ଆଉ ଲହୁରେ
ବଦଳି ଯାଏ
ମନର ବର୍ଣ୍ଣବୋଧ
ଭସା ବାଦଲ ପରି ।
~ ସମିତା ସ୍ବାଇଁ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें