ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୨୧
ଗାଆଁ/ଗ୍ରାମ
ହାଇକୁ
୧)
ବଉଳ ଫୁଲ
ହୃଦୟ ହଜିଯାଏ
ଗାଁ ନଈ କୂଳ ।
~ ପ୍ରଦୀପ କୁମାର ଦାଶ, ଛତ୍ତିସଗଢ
୨)
ସଞ୍ଜ ସକାଳ
ଗାଁ ଭାଗବତ ଟୁଙ୍ଗି
ମୃଦଙ୍ଗ ତାଳ ।
୩)
ଗାଆଁ ର ଜଳ
ବହେ ଯେସନେ ନଈ
ଶିରାରେ ମୋର ।
୪)
ମାଟି ର ସ୍ବର୍ଗ
ଛୋଟ ମୋର ଗାଆଁଟି
ଶିର ମୋ ନୁଏଁ ।
୫)
ଗାଁ ଗାଈଗୋଠ
ଗୋଧୂଳି ଲଗନରେ
ମୁରଲୀ ସ୍ବନ ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୬)
ଗାଁ ତୋଟା ମାଳ
ନଈ ପୋଖରୀ ତୁଠ
ମୁଁ ଭୁଲି ନାହିଁ ।
୭)
ଗ୍ରାମ ଦେବତୀ
ସବୁ ବିପଦରୁ ସେ
ରକ୍ଷା କରନ୍ତି ।
୮)
ବଉଦ ମାଳ
ମୋ ଗାଆଁ ପାହାଡ଼ରେ
ଧବଳ ମୁକ୍ତା ।
୯)
ମୋ ଗାଁ ମାଟିରେ
ରହିଛି ଷଠିଘର
ଜଳିବ ଚିତା ।
୧୦)
ଗାଁଆ ଟି ମୋର
ସ୍ଵଛ ଓ ନିରିମଳ
ଅତି ନିଜର ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୧୧)
ମୋ ଗାଁ ବିଲ
ଶରତ ଶେଷେ ଦିଏ
ଅମୂଲ ମୂଲ ।
~ ସୂର୍ଯ୍ୟକାନ୍ତି ଦାଶ
୧୨)
ମୋ ଗାଆଁ ମାଟି
ପାଣି ପବନେ ଭରା
ସେନେହ ପ୍ରୀତି ।
୧୩)
ସବୁଜ ଗ୍ରାମ
ବିଲ ପ୍ରାନ୍ତରେ ଭରା
ଗିରି କାନନ ।
~ ସସ୍ମିତା ବାରିକ୍, ବୋଲଗଡ଼
୧୪)
ଗ୍ରାମ ସଂସ୍ମୃତି
ବାରମାସେ ଯାତରା
ପୂଜା ପରବ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୧୫)
ଗାଆଁ ଟି ମୋର
ଶସ୍ୟକ୍ଷେତରେ ଭରା
କି ଅନୁପମ ।
୧୬)
ଗାଁଆ ଟି ମୋର
ନାହିଁ ଆପଣା ପର
ଅତି ନିଜର ।
୧୭)
ସଞ୍ଜ ସକାଳେ
ଗାଁ ମନ୍ଦିରରେ ଶୁଭେ
ଘଣ୍ଟର ଧ୍ୱନି ।
୧୮)
ନଈ ସେପାରି
ବଣ ପାହାଡ ଘେରା
ଗାଁଆ ଟି ମୋର ।
~ ପ୍ରଭାସିନୀ ସାହୁ, ଖୋର୍ଦ୍ଧା
୧୯)
ମୋ ଭିଟା ମାଟି
ସରଗଠୁ ବଢ଼ିଆ
ସେ ମୋ ଗାଆଁଟି ।
୨୦)
ଶରଣକୁଳ
ଗାଁ ପରି କିଏ ମୋତେ
କରିବ କୋଳ ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୨୧)
ଗାଆଁ ର ବାସ୍ନା
ପାଇବା ପାଇଁ ମନେ
ଜାଗଇ ତୃଷ୍ଣା ।
~ ସୁମତୀ ଦେଈ, ଅସରଳା
୨୨)
ଗାଁ ମଧୁପୁର
ଶୋଭାରେ ଭରପୁର
କି! ମନୋହର ।
୨୩)
ଶୁଭ୍ର ଶରତ
ଏତ ପାର୍ବଣ ମାସ
ନବ ପୁଲକ ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୨୪)
ଭୁଲି ହୁଏନା
ଗାଆଁ ମାଟିର ବାସ୍ନା
ସ୍ନେହ ଶରଧା ।
୨୫)
ଗ୍ରାମ ମଶାଣି
ପ୍ରେମେ ଧରିଛି କୋଳେ
ମୋର ପୂର୍ବଜ ।
୨୬)
ଗାଆଁ ଜନ୍ତାଳ
କଳି ଝଗଡା ଏଡି
ପଂଗତ ପଡେ ।
୨୭)
ଦୁଷ୍ଟ ପବନ
ଧାନ କେଣ୍ଡା ର ଖେଳ
ଗାଆଁ କ୍ଷେତରେ ।
~ ବିଳାସିନୀ ଦାଶ ଖୋର୍ଦ୍ଧା
୨୮)
ଗାଁ ଦାଣ୍ଡ ରେ
ମଜା ଲାଗେ ଧୂଳିରେ
ବେଙ୍ଗୁଲୀ ଘର ।
୨୯)
ଗାଁ ତୋଟାମାଳ
ଟାହି ଟାପରା କେତେ
ଚାଲଇ ଖେଳ ।
~ ସୂର୍ଯ୍ୟ କାନ୍ତି ଦାଶ, ଜଟଣୀ
୩୦)
ମା' କ୍ଷେତ୍ରପାଳୀ
ପ୍ରତ୍ୟକ୍ଷ ଠାକୁରାଣୀ
ଗ୍ରାମ ଦେବତୀ ।
୩୧)
ଗାଁ କୁ ସୁନ୍ଦର
ପାଚିଲା ଧାନ କ୍ଷେତ
ବିଲ ପ୍ରାନ୍ତର ।
୩୨)
ଗାଆଁ ମୁରବୀ
ସୁନା ମୁଦିଆ ଦେଖି
ନ୍ୟାୟ ଦିଅନ୍ତି ।
୩୩)
ମୋ ଗାଁ ନରିଶୋ
ଓଡ଼ିଶା ରାଜ୍ଯ ମଧ୍ଯେ
ବଡ଼ ସରସ ।
୩୪)
ଗାଆଁ ମେଳଣ
ଯାନିଯାତ୍ରା ରେ କେତେ
ହୋଲିର ମଜ୍ଜା !
୩୫)
ପ୍ରବାଦ ଅଛି
ଗାଆଁ ଟି ପରିମଳ
ଧୋବା ତୁଠରୁ ।
୩୬)
ବଦଳେ ଦିନ
ଗାଆଁ ସଫାସୁତୁରା
ସ୍କୁଲ୍ ହତାରୁ ।
~ ଝୁମୁରୀ ସାହୁ, ଜଟଣୀ
୩୭)
ଗାଁ ଆଉ ମାଆ
ହୃଦୟ ରୁ ତା ଚିତ୍ର
ଭୂଲି ହୁଏନା ।
~ ବଦ୍ରିନାଥ
୩୮)
ଗାଆଁ ର ମାଟି
ଦୂରରେ ଥାଏ ପଛେ
ଆତ୍ମା ସେଇଠି ।
~ ମୀରା ଦାଶ ଖୋର୍ଦ୍ଧା
୩୯)
ଗାଁଆ ଓ ମାଆ
ସରଗଠାରୁ ବଡ
ଅତି ନିଜର ।
୪୦)
ଗାଁଆର ଛବି
ଅତୀବ ମନୋରମ
ହୃଦୟ ଜିଣେ ।
~ ବାସନ୍ତୀ ମହାପାତ୍ର, ପୋଖରୀପୁଟ
୪୧)
ଭିଜା ଗାଁ ମାଟି
ହେନା ମାଳତି ଗନ୍ଧେ
ମହକେ ନିତି ।
୪୨)
ମାଳତି କୁଞ୍ଜେ
ଅଳି ଗୁଞ୍ଜନ କରେ
ଗାଆଁ ଉପାନ୍ତେ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ
⭐⭐⭐⭐⭐⭐⭐⭐⭐⭐
कोई टिप्पणी नहीं:
एक टिप्पणी भेजें