ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ବତ ହାଇକୁ କାବ୍ୟ ଯାତ୍ରା
ହାଇକୁ
ଛାଇ
୧)
ନିଜର ଛାଇ
ଯାଏନି କେବେ ଛାଡି
ପ୍ରକୃତ ସାଥୀ ।
୨)
ଗଛ ଛାଇରେ
ଥକି ଯାଇ ବସିଛି
କୃଷକ ଭାଇ ।
~ ପ୍ରଦୀପ କୁମାର ଦାଶ
୩)
ମିଛ ସଂସାର
ଛାଇ ଆଲୁଅ ଖେଳ
ବିଭୁ ସୁମର ।
୪)
ଭାଇର ଛାଇ
ସବୁରି ବଡ଼ ବଳ
ଭୟ କାହାକୁ ।
୫)
ପଡେନା ଛାଇ
ଶ୍ରୀମନ୍ଦିର ର ମହତ୍ତ୍ଵ
ସତ, ଆଶ୍ଚର୍ଯ୍ୟ ।
୬)
ପଣତ ଛାଇ
ମାଆର ଆଶୀର୍ବାଦ
ତୁଳନା ନାହିଁ ।
~ ବାସନ୍ତୀ ଦେଈ
୭)
ନାନୀକୁ ଦେଖ
ଛାଇ କୁ ଛ'ଗୋଇଠା
ଚାଲିଛି ମାଡ଼ ।
୮)
ବଟର ଛାଇ
ଦୁବ ଯେ କଅଁଳିବ
କୁହ କେମିତି ?
୯)
କାହିଁ ସେଦିନ
ଛାଇ ଦେଖି କୃଷକ
ବିଲରୁ ଫେରେ ।
୧୦)
ଛାଇ ଅନ୍ଧାର
କହ୍ନେଇ ଲୁଚକାଳି
ମାଆ ପଣତେ ।
୧୧)
କରୋନା ବ୍ୟାଧି
ଛାଇ ପରି ଗ୍ରାସୁଛି
ନର ଜୀବନ ।
୧୨)
ଗଛର ଛାଇ
ମଣିଷର ହାଇ ରେ
ଉଦ୍ଧାନ୍ତି ନାହିଁ ।
୧୩)
ପାନ ପତର
ଇଙ୍କର ଛାଇ ତଳେ
କେତେ ସୁନ୍ଦର ।
~ ଝୁମୁରୀ ସାହୁ, ଜଟଣୀ
୧୪)
ମାଆ ର ଛାଇ
ସନ୍ତାନ ସାଥେ ଥାଏ
ସର୍ବ କୁଶଳ ।
୧୫)
ଛାଇ ସଦୃଶ
ଭରେ ସାହସ, ଶକ୍ତି
ଭାଇର ବଳ ।
୧୬)
ଦର୍ପଣେ ଛାଇ
ଦେଖି କୋଇଲି ଭାବେ
ସେ ଅସୁନ୍ଦର ।
~ ସୂର୍ଯ୍ୟ କାନ୍ତି ଦାଶ, ଯାଆଁଳା
୧୭)
ଜଳରେ ଛାଇ
ଧରା ଦିଏନା ସେତ
ଯାଏ ଉଭେଇ ।
୧୮)
ଦୁଃଖ ଓ ସୁଖ
ଏକ ପଛେ ଆନ ଯେ
ଛାଇ ସଦୃଶ ।
୧୯)
ପର୍ବତ ଛାୟା
ସରିତା ବୁକୁପରେ
ରଚ଼ଇ ମାୟା ।
~ ମଧୁଛନ୍ଦା ଦାଶ, ଭୁବନେଶ୍ୱର
୨୦)
ଛାଇ ଓ ଖରା
ଜୀବନ ନାଟକରେ
ଦୁଇ ଆସରା ।
୨୧)
ଅଦୃଶେ ରୁହେ
ନିରଙ୍କୁଶ ଭାବନା
ସଦା ଜଗାଏ ।
~ ସସ୍ମିତା ବାରିକ୍
୨୨)
ଛାଇ ର ଖେଳ
ଦି' ଦିନିଆ ଜୀବନ
ସୁନା ସପନ ।
୨୩)
ଛାଇ ଲେଉଟା
ପଶୁ ପକ୍ଷୀ ବାହୁଡ଼ା
ସୁପ୍ତ ଦୁନିଆ ।
୨୪)
ଖରା ର ଛାଇ
ସାନ ବଡ଼ ତୁଳନା
ମନ ମାନେ ନା ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୨୫)
ରାକା ରଜନୀ
ଛାଇ ଆଲୁଅ ଖେଳ
ଜହ୍ନ ମବଉଦ ।
୨୬)
ବିହଙ୍ଗ ମାଳ
ଛାଇ ଲେଉଟା ବେଳ
ଘର ବାହୁଡା ।
୨୭)
ରକ୍ତିମ ଆଭା
ଅସ୍ତ ସୂରୁଜ ଛାଇ
କିଃ ମନଲୋଭା ।
୨୮)
ହଜେ ନିଶ୍ବାସ
ଛାୟାରେ କାୟା ମିଶେ
ଶେଷ ବିଶ୍ରାମ ।
~ ବିଳାସିନୀ ଦାଶ, ଖୋର୍ଦ୍ଧା
୨୯)
ଛାଇଟେ ପରି
ମୋ ଭାଗ୍ୟ ସାଥିରେ ମୁଁ
ଯାଏ ଦଉଡି ।
୩୦)
ଛାଇର ଲମ୍ବା
ସକାଳ ସଂଜରେ ସେ
ଆଶା ସମ୍ଭବା ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୩୧)
ଛାଈ ଆଲୁଅ
ଜୀବନର କାହାଣୀ
ନିଆଁ ଓ ପାଣି ।
~ ସିଦ୍ଧେଶ୍ବର ତ୍ରିପାଠୀ, କୁଣ୍ଡିଲୋ
୩୨)
ଭାଗ୍ୟର ଛାଇ
ଜୀବନର ଡୋରି ତ
ଛାଡଇ ନାହିଁ ।
୩୩)
ଗଛର ଛାଇ
ପଥିକର କ୍ଳେଶ ଯେ
ମେଣ୍ଟାଏ ସେହି ।
~ ବସନ୍ତ ମଞ୍ଜରୀ ଦାଶ, ଗୁରୁଜଙ୍ଗ
୩୪)
ଈର୍ଷା କାତର
ମୋ ଘର ଛାଇ ତତେ
ଲାଗେ ଅସୁଖ ।
୩୫)
ଦେଖି ମୋ ଛାଇ
ଡେଉଁଛି ତୋର ନାହି
ଯାଅ ଦୂରେଇ ।
~ ଆରତି ମଞ୍ଜରୀ ଦାଶ, ଗୁରୁ ଜଙ୍ଗ ଖୋରଧା
୩୬)
କଳା ବଉଦ
ଘୋଡାଇ ସୁରୁଜଙ୍କୁ
ଦେଉଛି ଛାଇ ।
୩୭)
ଚନ୍ଦ୍ର ଗ୍ରହଣ
ଛାୟାରେ ଚନ୍ଦ୍ରମା ଙ୍କୁ
ହୁଏନି ଦେଖି ।
୩୮)
ଛାଇକୁ ଦେଖି
ବୋଉର ପଣତରେ
ରହେ ମୁଁ ଲୁଚି ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୩୯)
ଛାଇ ର ବେଳ
ଚାଲିବା କଷ୍ଟ ନୁହେଁ
ପଥ ଯେ ଦୂର ।
୪୦)
ମା' ର ପଣତ
ଦ୍ରୁମ ଛାଇ ଯେସନ
ଶୀତଳ ମନ ।
~ ଶୋଭାଗିନୀ ନନ୍ଦ
ଜୟପୁର (କୋରାପୁଟ)
⭐⭐⭐⭐⭐⭐⭐⭐⭐⭐
कोई टिप्पणी नहीं:
एक टिप्पणी भेजें