ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ସେଦୋକା କାବ୍ୟ ଯାତ୍ରା ~ ୧୪
୧)
ସିଏ ମୋ ବାପା
ଭୁଲ କଲେ ଆକଟ
ଖୁସିରେ ହସୁଥାଏ
ସାବାସୀ ଦିଏ
ବିଦାୟ ଦିଏ ଝିଅ
ବୁକୁରେ ଚାପି କୋହ ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୨)
ଆଳସ୍ୟ ବଶ
ଛାଡ ବିଦ୍ୟାର ଆଶ
ଧନ ଅର୍ଜନ ମିଛ
ଧନହୀନ ର
ବନ୍ଧୁ ଵାନ୍ଧଵ କ'ଣ
ସ୍ବପ୍ନ ସୁଖ ସନ୍ତୋଷ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା
୩)
ଟଗର ଫୁଲ
ଫୁଟେ କେତେ ପ୍ରକାର
ଶୁଭ୍ର ଜ୍ୟୋତି ସୁନ୍ଦର,
ଦେବ ଙ୍କ ପ୍ରିୟ
ହୃଦୟ କରେ ଜୟ
ଶେଷେ ହୁଏ ବିଲୟ ।
୪)
ପ୍ରକୃତି ଦାନ
ବିଲ, ପାହାଡ଼, ବନ
ନଦୀ, ସାଗର, ଘନ
ବାୟୁ, ଆକାଶ
ଭୂମି, ପକ୍ଷୀ, ମନୁଷ୍ୟ
ଜୀବ, ଜନ୍ତୁ ଅଶେଷ ।
୫)
ପାହାନ୍ତି ତାରା
ଅମ୍ବରେ ଦିଶେ ତୋରା
ନିଦ୍ରିତ ବସୁନ୍ଧରା
କଳ୍ପନା ଭରା
ସତେକି ଅପସରା
ଢାଳେ ସ୍ନେହ ପସରା ।
୬)
କିଏ କାହାର
ମିଥ୍ୟା ମାୟା ସଂସାର
ନହୋଇ ସ୍ୱାର୍ଥ ପର
ଧର୍ମ ଟି ଏକା
କର୍ମେ ଜୀବନ ବିକା
ଭବଜଳେ ନଉକା ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା
୭)
ଶାନ୍ତି ଅମୃତ
ମନ ସ୍ଥିରେ ପ୍ରାପତ
ଏତ ଅମୂଲ୍ୟ ବିତ୍ତ
ସୁଖ ନିମିତ୍ତ
କରିନେଲେ ଆୟତ୍ତ
ସର୍ବ ଜନେ ଆଦୃତ ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୮)
ଓଡ଼ିଆ ଖାଦ୍ୟ
ସାରା ବିଶ୍ୱ ପ୍ରସିଦ୍ଧ
ଅମାଲୁ ଚୁଡାଘଷା
ନଡିଆ ଡାଲମା ରେ
ମନ ସନ୍ତୋଷ
ପଖାଳ ବଡ଼ିଚୁରା
ଚୁନାମାଛ ବେସର ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୯)
ମଧୁ ମକ୍ଷିକା
ଆନପାଇଁ ସଞ୍ଚଇ
ନାହିଁ ତା ଅବଶୋଷ
ଦିଏ ଶିଖାଇ
ଜଗତ ହିତ ପାଇଁ
କରିବା ଦେହ ବହୀ ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୧୦)
ବାପା ଝିଅକୁ
ଶିଖାଇଛ ଅନେକ
ଜୀବ ଜୀବୀକା ମନ୍ତ୍ର
ଅଭାବ କ'ଣ
ବୁଝାଇଛ ପ୍ରଭେଦ
ପରିଶ୍ରମ ର ଅର୍ଥ ।
୧୧)
ଝିଅ ଜନମ
ପର ଘରକୁ ସତ
ଅଗଣା ପାରିଜାତ
ଯୌତୁକ ପ୍ରଥା
ବଡ କଳଙ୍କ ଟିକା
ଗାଳି ଗଂଜଣା କଷ୍ଟ ।
~ ଝୁମୁରୀ ସାହୁ
୧୨)
ସ୍ବଚ୍ଛ ହୃଦୟ
ସ୍ବଚ୍ଛ ପାଣି, ପବନ
ସ୍ବଚ୍ଛ ତା'ପରିବେଶ
ଆଃ କି! ସୁନ୍ଦର
ସୁଦ୍ଧ ପବିତ୍ରମନ
ନାହିଁ ତ କଳୁଷତା ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
☆☆☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें