हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

रविवार, 19 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ତାଁକା କାବ୍ୟ ଯାତ୍ରା ~ ୯

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ତାଁକା / TANKA କାବ୍ୟ ଯାତ୍ରା ~ ୯

ତାଁକା 


୧)

ସୁନ୍ଦର ସୃଷ୍ଟି

ମନ ଉପବନରେ

ନାନା ଜାତିର

ଫୁଟେ ପ୍ରୀତି ସୁମନ

ନିତ୍ୟ ବିଭୁ ଚିନ୍ତନ ।


୨)

ସାଧବ ଝିଅ

ନାମ ତା ତଅପୋଇ

ଖୁଦୁରୁକୁଣୀ

ପୂଜେ ମାଆ ମଙ୍ଗଳା

ଭ୍ରାତା ଶୁଭ କାମନା ।


୩)

ଭାଦ୍ରବ ମାସ

ପ୍ରତ୍ୟେକ ରବିବାର

ଖୁଦୁରୁକୁଣୀ

ଦିଏ ଦିବ୍ୟ ସନ୍ଦେଶ

ସହୋଦର ଆଶିଷ ।


~ ବାସନ୍ତୀ ଦେଈ


୪)

ଅନନ୍ତ ବ୍ରତ

ଘରେ ମନାନ୍ତି ସତ

ଶୁଭ ସଂକେତ

ଦେବାଳୟେ ଅବଶ୍ୟ

ଆଣେ ମନେ ସନ୍ତୋଷ ।


୫)

ଖୁଦୁରୁକୁଣୀ

ପୂଜ ମା ଭାଲୁକୁଣୀ

ଭାଇଙ୍କ ମଣି

ଶୁଭ ମନାସି ପାଳେ

ତା'ର ଗେହ୍ଲା ଭଉଣୀ ।


୬)

ପର୍ବ ବିଶେଷ

ଚତୁର୍ଦ୍ଦଶୀ ଉପାସ

ଅଘୋର ତ୍ରାସ

କରି କଲ୍ମଷ ନାଶ

ପୂଜ୍ୟ ପୂଜା ଅବଶ୍ୟ ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୭)

ସୁନା ସଂସାର

ପରିବାର ସମଷ୍ଟି

ଦରଦୀ ମନ

ଏକ ଅନୁଚିନ୍ତନ

ଆପଣା ପ୍ରିୟ ଜନ । 


୮)

ତନୁ ପାତଳୀ

ବେଦନା ଜର୍ଜରିତ

ବିରହ ରାତି

ସ୍ବପ୍ନ ଭରା ଯୌବନ

ରଙ୍ଗମୟ ଦୁନିଆ ।


୯)

କୋଇଲି କୁହୁ

ପତ୍ରଝଡ଼ା ବସନ୍ତ

ନବ କଲ୍ଲୋଳ

ସୁନ୍ଦର ସବୁଜିମା

ଆକାଶେ ଅରୁଣିମା ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୧୦)

ସାଗର ତଟେ

ସୁଉଚ୍ଚ ଉର୍ମିମାଳା

ମସ୍ତକ ପିଟେ

ସିକ୍ତ ବାଲୁକା ରାଶି

ଜ୍ୟୋତ୍ସ୍ନା ଢାଳଇ ଶଶୀ ।


୧୧)

ସରସୀ ଜଳ 

ମଧ୍ୟେ ପୂର୍ଣ୍ଣମୀ ଇନ୍ଦୁ

ଦିଶେ ଉଜ୍ଜ୍ଵଳ

ଢଳ ଢଳ କମଳ

ବିହରନ୍ତି ମରାଳ ।


୧୨)

ଘରଚଟିଆ

ଚାଳ କୁ ଚାଳ ଉଡ଼ି

ହେଉ ହାଲିଆ

କାଠି କୁଟା ସାଇତି

ଗଢୁ ଟିକି ନୀଡ଼ଟି ।


~ ମଧୁଛନ୍ଦା ଦାଶ, ଭୁବନେଶ୍ୱର


୧୩)

ଆଜିକା ଯୁଗ

ଅଭିଶପ୍ତ ଶୈଶବ

ବସ୍ତାନୀ ବୋଝ

ନାହିଁ କଣ୍ଢେଇ ଖେଳ

ନାହିଁ ଜେଜେମା କୋଳ ।


୧୪)

ଭାଦ୍ରବ ଶେଷ

ଆସେ ଆଶ୍ୱିନ ମାସ

ଦଶରା ପର୍ବ

ମା ଦୁର୍ଗା ଆବାହନ

ମଣ୍ଡପ ସାଜସଜ୍ଜା ।


୧୫)

ମହାଳୟାରେ

ପିତୃପୁରୁଷ ଗଣ

ଆସନ୍ତି ପୁରେ

ଖୁସିରେ ଶ୍ରାଦ୍ଧ କରି

ଆଶିଷ ମାଗିନେବା ।


୧୬)

କୁମାରୀମାନେ

କୁମାର ପୂର୍ଣ୍ଣିମାରେ

କରନ୍ତି ଓଷା

ଚାନ୍ଦ ଚକଟା ଭୋଗ

ଚନ୍ଦ୍ର ଉଦିଆ ବର ।


୧୭)

ମଙ୍ଗଳା ମାଆ

ବୁଧବାର ବୁଧେଇ

ନାରୀଙ୍କ ଓଷା

ରବିବାର ଝିଅଙ୍କ

ଭାଲୁକୁଣୀଙ୍କୁ ପୂଜା ।


୧୮)

ବରଷା ଢାଳେ

ବନ୍ୟା ଜଳେ ନଦୀର

କୂଳ ଉଛୁଳେ

ନଈ କୁଳିଆ ଗାଆଁ

ଭୟରେ ଥରହର ।


୧୯)

ଲଘୁଚାପ ବର୍ଷା

ବିଜୁଳି ଘଡଘଡି

କୋହଲା ପାଗ

ଜମିରେ ବାଲିଚର

ଚାଷୀ ମନ ଆତୁର ।


୨୦)

ମାଆ ଲୋ ଦୁର୍ଗା

ପାର୍ବଣ ପୂଜାପାଇଁ

ମଣ୍ଡପେ ଉଭା

ଦୁଷ୍ଟାଙ୍କୁ ବିନାସି ମା

ଅଜାଡି ଦେ ଆଶିଷ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୨୧)

ଅନନ୍ତ ବ୍ରତ 

ଯାହାଙ୍କ ଆଦି ଅନ୍ତ 

ନଥାଏ ଜ୍ଞାତ 

ମୁନିଙ୍କ ନା ନା ମତ 

ପାଳନେ ଶତ୍ରୁ ହତ ।


୨୨)

ବଢନ୍ତା ନଈ 

ଅମ୍ବରେ ସୌଦାମିନୀ 

ଝଡ଼ ବତାସ 

ପ୍ରମାଦ ଦଶ ଦିଶ 

ଛାଡିଲେ ଦୀର୍ଘଶ୍ୱାସ ।


୨୩)

ମୋ ପିଲାବେଳ 

ଦାଣ୍ଡରେ ଧୂଳି ଖେଳ 

ଗାଁ ସାଥି ମେଳ 

ଭୁଲେନା ସ୍ମୃତି ତାର 

ଦେବଭୂମି ସେ ମୋର ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୨୪)

ଲଗାଣ  ବର୍ଷା 

ମାନେନା ଥଳକୂଳ 

ଘୋର  ଗର୍ଜନେ

ମତ୍ତ ହାତୀ ପରିକା

ମନ୍ଥେ ଆର୍ଦ୍ର ଧରଣୀ ।


୨୫)

ସଞ୍ଜ  ଦୀପାଳି

ବୋଉର ମୁହଁ ପରି

ଦିଶେ ପବିତ୍ର

ଜଳି ଚଉରାମୂଳେ

ପୁଣ୍ୟ ଜ୍ୟୋତି ପ୍ରକାଶେ ।


~ ବିଳାସିନୀ ଦାଶ, ଖୋର୍ଦ୍ଧା


୨୬)

ପୁଅମୋ ରାଜା

ସେତ  ଦେଶର  ପୁଅ

ସାଧୁ ଚରିତ୍ର

ଦେଶର ସୁ ଶାସକ

ତା'ର ନ୍ଯାୟ ବିଚାର ।


 ~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୨୮)

ଏଡିସ ମଶା

ମଣିଷ ରକ୍ତ ଶୋଷି

କରେ ହତାଶ

କମଇ ପ୍ଲେଟଲେଟ

ଶୀଘ୍ର କର ଚିକିତ୍ସା ।


୨୯)

ଜମିଲେ ପାଣି

ଏଡିସ ମଶା ଆସି

ଡିମ୍ବ କୁ ବୁଣି

ବଗିଚା ଘର ଦ୍ୱାର

ରଖିବା ପରିଷ୍କାର ।


୩୦)

 ଭୀଷଣ ଜ୍ୱର

ମୁଣ୍ଡ ବ୍ୟଥା ସାଙ୍ଗକୁ

ବାନ୍ତି ପ୍ରବଳ

ଦେହରେ ଲାଲ ଦାଗ

ଲକ୍ଷଣ ଡେଙ୍ଗୁ ରୋଗ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ

☆☆☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH