हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 16 अगस्त 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା, ~ ୬ ~ ଜହ୍ନ

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ବତ ହାଇକୁ କାବ୍ୟ ଯାତ୍ରା ~ ୬ ~

ହାଇକୁ


ଜହ୍ନ


୧)

ଚନ୍ଦ୍ରମା କଇଁ

ନାହିଁ ମିଳନ ଆଶା

ଅଭେଦ ପ୍ରୀତି ।


୨)

ଜହ୍ନ ରାଇଜେ

ତୋଳିଛି ଘର ଏକ

ମୋ ପ୍ରିୟା ପାଇଁ ।


୩)

ଜୋଛନା ଢାଳେ

ଚନ୍ଦ୍ରମା ଦିବସାନ୍ତେ

ଶୀତଳ ସ୍ପର୍ଶ ।


୪)

କୁଆଁରୀ ଓଷା

ଜ୍ୟୋତ୍ସ୍ନା ବିଧୌଉତ

ପୂର୍ଣ୍ଣିମା ରାତି ।


୫)

ଶରଦ ଶଶୀ

ମୋ କହ୍ନେଇ ହାତରେ

ପଡରେ ଖସି ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୬)

ଆ  ଆରେ ଜହ୍ନ

ତୋତେ ଦେଖି କୁମୁଦ

ଆନନ୍ଦ ମନ ।


~ ଜ୍ୟୋତିପ୍ରଭା ପଟ୍ଟନାୟକ


୭)

ଚାନ୍ଦ ଆଗମେ

ପ୍ରୀତି ଭରା କୁମୁଦ

ଫୁଟେ ମଉନେ ।


୮)

ଶଶୀ ର ମାଟି

ବିଜ୍ଞାନ କ‌ଉଶଳେ

ରହିବା ସେଠି ।


~ ଆରତୀ ପ୍ରହରାଜ


୯)

ଜହ୍ନରେ ତୋର

ତାରା ମେଳେ ସୁନ୍ଦର

ଏକ ନଗର ।


୧୦)

ତୋ ଛାୟା ପଥେ 

ଜହ୍ନ ନିତି ମେଳଣ

ରୋଷଣୀ ଵାଣ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା


୧୧)

ଜହ୍ନକୁ  ଦେଖି 

କଇଁ ସୁନ୍ଦରୀ  ପ୍ରେମେ

ମେଲଇ ଆଖି ।


୧୨)

ଶରତ ନଭେ

ରାତିର  କବରୀରେ

ଜହ୍ନଟି ଶୋଭେ ।


~ ବିଳାସିନୀ ଦାଶ, ଖୋର୍ଦ୍ଧା


୧୩)

କୁମୁଦ ପ୍ରିୟ

ନିଶିଥିନୀ ଚନ୍ଦ୍ରମା

ହୀରକ ଜ୍ଯୋତ୍ସ୍ନା ।


୧୪)

ରୂପେଲି ଜହ୍ନ

ତରଙ୍ଗାୟିତ ମନ

କଇଁ ଯୌବନ ।


 ~ ଶୋଭାଗିନୀ ନନ୍ଦ, ଜୟପୁର, କୋରାପୁଟ


୧୫)

ଆମ ବିଜ୍ଞାନ 

ଜହ୍ନ ରେ ପାଦରଖି 

ଆଣେ ସୁନାମ ।


~ ଜ୍ୟୋତିପ୍ରଭା ପଟ୍ଟନାୟକ


୧୬)

ଶରଦ ଶଶୀ

ଶୀତଳ ଜୋଛନା ତୋ

ଦିଅ ପରଶି । 


୧୭)

ଦିବସ ଅନ୍ତେ

କୈରବ ପ୍ରସ୍ଫୁଟିତ

ଚାନ୍ଦ ପରଶେ । 


~ ସସ୍ମିତା ବାରିକ୍, ବୋଲଗଡ଼


୧୮)

ଫୁଲେଇ ଜହ୍ନ

ଲାଜେ ଲାଜେ ହସଇ

ଚୋରେଇ ମନ ।


୧୯)

ସରଗ ଚାନ୍ଦ

ଦୂରେ ଥାଇ କିମ୍ପାଇ

ବାନ୍ଧୁ ମୋ ମନ ?


~ କବିତା କାନୁନଗୋ, ପୋଖରୀପୁଟ, ଭୁବନେଶ୍ୱର


୨୦)

ସରଗ ଚାନ୍ଦ

ପଡିଛି ଖସି ସତେ

ମୋ କୁନା ହାତେ ।


୨୧)

ନିଶାକର ସେ

ଶୀତଳ କିରଣ ତାର

ପୂର୍ଣ୍ଣମୀ ରାତି ।


୨୨)

ଜହ୍ନ ମାମୁଁର

ଦେଶକୁ ଯିବା ଚାଲ

ରକେଟ ଚଢି । 


୨୩)

ସାଧବ ଝିଅ

ମାଗଇ ତଅପୋଇ

ରୂପାର ଚାନ୍ଦ ।


୨୪)

ବର ମନାସି

କୁଆଁରୀ ବାଳିକାଏ

ଚାନ୍ଦ ପୂଜନ୍ତି ।


୨୫)

ଉଆଁସ ରାତି

ଚାନ୍ଦ ବିନା କଇଁ ର

ସରେନି ରାତି ।


୨୬)

ନିର୍ମଳ ଶଶୀ

ଶରତ ନଭେ ଦେଖି

ମନ ଉଛନ୍ନ ।


୨୭)

କୁଆଁର  ଜହ୍ନ

ଫୁଲ ବଉଳ ବେଣୀ

ପୁଚିରେ ମନ ।


୨୮)

ମୋ ସୁନା ଝିଅ

ଗୋଟେ ଚାଉଳେ ଗଢା

ଚନ୍ଦ୍ରମା ପରି ।


୨୯)

ଚନ୍ଦ୍ରରେ ଅଛି

କେତେ କଳଂକ ହେଲେ 

ସଫା ଜୋଛନା ।


୩୦)

ଘର କରିବି

ଲେଖିବି ତୋହରି ନାଁ, 

ଜହ୍ନ ରାଇଜେ ।


~ ଝୁମୁରୀ ସାହୁ ଜଟଣୀ


୩୧)

ଜହ୍ନ ରେ ଜହ୍ନ 

ତୋ ଦେହରେ କଳଙ୍କ 

ତଥାପି  ତୋଫା ।


୩୨)

ଜହ୍ନ ରାତିରେ

ସାଙ୍ଗସାଥୀରେ ଖେଳ 

ଏବେ ସପନ ।


 ୩୩)

 ପୂର୍ଣ୍ଣିମା ଜହ୍ନ 

 ଲାଜକୁଳୀ ପ୍ରେୟସୀ

 ଦେଖେ ସପନ ।


~ ବାସନ୍ତୀ ମହାପାତ୍ର, ପୋଖରୀପୁଟ


୩୪)

ପୂର୍ଣ୍ଣିମା ଜହ୍ନ

ଚୋରାଇ ନେଲ ତୁମେ

କୁଆଁରୀ ମନ ।


୩୫)

ହଂସଟି ଖେଳେ 

ହସେ ପୁନେଇଁ ଜହ୍ନ

ସରସୀ ଜଳେ ।


୩୬)

ହେ ନିଶାକର 

ପାହି ନାହିଁ ରଜନୀ

ନ ଯାଅ ଦୂର ।

     

~ ମଧୁଛନ୍ଦା ଦାଶ

⭐⭐⭐⭐⭐⭐⭐⭐⭐⭐

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH