ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ଚୋକା କାବ୍ୟ ରଚନା ~ ୧୦
ଚୋକା
୧)
ଆଶ୍ଵିନ ମାସ
କୁମାରୀ ଜହ୍ନି ଓଷା
ପାଳେ ମାସକ
କୁମାର ପୂର୍ଣ୍ଣିମା ରେ
କୁଆଁରୀ କନ୍ୟା
ମନ ଭାରି ପ୍ରସନ୍ନ
ଉଷା ସମୟେ
ବୃନ୍ଦାବତୀ ମୂଳରେ
ନବବସ୍ତ୍ରରେ
ହସ୍ତେ ଆଞ୍ଜୁଳା ଭରି
ଗୁଆ ନଡ଼ିଆ
କଦଳୀ ଓ କାକୁଡ଼ି
ଫୁଲ ଫଳ ରେ
ସଜା ଖଇ ଚାଙ୍ଗୁଡ଼ି
ଭକ୍ତି ଅନ୍ତରେ
କୁମାର କାର୍ତ୍ତିକେୟ
କରେ ଚିନ୍ତନ
ଖଇ ଆଞ୍ଜୁଳା ଟେକି
ବର ମନାସେ
କରଇ ଉପବାସ
ଜହ୍ନ ଉଇଁଲେ
ଚାନ୍ଦ ପୂଜନ କରେ
ଚଉରା ମୂଳେ
ନାରିକେଳ କଦଳୀ
ଛେନା ଖଇ ରେ
କରେ ଚାନ୍ଦ ତିଆରି
ଧୂପ ଓ ଦୀପ
ନୈବେଦ୍ୟ ଦିଏ ବାଢ଼ି
କରେ କାମନା
କୁମାର ସମ ପତି
ସାଙ୍ଗ ମେଳରେ
ଫୁଲ ଵଉଳ ବେଣୀ
ଖେଳଇ ପୁଚି
ମନେ ନ ଥାଏ ବ୍ୟଥା
ଆମ ସଂସ୍କୃତି ଗାଥା ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୨)
ଶରତ କାଳ
ନଭେ ମେଘର ମାଳ
ନୀଳ ଆକାଶ
ରବି କର ପ୍ରକାଶ
କେବେ ବରଷା
ଖରା ହୁଏ ସହସା
ଫୁଲର ଶୋଭା
ରୂପତା ମନଲୋଭା
ଧରଣୀରାଣୀ
ଶସ୍ୟଶ୍ୟାମଳା ଠାଣି
ପାଦପ ଭାର
ଫଳ ପୁଷ୍ପ ସମ୍ଭାର
ପାର୍ବଣ ଋତୁ
ମ୍ଳାନ କରୋନା ହେତୁ
ପିତୃ ପୁରୁଷ
ଶ୍ରାଦ୍ଧରେ ହୋନ୍ତି ବଶ
ଜାୟା ଓ ପତି
ମହାଳୟା ପାଳନ୍ତି
ନାରୀ ସତ୍ୱର
ପୂଜେ ମଙ୍ଗଳବାର
କଦଳୀ ଛେନା
ଗୁଡ଼ ନଡ଼ିଆ ପଣା
ମା ଦୁର୍ଗାପୂଜା
କରନ୍ତି ସାଜସଜ୍ଜା
ମହିଷାସୁର
ବଧିଲ ନିଜ କର
ରାବଣ ହତ
ଶ୍ରୀରାମ ଶକ୍ତି ପ୍ରାପ୍ତ
ତୁମ୍ଭରି ଲୀଳା
ଭୂଷିତ ସର୍ବକଳା
ମଣ୍ଡପ ସଜା
ମା ଗଜଲଷ୍ମୀପୂଜା
ସାଗର କନ୍ୟା
ଧନ ଦାନେ ଅନନ୍ୟା
ଭକ୍ତି ରେ ଭକ୍ତ
ପୂଜିଲେ ବରପ୍ରାପ୍ତ
ବ୍ରତ ଧାରିଣୀ
ହେଲେ କିଶୋରୀ ମଣି
ପାଇବେ ସ୍ୱାମୀ
ଏ କୁମାରପୂର୍ଣ୍ଣମୀ
ଚାନ୍ଦ ପୂଜିଲେ
ଶୁଭ କାମନା କଲେ
ଯେଝା ଘରକୁ ଗଲେ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୩)
ନାହିଁ ତା ଅରି
ନାରୀ ନାମ ତାହାରି
ପ୍ରୀୟ ସବୁରି
କନ୍ୟା ଭଗିନୀ ସିଏ
ଜାୟା ଜନନୀ
କନ୍ୟା ସିଏ ଆମର
ଦିଏ ସମ୍ମାନ
ଜନନୀ ଭୂମିକାରେ
ସେ ଅବତୀର୍ଣ୍ଣ
ଭଗିନୀ ରୂପେ ବାନ୍ଧେ
ସେନେହ ଡୋରି
ପ୍ରେମର ପୂଜାରିଣୀ
ଜାୟା ଆମରି
ସେବା ଯତ୍ନ ରେ କିଣେ
ସବୁରି ମନ
ଲଘୁ ଜନରେ ସ୍ନେହ
ଗୁରୁ ସମ୍ମାନ
ଆଦର ସମ୍ଭାଷଣ
କର୍ମ ତତ୍ପର
ଟିକିଏ ସ୍ନେହ ଖୋଜେ
ମନ ତାହାର
ନ ଦିଅ କଷ୍ଟ ତାକୁ
କି ନିର୍ଯ୍ୟାତନା
ଜନ୍ମ ଠାରୁ ମରଣ
ସହେ ଯାତନା
ନାରୀ ନଥିଲେ ସୃଷ୍ଟି
ସମ୍ଭବ କି ନା
ସମ୍ମାନ ଦିଅ ନାରୀ
ସେ ଆମ ଦେଶ ଶିରୀ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୪)
ମୋହନ ବଂଶୀ
ମଧିର ସୁର ଝରା
ବିମ୍ବ ଅଧର
ନଵ ନୀରଦ ଶ୍ୟାମ
ଅଙ୍ଗେ ଶୋଭିତ
ସୁନ୍ଦର ପୀତପଟ୍ଟ
ମୟୂର ଚୂଳ
ରୁଣୁଝୁଣୁ ନୂପୁର
ପଦ ଯୁଗଳେ
ସେ ନୂପୁର ନିକ୍ବଣେ
ଗୋପିନୀ ଝୁମେ
ଛନ୍ଦା ଚରଣ ଚାଳି
ଯମୁନା ତଟେ
ରଙ୍ଗେ ମୋହନ ନାଚେ
କଦମ୍ଵ ବନେ
ରାଧା ଉଚ୍ଚାଟେ ଧାଏଁ
ଅତି ଆକୁଳ ପ୍ରାଣେ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା
୫)
ପଖାଳ କଂସା
ତୋ ବିନୁ ଯେ ମୋହର
ଉଡ଼ଇ ହ°ସା
ଅମୃତଭରା ସ୍ଵାଦ
ଗୁଣ ଅପାର
ଆଘ୍ରାଣ ମାତ୍ରେ ମନ
ପୁରଇ ମୋର
ଲୁଣ ଲଙ୍କା ଆଚାର
ତୋ ସହଚର
ଦହି ଲେମ୍ବୁ କାକୁଡ଼ି
ପ୍ରିୟ ତୋହର
ଆଚାର ବଡିଚୁରା
ମାଛର ଭଜା
ଖାଇଲେ ଲାଗେ ପରା
ବଢ଼ିଆ ମଜା
ସବୁ ଜୀବସାର ଯେ
ସେଥିରେ ଯୋଗ
ଶରୀରକୁ ରଖଇ
ସିଏ ନୀରୋଗ
ପଖାଳକୁ ଜମାରୁ
ମଣନି ହୀନ
ଦେଶ ବିଦେଶରେ ସେ
ପାଏ ସମ୍ମାନ
ଓଡ଼ିଆଙ୍କର ପରା
ଅଟେ ଜୀବନ ଧନ ।
~ ମଧୁଛନ୍ଦା ଦାଶ, ଭୁବନେଶ୍ୱର
୬)
ଋତୁ ବଦଳେ
ଜୀବନ ସଂଘର୍ଷରେ
ଅପୂରଣୀୟ
ଦୁର୍ବାର ଅଭିଳାଷେ
ଜୟ ବିଜ୍ଞାନ
ସ୍ଲୋଗାନ ମାଧ୍ୟମରେ
ଆଧୁନିକତାର
ସାମାଜିକ ଚଳଣି
ରୂପ ବଦଳେ
ଆଧ୍ୟାତ୍ମିକ ବିହୀନ
ଉଗ୍ର ଅଧୁନା
କାମନା ପୂରଣ ର
ପ୍ରତିଯୋଗିତା
ବସ୍ତୁବାଦୀ ଦୁନିଆ
କଂକ୍ରିଟ ଯୁକ୍ତ
ଶିଳ୍ପ ଓ ଅଟ୍ଟାଳିକା
ଜଙ୍ଗଲ ଧ୍ବଂସ
ପ୍ରକୃତିର ଅଭିଶାପ
ଅନିଶ୍ଚିତତା
ସ୍ବପ୍ନ ର ଭବିଷ୍ୟତ
ଆଶା ଅନେକ
ନୂତନ ସମ୍ଭାବନା
ରହେ ସ୍ୱପ୍ନରେ
ସବୁ ତ ଚୁରମାର
ପ୍ରକୃତି ଲୀଳା
ରଚେ ତା ଇଛାମତେ
ବୈଶାଖେ କଇଁ
ଆଷାଢେ ଫାଟେ ଭୂଇଁ
ବନ୍ୟା ମରୁଡି
ଚାଷୀ ହା ହତାଶ ରେ
ଜଳ ସଂକଟ
ଗ୍ରୀଷ୍ମେ ବନ୍ୟା ପ୍ରବଳ
ଅସମୟରେ
ସୁନାମି ଭୂମିକମ୍ପ
ଜୀବନ କ୍ଷୟ
ବିକାଶ ର ଡିଣ୍ଡିମ
ସ୍ଥାଣୁ ଆଇନ୍
ମଣିଷ କର୍ମଫଳ
ଭୋଗିବନି ତ
କିଏ ଆଉ ଭୋଗିବ ?
ସଚେତ ହୁଅ
ବେଳହୁଁ ସାବଧାନ
ଜୀବନ ହେବ ଧନ୍ୟ ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें