हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

गुरुवार, 27 मई 2021

~ ଓଡ଼ିଆ ହାଇକୁକାର ରମାକାନ୍ତ ସତପଥିଙ୍କ ଓଡ଼ିଆ ହାଇକୁ ~

ହାଇକୁକାର

 

ରମାକାନ୍ତ ସତପଥି 


ହାଇକୁ 

--0--


ଗାଆଁ 

୧)

ମୋ ଗାଁ ହସୁଛି 

ସ୍ୱର୍ଣିମ ଫସଲରେ 

କୃଷକ କାନ୍ଦେ ।


୨)

ଗୋଧୂଳି ବେଳା 

ଅଙ୍କା ବଙ୍କା ଗାଁ ରାସ୍ତା 

ଗୋରୁ ର ପଳ ।


୩)

ସଞ୍ଜ ସକାଳେ

ଆଧ୍ୟାତ୍ମିକତା ଖେଳ 

ଗାଆଁ ମନ୍ଦିରେ ।


୪)

ଗାଁ ଦାଣ୍ଡ ପିଣ୍ଡା 

ସାଂପ୍ରତିକ୍ ରାଜନୀତି 

ତାସ୍'ର ଆସର ।


୫)

ଢିଙ୍କି ହଜିଛି 

ବିପିଏଲ୍ ଚାଉଳରେ 

ଗାଁ ଆଜି ରୁଗ୍'ଣ ।


୬)

କଂକ୍ରିଟ ଘର

ଗାଁ'ର ଅତୀତ ହଜେ 

ବିପିଏଲ୍ ସୁଅ ।


୭)

ଗାଆଁ ଲଳନା 

ଅପଭ୍ରଂଶ ସଭ୍ୟତା 

ଫଟା ଜିନ୍'ସରେ । 


୮)

ଭାଟିରେ ଧାଡ଼ି 

ଗାଁ ଯୁବକ ଭ୍ରମିତ 

ବେରୋଜଗାରୀ ।


୯)

ଗାଆଁ ଯାତରା 

ସହରୀ ଚାକଚକ୍ୟ 

ଉଜୁଡ଼େ ଘର ।


୧୦)

ଗାଁ ମାଟି, ପାଣି 

ଆଧୁନିକତା ସ୍ପର୍ଶେ

କରେ ରୋଦନ ।

--00--


~ ରମାକାନ୍ତ ସତପଥି 

ବରଗଡ଼ (ଓଡ଼ିଶା)

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH