हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शुक्रवार, 1 अक्टूबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ଵତ SEDOKA/ସେଦୋକା କାବ୍ୟ ଯାତ୍ରା ~ ୧୧

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ SEDOKA/ସେଦୋକା କାବ୍ୟ ଯାତ୍ରା ~ ୧୧

ସେଦୋକା 

୧)

ଘନ ଅନ୍ଧାର

ବିଭାଵରି ର  ଶୌର୍ଯ୍ୟ

ସର୍ବେ ନିଦ୍ରାଭିଭୂତ

ଝଙ୍କୃତ କରେ

ହୃଦେ କାବ୍ୟ ନାୟିକା

ଲେଖନୀ ଚିରସ୍ରୋତା ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୨)

ମାନବିକତା 

ବାହ୍ୟ ଚାକଚକ୍ୟରେ

ଆଜିର ଏ  ଦୁନିଆ

ହୃଦ ଅଲୋଡ଼ା

ନାହିଁ ନିର୍ମଳ ମନ

ପତନ ବିବେକର ।


~ ନିହାର ନଳିନୀ ଦେବୀ, ଖୋର୍ଦ୍ଧା


୩)

ଘର ବଇଦ

ବଗିଚାରେ ଓଷଦ

ରୋଗର ଉପଶମ

ସୁସ୍ଥ ଶରୀର

ଚେର ମୂଳ ତିଆରି

ମୂଳରୁ ଦିଅ ମାରି ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୪)

ପକ୍ଷୀ ବିଲୋପ 

ଭରଦ୍ୱାଜ ଅଳପ 

ଶାଗୁଣା, ଚିଲ ଲୋପ

ଉଲ୍ଲୁକ ଅନ୍ତ 

ନା ହଳଦୀବସନ୍ତ 

ଚିତ୍ତେ ଚିନ୍ତ ସାମନ୍ତ ।


୫)

ନାହିଁ ଜଙ୍ଗଲ 

ପଶୁ ଏ କଲବଲ 

ହସ୍ତୀ, ବ୍ୟାଘ୍ର, ଶୃଗାଳ

ଭାଲୁ, ହରିଣ 

ହେଲେ ଖାଦ୍ୟ ବିକଳ 

ଜନ ପଥେ ଚହଳ ।


୬)

ଜୀବେ ଜୀବନ 

ପବନେ ଚଳମାନ 

କେବେ ନ ଭାବ ହୀନ 

ପ୍ରଭୁ ଙ୍କ ଦାନ 

ଶ୍ରମ କର ହେ ଜନ 

ଲଭ ପୂଣ୍ୟ ଅର୍ଜନ ।


୭)

ଶରତ ସନ୍ଧ୍ୟା 

ଜହ୍ନି, କାକୁଡି ଫୁଲ 

ହସେ ରଜନୀଗନ୍ଧା

ରଙ୍ଗ ରଙ୍ଗଣୀ 

କିଶୋରୀ ମନ ଜିଣି 

ଓଷା ପୁଜେ ରମଣୀ ।


 ~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା    


୮)

ଶରଦ ଶଶୀ

ମୋ କାହ୍ନୁ ର ହାତେ

ଆସି ପଡରେ ଖସି

ଆ' ଜହ୍ନ ମାମୁଁ

ଜେଜେ ମାଆର ଡାକ

ଆଉ ଶୁଭୁନି ବେଶି ।


୯)

ଯୁଗ ବଦଳା

ନାହିଁ କାନ୍ତି କମଳା

ସବୁ ମନ ବିଭ୍ରାନ୍ତି

ଶସ୍ଯ ଶ୍ୟାମଳା

ମାଆ ଧରଣୀ ରାଣୀ

ଦେଖ ବିବର୍ଣ୍ଣ ଆଜି ।


୧୦)

ପକ୍ଷୀ କାକଳୀ

ସୁନ୍ଦର ଶୈଳୀ ଭିନ୍ନ

ଲାଗେ ମଧୁର କେତେ 

ଈଶ୍ବର ଦତ୍ତ

ବର୍ଣ୍ଣ ଗୁଣ ମାଧୁର୍ଯ୍ୟ

ଶାନ୍ତି କପୋତ ବାଣ୍ଟେ । 


୧୧)

ହୃଦ ଦିବସ

ସେପ୍ଟେମ୍ବର ମାସ ରେ

ଅଣତିରିଶ ଦିନ

ବିଶ୍ବ ମାନବ 

ଯତ୍ନ ନେଲେ ହୃଦୟ 

ଦୀର୍ଘ ଆୟୁଷ ଲାଭ । 


 ~ ଝୁମୁରୀ ସାହୁ


୧୨)

ମିଛ ସଂସାର

ମୋହ ମାୟାରେ ଗଢା

ସ୍ବପ୍ନର ମରୀଚିକା

ବାତୁଳ ମନ

ପଦ୍ମ ପତ୍ର ରେ ଜଳ

ଜୀବନ ଟା ଉଜ୍ଜ୍ୱଳ ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୧୩)

କ୍ଷମତା ଲୋଭ

ଆଦର୍ଶ ଦୂରେ ଥିବ

ବ୍ୟକ୍ତିତ୍ୱ ଧୋକା ଦେବ

ଯେବେ ସମ୍ଭବ

ବଦଳାଅ ସ୍ୱଭାବ

ମଣିଷେ ଗଣା ହେବ ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୧୪)

କ୍ଷୁଦ୍ର ଦୀପଟି

ଦୂର କରେ ଅନ୍ଧାର

ଢାଳିଦିଏ ଜୀବନେ

ଆଲୋକ ଧାର

ପାପ କଳୁଷମୟ

ହୃଦୟେ ସେ ପ୍ରଦୀପ ।


~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୧୫)

ଵଉଦ ମାଳ

ନବ ତମାଳ ରଙ୍ଗେ

ନୀଳ ଗଗନେ ଝୁମେ

ମୟୂର    ପଙ୍ଖେ

ବିଭୋର ବନଭୂମି

ମଧୁର  ଲାସ୍ୟ ଛନ୍ଦେ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ 


୧୬)

ସଞ୍ଜ ସଳିତା

ବିଭୁ ପଦେ ଅର୍ପିତା

ଅମା କରଇ ନାଶ

ହୋଇ ନିଃଶେଷ

ତ୍ୟାଗପୂତ ଜୀବନ

ନୀରବ ନିବେଦନ ।


୧୭)

କର ସୁକର୍ମ

ଭଜ ଗୋବିନ୍ଦ ନାମ

ଦୁର୍ଲଭ ଅଟେ ପରା

ମାନବ ଜନ୍ମ

ସତ୍ୟ ନ୍ୟାୟ ପଥରେ 

ଚାଲ ବୀର ଦର୍ପରେ ।


~ମଧୁଛନ୍ଦା ଦାଶ  ଭୁବନେଶ୍ୱର  ।


୧୭)

ଚକା ଭଉଁରି

ମଣିଷ  ମଝି ଖୁଣ୍ଟ

ଘୂରନ୍ତି ସୁଖ ଦୁଃଖ 

ଜୀବନ  ଚକ୍ର

ସମ୍ପୂର୍ଣ୍ଣ  ସୁଖ କେବେ 

ମିଳିଛି କାହା ଭାଗ୍ୟେ ?


୧୮)

ଆଙ୍ଗୁଳି ଫାଙ୍କେ

ସମୟ  ଖସିଯାଏ

ଅତି ସନ୍ତର୍ପଣରେ

ସାରା ଜୀବନ 

ରୁଟିନ ତିଆରିରେ

କେବେ  ସୂର୍ଯ୍ୟାସ୍ତ  ଆସେ ।


~ ବିଳାସିନୀ  ଦାଶ, ମଧୁସୂଦନ ନଗର

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH