हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 20 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ତାଁକା କାବ୍ୟ ଯାତ୍ରା ~ ୧୦

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ତାଁକା/TANKA କାବ୍ୟଯାତ୍ରା ~ ୧୦ 

ତାଁକା 


୧)

ସ୍ଵାଧୀନତା ର

ଅମୃତ ମହୋତ୍ସବ

ଦେଶାତ୍ମବୋଧ

ଦେଶ ର ଅଗ୍ରଗତି

କରିବା ଆକଳନ ।


୨)

ଜୀବନ ସ୍ଵାଦ

କାହାପାଇଁ କେମିତି

ଶିଶୁ ଅନାଥ

କ୍ଷୁଧା ରେ ବିକେ ମାଆ

ଇଏ ସଂସାର ଚିତ୍ର ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୩)

ମାୟା ସଂସାର

ନୁହେଁ କେହି କାହାର 

ସମ୍ପର୍କ  ମିଥ୍ୟା

ବିଶ୍ଵାସେ ଦିଏ ବିଷ 

ହୃଦୟେ ଥରେ ଚିନ୍ତ ।


୪)

ମଉଳା ଶ୍ରାଦ୍ଧ 

ପିତୃ ପୁରୁଷ ଗଣ

ଆତ୍ମା ସନ୍ତୋଷ

ଶ୍ରଦ୍ଧାରେ ସମର୍ପଣ 

ନକରନ୍ତୁ କାର୍ପଣ୍ୟ ।


୫)

ଭୁବନେଶ୍ୱର

ବେଙ୍ଗ ମୂତିଲେ ପାଣି

ସହରେ ବନ୍ୟା

ଜ୍ୟୋତି ଙ୍କ ହେଲା କାଳ 

ପରିବାର ବିକଳ ।


୬)

ଜୀବନ ହାନି 

ନ ହେଉ ବାର ବାର 

ବିଜ୍ଞାନୀ ଜନ 

ଚିନ୍ତ ହେ ସରକାର 

ବୁଦ୍ଧି ପ୍ରୟୋଗ କର ।


 ~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୭)

ସ୍ୱାସ୍ଥ୍ୟ ବିଭାଗ

ଦୂର କରିଲା ଦେଶୁ

ପୋଲିଓ ରୋଗ

ଟୀକାକରଣ କର

ଶିଶୁ ରହୁ ନିରୋଗ ।


୮)

ବିସିଜି ଟୀକା

କରେ ଯକ୍ଷ୍ମା ରୁ ରକ୍ଷା

ଜୀବନେ ଥରେ

ଦେବା ଶିଶୁକୁ ନିଶ୍ଚେ

ଜନ୍ମ ଦିବସ ରେ ।


୯)

ସୁଷମ ଖାଦ୍ୟ

ଶରୀର ସୁସ୍ଥ ରଖେ

ନିତି ଖାଇବା

ପରିବା ଦୁଗ୍ଧ ଶାଗ

ରଖେ ସଦା ନିରୋଗ ।


୧୦)

ଜାତିଜାତିକା

ଶାଗରେ ଭିଟାମିନ

ଭରି ରହିଛି

କୋଷ୍ଠ କାଠିନ୍ୟ ନାହିଁ

ହୁଏନି ଚକ୍ଷୁ ରୋଗ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୧୧)

ଇନ୍ଦ୍ର ପୂର୍ଣ୍ଣିମା

ଭାଗବତ ଗୋସେଇଁ

ଜନ୍ମ ମହିମା

କୃଷ୍ନ ନାମ ପଠନେ

ଚିତ୍ତ ଶୁଦ୍ଧି ପ୍ରମାଣେ ।


୧୨)

ଅଭାବୀ ମନ

କାତରେ ସନ୍ତୁଳିତ

ସାରା ଜୀବନ

କୃଷ୍ନ ପାଦେ ଶରଣ

ଦୂରେ ଯାଉ କଷଣ ।


୧୩)

ପାଠ ପଢିକି

ପରୋପକାର ଭାଵ

ହୃଦେ ନାହିଁକି?

ଧିକ ତୁମର ଜ୍ଞାନ

ପୋଡି ଯାଉ ସପନ ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୧୪)

ଚୋରା ଚ‌ଇତି

ବ‌ଉଳ ର ବାସନା

ମୃଦୁ ମଧୁର

ଚଳଚଞ୍ଚଳ ଧରା

ସୁଖଦ ଅପାଶୋରା ।


୧୫)

ପଳାଶ ଫୁଲ

ରୂପ ତା ଝଲମଲ

ଦିଶେ ସୁନ୍ଦର

ବାସହୀନ ଚହଟ

କରେ ନାହିଁ ଉଚ୍ଚାଟ ।


୧୬)

ଦିବ୍ୟ ଗୋ ମାତା

କାଳେ ସିଏ ପୂଜିତା

ମାଆ ର ରୂପେ

ଶକ୍ତି ଭରେ ଅମାପ

କର ଯତ୍ନ ସତତ ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୧୭)

କୁଟୀର ଶିଳ୍ପ 

ଭାଙ୍ଗିଛି ମେରୁଦଣ୍ଡ 

ଅଛି କଙ୍କାଳ

ଶିଳ୍ପୀକୁଳ ଆକୁଳ

ପେଟ ପାଟଣା ଚିନ୍ତା ।


୧୮)

ନଦୀ ମାତୃକା

କାରଖାନା ବର୍ଜ୍ଯରେ

ଭରା ଜହର

ନିର୍ମଳ ପରିବେଶ 

ଜୀବ ରକ୍ଷାକବଚ ।


~ ବିଳାସିନୀ ଦାଶ, ଖୋର୍ଦ୍ଧା


୧୯)

ନିଳିମା ନଭ

ତା ମଧ୍ୟେ ଇନ୍ଦ୍ରଧନୁ

ନାହିଁ ଉପମା

ବଉଦ ମାଳମାଳ

ଘନେ ରଚନ୍ତି ଖେଳ ।


୨୦)

ଶରତ ଶୋଭା

ବିବିଧ ପୁଷ୍ପେ ସାଜେ

ପ୍ରକୃତି ଗଭା

କାଶତଣ୍ଡୀ ଫୁଲରେ

ନଈପଠା ହସେରେ ।


୨୧)

ସରସୀ ଜଳ 

ମଧ୍ୟେ ପୂର୍ଣ୍ଣମୀ ଇନ୍ଦୁ 

ଦିଶେ ଉଜ୍ଜ୍ଵଳ

ଢଳଢଳ କମଳ

ବିହରନ୍ତି ମରାଳ ।


~ ମଧୁଛନ୍ଦା ଦାଶ


୨୨)

ସୁନ୍ଦରଧରା

ତା' ସବୁଜ ବନାନୀ

ଅତି ସୌନ୍ଦର୍ଯ୍ଯ

ତା' ମାଟି ପବନରେ

ଗଢାଏ ମୋ ଶରୀର


 ~ ଶୋଭାଗିନୀ ନନ୍ଦ


୨୩)

ମାଗିଲି ବନ୍ଧୁ

ବନ୍ଧୁତା ଟିକେ ଦିଅ

ସେ କଲା ମନା, 

ଆଖି ସପନ ରେ

ଯାହା ମୁଁ ଦେଖେ ଚୁନା । 


୨୪)

କୋମଳ  ଶିଶୁ

କମଳ ମନେ, ଶ୍ରଦ୍ଧା

ଚାହେଁ ତ ନିତି

ନିରନ୍ତର ସେବା ରେ

ଭେଦେ ଜ୍ଞାନ ସାଗର ।


୨୫)

ଜନମ ନେବେ

କେତେ ଯେ ମଶା ମାଛି

ନ ଥିଲେ ସଫା

ପରିବେଶ ଆମର

ମଶାରୀ ଟାଙ୍ଗି ଶୁଅ ।


~ ଝୁମୁରୀ ସାହୁ, ଜଟଣୀ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH