ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ସେଦୋକା / SEDOKA କାବ୍ୟ ଯାତ୍ରା ~୨
ସେଦୋକା
୧)
ପରିବେଶ ରେ
କର ଚାରା ରୋପଣ
ଭରିବ ଅମ୍ଳଜାନ
ସୁସ୍ଥ ଜୀବନ
ହସି ଉଠିବ ଧରା
ଆସିବ ଶୁଭ ଦିନ ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୨)
ଟିକି ଚଢେଇ
ଟିକି ଡେଣା କୁ ଝାଡ଼େ
ଦୂର ଆକାଶେ ଉଡେ
ଆହାର ଖୋଜେ
ସାଂୟେ ନୀଡ଼ ବାହୁଡେ
ପଥ କେବେ ନ ହୁଡେ ।
୩)
ଅମୃତ ବାଣୀ
ଦୁଃଖ କୁ ସୁଖ ମଣି
ନିଏ ମନକୁ କିଣି,
କୋମଳ ଧରା
ମାତୃ ବାତ୍ସଲ୍ୟ ଧାରା
ହୃଦୟୁ ଅପାସୋରା ।
୪)
ନାମ କୀର୍ତ୍ତନ
କରନ୍ତି ସାଧୁଜନ
ଧର୍ମ ଭାବ ସ୍ଥାପନ
ଦରିଦ୍ରେ ଦାନ
ସତ୍ୟନିଷ୍ଠ ସାଧନ
ସାର୍ଥକ କର ଜନ୍ମ ।
୫)
ଭକ୍ତି ର ଶକ୍ତି
ସର୍ବ ଵିପଦୁ ମୁକ୍ତି
ସତ୍ୟ ଧର୍ମ କର୍ମରେ
ଲଗାଅ ମତି
ଲଭିବ ପୂଣ୍ୟଫଳ
ଭାଗ୍ୟ ହେବ ଉଜ୍ଜଳ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା
୬)
ଆମେ ଓଡ଼ିଆ
ଆମ ଭାଷା ବଢ଼ିଆ
ଲେଖା ନୁହେଁ ତେଢି଼ଆ
ବର୍ତ୍ତୁଳାକାର
ଜଗା ଆଖିର ଠାର
ସତେ କୁସୁମ ହାର ।
୭)
ଜନ ବହୁଳ
ସ୍ଥିତି ବଡ଼ ବିକଳ
ପୃଥ୍ବୀ ଦେଖ ଆକୁଳ
କ'ଣ କରିବା
ପଞ୍ଚାକ୍ଷରୀ ଜପିବା
ପ୍ରତିକାର ଚିନ୍ତିବା ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୮)
ଧରାକୁ ସରା
ଗୁରୁଜନ ଅମାନ୍ଯ
ସତ ସଙ୍ଗ ବର୍ଜନ
ମାନବ ଜନ୍ମ
ଆଳସ୍ଯ ପରାୟଣ
ପଶୁଠାରୁ ବି ହୀନ ।
୯)
ସୁମନ ବ୍ରୁକ୍ଷ
ସୁରୁଚି ପୁଷ୍ପ ଗୁଚ୍ଛ
ସୁନୀତି ପ୍ରସ୍ପୁଟିତ
ଖଦ୍ଯେୋଳ୍ମତ ପ୍ରାୟ
ଆଲୋକ ବିଛୁରିତ
ସଦା ହର୍ଷିତ ମୁଖ ।
~ ସସ୍ମିତା ବାରିକ୍, ବୋଲଗଡ଼
୧୦)
ଗୁପତ ତଥ୍ୟ
କ୍ଷେପଣାସ୍ତ୍ର ପ୍ରୟୋଗ
ଭାରତ ର ଗୌରବ
କରି ପ୍ରଦାନ
ଦେଶଦ୍ରୋହ ସୃଜନ
ଅର୍ଥ ଲାଳସା ମନ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୧୧)
ଗତିଶୀଳତା
ଦୁନିଆ ର ନିୟମ
ଜୀବନ ର ଆୟାମ
ଗନ୍ତବ୍ୟ ସ୍ଥଳ
ସାଧନା ଅବ୍ୟାହତ
ଏଇ ପ୍ରକୃତ ସତ୍ୟ ।
୧୨)
ଅତି ରୁ ଇତି
ବିଶ୍ଵାସ ରୁ ବିନାଶ
ଭଲପାଇବା ବିଷ
ଆଶା ନିରାଶା
ମନ ହୁଏ ଅଥୟ
ଭାଙ୍ଗି ଯାଏ ହୃଦୟ ।
୧୩)
ଜୀବନ ଯାତ୍ରା
ଅନୁଭବ ର ବହି
ଅଙ୍କିତା ପ୍ରତିପୃଷ୍ଠା
ଛପିଛି ଖୁସି
ଆସିବ ଅତର୍କିତ
ଆଣିବ ସୁସଙ୍କେତ ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୧୪)
ମଣିଷ ଜନ୍ମ
ଭୋଗେ ଦୁଃଖ କଷଣ
ହେଲେ କ୍ଷଣିକ ଜାଣ
ପାଣି ଫୋଟକା
ଭରି ଥାଏ ତା ମଧ୍ଯେ
ସୁନ୍ଦର ଫୁଲ ବନ ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୧୫)
ସ୍ନେହ ଝରଣା
ହୃଦ କନ୍ଦରୁ ଜାତ
ଝରଇ ଅବିରତ
ବାଧା ମାନେନା
ପ୍ରୀତି ଭରା ବନ୍ଧନ
ଅତୁଟ ଚିରଦିନ ।
୧୬)
କ୍ଳାନ୍ତ ପଥିକ
କଣ୍ଟକିତ ପଥରେ
ଚାଲଇ ଅବିରତ
ହୋଇ ନିର୍ଭୀକ
ଲକ୍ଷ ସାଧି ଜୀବନେ
ଅମୃତର ସନ୍ଧାନେ ।
~ ମଧୁଛନ୍ଦା ଦାଶ
୧୭)
ନୀଳ ଆକାଶ
ଶରତ କାଳ ଦ଼ଶ୍ୟ
ଗହୀର ପାଟ ବିଲେ
କାଶତଣ୍ଡୀ ର
ଧବଳ ଶୋଭା କାନ୍ତି
ପ୍ରକ଼ତି ମାଆ ଶାନ୍ତି ।
୧୮)
ଗଙ୍ଗଶିଉଳି
ସଂଜ ବେଳରୁ ଫୁଟି
ସକାଳେ ଯାଏ ଝରି
ସୁବାସ ତାର
ଦୂରେ ତ ଯାଏ ଭାସି
କଳନା ତା'ର ନାହିଁ ।
~ ଝୁମୁରୀ ସାହୁ
୧୯)
ଖେଳ ପଡିଆ
କବାଡି ଫୁଟୁବଲ
କ୍ରିକେଟ ଭଳିବଲ
ଖୋ ଖୋ ଓ ଡିଆଁ
ପିଲାଏ ଖେଳିବାକୁ
ସଦା ହୁଅନ୍ତି ବାୟା ।
୨୦)
ସଞ୍ଜ ସକାଳ
ପିଲାଙ୍କୁ ଦିଅ ଶିକ୍ଷା
ଈଶ୍ୱର ଆରାଧନା
ପିଲାଟି ବେଳୁ
ସତ୍ୟ ଧର୍ମ ପାଳନ
ନିତ୍ୟ ବିଦ୍ୟା ପଠନ ।
୨୧)
ଆମେ ଓଡ଼ିଆ
ଓଡିଶା ରାଜ୍ୟ ଆମ
ସବୁଥିରେ ଉତ୍ତମ
ଲାଗେ ବଢିଆ
ନଦୀ ବନ ଝରଣା
ସବୁ ଲାଗେ ଆପଣା ।
୨୨)
ଆମ ସାହିତ୍ୟ
ଓଡ଼ିଆ ଲେଖୁଥିବା
ବୁଝି ତାର ମହତ୍ବ
ମାନ୍ୟତା ତାର
ଆମର ଭାଷା ଶ୍ରେଷ୍ଠ
କରିଦେବା ବଳିଷ୍ଠ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें