ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୧୪ ~
ନାରୀ
୧)
ନୁହେଁ କଣ୍ଢେଇ
ସଂସାର ଫୁଲ ଟିଏ
ମହକେ ଭରା ।
୨)
ନାରୀ ପୁରୁଷ
ଗୋଟିଏ ମୁଦ୍ରାର ସେ
ଦୁଇଟି ପାର୍ଶ୍ବ ।
୩)
ସଂସାର ରଥ
ନାରୀ ବିନା ପୁରୁଷ
ସାରଥି ଶୂନ୍ୟ ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୪)
ରମ୍ୟା ରମଣୀ
ସୁଲଗ୍ନା ସନ୍ତୋଷିନୀ
କଲ୍ୟାଣ ମୟୀ ।
୫)
ଲାସ୍ୟ ଲଳନା
ପ୍ରିତୀ ମମତା ଛବି
ମାନସ କନ୍ୟା ।
୬)
ସେ ତ କାମିନୀ
ସୃଷ୍ଟି ସର୍ଜନା ମନ୍ତ୍ର
ଦିବ୍ୟ ଚେତନା ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୭)
ମୁଁ ଅଟେ ନାରୀ
ଜନନୀ ଜାୟା କନ୍ୟା
ପ୍ରିୟ ସବୁରି ।
୮)
ସଂସାରେ ନାରୀ
ସୃ ଷ୍ଟିକରେ ସଂହାରେ
ଦୁର୍ଗା ରୂପରେ ।
୯)
କଲ୍ୟାଣୀ ମାଆ
ଧରିତ୍ରୀ ନାମ ତୋର
ନାରୀ ଅନନ୍ୟା ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୧୦)
ନାରୀ ତୁ ଧନ୍ଯା
ସରଗଠୁ ମହାନ
ଅନେକ ରୂପ ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୧୧)
ନାରୀ ନୁହେଁ ସେ
ଦୁଇ କୁଳକୁ ହିତା
ସେ ସର୍ବସଂହା ।
୧୨)
ପୂଣ୍ୟବଳେ ସେ
ନାରୀ ଅବତାରରେ
ଧରା ପୃଷ୍ଠରେ ।
~ ପ୍ରଭାସିନୀ ସାହୁ
୧୩)
ନାରୀ ଟି ମୁଁହି
ସ୍ରଷ୍ଟାର ଦିବ୍ୟ ସୃଷ୍ଟି
ସୁଖଦୁଃଖ ର ।
~ ମୀରା ଦାଶ, ଖୋର୍ଦ୍ଧା
୧୪)
ନାରୀ ନୁହେଁ ସେ
ନାରାୟଣୀ ରୂପରେ
ଦୟାମୟୀ ଯେ ।
~ ସୁମତୀ ଦେଈ, ଅସରଳା
୧୫)
ନାରୀ ତୁ ଧନ୍ୟା
ସୀତା ସାବିତ୍ରୀ ରୂପେ
ତୁହି ଅନନ୍ୟା ।
୧୬)
ଆଦର୍ଶ ନାରୀ
ସୁନା ସଂସାର ଗଢ଼େ
ପ୍ରିୟ ସବୁରି ।
୧୭)
ନାରୀ ମହାନ
ଲଜ୍ଜ୍ଯା ସଂଭ୍ରମ ଅଟେ
ତାର ଭୂଷଣ ।
୧୮)
ନାରୀ ତୁ ସେହି
ପ୍ରତି ରୂପରେ ଅଟୁ
ମମତାମୟୀ ।
~ ମଧୁଛନ୍ଦା ଦାଶ
୧୯)
ଶକ୍ତି ରୂପିଣୀ
ସୃଷ୍ଟି ଆଧାର ନାରୀ
ସେହିଁ ଅନ୍ତ୍ୟେଷ୍ଟି ।
୨୦)
ନୁହେଁ ଅବଳା
ଶତ ଝଡ ଝଂଜାରେ
ନାରୀ ଅଟଳ ।
୨୧)
ପ୍ରେମ ଝରଣା
ଭିଜାଇ ଦିଏ ନାରୀ
ମନ ଅଗଣା ।
~ ବିଳାସିନୀ ଦାଶ, ଖୋର୍ଦ୍ଧା
୨୨)
ସର୍ବସଂହା ସେ
ନାରୀ ମହିୟସୀ ମା
ଧାତ୍ରୀ ଅନନ୍ୟା ।
୨୩)
ନାରୀ ପରଶ
ଭରେ ଯାତନା କାଳେ
ମଧୁ ଆଶ୍ଵାସ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ ଖୋରଧା
୨୪)
ନାରୀ ଅଟଇ
ବିଶ୍ବନିୟନ୍ତାଙ୍କର
ନିଆରା ସୃଷ୍ଟି ।
୨୫)
ବିଶ୍ବବିହାରୀ
ଦୁନିଆ ମଙ୍ଗଳାର୍ଥେ
ଗଢିଲେ ନାରୀ ।
~ ବାସନ୍ତୀ ମହାପାତ୍ର, ପୋଖରୀପୁଟ
୨୭)
ପ୍ରେମ ସ୍ୱର୍ଗୀୟ
ମାତ୍ରୁ ରୂପିଣୀ ନାରୀ
କଲ୍ଯାଣମୟୀ ।
୨୮)
ଜାୟା, ଜନନୀ
ଭଗିନୀ, ପ୍ରଣୟିନୀ
ନାରୀ ମହାନ ।
~ ସସ୍ମିତା ବାରିକ୍, ବୋଲଗଡ଼
୨୯)
ନାରୀ ଜନନୀ
ଜଗତ ମଧ୍ଯେ ସାର
ସେନହମୟୀ ।
୩୦)
ନାରୀ ସମ୍ମାନ
ଦେଲେ ବଢେ ଦେଶର
ଖ୍ଯାତି ସଂପନ୍ନ ।
୩୧)
ନାରୀ ଅବଳା
ସତ, ନୁହେଁ ଦୁର୍ବଳା
ସେ ନାରାୟଣୀ ।
୩୨)
ନାରୀଟି ପାଇଁ
ଦିନ ରହିଛି ଚାହିଁ
ପାଳନ ପାଇଁ ।
୩୩)
ନାରୀ ଦିବସ
ହୁଏ ପାଳନ ମାର୍ଚ୍ଚ
ଆଠ ତାରିଖ ।
୩୪)
ନ ଅରି ବୋଲି
ତୁ ହିଁ ଯେ ନାରୀଟିଏ
ସର୍ବ ପୂଜିତା ।
୩୫)
ନାରୀ ତୋହର
କେତେ ଯେ ରୂପ ଅଛି
କଳନା ନାହିଁ ।
୩୬)
ମାଆ ମମତା
ନାରୀ ଦୟାସାଗର
କରୁଣା ମୟୀ ।
୩୭)
ନାରୀ ସତୀତ୍ୱ
ପତିବ୍ରତା ପବିତ୍ର
ଆତ୍ମା ଧର୍ମର ।
~ ଝୁମୁରୀ ସାହୁ, ଜଟଣୀ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें