हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शनिवार, 2 अक्टूबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ସେଦୋକା କାବ୍ୟ ଯାତ୍ରା ~ ୧୨

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ SEDOKA/ ସେଦୋକା କାବ୍ୟ ଯାତ୍ରା ~ ୧୨

ସେଦୋକା 


୧)

ସତ୍ୟ ଅହିଂସା

ଜୀବନେ ମୂଳମନ୍ତ୍ର

ଜାତୀୟତାବାଦରେ

ଦୃଢ଼ ବିଶ୍ଵାସ

ଗାନ୍ଧୀଙ୍କ ନେତୃତ୍ବରେ

ଜଳେ ମୁକ୍ତି ମଶାଲ ।


୨)

ଲାଲ୍ ବାହାଦୁର

ସ୍ଵାଧୀନ ଭାରତର

ଦ୍ଵିତୀୟ ପ୍ରଧାନମନ୍ତ୍ରୀ

ନମ୍ର ସରଳ

ସଚ୍ଚୋଟ ଓ ନିର୍ଭୀକ

ଶାସନ ଅଦ୍ୱିତୀୟ ।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୩)

ଚୋରା ଚାହାଣୀ

ଆତ୍ମୀୟତା ଭରା

କହେ ରାଇଜ କଥା

କନକ ଗୋରୀ

ସରଗ ଅପସରି

ଚାଲିରେ ପଦ୍ମ ଫୁଟେ ।


~ ଝୁମୁରୀ ସାହୁ ଜଟଣୀ


୪)

ଦେଶ ପାଳନ୍ତି 

ଶାସ୍ତ୍ରୀ, ଗାନ୍ଧୀ ଜୟନ୍ତୀ 

ଗୁଣ ଗାନ କରନ୍ତି 

ଅହିଂସା ନୀତି 

ସ୍ୱାଧୀନ ଦେଶ ବ୍ରତୀ 

ଶାସ୍ତ୍ରୀ ଙ୍କ ଶାନ୍ତି ଚୁକ୍ତି ।


୫)

ଅବୁଝା ମନ 

ସ୍ବପ୍ନ ମୋ ସୀମାହୀନ 

ଦିବା ରାତ୍ର ସମାନ, 

ବିବେକ ଜ୍ଞାନ 

ସଞ୍ଚରି ମହୀୟାନ 

ଧର୍ମେ ଅର୍ଜନ ପୂଣ୍ୟ ।


୬)

ଜଗା କାଳିଆ 

ସାଥେ ଭାଇ ବଳିଆ 

ପାଶେ ସୁଭଦ୍ରା ବାଳା

କରନ୍ତି ଲୀଳା 

ତାଠାରେ ଷୋଳକଳା 

ଭକ୍ତ ଭାବେ ବାଉଳା ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୭)

ସତ୍ୟର ବଳେ

ଅହିଂସା ର ସଂଗ୍ରାମେ

ଐରୀ ଫେରେ ସ୍ଵଧାମେ

ଐକ୍ୟ ଭାବନା

ଭ୍ରାତୃ ବନ୍ଧନେ ସିନା

ବିଶ୍ଵ ମୈତ୍ରୀ ରଚନା ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା


୮)

ମହାନାୟକ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀ

ସ୍ୱାଧୀନତା ଦାୟକ

ପ୍ରଣାମ ଘେନ

ଅକ୍ଟୋବର ଦୁଇରେ

ଶୁଭ ଜନମ ଦିନ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୯)

ଶାନ୍ତି ର ଦୂତ 

ଥିଲେ ଶାରଦା ସୁତ 

ରାମଦୁଲ୍ଳାରୀ ମାତ

ଜୟ ଯବାନ 

 ଜୟ କିଷାନ ନାରା

କରିଛି ମହୀୟାନ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୧୦)

କଅଁଳ ଖରା

ଜଣା ଦେହକୁ ହିତ

ପ୍ରାପ୍ତ କରୁଥା ନିତ୍ୟ

ମଧ୍ୟାହ୍ନ ତାତି

ଆଣେ ବଡ଼ ବିପତ୍ତି

ଦେଖ ଓଜୋନ ସ୍ଥିତି ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୧୧)

ପ୍ରିୟ ମହାତ୍ମା

ଜାତିର କର୍ଣ୍ଣଧାର

ପୂଜାରୀ ଅହିଂସାର

ହେ କର୍ମବୀର

ଦେଶ କଲ ସ୍ଵାଧୀନ

ନମସ୍ୟ ଚିରଦିନ ।


୧୨)

ହେ  କର୍ମଯୋଗୀ

ବିନମ୍ର ସଦାଚାରୀ

ନିଷ୍କପଟ ହୃଦୟ

ଶାନ୍ତିର ଦୂତ

ସଭିଙ୍କ ଆପଣାର

ସେ ଲାଲ ବାହାଦୂର ।


~ ମଧୁଛନ୍ଦା ଦାଶ,  ଭୁବନେଶ୍ୱର


୧୩)

ଏଇ ପୃଥିବୀ

ପ୍ରେମ ପ୍ରତାରଣା ର

ଘୃଣା, ଭଲ ପାଇବା

ଆଶା ଭରସା

ଏଇଠି ଅଛି ସ୍ୱର୍ଗ

ଯୁଦ୍ଧର ବିଭୀଷିକା ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର

☆☆☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH