ହାଇକୁ କବୟିତ୍ରୀ
ସୁଷମା ନାୟକ
ହାଇକୁ
--0--
କାକୁଡି ବାଡି
ମଞ୍ଚାକୁ ଚଢେ ଲଟା
କଣିକୁ ଧରି ।
ପୁନେଇଁ ରାତି
ଜ୍ୟୋତ୍ସ୍ନା ରେ ଆଉଟା
ଦରିଆ ଛାତି ।
ଖେଳ ପଡିଆ
ଛୁକ୍ ଛୁକ୍ ଶବ୍ଦ ରେ
ଧାଡିଏ ପିଲା ।
ସିନ୍ଦୁକ ଚାବି
ବୋଉ କାନିରେ ଝୁଲେ
ଜେଜେମା ସ୍ମୃତି ।
କଙ୍କ୍ରିଟ୍ ରାସ୍ତା
ଅଜଗର ଆଆଁ ରେ
ପୋଖରି ହୁଡ଼ା ।
---00---
~ ସୁଷମା ନାୟକ
ଭୁବନେଶ୍ବର (ଓଡିଶା)
कोई टिप्पणी नहीं:
एक टिप्पणी भेजें