हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

गुरुवार, 27 मई 2021

~•~ ସାରସ୍ୱତ ଓଡ଼ିଆ / କୋଶଳୀ ହାଇକୁ କାବ୍ୟ ଯାତ୍ରା ~•~

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା

ହାଇକୁ

--0--

ପୋଖରୀ


୧)

କୂଆଁର୍ ବେଙ୍ଗ୍ ଯଦି 

ଡେଗିଦେଲା ବନ୍ଦ୍'କେ ଖୋ

କାଣା ଦେଖ୍'ବ ଯେନ୍ ।


୨)

ବନ୍ଦ୍ କହେସି ଆ

ନଏଦ୍ କହେସି ଯା ଯା

କଇଁ ପଦମ୍ ବି ।


~ ଉତ୍ତମ ହୋତା


୩)

ହଁସୁଛେ ପଦମ୍ 

ଜଲ୍ ମଲ୍ ମଲ୍ ବନ୍ଧର୍ ପାଏନ୍

ଲାଜୁଛେ ଗୁରି ।


୪)

ମୋର୍ ଗାଆଁର୍ ସେ ବନ୍ଧ୍

ଛୁଆ ଦିନିଆ ଖେଲ୍'କୁଦ୍

ଉସତ୍ ହେସି ମନ୍ ।


~ ଡିସମ୍ବର ମେହେର


୫)

ପ୍ରତାରଣା ର

ଧାରେ ଲୁହ ଭାସୁଛି

ସେ' ପୋଖରୀ ରେ ।


୬)

ବଂଶୀ କଣ୍ଟା ରୁ

ପୋଖରୀର ଦୂରତା

ଗୋଟେ ଜୀବନ ।


~ ଅମିତ ରଣା


୭)

ଗାଁର ପୋଖରୀ 

ବଧୂ ମୁଖ ଉଷତ

ଜଳେ ନିହାରି ।


୮)

ପୋଖରୀ ବୁକୁ

ଚିରି ଫୁଟିଛି ପଦ୍ମ

ନେଇ ସ୍ପନ୍ଦନ ।


୯)

ସଞ୍ଜଟି ହେଲା 

ପୋଖରୀରୁ ସୂରୁଜ 

ବିଦାୟ ନେଲା ।


~ ପ୍ରଦୀପ କୁମାର ଦାଶ


୧୦)

ଗାଁ ପରିମଳ

ରଜକ ପୋଖରୀରୁ

ଜାଣିବ ଭାଇ..।


୧୧)

ଗାଁ ପୋଖରୀରେ

ଦେଖ ଫୁଟିଛି ଗୋଟେ

ରକ୍ତିମ ପଦ୍ମ.. ।


~ ମନୋଜ କୁମାର ପଣ୍ଡା


୧୨)

ହଂସ ଯୁଗଳ

ପଦ୍ମ ପୋଖରୀ କୂଳ

ଦିଶେ ମଞ୍ଜୁଳ ।


୧୩)

ଗ୍ରାମ ପୋଖରୀ

ଶିବ ମନ୍ଦିର ବେଢ଼ା

ଭିଡ଼ ଶ୍ରଦ୍ଧାଳୁ ।


~ ଡମ୍ବରୁଧର ବାଗ


୧୪)

ପୋଖରୀ ଜଳ 

ପାରମ୍ପାରିକ ଉତ୍ସ 

ଆଜି ଦୂଷିତ ।


୧୫)

ମଣିଷ, ପଶୁ 

ନ ଥାଏ ପ୍ରତିବନ୍ଧ

ପୋଖରୀ ସ୍ନାନ ।


୧୬)

ପୋଖରୀ ହୁଡ଼ା 

ମୂକ ସାକ୍ଷୀ ଏ ବର

ପକ୍ଷୀ ବିହାର । 


୧୭)

ଧୂମ୍ର ପୋଖରୀ 

ପଦ୍ମ କଇଁର କାନ୍ଦ

ନର ଦୋହନ ।


୧୮)

ନେଳି ପୋଖରୀ

ବନୀଶୀଧରା ମାଛ 

ବଞ୍ଚିବା ରାହା ।


~ ରମାକାନ୍ତ ସତପଥି


୧୯)

ଆଗୋ ସରସୀ

ତୁମ  ଜଳରାଶିରେ

କଇଁ  ହସେରେ ।


୨୦)

ପ୍ରୀତି ଇସାରା

ଜହ୍ନକୁ ଭେଟିଦିଏ

ତା'ର ଚାହାଣୀ ।


୨୧)

ସଞ୍ଜ ନଇଁଲେ

ହେ ଅନୁଢା କୁଆଁରୀ

ଭିଜ ଜ୍ୟୋତ୍ସ୍ନାରେ ।


୨୨)

ଗ୍ରାମ୍ୟ ବଧୂଏ

ସୁନେଲୀ ପ୍ରଭାତରେ

ତୋ ତୁଠରେ (୪)


୨୩)

ବଟା ହଳଦୀ

କାଚକେନ୍ଦୁ ପାଣିରେ

ମାଖି ମୁଖରେ ।


୨୪)

ଚାଲି ଅଳସୀ

କାଖେ ଧରି କଳସୀ

ଦିଅନ୍ତି ହସି ।


୨୫)

ଧାରା ଶ୍ରାବଣେ

ଫୁଲେ ପୋଖରୀ ବକ୍ଷ 

ବର୍ଷା ପାଣିରେ ।


୨୬)

ଧରି ବନିଶୀ

ମୀନ କରି ଲକ୍ଷ୍ୟରେ

ତୋ କୂଳେ ବସି ।


୨୭)

ପିଲାଏ ଗାଁର

ଡିଅଁନ୍ତି ଜଳରେ ତୋ

ଖୁସି ବିଭୋର ।


୨୮)

ଗାଆଁ ଲୋକଙ୍କ

ମେଣ୍ଟାଉ ପରା ତୃଷା

ଘୋର ନିଦାଘେ ।


୨୯)

ଭାବୁକ କବି

ଲେଖନ୍ତି ସେ କବିତା

ପୋଖରୀ ଦେଖି ।


୩୦)

ଲେଖଇ ଗୀତି

ପୋଖରୀ ଲାବଣ୍ୟରେ

ବିଭୋର ଅତି ।


୩୧)

ଶପଥ କର

ପୋଖରୀ ଜଳ ସଦା

ରଖୁ ନିର୍ମଳ ।


~ ଦମୟନ୍ତୀ


୩୨)

ହେ ସରୋଜିନୀ

ବୃକ୍ଷ ସୁନ୍ଦର ଅତି

ସରୋଜ ଘେନି ।


୩୩)

ପୋଖରୀ କୂଳ

ଚାହିଁ ଥିଲ କାହାରେ

ଏତେ ବ୍ୟାକୁଳ ।


୩୪)

ଚାନ୍ଦ ଚମକ

ଝିଲି ମିଲି ପ୍ରତିମା

ପୋଖରୀ ବକ୍ଷ ।


୩୫)

ହେ ପୁଷ୍କରିଣୀ

ସୁଶୀତଳ ସଲୀଳ

ଅତି ମଧୁର ।


୩୬)

ସରସୀ ଚାହିଁ 

ଜହ୍ନ ହସଇ ସତେ

କୁମୁଦ ପାଇଁ ।


୩୭)

ପୋଖରୀ ଜଳ

ପଦ୍ମ, କୁମୁଦ ଥିଲେ 

ଦିଶେ ସୁନ୍ଦର ।


~ ଚିନ୍ମୟୀ ସାହୁ


୩୮)

ପୋଖରୀ ତୁଠ

ସଫା ସୁତୁରା ରଖ

ନ କରି ମଠ ।


୩୯)

ସରସୀ ଜଳ

ଅଟେ ଭାରି ନିର୍ମଳ

ସତେ ଆକୁଳ ।


~ ମନୋରଞ୍ଜନ ସେଠୀ


୪୦)

ଗାଁର ପୋଖରୀ

ଅତୀତର ଆନନ୍ଦ

ରଖେ ସାଇତି.. !


~ ବିଶ୍ବନାଥ ଭୁଏ


୪୧)

ପୋଖରୀ ପାଣି 

ଗାଧୋଉଥିବ ଡେଇଁ 

ଗଭୀର ଜାଣି ।


୪୨)

ପୋଖରୀ ତୁଠ 

ସ୍ନାନ କରୁଛି ବଧୂ 

ଉଗାଳି ବାଟ ।


୪୩)

ପୋଖରୀ ଜଳେ 

ପଙ୍କେ ଜାତ କମଳ 

ବାଆରେ ଖେଳେ ।


~ ସନ୍ତୋଷ କୁମାର ସାହୁ


୪୪)

ପୋଖରୀ ତୁଠ

ସହରରେ ପକ୍କା ତ

ଗାଆଁରେ କାଠ । 


୪୫)

ପୋଖରୀ ଜଳ

ଦିଶୁଥାଏ ଗୋଳିଆ

ନଦୀ ନିର୍ମଳ ।


୪୬)

ଗାଆଁ ପୋଖରୀ

କଇଁ ଫୁଲରେ ଶୋଭା

ବର୍ଦ୍ଧନ ଭାରୀ ।


~ ଶମ୍ଭୁନାଥ ଦାସ


୪୭)

ଅତି ନିର୍ମଳ 

ଆମ ଗାଁ ମୁଣ୍ଡେ ଅଛି 

ପୋଖରୀ ଜଳ ।


୪୮)

ପୋଖରୀ ପାଣି

ଗାଧିଲେ ଭଲ ଲାଗେ

କରଇ ଗୁଣି ।


୪୯)

ଗାଁ ର ପୋଖରୀ

ଅତି ସୁନ୍ଦର ଦିଶେ

ମନ ହରସେ ।


~ ଦୟାନନ୍ଦ ଶବର


୫୦)

ଚିତ୍ରିତ ଚିତ୍ର

ପୋଖରୀ ର କବିତା

ମନକୁ ହିତ ।


୫୧)

ପଦ୍ମ ପୋଖରୀ

ଜୀବନ ପାଇଁ ଛନ୍ଦ

ସପନ ପରୀ !

  

~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୫୨)

ପଦ୍ମ ପୋଖରୀ 

ଆକର୍ଷିତ କରଇ 

ମନକୁ ଭାରି ।


୫୩)

ଗ୍ରାମ ବଧୂଟି 

ଫେରେ ପୋଖରୀରୁ ସେ 

ସ୍ନାହାନ କରି । 


~ ସୁଧାଞ୍ଜଳି ମିଶ୍ର


୫୪)

ପୋଖରୀ ତୁଟ

ଅବଲୁପ୍ତ ଐତିହ୍ୟ 

ଗାଁ ପରିମଳ ।


୫୫)

ପୋଖରୀ ପାଣି 

ମୋ ସିଲଟ ସୁଖିଯା'

ଗାଁ ଚାଟଶାଳୀ ।


୫୬)

ପୋଖରୀ ହୁଡ଼ା

ଭୂତର ଦୋଳି ଖେଳ 

ମୁକୁଳା ବେଣୀ । 


୫୭)

ସାକ୍ଷୀ ଅତୀତ 

ଜୀବନଚର୍ଯ୍ୟା ଗୀତି 

ଗାଁ ପୁଷ୍କରୀଣୀ ।


୫୮)

କବି କଳ୍ପନା 

କାନ୍'ଭାସ୍'ର ପ୍ରଚ୍ଛଦ 

ପୋଖରୀ କୂଳ ।


୫୯)

ଲୁପ୍ତ ଶିଶିର 

ଧୂମ୍ରାଭ ଇନ୍ଦ୍ରଧନୁ 

ପୋଖରୀ ଜଳ ।


୬୦)

ନାରଦ ବାଣୀ 

ବ୍ରହ୍ମାଙ୍କ ମୁଖେ ବେଦ 

ପୋଖରୀ ମୂଳ ।


୬୧)

ପୋଖରୀ ହଜେ 

ଜଳକ୍ରୀଡ଼ା ଉତ୍ସବ 

କଂକ୍ରିଟ୍ ର ବନ୍ଧ ।


୬୨)

ସିନ୍ଦୁକ ଚାବି 

ସାତତାଳ ପୋଖରୀ 

ଆଶୁରୀ ଗଡ଼ ।


୬୩)

ପୋଖରୀ, ବନ୍ଧ

ସରସୀ, ପୁଷ୍କରୀଣୀ 

କବି ମଞ୍ଜୁଳ ।


~ ମନୀଷା ମିଶ୍ର


୬୪)

ପୋଖରୀ କୂଳେ 

ଭାରି ଲାଗେ ଗହଳି

ନିତି ସକାଳେ ।


୬୫)

ଆମ ପୋଖରୀ 

ସ୍ବଛ ସୁନ୍ଦର ପାଣି 

ମଧୁର  ଭାରି ।


୬୬)

ପୋଖରୀ ହୁଡା 

ବାଃ ଦୂରରୁ ଦିଶୁଛି 

ତାଳ ବରଡା ।


~ ସମିତା ସ୍ବାଇଁ


୬୭)

ଶୁଷ୍କ ପୋଖରୀ

ଆଷାଢ଼ ବର୍ଷା ନୀରେ

ଶୋଭିତ ଭାରି ।


୬୮)

ମହୁରାଳୀର

ପ୍ରଭାତ ନୃତ୍ୟ ଦେଖ

ଅତି ସୁନ୍ଦର ।


୬୯)

ମଣ୍ଡୁକ ଗୀତ

ଗାଏ ଆନନ୍ଦ କଣ୍ଠେ

ଶୁଣ ଜଗତ ।।


୭୦)

ଫୁଟଇ କଇଁ

ଧଳା ନୀଳ ରଙ୍ଗରେ

ତୋଳନ୍ତି ଧାଇଁ ।


୭୧)

ସକାଳ ବେଳା

ଭେଳା ଭେଳା ତରୁଣୀ

ତୁଠରେ ଖେଳା ।


୭୨)

ସ୍ନାନ ବେଳରେ

ଦୁନିଆ ସାରା ଗପ

ବାକ୍ଯାଳପରେ ।


~ ଉମାକାନ୍ତ ଦାସ


୭୩)

ପୋଖରୀ ପରି

ପଡ଼ିଛି ମୋ ଶରୀର

ଚାହିଁ ଆକାଶ ।


୭୪)

ଶାନ୍ତ ପୋଖରୀ

ଖପରିଟେ ଫିଙ୍ଗିଲେ

ଅଶାନ୍ତ ହେବ ?


~ ରାଜେଶ କୁମାର ମୁଣ୍ଡ


୭୫)

କି ସୁଶୋଭିତ

ଗ୍ରାମୀଣ ପୁଷ୍କରିଣୀ

ପଦ୍ମ ପୂରିତ ।


୭୬)

ପୋଖରୀ ଜଳ

କାଚକେନ୍ଦୁ ପରିକା

ଶୀତଳ ଭାରି ।


~ ରତ୍ନ ପ୍ରଭା ସିଂ

☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH