हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 17 अगस्त 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୧୧ ~

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୧୧ ~


ମେଘ


ହାଇକୁ 

~ 0 ~


୧)

ବେଙ୍ଗୁଲି ରାଣୀ

ମେଘ ରାଜା କୁ ଗାଆଁ

ଡାକିଛି ଆଣି ।


୨)

ଅଦିନ ମେଘ

ଅଭିମାନିନୀ ବର୍ଷା

ଝରାଏ ଲୁହ ।


୩)

ନୀଳ ଆକାଶ

କାଶତଣ୍ଡୀ ର ଫୁଲ

ଧଵଳ ମେଘ ।


~ ପ୍ରଦୀପ କୁମାର ଦାଶ


୪)

ଆଷାଢ଼ ମାସ

ହୋଇ ଟୁପୁରୁଟୁପୁ

ବରଷେ ମେଘ ।


୫)

ମେଘ ରାଇଜେ

ଅତୀବ ମନୋରମ

ବାଙ୍କ ଚନ୍ଦ୍ରମା ।


୬)

ମେଘ ସବାରୀ

ବିଜୁଳି ରୋଷଣୀ ରେ

ଆସେ ମୋ ପ୍ରିୟା ।


~ ବାସନ୍ତୀ ଦେଈ


୭)

କଳା। ମେଘକୁ

ଦେଖି ନାଚେ ମୟୂର

କି ମନୋହର ।


୮)

ମେଘ ସବାରୀ

ଆସିବ ମୋ ପ୍ରିୟ ଙ୍କୁ

ରହିଛି ଚାହିଁ ।


୯)

ମେଘ ବରଷେ

କାଗଜ ଡଙ୍ଗା  ମୋର

ଗାଁ ଦାଣ୍ଡେ ଭାସେ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୧୦)

ଆସିଲା ମେଘ

ଘଡଘଡି ଶବଦେ

କମ୍ପିଲା ଧରା ।


୧୧)

ବାରିଦ ବିନା

ହୁଏ ଜଳ ସଂକଟ

ମହୀ ମଣ୍ଡଳେ ।


~ ପ୍ରଭାସିନୀ ସାହୁ


୧୨)

ମେଘ ଆସିଲୁ

ଫୁଲର ବର୍ଷାରେ ତୁ

ଭିଜାଇ ଦେଲୁ ।


୧୩)

ମେଘ  ଶ୍ରାବଣୀ

ତୁ କବି ହ୍ରୁଦୟର

କବିତା ମୁଣୀ ।


~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୧୪)

ଜଳଦ ଜଳ

ତୃଷାର୍ତ୍ତ କୁ ଶୀତଳ

ପ୍ରାଣ ସଂଚାର ।


୧୫)

ଘନ ଵ‌ଉଦ

ଇନ୍ଦ୍ରଧନୁ ର ଶୋଭା

କି ମନଲୋଭା ।


୧୬)

ମେଘ ଛାଡିଚି

ନାଲି ସାଧବ ବୋହୂ

ଘାସେ ଚାଲୁଛି ।


୧୭)

ବରଷେ ମେଘ

ରିମ୍ ଝିମ୍'ର ସୁରରେ

ମନକୁ ମୋହେ ।


୧୮)

ଶ୍ରାଵଣୀ ମେଘ

ଚାଷୀ ଭାଇ ର ସଜ

ରାକ୍ଷୀ ପରବ ।


~ ଆରତୀ ପ୍ରହରାଜ


୧୯)

ଘନେ ଦାମିନୀ

ଶୋଭା ସୁବର୍ଣ୍ଣ  ଜିଣି

ନାଚେ ଶ୍ରାଵଣୀ ।


୨୦)

ମେଘ ମେଦୁର

ଦେଖି ମୁଦ ଚକୋର

ତୃଷା ତା  ଦୂର ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା


୨୧)

ଆକାଶ ନୀଳ

ସୁନ୍ଦର ମେଘମାଳା

ଭସା ବାଦଲ ।


~ ଝୁମୁରୀ ସାହୁ, ଜଟଣୀ


୨୨)

ମେଘ ମେଦୁର

ଝରେ ଆକାଶୁଁ ନୀର

ତୃଷିତ ପ୍ରାଣ ।

 

 ୨୩)

ମେଘ ବୁକୁରେ

ଘନ ଚପଳା ଖେଳେ

ଭୀତି ସଂଚରେ ।


~ ଅର୍ଚ୍ଚନା କୁମାରୀ ରାଉତରାୟ


୨୪)

ମେଘ ମହ୍ଲାର

ଆଗମନୀ ସଙ୍ଗୀତ

କି ମନୋହର । 


୨୫)

କ୍ରୁଦ୍ଧ ଦୁର୍ବାସା

ମେଘ ରାଇଜେ ସତେ

ବାନ୍ଧିଛି ବସା । 


~ ସସ୍ମିତା ବାରିକ୍, ବୋଲଗଡ଼


୨୬)

ମେଘ ଦର୍ଶନେ

ପୁଚ୍ଛ ପ୍ରସାରି କେକୀ 

ନାଚଇ ବନେ ।


୨୭)

ମେଘ ମହ୍ଲାର

ତୃଷାର୍ତ୍ତ ନୟନରେ 

ଚାହେଁ ଚକୋର ।


୨୮)

ବାରିଦ ଜଳ

ଶସ୍ୟଶ୍ୟାମଳା କରେ

ମହୀମଣ୍ଡଳ ।


୨୯)

ମେଘ ସମ୍ଭାର

ଗୁରୁ ଗମ୍ଭୀର ନାଦ  

ଟୋପାଏ ଜଳ ।


~ ମଧୁଛନ୍ଦା ଦାଶ


୩୦)

ମେଘ ପରଶେ 

କଦମ୍ବ ଶିହରଇ

ନବ ଉଲ୍ଲାସେ ।


୩୧)

ମେଘ  ଭାସିଯା

ବନ୍ଧୁ  ମୋ ପରଦେଶେ

ଚିଠି ନେଇଯା ।


~ ବିଳାସିନୀ  ଦାଶ, ମଧୁସୂଦନ ନଗର


୩୨)

ମେଘୁଆ ରାତି, 

ମନେ ବିଜୁଳି  ଖେଳେ

ସାଥୀକୁ ଖୋଜେ ।


୩୩)

ପ୍ରେମିକ ବର

ପ୍ରିୟା କୁ ସନ୍ଦେଶ ଦିଏ

ତା ମେଘଦୂତ ।


୩୪)

ଗରଜେ ମେଘ

ବରଷେ ନାହିଁ ଜଳ

ବିନ୍ଦୁଏ ମାତ୍ର ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୩୫)

ମେଘ ବରଷେ

ତା ମଧୁର ପରଶେ

ଧରଣୀ ହସେ ।


~ ବାସନ୍ତୀ ମହାପାତ୍ର, ପୋଖରୀପୁଟ


୩୬)

ଦଲକାଏ ବା'

କଳା ଭସା ବାଦଲ

ହଜାଏ ମନ ।


~ ମୀରା ଦାଶ, ଖୋର୍ଦ୍ଧା

⭐⭐⭐⭐⭐⭐⭐⭐⭐⭐

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH