हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 17 अगस्त 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୧୨ ~

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୧୨ ~

ଭଅଁର


ହାଇକୁ 

୧)

ଫୁଟିଛି ଫୁଲ 

ଲେଖି ଯାଏ କବିତା 

କବି ଭ୍ରମର । 


~ ପ୍ରଦୀପ କୁମାର ଦାଶ


୨)

କଳା ଭଅଁର

ଫୁଲ ରୁ ଫୁଲ ଉଡେ

ମୃଦୁ ଗୁଞ୍ଜନ ।


୩)

ମଧୁପ ପ୍ରୀତି

ମଧୁ ଶୋଷଣ ଅନ୍ତେ

ପ୍ରେମ ରେ ଇତି ।


୪)

ମୃଦୁ ଚୁମ୍ବନ

ମଧୁପ ପୁଷ୍ପ ପ୍ରୀତି

ସୃଷ୍ଟି ଆଧାର ।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୫)

ମହକ ଲୋଭେ

ପାଗଳ ଅଳି ପଶେ

ଫୁଲର ବନେ ।


୬)

ମଧୁପ ବନ୍ଦୀ

ପଦ୍ମ ଗରଭେ ସିନା

ମଧୁ ଆୟାସେ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା


୭)

ଭଅଁରପ୍ରେମୀ

ଭୁଲିଲା ଅତୀତର

ପ୍ରେମ ର ଡୋର  ।


୮)

ତୁତ ଭଅଁର

ଆଖିରୁ ନେଇ ନିଦ

କଲୁତୁ ପର  ।


~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୯)

ଲମ୍ପଟ ଚୋର

ଭଅଁର ଅପବାଦ 

ଯୁଗ ଯୁଗର ।


୧୦)

ଫୁଲ  ସଂସାର 

ଚୁମି ଭଅଁର  କରେ 

ବଂଶ  ବିସ୍ତାର ।


~ ବିଳାସିନୀ ଦାଶ, ଖୋର୍ଦ୍ଧା


୧୧)

ଭ୍ରମର ବର

ଚିତ୍ତ ଚୋରାଇ  ନେଉ

ମନ ଅଧୀର ।


୧୨)

ମିଳିନ୍ଦ ଆଶା

ସୁମନ ଲହରାଏ

ତା' ମନ ଭାଷା ।


୧୩)

ମଧୁପ ପରା

ଯହିଁ ତା' ମନ ଯାଏ

ନ ଦିଏ ଧରା ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୧୪)

ପ୍ରୀତି ସୁମନ

ମଧୁପ ଗୁଞ୍ଜନରେ

ଶିହରେ ମନ ।


୧୫)

କୁସୁମ ବନେ

ଭ୍ରମର ଭ୍ରମୁଥାଏ

ମଧୁ ସନ୍ଧାନେ ।


୧୬)

ପ୍ରେମୀ ଭଅଁର

ଫୁଲରୁ ମଧୁ ଶୋଷି

କରିଲୁ ପର ।


~ ମଧୁଛନ୍ଦା ଦାଶ


୧୭)

ଭ୍ରମରେ ଭ୍ରମି

ଭ୍ରମି ଭୁବନାୟନ

ଭ୍ରମନ୍ତି ଭବ ।


୧୮)

ପୁଷ୍ପ ବାଟିକା

ଭଅଁର ବୁଲୁଥାଏ

ଟେକି ତା' ତଥା ।


 ~ ଅର୍ଚ୍ଚନା କୁମାରୀ ରାଉତରାୟ


୧୯)

ପୁଷ୍ପ ଚୁମ୍ବନ

ମଧୁ ଆସେ ଭ୍ରମର

କରେ ଗୁଞ୍ଜନ ।


୨୦)

ମଧୁ ମାସରେ

ଭ୍ରମର ଗୁଞ୍ଜନରେ

ସଙ୍ଗୀତ ଝରେ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୨୧)

ମନ ଭ୍ରମର

ଭକତି ଅନ୍ତର ତୋ

ପ୍ରୀତି ପୁଷ୍ପ ର । 


୨୨)

ଫୁଲର ବାସ୍ନା

ଗୁଣୁଗୁଣୁ ଭ୍ରମର

ମହୁଆ ନିଶା  । 

 

~ ସସ୍ମିତା ବାରିକ୍, ବୋଲଗଡ଼


୨୩)

ସୁନା ଫରୁଆ

ଭିତରେ  ଛପି ଅଛି

କଳା ଭଅଁର ।

 

 ୨୪)

 ଭଅଁର ବେଣୁ

ଫୁଲରୁ ଫୁଲୁ ଆଣୁ

ପରାଗ ରେଣୁ ।


୨୫)

ଭଅଁର ବେଶ, 

ବୁଢୀ ଅସୁରୁଣୀ ର

ଜୀବନ ଶେଷ । 


~ ଝୁମୁରୀ ସାହୁ


୨୬)

ଫୁଲରେ ବସି

ମଧୁ ନେଉ ତୁ ଶୋଷି

ଦୁଷ୍ଟ ଭଅଁର । 


୨୭)

ଫୁଲର ଆଶେ

ଭ୍ରମର ଭ୍ରମୁଥାଏ

ବାଚାଳ ବେଶେ ।


~ ବାସନ୍ତୀ ମହାପାତ୍ର, ପୋଖରୀପୁଟ


୨୮)

କଳା ଭଅଁର

କଳାରେ ପୂରିତ ତୋ

ହୃଦ କନ୍ଦର ।


୨୯)

ପଦ୍ମର ଗନ୍ଧେ

ବନ୍ଦି ଭଅଁର ଆଜି

କାଳର ଛନ୍ଦେ ।


~ କବିତା କାନୁନଗୋ

⭐⭐⭐⭐⭐⭐⭐⭐⭐⭐

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH