हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 24 मई 2021

ହାଇକୁ କବୟିତ୍ରୀ ମୈତ୍ରେୟୀ କମିଳା ଙ୍କ ଓଡ଼ିଆ ହାଇକୁ

ହାଇକୁ କବୟିତ୍ରୀ

ମୈତ୍ରେୟୀ କମିଳା


ହାଇକୁ 

--0--


ଧାରେ ଲୁହର

ମଝିରେ ସେ ଆକାଶ

ଲେଉଟି ଚାହେଁ ।


ନୀଳ କାହିଁକି

ସ୍ବପ୍ନ ସବୁ ସଯାଏ

ଜହ୍ନ ଜୋଛନା ।


ସବୁଜିମା ସେ

ବନ ଜଙ୍ଗଲ ଶୋଭେ

ଚହଟେ ଫୁଲ ।


ଢେଉର ମେଳ

କୂଳକୁ ଛୁଉଁ ଛୁଉଁ

ଶାମୁକା ହସେ ।


ବାଦଲ ଢାଙ୍କି

ଲୁଚାଏ ଗାଢ଼ ରାତି

ସାଉଁଟା ସ୍ବପ୍ନ ।


ଏ ବର୍ଷା ଝରେ

ମେଘର ଗଜ଼ଲରେ

ଭିଜେ ଓଢଣୀ ।


ସବୁଜ କ୍ଷେତ

ଧାଡ଼ିଧାଡ଼ି ଧାନ ର

ସୁନା ଫସଲ ।


ବେଙ୍ଗୁଲି ରାଣୀ

କୂଆ ର କାଆ କାଆ

ଶୁଭୁଛି କାନେ ।


ପାଣିର ସୁଅ

ଅସ୍ତ୍ୟ ବ୍ୟସ୍ତ ଜୀବନ

ଆଗକୁ ଛୁଟେ ।


ଲୁହର ବନ୍ୟା

ଉବୁଟୁବୁ ନଈରେ

ଖୋଜୁଛି କୁଳ ।

---00--    


~ ମୈତ୍ରେୟି କମିଳା

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH