ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ଚୋକା କାବ୍ୟ ଯାତ୍ରା ~ ୯
ଚୋକା
୧)
ଶବଦ ବ୍ରହ୍ମ
ଶବ୍ଦ ରୁ ସୃଷ୍ଟି, ସ୍ଥିତି
ଓଁ କାର ନାଦ
ସୃଷ୍ଟି ର ଆଦ୍ୟ ଶବ୍ଦ
ମଧୁର କଣ୍ଠ
କୋଇଲି କୁହୁ ସ୍ବନ
ସାଗର ଢେଉ
ମେଘ ଘଡଘଡି ର
ଝିଙ୍କାରି ରିଂ ଝିଂ
ପଶୁପକ୍ଷୀଙ୍କ ସ୍ଵର
ଯାନ୍ତ୍ରିକ ଯାନର
ଝରଣା କୁଳୁ କୁଳୁ
ବଂଶୀ ର ସ୍ୱର
ସଙ୍ଗୀତ ର ମୂର୍ଚ୍ଛନା
ଶବ୍ଦ ତରଙ୍ଗ
ଶବ୍ଦ ର ମାୟା ଜାଲ
ରୂପ ବଦଳେ
ବହୁରୂପୀ ମଣିଷ
ଅଦ୍ଭୁତ ଶକ୍ତି
ଶବ୍ଦ କାଉଁରୀ ସ୍ପର୍ଶେ
ବିଷାକ୍ତ ସାପ
ବୋଲ ମାନି ରହୁଛି
ଶିବ ଡମ୍ବରୁ
ଧ୍ୱଂସ ତାଣ୍ଡବ ଲୀଳା
ଶବ୍ଦ ମୟ ଜଗତ ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୨)
ସ୍ଥିତି ପୃଥ୍ବୀ ର
ସତ୍ୟ ରେ,ରବି ତାପ
ମଧ୍ୟ ସତ୍ୟରେ
ପବନ ଗତିଶୀଳ
ସତ୍ୟର ବଳେ
ଅନଳ ଦାହ କ୍ଷମ
ସତ୍ୟ ଧର୍ମରେ
ସତ୍ୟଧୃକ୍ ବରୁଣ
ପାଳନେ ରତ
ସତ୍ୟରେ ସମ୍ଭବିଚି
ଏ ସାରା ବିଶ୍ଵ
ଐଶୀକୃପା ର ବଳେ
ହୁଡିଲେ ସତ୍ୟ
ହେବ ମହା ଅନର୍ଥ
ଐଶୀଦ୍ଵେଷ ତ
ରଚିଵ ମହା ପ୍ରଳୟ
ସୃଷ୍ଟି ବିନାଶ ଧ୍ରୁବ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା
୩)
ଏତ ଦୁନିଆ
ଦୁଇପାଖରେ ନିଆଁ
ଜନ୍ମେ ଏନ୍ତୁଡ଼ି
ମଲେ ଜୁଇ ସଜାଡି
ଲଗାନ୍ତି ନିଆଁ
ଲାଗିଲେ ହୁଏ ଛୁଆଁ
ଜନ୍ମର ମାୟା
ବାପା ମା ହେଲେ ବାୟା
କଲେ ଉତ୍ସବ
ମେଳ ବନ୍ଧୁ ବାନ୍ଧବ
ହସ ଖେଳରେ
ଗଲା ଆନନ୍ଦ ଭରେ
ପାଠ ପଢିଲା
ଜ୍ଞାନ ଅର୍ଜନ କଲା
ବୟସ ବୃଦ୍ଧି
କଲା ସକଳ ସିଦ୍ଧି
ହୋଇଲା ଜଣେ
ଧରା କୁ ସରା ମଣେ
ହାତୁ ଦିହାତ
ସଂସାର ଵିଧିମତ
ଶ୍ରମ ସେ କରେ
ପୋଷେ ସପରିବାରେ
ଦୁଃଖ ନଥାଏ
କେବେ ବିଦେଶ ଯାଏ
ଧର୍ମର ବଳ
ଜିତାଏ ଭୂମଣ୍ଡଳ
ନର ବା ନାରୀ
ବସି ସଂସାରତରୀ
ହୁଅନ୍ତି ପାରି
ରଖିବେ ଚକ୍ରଧାରୀ
ଆଶ୍ରା କର ତାଙ୍କରି ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୪)
ଶିଶୁ ଶୈଶବ
ବନ୍ଧା ପଡିଛି ଆଜି
ଶିକ୍ଷା ଶୃଙ୍ଖଳେ
ଖେଳିବା ବୟସରେ
ବସ୍ତାନୀ ବୋଝ
ମାତୃ ସ୍ନେହ ରହିତ
ନାହିଁ ସଂସ୍କାର
ଆଦର ଯତ୍ନ ଉଣା
କଠୋର ଶାସ୍ତି
ପିତା ମାତା ଭାବନ୍ତି
ତାଙ୍କ ସନ୍ତାନ
ସବୁଥିରେ ପ୍ରଥମ
ବୁଝିବା ଆମେ
ଶିଶୁର ମନସ୍ତତ୍ୱ୍
କୋମଳ କଳି
ପରିପକ୍ଵ ନହୋଇ
ନ ପଡୁ କେବେ ଢଳି ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୫)
କବି ମାନସ
କଳ୍ପନା ରାଇଜରେ
କରଇ ବାସ
ଖିଆଲି ମନ ତାର
ସ୍ବପ୍ନ ସାଗର
ଅଟଇ କାଳଜୟୀ
ଚିର ଅମର
ସେ ମନେ ଉଙ୍କିମାରେ
କେତେ ଭାବନା
ଶାଶ୍ଵତ ଚିରନ୍ତନ
କଳା ସର୍ଜନା
ଲେଖନୀ ମୁନ ତାର
ରତ୍ନ ଖଚିତା
ଛନ୍ଦ ଲାଳିତ୍ୟ ଭରା
କାବ୍ୟ କବିତା
ମଧୁମୟ ସୃଷ୍ଟିର
ଅଟଇ ସେ ଆଧାର ।
~ ମଧୁଛନ୍ଦା ଦାଶ, ଭୁବନେଶ୍ୱର
୬)
ସାତ ସପନ
ଯଉଥ ପରିବାର
ସ୍ନେହ ଆଦର
ଗୁରୁ ଲଘୁ ବିଚାର
ନୀତି ସଂସ୍କାର
କାଠ ଚୁଲିରେ ରନ୍ଧା
ବେଣୀକୁ ବନ୍ଧା
ଅଳତା ଲଗା ପାଦ
ଜୀବନ ଅବସାଦ ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
☆☆☆☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें