हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 21 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ସେଦୋକା କାବ୍ୟ ଯାତ୍ରା ~ ୧

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ୱତ SEDOKA/ସେଦୋକା କାବ୍ୟ ଯାତ୍ରା - ୧

ସେଦୋକା 


୧)

କରୁଣାମୟୀ

ସଂକଟ ହାରିଣି ମା

ଦୁର୍ଗତି ଵିନାଶିନୀ

ଘୋର ବିପଦୁ

ଜଗତ କର ତ୍ରାହି

ଜୟ ମାଆ ତାରିଣୀ ।


୨)

ପାହାଡୀ କନ୍ୟା

ଜାତ ଗିରି କନ୍ଦରୁ

ନାମ ମୋର ଝରଣା

ମୃଦୁ ମୂର୍ଚ୍ଛନା

ବନ ଭୂମି କୋଳରେ

ଝରୁଛି ଅବିରତ । 


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୩)

ମାଟି ନିର୍ମିତ 

ମଣିଷ ତ କଣ୍ଡେଇ

କରଇ ଅଭିନୟ 

ସବୁ ନଶ୍ୱର 

ମାଟି, ପାଣି, ପବନ

ଏ ଯେ ସଦା ଶାଶ୍ୱତ ।


୪)

କଟିଛି ଗଛ 

କିଏ ଶୁଣିବ ବ୍ୟଥା 

ବସୁଧା ହେଲା ବନ୍ଧ୍ୟା

ଚଢେଇ କାନ୍ଦେ 

ହଇରାଣ ହେଲାଣି

ହଜିଛି ତାର ବସା ।


~ ପ୍ରଦୀପ କୁମାର ଦାଶ "ଦୀପକ"


୫)

କୃଷକ କ୍ଷେତ 

ହେଲେ ଶସ୍ୟ ଶ୍ୟାମଳା 

ଫଳେ ସୁନା ଫସଲ

ଆନନ୍ଦ ଚିତ୍ତ 

ପରିଶ୍ରମ ବହୁତ

ଉତ୍ପନ୍ନେ ଦେଶହିତ ।


୬)

ଶରତ ଋତୁ 

ପୂଜା ପାର୍ବଣ ହେତୁ 

କରୋନା କଟକଣା

ହେବା ସତର୍କ

ଭାବ ଭକ୍ତି ମିଶ୍ରିତ 

ସ୍ଵଗୃହେ ଭକ୍ତ ସ୍ଥିତ ।


୭)

ଜୀବ ମହାନ 

ଈଶ୍ୱର ଅବଦାନ 

ପିତୃ ମାତୃ ପ୍ରଦାନ

ସୁପ୍ତ ବିଜ୍ଞାନ 

ଜ୍ଞାନରେ ମହୀୟାନ 

ବୈଜ୍ଞାନିକ ସମାନ ।


~ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୮)

ଶୀତଳ ଜ୍ୟୋତ୍ସ୍ନା

ଲାଜୁଆ ଆଖିତଳେ

ଛୁଟେ ପ୍ରେମର ବନ୍ୟା

ଆସହେ ପ୍ରିୟ

ହୃଦୟ ଦ୍ୱାର ଖୋଲା

ସ୍ବପ୍ନ ମୋ ଅସୁମାରି ।


୯)

ଆକାଶେ ତାରା

ଲୁଚିଛି କଳା ମେଘେ

ଚାନ୍ଦ ଜୋଛନା ଧାରା

ସୁନ୍ଦର ଧରା

ହସୁଛି କୁମୁଦିନୀ

ପ୍ରେମରେ ପାଗଳିନୀ ।


୧୦)

ପ୍ରେମ ପସରା

ପିଆଲା ରେ ଭରିଛି

ମୁଁ ପ୍ରୀତିର ମଦିରା

ଜୀବନ ରଙ୍ଗ

ଆସ ସାଥି ମୋହର

ଗଢିବା ଭବିଷ୍ୟତ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୧୧)

ଦୁଃଖ ଘଟଣା 

ଦେଲା କ୍ଳେଶ ଯାତନା 

ରାଜା ର ଅପମୃତ୍ୟୁ 

ଏହି ଦୁର୍ଦ୍ଦିନ 

ନକରୁ ଭାଗ୍ୟହୀନ 

ନେଇ କାହା ଜୀବନ ।


୧୨)

ଏଇ ଦୁନିଆ 

ଜନ୍ମେ ଏନ୍ତୁଡ଼ି ନିଆଁ 

ଶେଷେ ଯୁଇର ଧୂଆଁ 

କରିଯା କର୍ମ 

ଦୁଃଖ ହରଣେ ଧର୍ମ 

ଚିନ୍ତ ସାଧୁଏ ମର୍ମ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୧୩)

ବର୍ଷାକୁ କିଏ

କହୁଛି ପ୍ରିୟତମା

କେବୋଲେ ଓଡ଼ିଆଣୀ

କେ ପୁଣି କହେ

ବରଷା ଖାଇଦେଲା

କୁଳ ବେଉସା ଝୁଣି ।


୧୪)

ନିଜ ଗୁଣରେ

ତଳେ ଥାଇ ପ୍ରକାଶେ

ଓଜନ ତରାଜୁରେ

ଗଛ ଉପରେ

କାଉ ରାବିଲେ କିବା

ପିକ କଣ୍ଠ ଦିଏରେ ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୧୫)

ଗୋଲାପ ବକ୍ଷ

ସ୍ନେହ ଠୁ ବି ନରମ

କଣ୍ଟା ଛୁଆଁ ପରଶ

ସତ୍ୟ ଓ ନ୍ୟାୟ

ମିଳେନା ସହଜରେ

ଉପହସିତ କରେ ।


୧୬)

ଅମନା ମନ

ଭୁଲିବାକୁ ଦିଏନା

କଟାଡେଣା କ‌ଅଁଳେ

ରଙ୍ଗ ଲିଭେନା

ଅମାନିଆ ତରଙ୍ଗ

ଆବୋରି ଯାଏ ତନୁ ।


୧୭)

କଥା କବିତା

ଶୁଖିଯାଏ ଝରଣା

କେବେ ବା ଝରିଆସେ

ଶବ୍ଦର ନ‌ଈ

ଆଙ୍କି ଦିଏ ଲେଖନୀ

କାଗଜ ର ଫର୍ଦ୍ଦ ରେ ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୧୮)

ବୃକ୍ଷ ଜୀବନ

ଜଙ୍ଗଲ ର ସୁରକ୍ଷା

ମିଳିବ ରକ୍ଷା

ସେତ ଆମ ମଇତ୍ର

ଦିଏ ସେ ଅମ୍ଳଜାନ ।


 ~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୧୯)

ମୁକୁଳା  ନାଳ

ମୁଖ ବ୍ୟାଦାନ କରେ

ଘୋର  ବରଷା  କାଳ 

ଅମୂଲ୍ୟ   ପ୍ରାଣ

ଅକାଳେ ଚାଲିଯାଏ

ଛାଡି ଦୁଃଖଦ ସୃତି ।


୨୦)

କାଠ ଫରୁଆ

ଯତନେ ସାଇତିଛୁ

ଗର୍ଭେ ନାଲି ସିନ୍ଦୂର

ମଥାରେ ନାଇ

ନାରୀ  ସୌଭାଗ୍ଯବତୀ

ହୁଏ  ନିଳୟ ଲକ୍ଷ୍ମୀ ।


~ ବିଳାସିନୀ  ଦାଶ, ମଧୁସୂଦନ ନଗର

☆☆☆☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH