हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

बुधवार, 26 मई 2021

~ ବାତ୍ଯା ବିଷୟକ ସାରସ୍ୱତ ହାଇକୁ କାବ୍ୟ ରଚନା ~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

ବାତ୍ଯା

--0--


୧)

ପ୍ରେମ ଓ ବାତ୍ଯା

ସତରେ ଏକାଭଳି

ସ୍ଥିର କାଳରେ ।


~ ଅମିତ ରଣା


୨)

ଆଖିର ପାଣି 

ମନକୁ କହି ଯାଏ

ବାତ୍ଯା କାହାଣୀ ।


3)

ଲୁହର କଥା

ଆଖିର ଆଇନାରେ

ବାତ୍ଯାର ବ୍ୟଥା ।


୪)

ପ୍ରବଳ ବର୍ଷା 

ଘରେ ପଶିଲା ପାଣି 

କନ୍ଦାଏ ବାତ୍ଯା ।


~ ପ୍ରଦୀପ କୁମାର ଦାଶ


୫)

ତୀବ୍ର ପବନ

ନାଶେ ଧନ ଜୀବନ

ବାତ୍ୟା ପ୍ରକୋପ ।


୬)

ଅଶାନ୍ତ ଝଡ଼

ବାତ୍ୟାର ଏକ ମାଡ଼

ଭାଙ୍ଗେ ପାହାଡ଼ ।


~ ସୁଧୀର କୁମାର ପଣ୍ଡା


୭)

ବହେ ପବନ

ଦୁଃଖ ଏବଂ ଦୁର୍ଦ୍ଦଶା

ବିତେ ଜୀବନ ।


୮)

ଆସଇ ଝଡ଼

ଉଜାଡି ଦେଉଥାଏ

ମଣିଷ ନୀଡ଼ ।


~ ଲଳିତା ଜେନା


୯)

ବାତ୍ୟାର ଦୁଃଖ 

ଜନ ଜୀବନ କ୍ଷତି

ଦୁଃଖଦ ସ୍ଥିତି ।


୧୦)

କରୁଣ ଦୃଶ୍ୟ

ରକ୍ତମୁହାଁ ଲହଡି

ଅଶାନ୍ତ ସିନ୍ଧୁ ।


୧୧)

ଭାଙ୍ଗେ ହୃଦୟ

ଉଜାଡି ଦିଏ  ଘର

ବନ୍ୟା ଲୁହର ।


~ ଡିସମ୍ବର ମେହେର


୧୨)

ପବନ ବହେ

ପ୍ରକୋପ ତା'ର ଯେତେ

ପାଦପ ସହେ ।


୧୩)

କରୋନା ଥିଲା

ୟାସ ବାତ୍ୟା ତା' ସାଥେ

ଦାଉ ସାଧିଲା ।


~ ଚିନ୍ମୟୀ ସାହୁ


୧୪)

ବାତ୍ୟା ପ୍ରକୋପ 

ନାଶେ ଧନ ଜନ ସେ 

ହରେ ସର୍ବସ୍ଵ ।


୧୫)

ପ୍ରକୃତି କୋପ 

ବାତ୍ଯା, ଭୂମିକମ୍ପ ତ 

ମହା ବିପଦ ।


~ କମଳିନୀ ଦେବୀ 


୧୬)

ବାତ୍ଯା ଆସଇ

ଭାଙ୍ଗିସେ ଘରଦ୍ବାର 

ଯାଏ ପଳାଇ ।


୧୭)

ଜନ ଜୀବନ

ବହୁତ କରେ କ୍ଷତି

କୋପରେ ଅତି ।


୧୮)

ବାତ୍ଯା ଆସିଲେ

ଥରାଇ ଦିଏ ଛାତି 

ଲାଗଇ ଭୀତି ।


୧୯)

ବାତ୍ଯା  ନିଷ୍ଠୁର 

ଆଖିରେ ଦିଏ ଲୁହ

ଛାତିରେ କୋହ ।


୨୦)

ବାତ୍ଯା ର ସ୍ଥିତି

ପ୍ରବଳ ଭୟଙ୍କର 

ଗମ୍ଭୀର ଅତି ।


୨୧)

ବହେ ପବନ

କଟେ ଦୁଃଖରେ ଦିନ 

ହାନି ଜୀବନ ।


~ ସମିତା ସ୍ବାଇଁ 


୨୨)

ଜୀବନେ ବାତ୍ଯା 

ସବୁ କିଛି ଆଶାର

କରେ ସେ ହତ୍ୟା ।


~ ବିଶ୍ୱନାଥ ଭୁଏ


୨୩)

କେଉଁଠି ଥିଲା

ବାତ୍ୟା ମାଡି ଆସିଲା

ଭାଙ୍ଗିଲା ଘର ।


୨୪)

କାଳ ବୈଶାଖୀ

ଝଡ଼ ଆସିଲା ପରେ

ସର୍ବେ ଆତୁର ।


୨୫)

ରିଲିଫ ମିଳେ

ତାହାପୁଣି ମିଛରେ

ଗରିବ ମରେ !


~ ମନୋଜ କୁମାର ପଣ୍ଡା


୨୬)

ଏ ବାତ୍ଯା ଆଣେ 

ପକେଟ ଭରପୁର 

ଭୋଜି ଆସର ।


୨୭)

ତୃଷାର୍ତ୍ତ ଆଖି 

ଲୁହରେ ଥପ ଥପ 

ବେଦନାସିକ୍ତ ।


୨୮)

ମୋ ସରକାର

ରିଲିଫ ଦେଇଛନ୍ତି 

ବାଟ ମାରଣା ।


୨୯)

ଛତା, କମ୍ବଳ 

ଚୁଡ଼ା, ଗୁଡ଼ ଓ ଚିନି

ବାତ୍ଯାର ଶେଷ ।


୩୦) 

ଉଜୁଡ଼େ ବାସ

ଧୂଳିସାତ ସପନ 

ବାଆ ପ୍ରକୋପ ।


~ ରମାକାନ୍ତ ସତପଥି


୩୧)

ବାତ୍ୟା ପ୍ରକୋପ

ସାଧାରଣ ଜନତା

ଆର୍ତ୍ତ ଚିତ୍କାର ।


୩୨)

ଅଶେଷ ଦୁଃଖ

ମଣିଷର ଜୀବନ

ବାତ୍ୟା ସଦୃଶ ।


~ ଡମ୍ବରୁଧର ବାଗ


୩୩)

ଝଡ଼ କାଳ ରେ

ଜୀବନ ଆଉ ଧନ

ସ୍ୱପ୍ନ ପାଲଟେ ।

 

୩୪)

ଲୁହର ବର୍ଷା 

ହୃଦୟ ମରୁଭୂମି

ହଜିଲା ଭାଷା ।


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୩୫)

ଆସୁଛେଁ ବଲି 

ନାଇଁ କହେ କାହାକେ 

ହେଟା ତ ବାତ୍ଯା ।


୩୬)

ଅଡ଼କା ପରେ 

ଗର୍'ଜି ଘୁମ୍'ରି ଆଏସି 

ଛନ୍'କେ ସବୁ ଧ୍ୱଂସ୍ ।


~ ଉତ୍ତମ ହୋତା


୩୭)

ଝଡ଼ ତୋଫାନ

ପ୍ରବଳ ହେଲେ ଜାଣ

ବାତ୍ୟା କରଣ !


୩୮)

ଝଡ଼ ଓ ବାତ୍ୟା

ପ୍ରକୃତିର ତାଣ୍ଡବ

ବଢ଼ିଲା ଚିନ୍ତା ! 


~ ଶମ୍ଭୁନାଥ ଦାସ


୩୯)

ବାତ୍ୟା ପବନ 

ଆସୁଥାଏ ଆସିବ 

ନ ଡର ମନ । 


୪୦)

ୟାସ ଗଲାଣି 

ଉଡି ବହୁ ଦୁରକୁ 

ଡର କାହାକୁ ? 


~ ସୁଧାଞ୍ଜଳି ମିଶ୍ର


୪୧)

ବାତ୍ଯା ସବୁଠି 

ମାଆର ପଣତରେ 

ଲୁହର ବନ୍ୟା ।


୪୨)

ପିତା ବୁକୁରେ 

ବେଦୀ ହୋମରେ ବାତ୍ଯା 

କୋକେଇ ଉଠେ ।


୪୩)

ହାଣ୍ଡି ଶାଳ ରେ

ତୃଷାର୍ତ୍ତ ନେତ୍ରେ ବାତ୍ଯା 

ରିକ୍ତ ଶୈଶବ ।


୪୪)

ଲେଖନୀ ମୁନେ 

କବିର କଳ୍ପନା ଟି 

ଜାଗ୍ରତ ବାତ୍ଯା ।


୪୫)

ପ୍ରେମିକା ହସେ 

ପ୍ରତାରଣାର ବାତ୍ଯା 

ସ୍ତବ୍ଧ ପ୍ରେମିକ ।


୪୬)

ଶୂନ୍ୟ ହତାଶ 

ବୁଭୂକ୍ଷିତ ମାନଙ୍କ 

ଅଣ୍ଟିରେ ବାତ୍ଯା ।


୪୭)

ଦାଦନ ଖଟେ 

ଫାନସ୍ ପୁଞ୍ଜିର ବିକ୍ରି 

ଦାନରେ ବାତ୍ଯା ।


୪୮)

ବାତ୍ଯା ସମୁଦ୍ରେ 

ଜଳେ, ସ୍ଥଳେ, ଆକାଶେ 

ନିର୍ବାକ୍ ମଣିଷ ।


୪୯)

ମାତାଲ୍'ର ବାତ୍ଯା 

ଚିକେନ୍'ର କଷା, ମଦ 

କାମାନ୍ଧ ତୃଷ୍ଣା ।


୫୦)

ଅସହଜ 'କା'

ସ୍ମିତ ହାସ୍ୟରେ ବାତ୍ଯା 

ବିଦ୍ଧ ବନ୍ଧୁତ୍ୱ ।


~ ମନୀଷା ମିଶ୍ର


୫୧)

ବାତ୍ୟା ଆସିଲା

ଘର ସଂସାର ଭାଙ୍ଗି

ସବୁ ସାରିଲା ।


୫୨)

ସମୁଦ୍ରି ବାତ୍ୟା

କ୍ଷୟ କରେ ଜୀବନ

ବଢାଏ ଚିନ୍ତା ।


୫୩)

ବାତ୍ୟା ପ୍ରକୋପ

ହୃଦୟେ ଭରେ ଶୋକ

ନ ଲାଗେ ଭୋକ ।


~ ଦୟାନନ୍ଦ ଶବର


୫୪)

ବାତ୍ୟାର ଖେଳ 

ପ୍ରାଣୀଙ୍କ ଜୀବନକୁ 

କରେ ଦୁର୍ବଳ ।


~ ସନ୍ତୋଷ କୁମାର ସାହୁ


୫୫)

ବାତ୍ୟା ଆତଙ୍କ

ଗରିବ ମନ ଫିକା

ନାହିଁ ସୁରକ୍ଷା ।



୫୬)

ବାତ୍ୟା ତାଣ୍ଡବ

ଚାଷୀର ମେରୁ ଭାଙ୍ଗେ

ଜଳେନା ଚୂଲି ।


~ ରଞ୍ଜନ ଜେନା 

☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH