ହାଇକୁକାର
ରଞ୍ଜନ ଜେନା
ହାଇକୁ
--0--
ଖଜୁରି ଗଛ
ଛାଇ ନଦିଏ ଧରା
ମୂଳରେ ଖରା ।
ଫୁଲର ହାଟ
ପରଜାପତି ବସି
କରୁଛି ନାଟ ।
ପୋଖରୀ କଇଁ
ରହିଛି ଦେଖ ଦୂରେ
ମନକୁ ହରେ ।
ଉଠି ପଡଇ
ସପନ ଥାଏ ବାକି
କଅଁଳ ନିଦ ।
ଗଛର ଛାଇ
ହାଣ୍ଡିଆ ବିକେ ଝିଅ
ଟିପ୍ପଣୀ ସହି ।
ଜଳ ମଶାଣି
ଟ୍ରକେ ଗଡନ୍ତି ଦେବୀ
ହେବ ଭସାଣି ।
କୁଆଁର ଓଷା
ଝିଅର ମନ ପେଡି
ହୋଇନି ଶାଢ଼ୀ ।
କାକର ବିନ୍ଦୁ
ବୁଢିଆଣୀ ସହୁଛି
ଭୋକର ଦାଉ ।
ଝରକା କଡ଼
ପଛକୁ ଧାଏଁ ଗଛ
ଦର୍ଶକ ମୁକ ।
ରଜନୀ ଗନ୍ଧା
ମହକି ଯାଏ ରାତି
ଯାଗଇ ପ୍ରୀତି ।
---00---
~ ରଞ୍ଜନ ଜେନା
कोई टिप्पणी नहीं:
एक टिप्पणी भेजें