ସାରସ୍ୱତ ହାଇକୁ କାବ୍ୟ ଯାତ୍ରା
ହାଇକୁ
ଛାଇ / ଛାଏଁ
୧)
ନିଜର ଛାଇ
କେବେ ଯାଏନି ଛାଡ଼ି
ପ୍ରକୃତ ସାଥି ।
୨)
ଗଛ ଛାଇରେ
ଥକି ଯାଇ ବସିଛି
କୃଷକ ଭାଈ ।
~ ପ୍ରଦୀପ କୁମାର ଦାଶ
୩)
ଜହ୍ନର ଛାଇ
ସରସୀ ଜଳେ ପଡ଼ି
ଦିଶେ ସୁନ୍ଦର ।
୪)
ନିଜର ଛାଇ
ଖେଳନ୍ତି କୁତୁହଳେ
ବାଳୁତ ଶିଶୁ ।
~ ବାସନ୍ତୀ ଦେଇ
୫)
ଗଛର ଛାଇ
ଖରାଦିନେ ବିଶ୍ରାମ
ବାଟୋଇ ଭାଇ ।
୬)
ଗଛର ଛାଇ
ଆମ ଧରଣୀ ମାତା
ଥଣ୍ଡା ଲଭଇ ।
୭)
ଗଛ ଲଗାନ୍ତୁ
ଫଳ-ଫୁଲ ଓ ଜାଳ
ଛାଇ ପାଆନ୍ତୁ ।
~ ଶମ୍ଭୁନାଥ ଦାସ
୮)
ଡର୍ ଲାଗସି ମତେ
ନିଜର୍ ଛାଏଁ କେ ଦେଖି
ସମିଆ ଯେନ୍ତା ।
୯)
ଡାଲ୍ ପତ୍'ରା ଥିଲେ
ଛାଏଁ ତଲେ ଭଲ୍ ଲାଗ୍'ସି
ହେଲେ ଗଛ୍ କାହିଁ ?
~ ଆର. ବରସାନା ନନ୍ଦିନୀ
୧୦)
ପ୍ରବଳ ଖରା
ଅପରାହ୍ଣର ଛାଇ
ଦିନରେ ତାରା ।
୧୧)
ଦାରୁଣ ରାତି
ବିକଳିଆ ମୋ ଛାଇ
ପାଖ ମାଡ଼େନି ।
~ ରାଜେଶ କୁମାର ମୁଣ୍ଡ
୧୨)
ଛାଇ ବି ମୋର
ଲୁଚି ଚାଲିଯାଏ ସେ
ହେଲେ ଅନ୍ଧାର ।
୧୩)
ଛାଇ ଆଲୁଅ
ଜୀବନ ମରଣ ର
ପ୍ରକୃତ ସତ୍ୟ ।
~ ଡମ୍ବରୁଧର ବାଗ
୧୪)
ବାଟୋଇ ଭାଇ
ବରଗଛ ଛାଇରେ
ଥକା ମେଣ୍ଟାଇ ।
୧୫)
ଛାଇ ଆଲୁଅ
ଖରା ବର୍ଷା ର ଖେଳ
ନ 'ମାନେ ବେଳ ।
୧୬)
ଜହ୍ନର ଛାଇ
ଦିଶଇ ଭାରି ତୋଫା
ପାଣି ଭିତରେ ।
୧୭)
ନିଜର ଛାଇ
ସାଥିରେ ରହେ ସଦା
ମରିବା ଯାଏ ।
୧୮)
ଛାଇ ହୋଇ ମୁଁ
ରହିବି ପାଖେ ପାଖେ
ସାଥିରେ ତୋର ।
୧୯)
ଛାଇ ଅନ୍ଧାର
ଆସେ ଜୀବନ ପଥେ
ମାୟା ସଂସାରେ ।
~ ସମିତା ସ୍ବାଇଁ
୨୦)
ମିଛ ସଂସାର
ଛାଇ ଆଲୁଅ ଖେଳ
ବିଭୁ ସୁମର ।
~ ବାସନ୍ତୀ ଦେଇ
୨୧)
ଗଛର ଛାଇ
ସମସ୍ତଙ୍କୁ ଦେଉଛି
ବନ୍ଧୁଟେ ହୋଇ ।
୨୨)
ନିଜର ଛାଇ
ନିଜ ସାଥେ ଆସୁଛି
ଆପଣା ହୋଇ ।
~ ସନ୍ତୋଷ କୁମାର ସାହୁ
୨୩)
ନିଯିବୁ ପୁତା
କେନ୍ଦୁ ଗଛର୍ ଛାଏଁକେ
କରୁନା ଅଛେ ।
୨୪)
ଭୁତ୍ ବୋଲୁଥିଲିଁ
ମହୁଲ୍ ଗଛର୍ ଛାଏଁଥି
ଭାଲୁଟେ ଥିଲା ।
~ ମନୀଷା ମିଶ୍ର
୨୫)
ସଂପର୍କ ଛାଇ
ସତେ ବିପଦ ବେଳର
ଅଟଇ ଭାଇ !
~ ବିଶ୍ବନାଥ ଭୁଏ
୨୬)
ଆଲୁଅ ସହ
ପ୍ରତିଯୋଗିତା କରି
ବଢେ ଓ ଛିଡେ ।
୨୭)
ଦେହର ଛାଇ
ଅନ୍ଧାର ହେଲେ ଛାଏଁ
ଯାଏ ମିଳାଇ ।
~ ସୁଧୀର କୁମାର ପଣ୍ଡା
୨୮)
ଗଛ ଟେ ଥିଲେ
କେଡେ ଅଏନ ବସ
ଛଏ ରା ତଳେ ।
~ ମୁକ୍ତେଶ୍ଵର ପଧାନ
୨୯)
ଛାଇ ଆଲୁଅ
ଛପିଛୁପିକା ଖେଳ
ଚାଲେ ସର୍ବତ୍ର ।
~ ରତ୍ନ ପ୍ରଭା ସିଂ
୩୦)
ଦେବ ତ ଦିଅ
ଛାଇ ପରି ବିଶ୍ୱାସ
ଖାଣ୍ଟି ନିର୍ମଳ ।
୩୧)
ଛାଇ ର ରଙ୍ଗ
ଏତେ ଆବେଗ ଭରା
ଦେଖାଏ ଦିଗ ।
~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
୩୨)
ଛାଇ ଆଲୁଅ
ଲୁଚକାଳିର ଖେଳ
ଶୋଭିତ ଦିଁଅ ।
୩୩)
ଫଳ ନ ଦେଇ
ମଧ୍ୟ ଆଶ୍ରୟ ଦିଏ
ଗଛର ଛାଇ ।
~ ଜୟରାମ ସାହୁ
୩୪)
ଅନ୍ଧାର ଆସେ
ଗାଁ ମୁଣ୍ଡର ମଶାଣୀ
ଭୂତର ଛାଇ ।
~ ରମାକାନ୍ତ ସତପଥି
୩୫)
ଯାଉଛ କାଏଁ
ଛାଏଁ ଛାଡି କରି ଯ
ନାଆଁ ରହେବା ।
୩୬)
ଭାଏ ଭଗାରୀ
ଛାଏଁ ଦେଖ୍'ଲେ ମୁହୁଁ ଲାଲ୍
ମାଡିଦେଲେ ତ .. ।
~ ଉତ୍ତମ ହୋତା
୩୭)
ଛାଇ ଆସିଛି
ଅଗଣା ସୁଶୀତଳ
ବସିବା ପାଇଁ ।
୩୮)
ଛାଇ ଚାଲିଛି
ମଣିଷ ସାଥେ ସାଥେ
ପ୍ରକୃତି ବନ୍ଧୁ ।
୩୯)
ନିଦାଘ, ଛାଇ
ବାଟୋଇ ବସି ପଡ଼େ
କ୍ଳାନ୍ତି ମେଣ୍ଟାଏ ।
୪୦)
ସୁଖ ଓ ଦୁଃଖ
ସାଥୀ ଆମରି ଛାଇ
ସ୍ମଶାନ ଭୂଇଁ ।
୪୧)
ଜ୍ୟୋତ୍ସ୍ନା ବିଧୌତ
ରଜନୀ ରାଣି କୋଳ
ଛାଇ ଶୀତଳ ।
୪୨)
ପକ୍ୱ ମୁରବୀ
ବରଗଛର ଛାଇ
ଉଜ୍ଜ୍ୱଳ ଆଶା ।
୪୩)
ଛାଇ ଆଳୁଅ
କବି ଲେଖନୀ ମୁନ
ମେଣ୍ଢାର ମୁଣ୍ଡ ।
୪୪)
ଛାଇର ଭୀତି
ପାପ, ପୂଣ୍ୟ ବିଚାର
ମୂଢ଼ ମାନବ ।
୪୫)
ଛାଇର ଖେଳ
ଭସା ବାଦଲ, ଜହ୍ନ
ମିଛ ଦୁନିଆଁ ।
୪୬)
ଅନ୍ଧାର ଆସେ
ଗାଁ ମୁଣ୍ଡରେ ମଶାଣୀ
ଭୂତର ଛାଇ ।
~ ରମାକାନ୍ତ ସତପଥି
୪୭)
ଶୀତଳ ଛାଇ
ବୃକ୍ଷ ଦିଏ ବିତରି
ସଭିଙ୍କ ପାଇଁ ।
୪୮)
ଜହ୍ନର ଛାଇ
ସରସୀ ଜଳରେସେ
ଚହଲେ ଯହିଁ ।
୪୯)
ଦେଖିଛ ଭାଇ
ଛାୟା ସହିତ କାୟା
ଲାଗି ରହଇ ।
୫୦)
ଛାଇର ଧାରେ
ସଂପର୍କର ଢେଉଟା
ଲହଡି ମାରେ ।
୫୧)
ବରଗଛ ଟି
ଗାଆଁ ମୁଣ୍ଡରେ ରହି
ଛାୟା ଦିଅଇ ।
୫୨)
ଛାଇ ଆଲୁଅ
ଖେଳୁଥାନ୍ତି ଲୁଚକାଳି
ସେ ଅହରହ ।
୫୩)
ସକାଳ ଛାଇ
ସୂର୍ଯ୍ୟ ଉଦୟ କାଳେ
ଲମ୍ବା ଦିଶଇ ।
୫୪)
ମଧ୍ୟାହ୍ନ କାଳେ
ଗୋଡ ତଳେ ଛାଇତ
ରହିଛି ଲୁଚି ।
୫୫)
ଗୋଧୁଳି ବେଳେ
ଲମ୍ବା ଛାଇ ଦିଶଇ
ଧରଣୀ ପରେ ।
୫୬)
ଲେଉଟେ ଛାଇ
ନୀଡ ବାହୁଡେ ପକ୍ଷୀ
ଆନନ୍ଦ ହୋଇ ।
୫୭)
ଛାଇ ମୋହର
ଜୀବନ ଚଲାପଥେ
ସାଥୀଟି ମୋର ।
୫୮)
ଛାଇରେ ବସି
ଶ୍ରମ ଲାଘବ କରେ
ନିଦାଘେ ଅତି ।
୫୯)
ଗଛର ଛାଇ
ଡୁ ଡୁ କବାଡି ଖେଳ
ମଜା ତ ଭାରି ।
୬୦)
ଗାଆଁ ମୁଣ୍ଡରେ
ଭରା ତୋଟା ମାଳରେ
ଭରା ଛାଇରେ ।
୬୧)
ମାୟାର ମୋହ
ଛାଇ ଆଲୁଅ ଖେଳ
ଚଳେ ସଂସାର ।
୬୨)
ପ୍ରିୟା ମୋ ସାଥୀ
ସୁଖେ-ଦୁଃଖେ ରହିବି
ଛାଇ ମୁଁ ହୋଇ ।
୬୩)
ଛାଇର ଖେଳ
ଅନ୍ଧାର ଆସି ଗଲେ
ପୁରିଲା କାଳ ।
୬୪)
ଖରା ଓ ଛାଇ
ହସ ଲୁହଟେ ପରି
ଲାଗି ରହଇ ।
୬୫)
ଛାଇଟି ମୋର
ପାଶେ ପାଶେ ରହିଛି
ହୋଇ ନିଜର ।
୬୬)
ଜୀବନ ଏଇ
ଅଙ୍କା ବଙ୍କା ରାସ୍ତାଟି
ଖରା ଓ ଛାଇ ।
୬୭)
ଭରା ଛାଇରେ
ତାସ୍'ର ପାଲି ପଡେରେ
ବୁଢ ଭେଣ୍ଡାରେ ।
୬୮)
କଳା କହ୍ନେଇ
ନିଜ ଛାଇ ଦେଖିସେ
ଭାରି ଡରଇ ।
୬୯)
ନାହିଁରେ ନାହିଁ
ନ ଥିଲେକି ଆଲୁଅ
ପଡିବ ଛାଇ ।
୭୦)
ଲଗାଅ ଗଛ
ଛାଇ ତାର ମିଳିବ
ଜୀବନ ଯାକ ।
~ ଦମୟନ୍ତୀ ରଥ
୭୧)
ଛାଇକୁ ମୋର
ଦେଖି ଲାଗଇ ଡର
ହେବ କି ଜ୍ୱର l
୭୨)
ଗଛର ଛାଇ
ମଣିଷ ମାରେ ହାଇ
ଆଶ୍ରୟ ନେଇ l
~ ସୁଧାଞ୍ଜଳି ମିଶ୍ର
୭୩)
ତୁଠ ପଥର
ହଲିଲା ପାଣି ଦେଖେ
ଛାଇ ନିଜର ।
୭୪)
ନିଜର ଛାଇ
ଛାଡେନି କେବେ ସାଥୀ
ହେଲୁକି ବାଇ ?
୭୫)
ଛାଏଁ ହସୁଛେଁ
କହୁଛେ ଚାଲ ଯିମା
ତଲି ପରାକେ ।
୭୬)
ହସଁ ଲହରୀ
ଉଛଲି ପଡୁଛେ ତ
ଦର୍ପନ ଭରି ।
~ ଆଶୁତୋଷ ମେହେର
୭୭)
ତୁମେ ମୋ ପାଇଁ
ସାଜିବି ମୁଁ ତୁମର
ଦେହର ଛାଇ ।
୭୮)
ବିଦେହ ଛାଇ
ନିଶି ଆଶ୍ରୟରେ
ଘୁରିବୁଲଇ ।
~ ଚିନ୍ମୟୀ ସାହୁ
୭୯)
ଛାଇକୁ ମୋର
ଦେଖି ଲାଗଇ ଡର
ହେବ କି ଜ୍ୱର ।
୮୦)
ଗଛର ଛାଇ
ମଣିଷ ମାରେ ହାଇ
ଆଶ୍ରୟ ନେଇ ।
~ ସୁଧାଞ୍ଜଳି ମିଶ୍ର
୮୧)
ଗଛର ଛାଏଁ
ଯେନସି ନେ ଥିଲେ ବି
ବସବ ଘାଏ ।
~ ମୁକ୍ତେଶ୍ଵର ପଧାନ
୮୨)
ଗଛର୍ ଛଁଏଁରା
ତୋର୍ ମୋର୍ ପ୍ରେରେମ୍ ପିରତି
ଜୁଆ ପହରା ।
୮୩)
ଛାଏଁ ଛଁଏଁରା
ତୁଇ ମୋର୍ ଜୁବା ଧାଂଗ୍ରି
ମୁଇ ତୋର୍ ଧଙ୍ଗ୍ରା ।
୮୪)
ଦେଖରେ ଭାଇ
ସୁଖା ଗଛର ଛାଇ
ଦିଶୁଛି ଭୂଇଁ ।
୮୫)
ବୃକ୍ଷର ଛାଇ
କେତେ ଆନନ୍ଦ ଲାଗେ
ବସିଲେ ଭୁଇଁ ।
୮୬)
ମାଟିର ଉଇ
ଗଛ ଦେଇଛି ଖାଇ
ମିଲୁନି ଛାଇ ।
୮୭)
ଛାଇ ର ପାଇଁ
ବୃକ୍ଷ ଲଗେଇ ଥିଲେ
ମୋ ଅଜା ଆଇ ।
୮୮)
ଗଛର ଛାଇ
ଆରାମ ଲାଗେ ଛାଇ
ଥିଲେ ଟି ରହି ।
୮୯)
ଗଛ ର ଛାଇ
ବୃକ୍ଷ ମୂଲେ ଶିକ୍ଷକ
ପଢାନ୍ତି ବହି ।
୯୦)
ଦୁଇସ ଦୁଇ
ଚାଲି ଯାଇଛି ଛାଇ
ଅଝଟ ହେଇ ।
୯୧)
କହିବ କେହି
ହାତ ଛାଇକୁ କାହିଁ
ପାରେନି ଛିଇ ।
୯୨)
ମଣିଷ ଛାଇ
ମଠ ମଶାଣି ଖଇ
ନ ଥାଏ ଜିଇଁ ।
୯୩)
ରାଧିକା ମାଈ
କଦମ୍ବ ବୃକ୍ଷ ଛାଇ
ଭୁଲିବେ ନାଇଁ ।
୯୪)
ବିଶ୍ୱ ବିଜୟୀ
ଦେବୀ ମା ସମଲେଇ
ତୋ କୃପା ଛାଇ ।
୯୫
ଅଲସି ନଇଁ
ଗରମ ହେଇ ଯାଏ
ଛାଇ ନ ପାଇ ।
୯୬)
ଗଛର ଛାଇ
ବାଘ ଆସିଲା ଧାଇଁ
ଛାଇର ପାଇଁ ।
୯୭)
ବାଦଲ ପାଇଁ
ଉଭେଇ ଗଲା ଛାଇ
ଦିଶିଲା ନାହିଁ ।
୯୮)
ଦରଦ ସହି
ଲେଖେ ଛାଇ ର କଥା
କଲମ ସାହି ।
୯୯)
ପବନ ଝାଇଁ
ଖରା କରୁଛି ଠାଁଇ
ମିଳୁନି ଛାଇ ।
୧୦୦)
ବାଇ ଚଢେଇ
ଛାଇ ପାଇବା ପାଇଁ
କର୍ମ କରଇ ।
୧୦୧)
ଜୀବନ ଛାଇ
ସାଥେ ସାଥେ ରହଇ
ସାଥୀଟେ ହେଇ ।
୧୦୨
ବଉଲା ଗାଈ
ଦେଖି ନିଜର ଛାଇ
ବସିଲା ଭୁଇଁ ।
୧୦୩)
ମଣିଷ ଛାଇ
ନିର୍ଜୀବ ଅଟେ କିନ୍ତୁ
ସାଥେ ରହଇ ।
୧୦୪)
ପଣତ ଛାଇ
ସ୍ନେହ ପ୍ରେମ ପୂରିତ
ଶାନ୍ତି ମିଳଇ ।
୧୦୫)
ଓଢଣୀ ଛାଇ
ସମ୍ମାନ ପରିପୂର୍ଣ୍ଣ
ଜୀବନ ଜିଁଈ ।
୧୦୬)
ଅଧର୍ମ ଛାଇ
ଯନ୍ତ୍ରଣା ଦେଇ ଥାଏ
ପଛେ ଗୋଡାଇ ।
୧୦୭)
ପାଦପ ଛାଇ
ପାଠ ପଢିବା ପାଇଁ
ଭଲ ଅଟଇ ।
୧୦୮)
ଛତା ର ଛାଇ
ଖରା ବର୍ଷା ଦାଉରୁ
ରକ୍ଷା କରଇ ।
୧୦୯)
ବାଦଲ ଛାଇ
ଏଣେ ତେଣେ ବୁଲିକି
ଯାଏ ଉଭେଇ ।
~ ଦୟାନନ୍ଦ ଶବର
୧୧୦)
ଛାଇ ଆଲୁଅ
ଅନ୍ଧତ୍ୱ ଅହମିକା
ଦୁଇଟି ପୁଷ୍ପ ।
୧୧୧)
ନିଷ୍ପ୍ରଭ ଅହଂ
ତାଳଗଛର ଛାଇ
ଦୁଇଟି ବିନ୍ଦୁ ।
୧୧୨)
ନିଦାଘ ଖରା
ଥୁଣ୍ଟାଗଛର ଛାଇ
ନିଃସ୍ବ ଜୀବନ ।
୧୧୩)
ପୃଥିବୀ ଛାଇ
ରାହୁ, କେତୁର ଖେଳ
ଗ୍ରହଣ କାଳ ।
୧୧୪)
ମୁରବୀ ହୀନ
ଅଭିଶପ୍ତ ଜୀବନ
ପଣତ ଛାଇ ।
୧୧୫)
ମଣିଷ ଛାଇ
ଛଳନା, ପ୍ରତାରଣା
ନିଃସ୍ତବ୍ଧ ସେତୁ ।
୧୧୬)
ଜହ୍ନର ଛାଇ
ସ୍ଖଳିତ ବେଳାଭୂମି
ନିଃସ୍ୱନ୍ଦ ସିନ୍ଧୁ ।
୧୧୭)
ନିର୍ବାକ ଛାଇ
ମୁଦ୍ରାର ଦୁଇପାର୍ଶ୍ୱ
ସତ ଓ ମିଛ ।
~ ମନୀଷା ମିଶ୍ର
☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें