हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 5 अक्टूबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ସେଦୋକା କାବ୍ୟ ଯାତ୍ରା ~ ୧୫

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ୱତ ସେଦୋକା କାବ୍ୟ ଯାତ୍ରା ~ ୧୫

ସେଦୋକା  

୧)

ହେଲେ ସକାଳ 

ପଢୁ ତାଜା ଖବର 

ଦେଶ ଓ ବିଦେଶର

ସମ୍ବାଦପତ୍ର 

ପ୍ରାରମ୍ଭେ ହୁଏ ମିତ୍ର 

ଶେଷରେ ଛିନିଛତ୍ର ।


୨)

ଚନ୍ଦ୍ର କିରଣ 

ଶୁଭ୍ର ଶୀତଳପଣ 

କରେ ମନହରଣ 

ନାହିଁ ବାରଣ 

ନାଳ ନର୍ଦ୍ଦମା ବଣ 

ସମଭାବ ପ୍ରବଣ ।


୩)

ବେତାରଯନ୍ତ୍ର 

ସ୍ଥାନ ତାର ସ୍ୱତନ୍ତ୍ର 

ସକାଳୁ ବେଦମନ୍ତ୍ର 

ଶିଶୁସଂସାର 

ନାଟକ ସମାଚାର 

ଲୋକଗୀତ ପ୍ରସାର ।


୪)

ଲେଖେ ଲେଖକ 

ପଢେ ତାକୁ ପାଠକ 

ଭାବେ ବୁଡ଼େ ଭାବୁକ

ଡାକେ ଡାହୁକ 

ଗାନ କରେ ଗାୟକ 

କବି ଗୀତ ସ୍ମାରକ  ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୫)

ସୂର୍ଯ୍ୟ କିରଣ

ବୃକ୍ଷ କରେ ବରଣ

ହସ୍ତ ପ୍ରସାରୀ ଜାଣ

ବଦଳେ ଦାନ

ଆର୍ଦ୍ର ଛାୟା ପ୍ରଦାନ

କେଡ଼େ ମହତ ପଣ ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୬)

ମା ତ ଧରିତ୍ରୀ

ମଗ୍ନ ସଦା ଲାଳନେ

ଵ୍ୟୋମ ସମ ପିତା ବି

ଦର୍ଶାଇ  ପଥ

କରନ୍ତି କର୍ମେ ଦକ୍ଷ

ରଖି ଅଭ୍ୟାସେ ରତ


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା


୭)

ଆଜିର ବାର୍ତା

ବିଶ୍ୱ ଶିକ୍ଷକ ଦିନ

ଉତ୍ସର୍ଗ ଏ ଜୀବନ

କେତେ ମହାନ

ବିଦ୍ୟା କରନ୍ତି ଦାନ

ତାଙ୍କ ପଦେ ନମନ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୮)

ଭକ୍ତି ସୁମନ

ଉତ୍ସର୍ଗ ପଦାମୃତ

ଶ୍ରଦ୍ଧାଞ୍ଜଳି ଅର୍ପିତ

ପ୍ରେମ ଅଞଳୀ

ମଣ୍ଡପ ମନୋହର

ଧନ୍ୟ ଜୀବନ ତା'ର ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୯)

ଆଜି ଦିନଟି

ଅକ୍ଟୋବର ର ପାଂଚ

ତାରିଖ ମନେରଖ

ଶିକ୍ଷକ ମାନ

ଲାଗି ଉତ୍ସର୍ଗୀକୃତ

ବିଶ୍ବ ଶିକ୍ଷକ ଦିନ ।


୧୦)

ଶରତ ଋତୁ

ବିଲ ପାଟ ଗହୀରେ

କାଶତଣ୍ଡୀ ହସରେ

ସୁନ୍ଦର ଶୋଭା

ଦେଖି ମନ ଲାଖଇ

କବି ଦେଖେ ସପନ । 


~ ଝୁମୁରୀ ସାହୁ


୧୧)

ଆଦର୍ଶ ନାରୀ

ପ୍ରୀତି ପୀୟୂଷ ଭରା

ତା ହୃଦୟ ପସରା 

ସଭିଙ୍କ ପାଇଁ

ତ୍ୟାଗ, ଦୟା କ୍ଷମାର 

ଅଟଇ ସେ ସାଗର ।


୧୨)

ମନ ବେଦନା

ଅଦେଖା କ୍ଷତ ଟିଏ

ହୃଦେ ଦିଏ ଯାତନା

ଭୂଲି ହୁଏ ନା

ସମୟ ବିତି ଯାଏ

ଅକୁହା ରହିଯାଏ ।


~ ମଧୁଛନ୍ଦା ଦାଶ


୧୩)

ଋତୁର  ମହ୍ଲାର

ଆସିଛି  ପାରବଣ

ମତୁଆଲା  ଶେଫାଳି

ମାଟି ମଲାଟେ

ଦେବୀଙ୍କ ପଦଚିହ୍ନ

ପୂଜିବା ଧୂପ ଦୀପେ ।


୧୪)

କାଳ ପୁରୁଷ 

ବିଶ୍ୱବ୍ୟାପି  ରଚୁଛି

ଭୟଙ୍କର  ସନ୍ତ୍ରାସ

ଶାନ୍ତି  କପୋତ

ଡେଣାରେ   ରକ୍ତଛିଟା

ଖୋଜେ ଶାନ୍ତି ପିୟୂଷ ।


~ ବିଳାସିନୀ  ଦାଶ, ମଧୁସୂଦନ ନଗର

☆☆☆☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH