हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 16 अगस्त 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୭ ~

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ୱତ ହାଇକୁ କାବ୍ୟଯାତ୍ରା ~ ୭ ~

ହାଇକୁ

ମାଆ


୧)

ମାଆର ବକ୍ଷ

ଶିଶୁ ପାଇଁ ଅମୃତ

ନାହିଁ ବିକଳ୍ପ ।


୨)

ମାତୃତ୍ବ ସ୍ନେହ

ସୁଝି ପାରିବ କିଏ

ଦେଇ ତା ମୂଲ ।


୩)

ମାଆର କୋଳ

ଲୋଡା ନାହିଁ କମ୍ବଳ

ଭାରି ଉଷୁମ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୪)

ମା ଆ ଟି ମୋର

ସତେ କେଡ଼େ ନିଜର

ତୁଳନା ନାହିଁ ।


୫)

ମା ଓ ମାଟି ରେ

ଗଢା ମୋର ଜୀବନ

ଦେବି ମୋ ପ୍ରାଣ ।


୬)

ସରଗ ଶୋଭା

ମା କୋଳରେ ଥିଲେ ତ

ନ ଥାଏ ଡର ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୭)

ଜନ୍ମଦାତ୍ରୀ ସେ

ଶୁଭ ମନାସି ମୋର

ପୂଜେ ଦେବତା ।


୮)

ମୋ ଅଭିନୟ

ସୃଷ୍ଟି କରି ପାରିଲା

ତା ପରିଚୟ ।


୯)

ମମତାମୟୀ

ତୋ ଆଶୀର୍ବାଦେ ମୁହିଁ

ଯିବି ଆଗେଇ ।


~ ବିଜୟ କୁମାର ସାହୁ, ବୌଦ୍ଧ


୧୦)

ମମତା ମୟୀ

ସୃଷ୍ଟି ର ଅପରୂପା

ମା'ର ପଣତ କାନି ।


୧୧)

ଜୀବନ ଚିତ୍ର

ମା ଡାକରେ ପୂର୍ଣ୍ଣତା

ପ୍ରତିବଦ୍ଧତା ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୧୨)

ମୁକ୍ତିର ଗାନେ

ଉଲ୍ଲାସେ ମାଟି ମାଆ 

ଅମୃତ ଝରା ।


୧୩)

ଜନନୀ ପ୍ରାଣୁ

ସନ୍ତାନ  ଲାଗି ଝରେ

ଆଶିଷ ଧାରା ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ ଖୋରଧା


୧୪)

ମମତା ମୟୀ

ସୃଷ୍ଟି ର ଅପରୂପା

ନାରୀ ମୂରତ୍ତି ।


୧୫)

ଜୀବନ ଚିତ୍ର

ମା ଡାକରେ ପୂର୍ଣ୍ଣତା

ପ୍ରତିବଦ୍ଧତା ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୧୬)

ମମତା ମୟୀ

ଅମନ୍ଦ ମନ୍ଦାକିନୀ

ମାଆ ତୁ ମୋର।


~ ଶୋଭାଗିନୀ ନନ୍ଦ, ଜୟପୁର, କୋରାପୁଟ


୧୭)

ମାଟି ମାଆଟି

ତୁଳନା ନାହିଁ ତା'ର

ନାମ ଧରିତ୍ରୀ ।


୧୮)

ସ୍ଵର୍ଗ ଠୁଁ ବଡ଼

ମୂଲ ତା'ର ଅମୂଲ

ସେ ଆମର ମା ।


୧୯)

ଜନ୍ମଦାତ୍ରୀ ସେ

ସେନେହମୟୀ ମାଆ

ଭୁଲିବା ନାହିଁ ।


~ ପ୍ରଭାସିନୀ ସାହୁ, ଖୋର୍ଦ୍ଧା


୨୦)

ଜନମ ଦାତ୍ରୀ

ଅନେକ ରୂପରେ ତୁ

କଲ୍ଯାଣ ମୟୀ ।


~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୨୧)

ବୋଉଲ ବୋଉ

ତୋଠାରୁ ପ୍ରିୟ କେହି

ନାହିଲୋ ଆଉ ।


୨୨)

ସରଗୁ ବଡ

ସବୁଠାରୁ ସୁନ୍ଦର 

ମାଆଟି ମୋର।


୨୩)

ମାଆ ଡାକଟି

ସବୁଠୁ ସୁମଧୁର

ସେହି ନାମଟି।


୨୪)

ମାଆର କୋଳ

ସନ୍ତାନର ଅଟଇ

ନିର୍ଭୟ ସ୍ଥଳ ।


୨୫)

ବୋଉଲୋ ବୋଉ 

ତୋଠାରୁ କେହି ପ୍ରିୟ 

ନାହିଁଲୋ ଆଉ ।


~ ବାସନ୍ତୀ ମହାପାତ୍ର, ପୋଖରୀପୁଟ


୨୬)

ମାଆ ଟି ମୋର

ସାଗର ଠୁ ଗଭୀର 

ମମତା ତୋର ।


~  ସୁମତୀ ଦେଈ, ଅସରଳା


୨୭)

ସେନେହମୟୀ

କାଉଁରୀ ସ୍ପର୍ଶେ ତାର

ଯାଏ ଆଗେଇ ।


~ ଅର୍ଚ୍ଚନା କୁମାରୀ ରାଉତରାୟ, ଖୋର୍ଦ୍ଧା


୨୮)

ମାଆ ଆମର

ଈଶ୍ୱର ପ୍ରତିନିଧି

ଗଢ଼ିଛି ବିଧି ।


~ ସୁଷମା ଦିଦି, ଭୁବନେଶ୍ୱର


୨୯)

ମାଆ ପରଷ

ସଂଜୀବନୀ ସମ ସେ

ଭରେ ପୀୟୂଷ ।


୩୦)

ଗର୍ଭ ବେଦନା

ସହି ଜନନୀ ସହେ

କେତେ ଯନ୍ତ୍ରଣା ।


୩୧)

ପ୍ରେମର ଫଲ୍ଗୁ

ନାଆଁ ତାହାର ମାଆ

ଭାଗ୍ୟରୁ ଲଭୁ ।


 ୩୩)

 ଚରଣେ ତୋର

ମାଆଲୋ ସ୍ନେହମୟୀ

କୋଟି ଜୁହାର ।


~ କବିତା କାନୁନଗୋ, ପୋଖରୀପୁଟ


୩୪)

ମାଆର ହସ

ବାତ୍ସଲ୍ୟ ସ୍ନେହ ଭରା

ଝରେ ଆଶିଷ ।


୩୫)

ମାଆ ଲୋ ମାଆ

ତୋର ପଣତ ତଳେ

ପାଇଲି ରାହା ।


୩୬)

ଅମୃତମୟୀ

ମା ପରି ହେବ କିଏ

ସେନେହ ଦାୟ ।


~ ମଧୁଛନ୍ଦା ଦାଶ, ଭୁବନେଶ୍ୱର


୩୭)

ଜନନୀ ମୋର

ସେନେହ ମମତାର

ଭଣ୍ଡାର ଘର । 


୩୮)

ଲକ୍ଷେ ସପନ 

ମାଆ ତୋର ଆଶିଷେ 

ଧନ୍ଯ ଜୀବନ  । 


~ ସସ୍ମିତା ବାରିକ୍, ବୋଲଗଡ଼


୩୯)

ସ୍ନେହ  ଅମାପ

ମାଆତୁ ମନ୍ଦିରର 

ଅଖଣ୍ଡ  ଦୀପ ।


୪୦)

ମାଆ ଆଶିଷ

ଭରିଦିଏ  ଜୀବନେ

ଆତ୍ମ ବିଶ୍ଵାସ ।


~ ବିଳାସିନୀ ଦାଶ, ଖୋର୍ଦ୍ଧା


୪୧)

ମାଆର କୋଳ

ବାତ୍ସଲ୍ୟର ଜୋଛନା  

ଭାରି ଶୀତଳ ।


~ ପ୍ରଦୀପ କୁମାର ଦାଶ


୪୨)

ସ୍ନେହ ଝରଣା

ଝରଇ ଅବିରତ

ମାଆ ହୃଦରୁ ।


~ ବାସନ୍ତୀ ଦେଈ


୪୩)

ମାତୃତ୍ବେ ଥାଏ

ଦିବ୍ୟ ଅନୁଭବ ର

ନା ଅଭିବ୍ୟକ୍ତି ।


~ ମୀରା ଦାଶ ଖୋର୍ଦ୍ଧା


୪୪)

ମାଆ ଟି ପରି

ଏତେ ନିଜର ଅଛି

ଆଊ କେ କାହିଁ...! 


୪୫)

ମା ନାଁ ମଧୁର

ସରଗ ଠୁଁ ସୁନ୍ଦର

ଅମ଼ତ ସମ । 


୪୬)

'ମା'* ପ୍ରାର୍ଥନା ରେ

ସନ୍ତାନ ପାଇଁ ମାଗେ

କୋଟି ଆୟୁଷ ।


୪୭)

ଜନମ ଦାତ୍ରୀ

'ମା' ମାତ଼ତ୍ବ ପାଇଲେ

କଷ୍ଟ ଭୂଲଇ ।


୪୮)

'ମା' ମମତା ରେ

ସନ୍ତାନ ସୁଖ ପାଇଁ

ପୂଜଇ ଷଠୀ ।


୪୯) 

'ମା' ଥିଲା ପୁଅ

ଦୁନିଆଁକୁ ମାନେନି

କଥାରେ ଅଛି ।


୫୦)

ମାତ଼ ଗରଭୁଁ

ଦଶ ମାସ ର ଅନ୍ତେ

କନ୍ଯା ଜନମେ ।


୫୧)

ମା' ସ୍ଥାନ କାଳେ

ପତ୍ନୀ,ଜାୟା, ଜନନୀ

କନ୍ଯା,ଭଗିନୀ । 


୫୨)

ଅଷ୍ଟମ ଗର୍ଭୁ

ଜାତ କରିଲେ ମାତ

କଳା କହ୍ନେଇ ।


୫୩)

ଝିଅ ଜନମେ

ସାର୍ଥକ ବୋହୂ, ବୋଉ

ଭାରିଜା ଡାକ ।


~ ଝୁମୁରୀ ସାହୁ, ଜଟଣୀ

⭐⭐⭐⭐⭐⭐⭐⭐⭐⭐

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH