हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 25 मई 2021

ମାଟି/ମାଏଟ୍ ବୈଷୟିକ ଓଡ଼ିଆ/କୋଶଳୀ ହାଇକୁ କାବ୍ୟ ଯାତ୍ରା

ହାଇକୁ

ମାଟି / ମାଏଟ୍

-----00-----


୧)

ମାଟି ମଣିଷ 

ମାଟିରୁ ହିଁ ଆରମ୍ଭ 

ମାଟିରେ ଶେଷ ।


୨)

ମାଟି ମହକ 

ଓଦା ହେଲା ଅକ୍ଷର 

ପିରତୀ ପତ୍ର ।


~ ପ୍ରଦୀପ କୁମାର ଦାଶ


୩)

ପୃଥିବୀ ମାତା

ବକ୍ଷ ରେ ତାର ମାଟି

ସର୍ବ ସଂହିତା l


୪)

ଗଛ ମଣିଷ 

ମାଟି ବିହୁନେ ସର୍ବେ

ହୋଇବେ ନାଶ l


~ ତାପସ କୁମାର ମିଶ୍ର


୫)

ମାଟିର ବାସ୍ନା

ମନରେ ଆଣିପାରେ

ନୂଆ ଭାବନା ।


୬)

ସେ ମାଟି, ସେ ମା

ତା ସମ ନାହିଁ କେହି

ମର୍ତ୍ତ୍ୟ ମଣ୍ଡଳେ ।


୭)

ଜୀଵନ ଆମ

କଞ୍ଚା ମାଟିରେ ଗଢ଼ା

ଜାଣରେ ଭାଇ !


୮)

ଜୀବ ଜୀବନ

ପଶେ ମାଟିର ଆଁ ରେ

ନିର୍ବିଶେଷରେ ।


୯)

ସୁନା ଫଳାଏ

ମାଟି ବକ୍ଷ ଦେଶରେ

ସହି ଯାତନା ।


୧୦)

ପ୍ରଳୟ ରଚି

ଆଜି ମାନବ ପାଇଁ

କାନ୍ଦୁଛି ମାଟି ।


~ ମନୋଜ କୁମାର ପଣ୍ଡା


୧୧)

ମାଟିର ଗନ୍ଧ 

ଭୁରି-ଭୁରି ବର୍ଷାରେ 

ଡାହୁକ ଡାକେ ।


୧୨)

ଭିଟା ମାଟିର 

ସ୍ୱପ୍ନଭିଜା ଅତୀତ 

ଗାଁ ମନେ ପଡ଼େ ।


୧୩)

ମାଟି ମଟାଳ 

ଜୀବନର ପ୍ରାଚୁର୍ଯ୍ୟ

ମୋ ଗାଆଁ ଡାକେ ।


~ ରମାକାନ୍ତ ସତପଥି


୧୪)

ମାଟିରୁ ଜନ୍ମ

ମାଟିରେ ବଢ଼ି ଯିବା

ମାଟିରେ ମିଶି । 


୧୫)

ମାଟିରେ ଖେଳ

ମା' ସ୍ନେହ ଭରା ଅଟେ

ତାହାର କୋଳ । 


~ ସୁଧୀର କୁମାର ପଣ୍ଡା


୧୬)

ମାଟି ମାଁ କୋଳ

ସୁଖ ଶାନ୍ତି ସମୃଦ୍ଧି

ସେ ଗନ୍ତାଘର ।


~ ଡମ୍ବରୁଧର ବାଗ


୧୭)

ଶାଣିତ ଚାଲେ

ଚାଖଣ୍ଡେ ମାଟି ପାଇଁ 

ସଂପର୍କ ଛିଣ୍ଡେ ।


୧୮)

ମାଁ ମାଟି ପାଇଁ 

ବୀର ହୁଏ ସହିଦ 

ସୀମାନ୍ତ ଜଗେ ।


୧୯)

ମହାଭାରତ 

ଇତିହାସ ମାଟିର 

କୌରବ ଧ୍ୱଂସ ।


୨୦)

ମଧୂପ ଗୁଞ୍ଜେ

ଫୁଲର ଫଗୁଣରେ

ମାଟିର ଗନ୍ଧ ।


୨୧)

ମଣିଷ ଶେଷ

ଛ' ଫୁଟର ମାଟିରେ

ସ୍ୱାର୍ଥାନ୍ଧ ଲୋଭ ।


୨୨)

ସ୍ତବ୍ଧ କୋକିଳ

ଶିଶିର ଭିଜା ମାଟି 

କମଳ ଝୁରେ ।


୨୩)

ପୃଥିବୀ ହସେ 

ଆଷାଢ଼ର ବିନ୍ଦୁରେ

ସବୁଜ ମାଟି ।


୨୪)

ବନାନୀ ଜଳେ 

ମାଙ୍କଡ଼ ବାହାଘରେ 

ବିବର୍ଣ୍ଣ ମାଟି ।


~ ମନୀଷା ମିଶ୍ର


୨୫)

ଦିନ ଆସିବ 

ଏ ମାଟିରେ ମଣିଷ 

ନିଶ୍ଚେ ମିଶିବ ! 


~ ବିଶ୍ବନାଥ ଭୁଏ


୨୬)

ମୋ' ଭିଜା ମାଟି

ତୋ' ମିଠା ବାସନାରେ

ମନ ମୋହୁଟି ।


୨୭)

ମାଟିଲୋ ମାଟି

ତୋ' ଭିଜା ମହକରେ

ହସେ ପ୍ରକୃତି ।


~ ମାନସୀ ବେହୁରା


୨୮)

ମାଟି ମାଆ ର

ପଣତେ ମିଠା ଗୀତ

କେତେ ସୁନ୍ଦର ।


୨୯)

ସ୍ୱପ୍ନ ର ମାଟି

ତିଆରିବା ଉପାୟ

ଜଣା ଅଛି ଟି !


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୩୦)

ଇ ମାଏଟ୍ ମୁହାଁ 

ଚରେଇ ଚିରଗୁନ୍ 

ମୁନୁଷ୍ ଟା ବେଡ଼ା ।


୩୧)

ମୁନୁଷ୍ ଟା କାଏଁ

ମାଏଟ୍ ଯଦି ଧସ୍'କିଲେ

ସିଧା ତ ପାତାଲ୍ ।


~ ଉତ୍ତମ ହୋତା


୩୨)

ଦୋରସା ମାଟି

ପନିପରିବା ଚାଷ

ଲାଭ ନିହାତି ।


୩୩)

ବରଷା ହେଲେ

ମାଟିର ଭୁରୁଭୁରୁ

ବାସ୍ନାଟି ଭଲେ ।


~ ଶମ୍ଭୁନାଥ ଦାସ


୩୪)

ମୃତ୍ତିକା ବାସେ 

ସୁଗନ୍ଧ ମନୋହର 

ବରଷା ହେଲେ ।


୩୫)

ମାଟି ମହାନ

ବୀର ସନ୍ତାନଗଣ 

ଶୁଣ ଆହ୍ୱାନ ।


~ ସୁଧାଞ୍ଜଳି  ମିଶ୍ର


୩୬)

ମାଟି ମଣିଷ 

ସେଇ ମାଆର ଦାନ

ସର୍ବେ ସନ୍ତାନ।


୩୭)

ମାତୃତ୍ବ ମନ

ମମତା ପ୍ରତିଦାନ 

ପ୍ରତି ସ୍ପନ୍ଦନ ।


୩୮)

ଜାଗଇ ଭାବ

ଅନନ୍ଯ ମାଧୁର୍ଯ୍ୟତା

ଭରେ ଆଶିଷ ।


୩୯)

ମାଟି ମହାନ 

ରଖିବ ମାଆ ମାନ 

ସ୍ବୟଂ ସଂପୂର୍ଣ୍ଣ ।


~ ସମିତା ସ୍ୱାଇଁ


୪୦)

ମୋ ଭିଟା ମାଟି 

ସେ ମୋର ତୀର୍ଥ ଭୂଇଁ 

ଜନମ ସେଠି ।


୪୧)

ମାଟି ଅଗଣା

କେତେ ଖେଳିଛି ଖେଳ 

କରି ଆପଣା ।


୪୨)

ପାଳିଛି ମାଆ

ମତେ କୋଳ ରେ ତାର

ମୁଁ ତାର ଛୁଆ ।


~ ଲଳିତା ଜେନା


୪୩)

ମାଟି ମାଆଟି 

ତା'ର କୋଳରେ ଯିବି

ସାନନ୍ଦେ ଲୋଟି ।


~ ଚିନ୍ମୟୀ ସାହୁ


୪୪)

ମାଟି ଜନନୀ

ଦିଅଇ ଖାଦ୍ୟ ଜଳ

ସହେ ଆଘାତ


୪୫)

ମାଟି ଅମୁଲ୍ୟ

ସଅଳ ନୁହେଁ ସୃଷ୍ଟି

ନକର କ୍ଷୟ ।


~ ରଞ୍ଜନ ଜେନା 

☆☆☆☆☆☆☆☆☆


कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH