हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शुक्रवार, 20 अगस्त 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୧୩ ~ ଇନ୍ଦ୍ରଧନୁ

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୧୩ ~

ଇନ୍ଦ୍ରଧନୁ


 ହାଇକୁ 

୧)

ପୃଥିବୀ ବକ୍ଷେ

ସୁସଜ୍ଜିତ ତୋରଣ

ଦିଶେ ସୁନ୍ଦର ।


୨)

ଇନ୍ଦ୍ରଧନୁର

ସପ୍ତବର୍ଣିଳ ଆଭା

ମୁଗ୍ଧ ଦର୍ଶକ ।


୩)

ଜୀବନ ରଙ୍ଗ

ଇନ୍ଦ୍ରଧନୁର ଛାଇ

ଅଟେ କ୍ଷଣିକ ।


୪)

ପ୍ରକୃତି ଶିଳ୍ପୀ

ମାଧୁର୍ଯ୍ୟେ ଆଙ୍କିଛି ସେ

ଇନ୍ଦ୍ରଧନୁଟି ।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୫)

ସପ୍ତ ରଂଗର

ଇନ୍ଦ୍ରଧନୁ କ୍ଷଣିକ

ଆକାଶେ ଦେଖ । 


୬)

କବି ବ୍ଯାକୁଳ

ଇନ୍ଦ୍ରଧନୁ କୁ ଦେଖି

ବର୍ଣ୍ଣିବେ ଚିତ୍ର ।


~ ଝୁମୁରୀ ସାହୁ, ଜଟଣୀ 


୭)

ବର୍ଷା ଛାଡ଼ିଲା

ଆକାଶେ ଇନ୍ଦ୍ରଧନୁ

ରଙ୍ଗେଇ ଦେଲା ।


୮)

ଇନ୍ଦ୍ରଧନୁର

ବା ଘ ନି ସ ହ ନା ଲା

କେଡ଼େ ସୁନ୍ଦର ।


୯)

କବି ମାନସ

ଇନ୍ଦ୍ରଧନୁ କବିତା

ରଙ୍ଗର ରସ ।


୧୦)

ସୁଷମା ଶୋଭା

ସପ୍ତ ରଙ୍ଗ ଧନୁଷ

ବର୍ଣୀଳ ଆଭା ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୧୧)

କି ମନଲୋଭା

ଆକାଶେ ଇନ୍ଦ୍ରଧନୁ

ପାଉଛି ଶୋଭା ।


୧୨)

ଇନ୍ଦ୍ରଧନୁର

ସାତ ରଙ୍ଗ ସମ୍ଭାର 

କେତେ ସୁନ୍ଦର । 


~ ବାସନ୍ତୀ ମହାପାତ୍ର, ପୋଖରୀପୁଟ


୧୩)

ଇନ୍ଦିରଧନୁ

ଦେଖିଲେ ଥରେ ଆଉ

ଯାଏନା ମନୁ ।


୧୪)

ସପ୍ତ ରଙ୍ଗକୁ

ବୋଳେ ଇନ୍ଦ୍ରଧନୁ

ତୃପ୍ତ ମନକୁ ।


~ କବିତା କାନୁନଗୋ


୧୫)

ଇନ୍ଦ୍ର ଆୟୂଧ

କ୍ଷଣେ ଉଭେଇ ଯାଏ

ବର୍ଣ୍ଣ ବିବିଧ ।


୧୬)

ସାତଟି ରଙ୍ଗ

ଜୀବନେ ଆଙ୍କି ଦିଏ

ମନ ତରଙ୍ଗ ।


୧୭)

ଇନ୍ଦ୍ର ଧନୁଟି

କଳ୍ପନା ଭରିଦିଏ

ସୁନେଲି ଆଶା ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୧୮)

ଇନ୍ଦ୍ର ଧନୁର

 ସପ୍ତ ରଙ୍ଗ  ସୁନ୍ଦର

 କି! ମନୋହର ।


~ ଶୋଭାଗିନୀ ନନ୍ଦ, ଜୟପୁର


୧୯)

ହେ ଇନ୍ଦ୍ରଧନୁ

ରଙ୍ଗ ବୁଣି ଉଚ୍ଚାଟେ

ଜଳାନା ଆଉ ।


୨୦)

ପଶ୍ଚିମ ଦିଗେ

ତପନ, ଇନ୍ଦ୍ରଧନୁ

ବିରାଜେ ପୂର୍ବେ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ


୨୧)

ଭାଙ୍ଗି ପଡେ ମୁଁ

ଆଶାର ଇନ୍ଦ୍ରଧନୁ

ମନେ ସରଜେ ।


୨୨)

ଇନ୍ଦ୍ରଧନୁ  ସେ

ସମୟ କାନ୍ଭାସରେ

ଜୀବନ ରଙ୍ଗ ।


୨୩)

ଭାବେ ବିଭୋର

ଇନ୍ଦ୍ରଧନୁ  ରାଇଜେ

କରନ୍ତି ଘର ।


~ ବିଳାସିନୀ ଦାଶ, ଖୋର୍ଦ୍ଧା


୨୪)

ପ୍ରକୃତି କବି

ସପ୍ତରଙ୍ଗେ ଆଙ୍କିଛି

ଲଳିତ ଛବି ।


୨୬)

ହେ ଇନ୍ଦ୍ରଧନୁ

ଯାଦୁଭରା ରୂପ ତୋ

ନ଼ ଭୂଲେ ମନୁ ।


~ ମଧୁଛନ୍ଦା ଦାଶ


୨୭)

ଆକାଶ ଧରା

ମିଳନ ଫୁଲ ହାର

ତୁ ଇନ୍ଦ୍ରଧନୁ ।


୨୮)

ସରଗ ସିଡି

ସପ୍ତ ରଙ୍ଗ ବର୍ଣ୍ଣାଳୀ

ଇନ୍ଦ୍ରଧନୁଷ । 


~ ସସ୍ମିତା ବାରିକ୍

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH